STATE NEWS ବିଶ୍ୱଶାନ୍ତି ନିମନ୍ତେ ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ଦେବ ଦୀପାବଳୀରେ ରାମମନ୍ଦିରଠାରେ ଏକ ଦିବସୀୟ ବିଶ୍ୱଶାନ୍ତି ମହାଯଜ୍ଞ ଓ କୋଡିଏ ହଜାର ଘୃତଦୀପ ପ୍ରଜ୍ଜ୍ୱଳିତ କରାଯିବ । happylivingodisha@gmail.com Nov 17, 2025 0 ଭୁବନେଶ୍ୱର, ୧୭.୧୧ ;- ପବିତ୍ର ଦେବଦୀପାବଳୀ ଉପଲକ୍ଷେ ଭୁବନେଶ୍ୱରର ଶ୍ରୀରାମ ମନ୍ଦିରଠାରେ ବିଶ୍ୱର ପ୍ରତ୍ୟେକ ପ୍ରାଣୀର କଲ୍ୟାଣ ଓ ବିଶ୍ୱଶାନ୍ତି ପାଇଁ ଏକ ଦିବସୀୟ ବିଶ୍ୱଶାନ୍ତି ମହାଯଜ୍ଞ ଓ କୋଡିଏ ହଜାର ଘିଅଦୀପ ପ୍ରଜ୍ୱଳନ କରାଯିବ। ବୁଦ୍ଧ ମନ୍ଦିର ଠାରେ ହାପି ଲିଭିଙ୍ଗ୍ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଶିଷ୍ଟ ବିଦ୍ୱାନ, ସମାଜସେବୀ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଲେ ଯେ, ଆମ ସଂସ୍କୃତି ଓ ପରମ୍ପରାରେ ଶ୍ରୀମନ୍ଦିର ଓ ଶ୍ରୀ ଜଗନ୍ନାଥଙ୍କୁ ସମସ୍ତ କାମରେ ସଂମ୍ପୃକ୍ତ କରାଯାଇଛି। ଦେବ ଦୀପାବଳୀ ଉତ୍ସବ ୩ ଦିନ ଧରି ଶ୍ରୀଜଗନ୍ନାଥ ମନ୍ଦିରରେ ପାଳନ କରାଯାଇଥାଏ। ମାର୍ଗଶୀର ମାସ କୃର୍ଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଲ ପ୍ରତିପଦା ଆଦି ତିନି ଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରାଦ୍ଧ ବେଶହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି। ଚର୍ତୁଦଶୀ ଦିନ ମାତା ଅଦିତି ଓ କଶ୍ୟପଙ୍କ ପ୍ରତି ପ୍ରଦୀପ ଉତ୍ସର୍ଗ କରାଯାଉଥିବା ବେଳେ ଅମାବାସ୍ୟା ଦିନ ଦଶରଥ, କୌାଶଲ୍ୟା ଓ ଶୁକ୍ଲ ପ୍ରତିପଦାରେ ନନ୍ଦ, ଯଶୋଦା, ଦେବକୀ , ବାସୁଦେବ , ଇନ୍ଦ୍ରଦ୍ୟୁମ୍ନ ଓ ମା ଗୁଣ୍ଡିଚାଙ୍କ ପ୍ରତି ପ୍ରଦୀପ ଉତ୍ସର୍ଗ କରାଯିବାର ପରମ୍ପରା ଚଳି ଆସୁଛି। ସେହି ପବିତ୍ର କାର୍ଯ୍ୟକ୍ରମକୁ ସ୍ମରଣକରି ବିଗତ ୯ ବର୍ଷ ହେବ ହାପିଲିଭିଙ୍ଗ୍ ଫାଉଣ୍ଡେସନ ପକ୍ଷରୁ ବିଶ୍ୱଶାନ୍ତି ଓ ବିଶ୍ୱର ପ୍ରତ୍ୟେକ ପ୍ରାଣୀର କଲ୍ୟାଣ ପାଇଁ ଦୀପଦାନ କରାଯାଉଅଛି। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆସନ୍ତା ନଭେମ୍ବର ମାସ ତା.- ୨୦ ରିଖ ଗୁରୁବାର ଦିନ ସଂନ୍ଧ୍ୟା ୫ ଘଟିକା ସମୟରେ ୟୁନିଟ୍-୩, ଶ୍ରୀରାମ ମନ୍ଦିର ପରିସରରେ ୨୦,୦୦୦ ଘୃତ ଦୀପ ପ୍ରଜ୍ଜ୍ୱଳିତ କରାଯିବ। ଏହି କାର୍ଯ୍ୟକ୍ରମରେ ଓଡିଶାର ଯସ୍ୱଶ୍ରୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିବା ସହିତ ମହାଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରିବେ। ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ (ସଂସ୍କୃତି , ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ) ଓ ମାନ୍ୟବର ଶ୍ରୀଯୁକ୍ତ ମୁକେଶ ମାହାଲିଙ୍ଗ ( ସ୍ୱାସ୍ଥ୍ୟ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ) ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଅଛି। ଅନୁଷ୍ଠାନର ପ୍ରତିଷ୍ଠାତା ବାସ୍ତୁବିତ୍ ଡ. ମନୋଜ ଲେଙ୍କା କହିଲେ ଯେ , ଏହି ଦିନ ପରିବାରର ମଙ୍ଗଳ ପାଇଁ ଓଡିଶାର ପ୍ରତ୍ୟେକ ଗୃହସ୍ଥ ନିଜର ପିତାମାତା ଓ ଗୁରୁ ଗୁରଜନଙ୍କ ଉଦ୍ଦେଶ୍ୟରେ ଘୃତ ଦୀପଟିଏ ଜାଳିଲେ ମାନସିକ ଶାନ୍ତି ପାଇବା ସହ ପରିବାରର ମଙ୍ଗଳ ହେବ। ଏହା ସହିତ ଓଡିଶାର ଜନସାଧାରଣଙ୍କୁ ଏହି ମହତ୍ କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ଯୋଗଦେଇ ପୁଣ୍ୟ ଅର୍ଜନ କରିବାକୁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାରତ ତଥା ଓଡିଶାର ବହୁ ସାଧୁସନ୍ଥ , ସଂସ୍କୃତିପ୍ରେମୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେବର କାର୍ଯ୍ୟକ୍ରମ ରହିଛି। ଏହା ସହିତ ଫାଉଣ୍ଡେସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଇଂଜିନିୟର ସନ୍ତୋଷ ସ୍ୱାଇଁ ଏବଂ ହାପି ଲିଭିଙ୍ଗ ଫାଉଣ୍ଡେସନର କାର୍ଯ୍ୟକାରୀ ସଂପାଦକ ଶ୍ରୀଯୁକ୍ତ ପ୍ରଭାତ କୁମାର ନାୟକ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜନସାଧାରଣଙ୍କର ସହଯୋଗ କାମନା କରିଛନ୍ତି। Happy Living Odisha #debadipabali#rammandir#srijagannath
STATE NEWS ଓଡ଼ିଆ ଜାତିକୁ ଆଉ କେହି ଅଟକାଇ ପାରିବେ ନାହିଁ, ସବୁ କ୍ଷେତ୍ରରେ ଆମେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବୁ – ମୁଖ୍ୟମନ୍ତ୍ରୀ happylivingodisha@gmail.com Apr 1, 2026
STATE NEWS ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ happylivingodisha@gmail.com Apr 1, 2026
STATE NEWS ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆଗାମୀ ୧୦ ବର୍ଷ ହେବ ସଂକଳ୍ପର ଦଶକ- ମୁଖ୍ୟମନ୍ତ୍ରୀ happylivingodisha@gmail.com Apr 1, 2026
STATE NEWS ମୂଲ୍ୟବୋଧ ଆଧାରିତ ‘ ବିକଶିତ ଓଡ଼ିଶା’ ଗଠନ ପାଇଁ ସାମୁହିକ ପ୍ରୟାସ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ happylivingodisha@gmail.com Apr 1, 2026
STATE NEWS ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣ ଶୃଙ୍ଖଳା ସଂପର୍କରେ ଜିଲ୍ଲାପାଳ ମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରୁଛନ୍ତି happylivingodisha@gmail.com Mar 30, 2026
STATE NEWS ଭୁବନେଶ୍ୱର ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି ଅନୁଷ୍ଠିତ happylivingodisha@gmail.com Mar 30, 2026
STATE NEWS ଜଟଣୀ ବାସୀଙ୍କ ପାଇଁ 18 କୋଟିର ପାନୀୟ ଜଳ ପ୍ରକଳ୍ପ ଉପହାର happylivingodisha@gmail.com Mar 20, 2026
STATE NEWS ମଜବୁତ ହେଉଛି ବିଜେପି, ପଦ୍ମ ଧରିଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା happylivingodisha@gmail.com Mar 11, 2026
STATE NEWS ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଓ ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ ଙ୍କ ସହ ବିଧାନସଭାସଭା ପରିଭ୍ରମଣରେ ଆସିଥିବା ୟୁନିଭରସିଟି ଲ କଲେଜ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଅଛନ୍ତି l happylivingodisha@gmail.com Mar 10, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS ଓଡ଼ିଆ ଜାତିକୁ ଆଉ କେହି ଅଟକାଇ ପାରିବେ ନାହିଁ, ସବୁ କ୍ଷେତ୍ରରେ ଆମେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବୁ – ମୁଖ୍ୟମନ୍ତ୍ରୀ happylivingodisha@gmail.com Apr 1, 2026
STATE NEWS ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ happylivingodisha@gmail.com Apr 1, 2026
STATE NEWS ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆଗାମୀ ୧୦ ବର୍ଷ ହେବ ସଂକଳ୍ପର ଦଶକ- ମୁଖ୍ୟମନ୍ତ୍ରୀ happylivingodisha@gmail.com Apr 1, 2026
STATE NEWS ମୂଲ୍ୟବୋଧ ଆଧାରିତ ‘ ବିକଶିତ ଓଡ଼ିଶା’ ଗଠନ ପାଇଁ ସାମୁହିକ ପ୍ରୟାସ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ happylivingodisha@gmail.com Apr 1, 2026
Leave a Reply