STATE NEWS ଗୋଟିପୁଅର ବିକାଶରେ ଅର୍ଥ ବାଧକ ସାଜିବ ନାହିଁ, ଗୋଟିପୁଅ ଗୁରୁକୁଳକୁ ଯୁଗୋପଯୋଗୀ ଓ ସଶକ୍ତ କରାଯିବ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ happylivingodisha@gmail.com Sep 2, 2025 0 ଗୋଟିପୁଅର ବିକାଶରେ ଅର୍ଥ ବାଧକ ସାଜିବ ନାହିଁ, ଗୋଟିପୁଅ ଗୁରୁକୁଳକୁ ଯୁଗୋପଯୋଗୀ ଓ ସଶକ୍ତ କରାଯିବ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଭୁବନେଶ୍ୱର (HAPPY LIVING ODISHA)“ଗୋଟିପୁଅ ହେଉଛି ଆମ ଓଡ଼ିଆ ଅସ୍ମିତାର ପରିଚୟ, ଆମ ନୃତ୍ୟ ପରମ୍ପରାର ପରିଚାୟକ। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବରେ ଆମ ନୃତ୍ୟ ଶିଳ୍ପୀମାନଙ୍କର ନୈପୁଣ୍ୟତା ତଥା ଗୋଟିପୁଅ ନୃତ୍ୟର ମହନୀୟତା ପ୍ରଦର୍ଶିତ ହୋଇଛି। ଗୋଟିପୁଅର ସକାରାତ୍ମକ ଭବିଷ୍ୟତ ପାଇଁ ଆଲୋଚନା ଚକ୍ରରେ ନୃତ୍ୟର ବିଭିନ୍ନ ଦିଗକୁ ନେଇ ବିଶ୍ଳେଷଣ କରାଯାଇଛି। ଆଗାମୀ ଦିନରେ ଗୋଟିପୁଅ ନୃତ୍ୟ ପ୍ରଶିକ୍ଷଣ ପ୍ରଦାନ କରୁଥିବା ସମସ୍ତ ଗୁରୁକୁଳ ଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହିତ ନୃତ୍ୟର ମୌଳିକତାକୁ ରକ୍ଷା କରି ଗୁରୁକୁଳ ଗୁଡ଼ିକୁ ସଶକ୍ତ ଓ ଯୁଗୋପଯୋଗୀ କରାଯିବ। ଗୁରୁ-ଶିଷ୍ୟ ପରମ୍ପରାକୁ ଗତିଶୀଳ କରିବା ସହିତ ନୂଆପିଢ଼ିଙ୍କୁ ନୃତ୍ୟ ଶିଖିବା ପାଇଁ ପ୍ରୋତ୍ସାହିତ କରାଯିବ। ଜାତୀୟ ଶିକ୍ଷା ନୀତି ଆଧାରରେ ଆମ ପାରମ୍ପରିକ ନୃତ୍ୟକୁ ଯେପରି ପାଠ୍ୟକ୍ରମ ଓ ସହ ପାଠ୍ୟକ୍ରମ ଭାବେ ସଂଶ୍ଳିଷ୍ଟ କରାଯାଇପାରିବ ସେ ଦିଗରେ ଗୁରୁତ୍ୱାରୋପ କରାଯିବ”, ବୋଲି କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ। ରାଜ୍ୟ ସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବର ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗୋଟିପୁଅ କେବଳ ଯେ ମନୋରଞ୍ଜନର ମାଧ୍ୟମ ନୁହେଁ ବରଂ ଆମ ସଂସ୍କୃତିର ପଥ ପ୍ରଦର୍ଶକ ଏବଂ ଏକ ସୁସ୍ଥ ଓ ନିରୋଗ ଜୀବନଶୈଳୀ ଯାପନ କରିବାର ମାଧ୍ୟମ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଥିଲେ। ଉଦଯାପନୀ ସମାରୋହରେ ଗୁରୁ ଭାଗିରଥି ମହାପାତ୍ର (୮୩ ବର୍ଷ ବୟସରେ) ଗୋଟିପୁଅ ନୃତ୍ୟ ପରିବେଷଣ କରିଥିଲେ, ଯାହାକି ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ରହିଥିଲା। ଏଥିସହ “ଗୋଟିପୁଅର ମୌଳିକତା ଓ ବେଶପୋଷାକ” ଶୀର୍ଷକକୁ ନେଇ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା। ଗୋଟିପୁଅ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲ୍, ଗୁରୁ ଧନେଶ୍ୱର ସ୍ୱାଇଁ, ଡ଼କ୍ଟର ଚିତ୍ତରଞ୍ଜନ ମଲିଆ, ଗୁରୁ ସତ୍ୟପ୍ରିୟ ପଲାଇ, ଡ଼କ୍ଟର ସ୍ନେହପ୍ରଭା ସାମନ୍ତରାୟ, ଗୁରୁ ନୀଳାଚଳ ମହାପାତ୍ର ପ୍ରମୁଖଙ୍କୁ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ ସମ୍ବର୍ଦ୍ଧିତ କରିଥିଲେ। ଉଦ୍ଯାପନୀ ସନ୍ଧ୍ୟାରେ ଦଶଭୂଜା ଗୋଟିପୁଅ ନୃତ୍ୟ ପରିଷଦ, ଲକ୍ଷ୍ମୀପ୍ରିୟା ଗୋଟିପୁଅ ନୃତ୍ୟ କେନ୍ଦ୍ର, ସ୍ଵାତୀଶ୍ରୀ ଗୋଟିପୁଅ ଓ ଓଡ଼ିଶୀ ନୃତ୍ୟ ପରିଷଦ, ନକ୍ଷତ୍ର ଗୁରୁକୁଳ ଟ୍ରଷ୍ଟ, ଅଭିନ୍ନ ସୁନ୍ଦର ଗୋଟିପୁଅ, କସଡ଼ା ଗୋଟିପୁଅ ଆଦି ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ଗୋଟିପୁଅ ନୃତ୍ୟ ପରିବେଷଣ କରିଥିଲେ। ପ୍ରକାଶଯୋଗ୍ୟ ଯେ, ଅଗଷ୍ଟ ୩୦ ତାରିଖ ଠାରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଲୋକକଳା ସଂଘର ମିଳିତ ସହଯୋଗରେ ରାଜ୍ୟସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବର ଆୟୋଜନ କରାଯାଇଥିଲା। ଏହି ରାଜ୍ୟ ସ୍ତରୀୟ ନୃତ୍ୟ ମହୋତ୍ସବରେ ୨୦ଟି ନୃତ୍ୟଦଳ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ପଦ୍ମଶ୍ରୀ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ, ଉତ୍କଳ ସଂସ୍କୃତି ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। Happy Living Odisha
STATE NEWS ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା happylivingodisha@gmail.com Feb 22, 2026
STATE NEWS ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କିସ୍ର୨୧୦୦ ଛାତ୍ରଛାତ୍ରୀ ସର୍ବଭାରତୀୟ ସ୍ତରରେ ସର୍ବାଧିକ happylivingodisha@gmail.com Feb 15, 2026
STATE NEWS ମହାଶିବରାତ୍ରି ଅବସରରେ ରାଜ୍ୟପାଳଙ୍କ ଲିଙ୍ଗରାଜ ମନ୍ଦିର ଦର୍ଶନ happylivingodisha@gmail.com Feb 15, 2026
STATE NEWS ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଜାଗର ଯାତ୍ରାରେ ଭକ୍ତଙ୍କ ଭିଡ । happylivingodisha@gmail.com Feb 15, 2026
STATE NEWS ସମସ୍ତ ଆଧୁନିକ ସୁବିଧା ସହିତ ଗୁଣାତ୍ମକ ଶିକ୍ଷାର ଏକ ମଡେଲ ଭାବରେ ଏହି ସ୍କୁଲ ବିକଶିତ ହେବ – ମୁଖ୍ୟମନ୍ତ୍ରୀ happylivingodisha@gmail.com Feb 15, 2026
STATE NEWS ପିଏମଏୱାଇ ଜରିଆରେ ଓଡ଼ିଶାର ଜଣେ ଗରିମା ଶ୍ରମିକଙ୍କ ଜୀବନରେ ପରିବର୍ତ୍ତନ happylivingodisha@gmail.com Feb 15, 2026
STATE NEWS ନବରଙ୍ଗପୁର ଠାରେ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ happylivingodisha@gmail.com Feb 14, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା happylivingodisha@gmail.com Feb 22, 2026
SPORTS ୱିପ୍ରୋ ଆର୍ଥିୟାନ୍ ପ୍ରତିଯୋଗିତାରେ ଓଡ଼ିଶାର ଲୁଇସ୍ ବ୍ରେଲି ଦୃଷ୍ଟି ବାଧିତ ବିଦ୍ୟାଳୟ ବିଜୟୀ happylivingodisha@gmail.com Feb 16, 2026
STATE NEWS ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କିସ୍ର୨୧୦୦ ଛାତ୍ରଛାତ୍ରୀ ସର୍ବଭାରତୀୟ ସ୍ତରରେ ସର୍ବାଧିକ happylivingodisha@gmail.com Feb 15, 2026
Leave a Reply