STATE NEWS ଧାମନଗରରେ ବିଧାୟକ ମେଧା ସମ୍ମାନ କାର୍ଯ୍ୟକ୍ରମର ଶୁଭାରମ୍ଭ happylivingodisha@gmail.com Dec 24, 2025 0 ଧାମନଗରରେ ବିଧାୟକ ମେଧା ସମ୍ମାନ କାର୍ଯ୍ୟକ୍ରମର ଶୁଭାରମ୍ଭ ଶିକ୍ଷକମାନେ ହେଉଛନ୍ତି ଆମ ସମାଜର ସ୍ଥପତି, ତୃଣମୂଳ ସ୍ତରରେ ଶିକ୍ଷାର ମାନ ବୃଦ୍ଧି କରିବ ବିଧାୟକ ମେଧା ସମ୍ମାନ : ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଭୁବନେଶ୍ୱର; ଆଜି ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ଏକ ଦିବସୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ-୨୦୨୫ ଅନୁଷ୍ଠିତ ହେବା ସହ “ବିଧାୟକ ମେଧା ସମ୍ମାନ” କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଧାମନଗର ନିର୍ବାଚନ ମଣ୍ଡଳୀରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ପ୍ରାଧାନ୍ୟ ଦେବା ସହ ବିଦ୍ୟାଳୟମାନଙ୍କରେ ଡ୍ରପ୍ ଆଉଟ ରେଟ୍ ହ୍ରାସ କରିବା, ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରୁଥିବା ଶିକ୍ଷାର୍ଥୀ ଓ ଶିକ୍ଷାନୁଷ୍ଠାନମାନଙ୍କୁ ପ୍ରୋତ୍ସାହନ ଦେବା ନିମନ୍ତେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜିର କାର୍ଯ୍ୟକ୍ରମରେ ଯୋଗଦେବା ସହ କାର୍ଯ୍ୟକ୍ରମ ସମ୍ବନ୍ଧରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, ଶିକ୍ଷାକ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣି ତୃଣମୂଳ ସ୍ତରରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଜାତୀୟ ଶିକ୍ଷାନୀତି-୨୦୨୦ ପ୍ରଣୟନ ହେବା ପରେ ଧାମନଗର ନିର୍ବାଚନ ମଣ୍ଡଳୀରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ବିଦ୍ୟାଳୟରେ ଡ୍ରପ୍ ଆଉଟ ରେଟ୍ ହ୍ରାସ କରିବା ସହ ସାମଗ୍ରିକ ନାମଲେଖା ଅନୁପାତକୁ ବୃଦ୍ଧି କରିବା ଏବଂ ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀ, ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟମାନଙ୍କୁ ସମ୍ମାନିତ କରିବା ହେଉଛି “ବିଧାୟକ ମେଧା ସମ୍ମାନ” କାର୍ଯ୍ୟକ୍ରମର ଲକ୍ଷ୍ୟ। ଶିକ୍ଷକମାନେ ହେଉଛନ୍ତି ଆମ ସମାଜର ସ୍ଥପତି। ଆଗାମୀ ପିଢ଼ିର ଭବିଷ୍ୟତ ନିର୍ମାଣ କରିବାରେ ଶିକ୍ଷକ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଜାତୀୟ ଶିକ୍ଷା ନୀତି-୨୦୨୦ ପ୍ରଣୟନ କରାଯାଇଛି। ତେଣୁ ସୁଦୃଢ଼ ଭିତ୍ତିଭୂମିର ନିର୍ମାଣ ସହ ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ସୁନିଶ୍ଚିତ କରିବା ଏବଂ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ “ବିଧାୟକ ମେଧା ସମ୍ମାନ” ଭଳି କାର୍ଯ୍ୟକ୍ରମକୁ ଧାମନଗର ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ଆରମ୍ଭ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଥିଲେ। ଧାମନଗର ନିର୍ବାଚନ ମଣ୍ଡଳୀରେ “ବିଧାୟକ ମେଧା ସମ୍ମାନ”ରେ ୪ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯିବ। 1. ଶିକ୍ଷାର୍ଥୀ ସମ୍ମାନ ଧାମନଗର ନିର୍ବାଚନ ମଣ୍ଡଳୀରେ (କ) ଦଶମ ବୋର୍ଡ଼ ପରୀକ୍ଷାରେ A1 ଗ୍ରେଡ଼ ରଖିଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୫ ହଜାର ଟଙ୍କା (ଖ) ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ରାଜ୍ୟ ସ୍ତରରେ ସମ୍ମାନିତ ହୋଇଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୫ ହଜାର ଟଙ୍କା (ଗ) “ସୁରଭି” କାର୍ଯ୍ୟକ୍ରମରେ ରାଜ୍ୟ ସ୍ତରରେ ସମ୍ମାନିତ ହୋଇଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୫ ହଜାର ଟଙ୍କା (ଘ) ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାରେ ପୁରସ୍କୃତ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୫ ହଜାର ଟଙ୍କା (ଙ) ରାଜ୍ୟ ସ୍ତରୀୟ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୁରସ୍କୃତ ହୋଇଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୫ ହଜାର ଟଙ୍କା ପ୍ରଦାନ କରାଯିବ। 2. ପ୍ରଧାନଶିକ୍ଷକ ସମ୍ମାନ ଧାମନଗର ନିର୍ବାଚନ ମଣ୍ଡଳୀରେ (କ) ଯେଉଁ ବିଦ୍ୟାଳୟରେ ଦଶମ ବୋର୍ଡ଼ ପରୀକ୍ଷାରେ ସର୍ବାଧିକ ଛାତ୍ରଛାତ୍ରୀ A1 ଗ୍ରେଡ଼ ରଖିଥିବେ, ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ। (ଖ) ଯେଉଁ ବିଦ୍ୟାଳୟର ସର୍ବାଧିକ ଛାତ୍ରଛାତ୍ରୀ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନିତ ହୋଇଥିବେ, ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ। (ଗ) ୧ ବର୍ଷ ସମୟ ମଧ୍ୟରେ ଯେଉଁ ବିଦ୍ୟାଳୟର ଡ୍ରପ୍ ଆଉଟ ରେଟ୍ ହ୍ରାସ ପାଇଥିବ, ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ। (ଘ) ଏକ ଶିକ୍ଷାବର୍ଷରେ ଯେଉଁ ବିଦ୍ୟାଳୟରେ ସର୍ବାଧିକ ଛାତ୍ରଛାତ୍ରୀମାନେ ନାମ ଲେଖାଇଥିବେ,ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ। 3. ସର୍ବଶ୍ରେଷ୍ଠ ବିଦ୍ୟାଳୟ ଜାତୀୟ ଶିକ୍ଷା ନୀତି-୨୦୨୦ରେ ସ୍ଥାନିତ ହୋଇଥିବା ଶିକ୍ଷା ମାନଦଣ୍ଡର କାର୍ଯ୍ୟକାରିତା, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ଆକାଡ଼େମିକ ପରଫରମାନ୍ସ ଆଦିକୁ ଭିତ୍ତି କରି ଧାମନଗର ନିର୍ବାଚନୀ ମଣ୍ଡଳର ଏକ ବିଦ୍ୟାଳୟକୁ ସର୍ବଶ୍ରେଷ୍ଠ ବିଦ୍ୟାଳୟ ଭାବେ ଚୟନିତ କରାଯାଇ ୧୫ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। 4. ଡ୍ରପ୍ ଆଉଟ ହ୍ରାସ କରିବାରେ ସଫଳତା ହାସଲ କରିଥିବା ସର୍ବଶ୍ରେଷ୍ଠ ବିଦ୍ୟାଳୟ ଧାମନଗର ନିର୍ବାଚନୀ ମଣ୍ଡଳର ଏକ ପ୍ରାଥମିକ ବା ମାଧ୍ୟମିକ ବିଦ୍ୟାଳୟ ଯେଉଁଠାରେ ଏକ ବର୍ଷ ସମୟସୀମା ମଧ୍ୟରେ ୨୫ ପ୍ରତିଶତ ଡ୍ରପ୍ ଆଉଟ ରେଟ୍ ହ୍ରାସ ପାଇଥିବ ବା ପୂର୍ବ ବର୍ଷର ନାମଲେଖା ଅପେକ୍ଷା ୧୫% ନାମଲେଖା (ନୂତନ ନାମଲେଖା ବା ପୁନଃ ନାମଲେଖା) ବୃଦ୍ଧି ପାଇଥିବ, ସେହି ବିଦ୍ୟାଳୟକୁ ଡ୍ରପ୍ ଆଉଟ ରେଟ ହ୍ରାସ କରିବା ଆଧାରରେ ସର୍ବଶ୍ରେଷ୍ଠ ବିଦ୍ୟାଳୟ ଭାବେ ଚୟନିତ କରାଯାଇ ୧୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଓ ମାନପତ୍ର ପ୍ରଦାନ କରାଯିବ। ବିଧାୟକ ମେଧା ସମ୍ମାନ ପ୍ରଦାନ କରିବା ନିମନ୍ତେ ଏକ ଚୟନ କମିଟି ଗଠନ କରାଯିବ। ଚୟନ କମିଟି ବିଦ୍ୟାଳୟମାନଙ୍କରେ ଜାତୀୟ ଶିକ୍ଷା ନୀତି-୨୦୨୦ର କାର୍ଯ୍ୟନ୍ଵୟନ, ବିଦ୍ୟାଳୟର ଭିତ୍ତିଭୂମିକୁ ସୁଦୃଢ଼ କରିବା ନିମନ୍ତେ ନିଆଯାଇଥିବା ପଦକ୍ଷେପ, ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଏବଂ ଶୈକ୍ଷିକ ଓ ପ୍ରଶାସନିକ ଦକ୍ଷତା ଆଦିକୁ ଆଧାର କରି ବିଦ୍ୟାଳୟ ଗୁଡ଼ିକର ମୂଲ୍ୟାଙ୍କନ କରିବେ। ଚୟନ କମିଟିର ପ୍ରସ୍ତାବ ଏବଂ ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ନିଷ୍ପତ୍ତି ଆଧାରରେ “ବିଧାୟକ ମେଧା ସମ୍ମାନ” ପୁରସ୍କାର ପ୍ରଦାନ କରାଯିବ। ଏଥିସହ ବିଧାୟକ ମେଧା ସମ୍ମାନରେ ପୁରସ୍କୃତ ହୋଇଥିବା ବିଦ୍ୟାଳୟର ପ୍ରତି ଚାରି ମାସରେ ଥରେ ସମୀକ୍ଷା କରାଯିବ ଏବଂ ଏଥିସହ ଅନଲାଇନ ମାଧ୍ୟମରେ ଏକ ଡ୍ୟାସବୋର୍ଡ଼ରେ ଡ୍ରପ୍ ଆଉଟ ରେଟ୍ ଓ ନାମଲେଖା ଅନୁପାତକୁ ନିରୀକ୍ଷଣ କରାଯିବ। ପ୍ରତିବର୍ଷ “ଧାମନଗରରେ ଶିକ୍ଷାର ବିକାଶ” ଶୀର୍ଷକ ଏକ ରିପୋର୍ଟ ମଧ୍ୟ ପ୍ରକାଶ କରାଯିବ। ଆଜିର ଏହି ପ୍ରଧାନ ଶିକ୍ଷକ ସମ୍ମିଳନୀ ଓ ବିଧାୟକ ମେଧା ସମ୍ମାନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍ ତଥା ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦରେ କାର୍ଯ୍ୟରତ ପ୍ରଫେସର ରଞ୍ଜନା ଅରୋଡ଼ା ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ। ଶିକ୍ଷକଙ୍କ ଦକ୍ଷତା ବିକାଶ ଠାରୁ ନେଇ ଜାତୀୟ ଶିକ୍ଷା ନୀତି-୨୦୨୦ର ପ୍ରଣୟନ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ପକ୍ଷରୁ ଶିକ୍ଷାର ବିକାଶକୁ ନେଇ କରାଯାଉଥିବା ବିଭିନ୍ନ କାର୍ଯ୍ୟର ସେ ପ୍ରଶଂସା କରିଥିଲେ। ଏଥିସହ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଡ୍ରପ୍ ଆଉଟ ରେଟ୍କୁ କିପରି ହ୍ରାସ କରାଯିବ ଏବଂ ସାମଗ୍ରିକ ନାମଲେଖା ଅନୁପାତକୁ କିପରି ବୃଦ୍ଧି କରାଯିବ ସେ ଦିଗରେ ପ୍ରଧାନଶିକ୍ଷକମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାପାଳ ଶ୍ରୀ ଦିଲୀପ କୁମାର ରାଉତରାୟ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଶୁଭେନ୍ଦୁ କୁମାର ସାମଲ, ଉପଜିଲ୍ଲାପାଳ ଶ୍ରୀ ସୌରଭ ଚକ୍ରବର୍ତ୍ତୀ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଜଗବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। Happy Living Odisha #Bidhayak Medha Samman Programme Launched in Dhamnagar
STATE NEWS ଓଡ଼ିଆ ଜାତିକୁ ଆଉ କେହି ଅଟକାଇ ପାରିବେ ନାହିଁ, ସବୁ କ୍ଷେତ୍ରରେ ଆମେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବୁ – ମୁଖ୍ୟମନ୍ତ୍ରୀ happylivingodisha@gmail.com Apr 1, 2026
STATE NEWS ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ happylivingodisha@gmail.com Apr 1, 2026
STATE NEWS ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆଗାମୀ ୧୦ ବର୍ଷ ହେବ ସଂକଳ୍ପର ଦଶକ- ମୁଖ୍ୟମନ୍ତ୍ରୀ happylivingodisha@gmail.com Apr 1, 2026
STATE NEWS ମୂଲ୍ୟବୋଧ ଆଧାରିତ ‘ ବିକଶିତ ଓଡ଼ିଶା’ ଗଠନ ପାଇଁ ସାମୁହିକ ପ୍ରୟାସ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ happylivingodisha@gmail.com Apr 1, 2026
STATE NEWS ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣ ଶୃଙ୍ଖଳା ସଂପର୍କରେ ଜିଲ୍ଲାପାଳ ମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରୁଛନ୍ତି happylivingodisha@gmail.com Mar 30, 2026
STATE NEWS ଭୁବନେଶ୍ୱର ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି ଅନୁଷ୍ଠିତ happylivingodisha@gmail.com Mar 30, 2026
STATE NEWS ଜଟଣୀ ବାସୀଙ୍କ ପାଇଁ 18 କୋଟିର ପାନୀୟ ଜଳ ପ୍ରକଳ୍ପ ଉପହାର happylivingodisha@gmail.com Mar 20, 2026
STATE NEWS ମଜବୁତ ହେଉଛି ବିଜେପି, ପଦ୍ମ ଧରିଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା happylivingodisha@gmail.com Mar 11, 2026
STATE NEWS ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଓ ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ ଙ୍କ ସହ ବିଧାନସଭାସଭା ପରିଭ୍ରମଣରେ ଆସିଥିବା ୟୁନିଭରସିଟି ଲ କଲେଜ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଅଛନ୍ତି l happylivingodisha@gmail.com Mar 10, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS ଓଡ଼ିଆ ଜାତିକୁ ଆଉ କେହି ଅଟକାଇ ପାରିବେ ନାହିଁ, ସବୁ କ୍ଷେତ୍ରରେ ଆମେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବୁ – ମୁଖ୍ୟମନ୍ତ୍ରୀ happylivingodisha@gmail.com Apr 1, 2026
STATE NEWS ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ happylivingodisha@gmail.com Apr 1, 2026
STATE NEWS ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆଗାମୀ ୧୦ ବର୍ଷ ହେବ ସଂକଳ୍ପର ଦଶକ- ମୁଖ୍ୟମନ୍ତ୍ରୀ happylivingodisha@gmail.com Apr 1, 2026
STATE NEWS ମୂଲ୍ୟବୋଧ ଆଧାରିତ ‘ ବିକଶିତ ଓଡ଼ିଶା’ ଗଠନ ପାଇଁ ସାମୁହିକ ପ୍ରୟାସ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ happylivingodisha@gmail.com Apr 1, 2026
Leave a Reply