PRGI REGD NO : ORORI/25/A1991

Advertisement

ପର୍ୟ୍ୟଟନ ବିଭାଗ ସଂସ୍କୃତିକ ପରିଷଦ ଦ୍ଵାରା ପର୍ୟ୍ୟଟନ ଫୁଟବଲ କପ ୨୦୨୫ ଆୟୋଜିତ

ପର୍ୟ୍ୟଟନ ବିଭାଗ ସଂସ୍କୃତିକ ପରିଷଦ ଦ୍ଵାରା ପର୍ୟ୍ୟଟନ ଫୁଟବଲ କପ ୨୦୨୫ ଆୟୋଜିତ

(କିଶୋର କ୍ଲବ ବିଜେତା)

ଭୁବନେଶ୍ୱର HAPPY LIVING ODISHA (୧୪.୦୯.୨୦୨୫): ପର୍ୟ୍ୟଟନ ବିଭାଗ ସାଂସ୍କୃତିକ ପରିଷଦ ଦ୍ଵାରା ପର୍ୟ୍ୟଟନ ଫୁଟବଲ କପ ୨୦୨୫ ୟୁନିଟ ୱାନ ଭୁବନେଶ୍ୱର ଫୁଟବଲ ଏକାଡେମୀ ଗ୍ରାଉଣ୍ଡରେ ଆୟୋଜିତ ହୋଇଯାଇଅଛି । ଏହି ଫୁଟବଲ ମ୍ୟାଚରେ ସଚିବାଳୟ ଫୁଟବଲ ଟିମ-ଏ, ସଚିବାଳୟ ଫୁଟବଲ ଟିମ-ବି, ଆଇ.ଆଇ.ଟି.ଟି.ଏମ. ଭୁବନେଶ୍ଵର ଫୁଟବଲ ଟିମ, କମିସନରେଟ ଅଫ ପୋଲିସ ଫୁଟବଲ ଟିମ, ଓ.ପି.ଟି.ସି.ଏଲ. ଫୁଟବଲ ଟିମ, ଓ.ୟୁ.ଏ.ଟି ଫୁଟବଲ ଟିମ, କିଶୋର କ୍ଲବ ଫୁଟବଲ ଟିମ ଏବଂ ଟୁରିଜିମ ଫୁଟବଲ ଟିମ ଅଂଶ ଗ୍ରହଣ କରିଥିଲେ । ପ୍ରଥମ ଲିଗ ମ୍ୟାଚରେ ଉନ୍ନିତ ହୋଇଥିବା ଟିମ ଥିଲେ ୪ – ୦ ରେ କିଶୋର କ୍ଲବ, ୫-୦ ରେ ଟୁରିଜିମ ଫୁଟବଲ ଟିମ, ୪-୦ରେ ଓ.ୟୁ.ଏ.ଟି ଫୁଟବଲ ଟିମ ଓ ୨-୦ରେ କମିସନରେଟ ଅଫ ପୋଲିସ ଫୁଟବଲ ଟିମ । ସେମି ଫାଇନାଲ ଉନ୍ନିତ ହୋଇଥିବା ଟିମ ଥିଲେ ୨ – ୦ ରେ କିଶୋର କ୍ଲବ, ୬-୪ ରେ ଟୁରିଜିମ ଫୁଟବଲ ଟିମ । ଫାଇନାଲ ରୋମାଞ୍ଚକର ମ୍ୟାଚରେ ଉଭୟ ଦଳ କିଶୋର କ୍ଲବ ଓ ଟୁରିଜିମ ଫୁଟବଲ ଟିମ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା ଏବଂ କିଶୋର କ୍ଲବ ୩ – ୦ ରେ ଟୁରିଜିମ ଫୁଟବଲ ଟିମକୁ ହରାଇ ଚାମ୍ପିଅନ୍ସ ଟ୍ରଫି ହାସଲ କରିଥିଲା । କିଶୋର କ୍ଲବର ରୁଦ୍ର ମାନସିଂହଙ୍କୁ ଗୋଲଡେନ ବୁଟ ପ୍ରଦାନ କରଯାଇଥିଲା । ଏଥିରେ ଅତିଥି ଭାବେ ପର୍ୟ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ରୁଦ୍ର ନାରାୟଣ ଦାଶ, ପର୍ୟ୍ୟଟନ ବିଭାଗର ଅନୁ ଶାସନ ସଚିବ କାହ୍ନୁ ଚରଣ ଦାସ, ପର୍ୟ୍ୟଟନ ବିଭାଗର ଅନୁ ଶାସନ ସଚିବ ଅସୀମ କୁମାର ରାଉତ, ପର୍ୟ୍ୟଟନ ବିଭାଗର ଅନୁ ଶାସନ ସଚିବ ଅମୃତଲାଲ ମିର୍ଦ୍ଧା, ପର୍ୟ୍ୟଟନ ବିଭାଗ ସାଂସ୍କୃତିକ ପରିଷଦର ସଭାପତି ଶ୍ୟାମ ମୋହନ ସେଠୀ, ପର୍ୟ୍ୟଟନ ବିଭାଗ ସାଂସ୍କୃତିକ ପରିଷଦର ପୂର୍ବତନ ସଭାପତି ସରୋଜ କୁମାର ଜେନା, ପର୍ୟ୍ୟଟନ ବିଭାଗ ସାଂସ୍କୃତିକ ପରିଷଦର ସାଧାରଣ ସମ୍ପାଦକ ବିଜୟ କୁମାର ମାଝୀ, ପର୍ୟ୍ୟଟନ ବିଭାଗ ସାଂସ୍କୃତିକ ପରିଷଦର କ୍ରିଡା ସମ୍ପାଦକ ବିନୋୟ କୁମାର ଦେବତା, ପର୍ୟ୍ୟଟନ ବିଭାଗ ସାଂସ୍କୃତିକ ପରିଷଦର ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ପାଣିଗ୍ରାହୀ, ପର୍ୟ୍ୟଟନ ବିଭାଗ ସାଂସ୍କୃତିକ ପରିଷଦର କୋଷାଧକ୍ଷ ବାସୁଦେବ ମୁର୍ମୁ ଏବଂ ପର୍ୟ୍ୟଟନ ବିଭାଗର ଅଧିକାରୀ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ ବିଜେତା ଦଳ ଓ ଖେଳାଳିମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପର୍ୟ୍ୟଟନ ବିଭାଗ ସାଂସ୍କୃତିକ ପରିଷଦ ଫୁଟବଲ ତଥା କ୍ରିକେଟିଂ ପ୍ରତିଭାମାନଙ୍କୁ ପ୍ରତିଯୋଗୀ ପ୍ଲାଟଫର୍ମ ଯୋଗାଇବା ଏବଂ ଦଳଗତ କାର୍ୟ୍ୟ ଏବଂ କ୍ରୀଡ଼ାବିତ୍ ମୂଲ୍ୟବୋଧକୁ ଉତ୍ସାହିତ କରିବା ପାଇଁ ଏହିପରି କାର୍ୟ୍ୟକ୍ରମ ପ୍ରତେକ ବର୍ଷ ଆୟୋଜନ କରିଥାଏ ।

Happy Living Odisha

Leave a Reply

Your email address will not be published. Required fields are marked *