PRGI REGD NO : ORORI/25/A1991

Advertisement

ବିଧାନସଭାର ଅଧିବେଶନ ଆରମ୍ଭ, ଶୋକ ପରେ ମୁଲତବୀ

ଭୁବନେଶ୍ୱର : (HAPPY LIVING ODISHA) ସପ୍ତଦଶ ବିଧାନସଭାର ଅଧିବେଶନ ଆରମ୍ଭ, ଶୋକ ପରେ ମୁଲତବୀ ସଭାର ଚତୁର୍ଥ ତଥା ମୌସୁମୀ ଅଧିବେଶନ ଗୁରୁବାରରୁ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟାରେ ଗୃହରେ ଅଧ୍ୟକ୍ଷତା କରିବାକୁ ବାଚସ୍ପତି ସୁରମା ପାଢ଼ୀ ପହଂଚିବା ପରେ ରାଜ୍ୟ ସଶସ୍ତ୍ର ପୋଲିସ ବାହିନୀ ପକ୍ଷରୁ ପୋଲିସ ବାଦ୍ୟ ଧୁନରେ ଅଭିବାଦନ ଜଣାଇବା ପରେ ଗୃହ ଭିତରେ ଜାତୀୟ ସଂଗୀତ ଗାନ କରାଯାଇଥିଲା। ପରେ ଶୋକ ପ୍ରସ୍ତାବ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗତ କରିଥିଲେ। ମୁଖ୍ୟମନ୍ତ୍ରୀ ଗୃହର ଆସୀନ ସଦସ୍ୟ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆ, ପୂର୍ବତନ ଉପବାଚସ୍ପତି ରାଷ୍ଟ୍ର ମନ୍ତ୍ରୀ ବଭିୂତି ଭୂଷଣ ସିଂହ ମର୍‌ଦ୍ଦରାଜ, ପୂବର୍ତନ ସଦସ୍ୟ ପ୍ରସନ୍ନ ପଟ୍ଟନାୟକ, କରେନ୍ଦ୍ର ମାଝୀ, ନିରଞ୍ଜନ ହେମ୍ବ୍ରମ, ପ୍ରଫୁଲ୍ଲ ଭଞ୍ଜ, ମହମ୍ମଦ ରଫିକ ପ୍ରମୁଖ ପୂର୍ବତନ ସଦସ୍ୟ ଓ ଓଡିଶା ପୋଲିସ ଏବଂ ଆଇ ଆର ବାଟାଲିୟନର ଦିବଂଗତ ସଦସ୍ୟ ମାନଙ୍କ ଗୁଣାବଳୀ ବର୍ଣ୍ଣନା କରି ଶୋକ ବ୍ୟକ୍ତ କରିଥିଲେ। ଗୃହର ଶ୍ରଦ୍ଧାଞ୍ଜଳି ଜଣାଇ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ଗୃହ ନେତାଙ୍କ ଦ୍ୱାରା ଆଗତ ଶୋକ ପ୍ରସ୍ତ।ବକୁ ସମଥର୍ନ କରି ଗହୃ ରେ ମୁଖ୍ୟ ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ ,କଂଗେସ୍ର ପକ୍ଷରୁ ବିଧିାୟକ ଦଳ ନେତା ରାମଚନ୍ଦ୍ର କାଡାମ ପ୍ରମୁଖ ଶୋକ ପାଠ ଓ ସମ୍ପକ୍ତୃ ପରିବାର ପ୍ରତି ସମବେଦନା ଗହୃ ମାଧ୍ୟମରେ ଜଣାଇଥିଲେ। ବାଚସ୍ପତି ଶ୍ରୀମତୀ ପାଢୀ଼ ଶୋକ ପସ୍ତାବରେ ଅଂଶ ଗହ୍ରଣ କରି ଦିବଂଗତ ସଦସ୍ୟ ମାନଙ୍କ ଜୀବନ କାଳରେ କରିଥିବା ଭଲ କାମଗୁଡିକର ସ୍ମୃତି ଚାରଣ କରଥିଲେ। ଗହୃର ଶ୍ରଦ୍ଧାଞ୍ଜଳି ଶୋକ ସନ୍ତପ୍ତ ପରିବାରକୁ ଜଣାଇଦଆଯିବ ବୋଲି ବାଚସ୍ପତି କହିଥିଲେ। ପରେ ଦିବଂଗତ ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା।

Happy Living Odisha

Leave a Reply

Your email address will not be published. Required fields are marked *