PRGI REGD NO : ORORI/25/A1991

Advertisement

ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

 

ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କେନ୍ଦ୍ରାପଡା: 15/09/25(HAPPY LIVING ODISHA) ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ବଙ୍ଗାଲପୁର ପଂଚାୟତର ଚାଂଚୋଳ ଲଚ୍ଛମନ୍‌ ଜିୟୁ ପୀଠରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତୀଥି ଭାବରେ ହାପି ଲିଭିଙ୍ଗ ଫାଉଣ୍ଡେସନର ପ୍ରତିଷ୍ଠାତା ସଂପାଦକ ଡ. ମନୋଜ କୁମାର ଲେଙ୍କା ଯୋଗଦେବା ସହିତ ଅନୁଷ୍ଠାନର ସଂପାଦକ ପ୍ରଭାତ ନାୟକ ମଧ୍ୟ ଉପସ୍ଥିତ ରହିଥିଲେ । ବଙ୍ଗାଲପୁର ପଞ୍ଚାୟତର ସରପଞ୍ଚ ଅମୀୟ ଜେନା ଏବଂ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ସୁରେଶ ପ୍ରଧାନ ମଧ୍ୟ ଯୋଗ ଦାନକରିଥିଲେ । ଏହି ପରିପେକ୍ଷିରେ ଲୋକନାଥ ମହାବିଦ୍ୟାଳୟର ଅଧ୍ୟାପିକା ମମତା ପଣ୍ଡାଙ୍କ ସହିତ କଲେଜର ଛାତ୍ରଛାତ୍ରୀ ଏବଂ ଏଲ୍‌ ଏନ୍‌ କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଂଚଳବାସୀ ଯୋଗଦେବା ସହିତ କେମିତି ତାଳଗଛ ଅଧିକରୁ ଅଧିକ ଲଗାଯାଇ ପାରିବ ଏବଂ ବିଜୁଳି ଘଡଘଡିରୁ ଯେଉଁ ମୃତ୍ୟୁ ହେଉଛି ସେଥିରୁ କେମିତି ମୁକ୍ତି ପାଇବେ ସେ ନେଇ ଏ ବିଷୟରେ ଆଜି ଆଲୋଚନା କରାଯିବା ସହିତ ୧୦୦୦ରୁ ଉର୍ଦ୍ଧ ତାଳମଞ୍ଜି ଲାଗାଯାଇଥିଲା । ଆଗାମୀ ଦିନରେ ଲକ୍ଷ୍ୟ ରଖାଯାଇଛି ଯେ ୫ ବର୍ଷ ଭିତରେ ଗରଦପୁର ବ୍ଲକରେ ଯେଉଁ ସବୁ ପଞ୍ଚାୟତ ଗୁଡିକ ରହିଛି ଅନୁଷ୍ଠାନ, ସେହି ପଞ୍ଚାୟତଗୁଡିକରେ ତାଳଗଛ ଲଗାଇ ଯେପରି ବିଜୁଳି ଘଡଘଡି ଜନିତ ମୃତ୍ୟୁରୁ ସମସ୍ତେ ରକ୍ଷା ପାଇପାରିବେ ସେଥିପାଇଁ ଅନୁଷ୍ଠାନର ପ୍ରତିଷ୍ଠାତା କହିଥିଲେ ।

Happy Living Odisha

Leave a Reply

Your email address will not be published. Required fields are marked *