UPDATE NEWS ରାଜ୍ୟ ସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବ : ଦଶାବତାର, ମଙ୍ଗଳାଚରଣ, ପଞ୍ଚଦେବ ସ୍ତୁତି ପ୍ରଦର୍ଶନରେ ଦର୍ଶକ ମନ୍ତ୍ରମୁଗ୍ଧ happylivingodisha@gmail.com Sep 1, 2025 0 ରାଜ୍ୟ ସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବ : ଦଶାବତାର, ମଙ୍ଗଳାଚରଣ, ପଞ୍ଚଦେବ ସ୍ତୁତି ପ୍ରଦର୍ଶନରେ ଦର୍ଶକ ମନ୍ତ୍ରମୁଗ୍ଧ ଭୁବନେଶ୍ୱର ୩୧ ଅଗଷ୍ଟ, ୨୦୨୫ ଅଗଷ୍ଟ ୩୦ ତାରିଖ ଠାରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହେଉଛି ରାଜ୍ୟ ସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବ। ଉକ୍ତ ନୃତ୍ୟ ମହୋତ୍ସବରେ ୨୦ଟି ନୃତ୍ୟଦଳ ଅଂଶଗ୍ରହଣ କରିଛନ୍ତି। ଆଜି ଦ୍ଵିତୀୟ ଦିନର କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ, ପଦ୍ମଶ୍ରୀ ପ୍ରିୟମ୍ବଦା ହେଜମାଦୀ, ବିଶିଷ୍ଟ ନୃତ୍ୟଶିଳ୍ପୀ ସିକତା ଦାସ, ଗବେଷକ କୀର୍ତ୍ତନ ନାରାୟଣ ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ “ଗୋଟିପୁଅର ଉଦଗମ ଓ ବିକାଶ” ଶୀର୍ଷକକୁ ନେଇ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଗୋଟିପୁଅ ନୃତ୍ୟ ମାଧ୍ୟମରେ “ଗୁରୁ ବନ୍ଦନା”, “ମଙ୍ଗଳାଚରଣ”, “ଦଶାବତାର”, “ବନ୍ଧନୃତ୍ୟ”, “ପଞ୍ଚଦେବ ସ୍ତୁତି” ଆଦିର ପ୍ରଦର୍ଶନ ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ରହିଥିଲା। ଆଜି ଦ୍ଵିତୀୟ ଦିନର କାର୍ଯ୍ୟକ୍ରମରେ ଆରାଧନା ଡ୍ୟାନ୍ସ ଏକାଡେମୀ, ଗୁରୁ ମାଗୁଣୀ ଜେନା ଗୋଟିପୁଅ ନୃତ୍ୟ ପରିଷଦ, ଜୟଦେବ ଗୋଟିପୁଅ ଓଡ଼ିଶୀ ନୃତ୍ୟ ପ୍ରତିଷ୍ଠାନ, ଶିବ ପାର୍ବତୀ ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ, ଜୟ ମା ସିଂହ ବାହିନୀ, ସୃଷ୍ଟି ଫାଉଣ୍ଡେସନ ଟ୍ରଷ୍ଟ, ନାରାୟଣୀ ଗୋଟିପୁଅ କଳାପରିଷଦର ନୃତ୍ୟଶିଳ୍ପୀମାନେ ଗୋଟିପୁଅ ନୃତ୍ୟ ପରିବେଷଣ କରିଥିଲେ। ଆଜିର କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକ ତଥା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ପରିଚାଳନା କରିଥିଲେ। Happy Living Odisha
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା happylivingodisha@gmail.com Feb 22, 2026
SPORTS ୱିପ୍ରୋ ଆର୍ଥିୟାନ୍ ପ୍ରତିଯୋଗିତାରେ ଓଡ଼ିଶାର ଲୁଇସ୍ ବ୍ରେଲି ଦୃଷ୍ଟି ବାଧିତ ବିଦ୍ୟାଳୟ ବିଜୟୀ happylivingodisha@gmail.com Feb 16, 2026
STATE NEWS ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କିସ୍ର୨୧୦୦ ଛାତ୍ରଛାତ୍ରୀ ସର୍ବଭାରତୀୟ ସ୍ତରରେ ସର୍ବାଧିକ happylivingodisha@gmail.com Feb 15, 2026
Leave a Reply