PRGI REGD NO : ORORI/25/A1991

Advertisement

ଅକ୍ଟୋବର ୨ ରୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ନିଶା ନିବାରଣ ଅଭିଯାନ

ଅକ୍ଟୋବର ୨ ରୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ନିଶା ନିବାରଣ ଅଭିଯାନ

ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ବେଆଇନ ନିଶା କବଳରୁ ଓଡ଼ିଶାକୁ ବଞ୍ଚାଇବା ପାଇଁ ସବୁ ବର୍ଗରୁ ଉଦ୍ୟମ ଆବଶ୍ୟକ: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର, ୨୩. ୦୯. ୨୦୨୫- ବେଆଇନ ନିଶା କାରବାର ଓ ସେବନ ଯୋଗୁଁ ଅନେକ ଧନ ଜୀବନ ହାନି ଘଟୁଛି I ଏଥିନେଇ ବିଗତ ଏକ ବର୍ଷ ମଧ୍ୟରେ ନିରନ୍ତର ଚଢ଼ାଉ ଅଭିଯାନ ଫଳରେ ବହୁ କୋଟି ମୂଲ୍ୟର ବେଆଇନ ସାମଗ୍ରୀ ଜବତ ହେବା ସହ ଏଥିରେ ସମ୍ପୃକ୍ତ ଅନେକ ଲୋକ ଗିରଫ ହୋଇଛନ୍ତି I ତେବେ ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବା ସହ ଓଡ଼ିଶାକୁ ବେଆଇନ ନିଶା କବଳରୁ ମୁକ୍ତ କରିବା ପାଇଁ ଆମ ସମସ୍ତଙ୍କୁ ମିଳିତ ଉଦ୍ୟମ କରିବାକୁ ପଡିବ ବୋଲି ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି I

ଆସନ୍ତା ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେବାକୁ ଥିବା ସ୍ୱତନ୍ତ୍ର ସଚେତନତା ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ତଥା “ଆମ ସଂକଳ୍ପ – ନିଶା ନୁହେଁ ଜୀବନ” ଓ “ନିଶା ମୁକ୍ତ ଭୁବନେଶ୍ୱର” ର ପ୍ରସ୍ତୁତି ବୈଠକରେ ଅଧକ୍ଷତା କରି ମନ୍ତ୍ରୀ କହିଲେଯେ ନିଶା ମଣିଷକୁ ବିପଥଗାମୀ କରାଇବା ସହ ଶରୀରକୁ କ୍ଷତି ପହଞ୍ଚାଇ ଥାଏ I ଆହୁରି ବେଆଇନ ତଥା ନିଷିଦ୍ଧ ନିଶା ସେବନ ନିଶ୍ଚିତ ମୃତ୍ୟୁର କାରଣ ହୋଇଥାଏ I ତେଣୁ ବେଆଇନ ନିଶା କବଳରୁ ଆଜିର ଯୁବପିଢ଼ି ତଥା ସବୁ ବର୍ଗର ଲୋକଙ୍କୁ ବଞ୍ଚାଇବା ଲାଗି ମିଳିତ ଉଦ୍ୟମ ହେବା ଜରୁରୀ I ବିଶେଷ କରି ପରିବାର, ସ୍କୁଲ-କଲେଜ ତଥା ଗ୍ରାମାଞ୍ଚଳରୁ ନିଶା ସେବନର ଅପକାରିତା ବିଷୟରେ ସଚେତନତା ସୃଷ୍ଟି ହେବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଥିଲେ I

ଏକ ମାସ ଧରି ଚାଲିବାକୁ ଥିବା ଏହି ସଚେତନତା କାର୍ଯ୍ୟକ୍ରମ ଓ ଚଢ଼ାଉ ଅଭିଯାନକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି I ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ସଚେତନତା ରାଲ୍ଲୀ ଓ ମାରାଥନ ଆୟୋଜନ ହେବାକୁ ଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରାଯିବ ବୋଲି ବୈଠକ ରେ ନିଷ୍ପତ୍ତି ହୋଇଥିଲା I ସେହିପରି ଜଙ୍ଗଲ ବିଭାଗ ପକ୍ଷରୁ ଗଞ୍ଜେଇ ତଥା ଅଫିମ ଚାଷ ନଷ୍ଟକୁ ବ୍ୟାପକ କରାଯିବାକୁ ନିଷ୍ପତ୍ତି ହୋଇଥିଲା ବେଳେ ସଂସ୍କୃତି ବିଭାଗ ଓ ମିଶନ ଶକ୍ତି ପକ୍ଷରୁ ପଥପ୍ରାନ୍ତ ନାଟକ ଓ ସଚେତନତା କାର୍ଯ୍ୟକ୍ରମ କାରାଯିବାକୁ ସ୍ଥିର ହୋଇଛି I ଏଥି ସହିତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟସେବା ଶିବିର, ସଚେତନତା କର୍ମଶାଳା ଆୟୋଜନ ସହ ସଡ଼କ ସୁରକ୍ଷାର ବାର୍ତ୍ତା କାରାଯିବ ବୋଲି ନିଷ୍ପତ୍ତି ହୋଇଥିଲା I

ଏହି ବୈଠକରେ ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ଅବକାରୀ କମିଶନର ପି. ଅନ୍ଵେଷା ରେଡ୍ଡୀ, ଅତିରିକ୍ତ ଶାସନ ସଚିବ ଅର୍ଚ୍ଚନା ଦାସପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗ ତଥା ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ I

Happy Living Odisha

Leave a Reply

Your email address will not be published. Required fields are marked *