STATE NEWS ନିଜ ଜିଲ୍ଲାରେ ଶିକ୍ଷକଙ୍କୁ ମିଳିବନି ନିଯୁକ୍ତି । happylivingodisha@gmail.com Sep 19, 2025 0 ନିଜ ଜିଲ୍ଲାରେ ଶିକ୍ଷକଙ୍କୁ ମିଳିବନି ନିଯୁକ୍ତି । ଭୁବନେଶ୍ୱର: ଗଣଶିକ୍ଷା ବିଭାଗରେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ବଦଳି ଏବଂ ନିଯୁକ୍ତି ନେଇ ନୀତି ପ୍ରସ୍ତୁତ । ସାଧାରଣ ପ୍ରଶାସନ ବିଭାଗ ନିୟମ ଅନୁସାରେ ବାର୍ଷିକ ବଦଳି ଏପ୍ରିଲ ୧୫ରୁ ଜୁନ୍ ୧୫ ମଧ୍ୟରେ ହେବ । ଏଥିସହ ନିଜ ଜିଲ୍ଲାରେ ଶିକ୍ଷକଙ୍କୁ ମିଳିବନି ନିଯୁକ୍ତି । ନିଜ ଜିଲ୍ଲାରେ ନିଯୁକ୍ତି ନ ଦେବାକୁ ହୋଇଛି ସ୍ଥିର । ନିଜ ଜିଲ୍ଲାରେ ନିଯୁକ୍ତି ପାଇଲେ ବି ତାଙ୍କୁ ନିଜ ବ୍ଲକରେ ରହିବାକୁ ଅନୁମତି ଦିଆଯିବ ନାହିଁ । ସେହିପରି ଜିଲ୍ଲା କ୍ୟାଡର କୌଣସି ଅଧିକାରୀ କିମ୍ବା କର୍ମଚାରୀ ଯେଉଁଠି ନିଯୁକ୍ତି ପାଇଥିବେ ସେଠାରେ ଅତି କମରେ ୩ ବର୍ଷ ରହିବା ପରେ ବଦଳି ହେବାକୁ ଯୋଗ୍ୟତା ଅର୍ଜନ କରିବେ । ଗୋଟିଏ ସ୍ଥାନରେ ୬ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ । ଯଦି କୌଣସି ଅଧିକାରୀ ନିଜ ଚାକିରି ସମୟର ୫ ବର୍ଷ ଅବିଭକ୍ତ କେବିକେ, ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ପୂରଣ କରିଥିବେ ତେବେ ସେ ଅନ୍ୟ ଜିଲ୍ଲାକୁ ବଦଳି ହୋଇପାରିବେ । ଅନ୍ୟ ଜିଲ୍ଲାରେ ୧୦ ବର୍ଷ ପୂରଣ କରିଥିବା ଅଧିକାରୀମାନେ ଅବିଭକ୍ତ କେବିକେ, ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ନିଯୁକ୍ତ ହେବେ। ଯଦି ସ୍ୱାମୀ-ସ୍ତ୍ରୀ ସରକାରୀ କର୍ମଚାରୀ ହୋଇଥାନ୍ତି ତାହା ହେଲେ ସେମାନଙ୍କୁ ନିକଟସ୍ଥ କିମ୍ବା ପାଖ ଅଞ୍ଚଳରେ ନିଯୁକ୍ତି ଦିଆଯାଇପାରିବ। ଅବସର ଗ୍ରହଣ କରିବାକୁ ଦୁଇ ବର୍ଷ ଥିବା ଅଧିକାରୀଙ୍କୁ ଯେଉଁଠାରେ ଅଛନ୍ତି ସେଠାରେ ରଖିବା କିମ୍ବା ସେମାନେ ନିଜ ଜିଲ୍ଲାକୁ ବଦଳି ହୋଇପାରିବେ । କମିଟି ମାଧ୍ୟମରେ ବଦଳି ଓ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ବିଭାଗ ନିଷ୍ପତ୍ତି ନେଇଛି । Happy Living Odisha
STATE NEWS “ମୁଖ୍ୟମନ୍ତ୍ରୀ ମକା ମିଶନ ଯୋଜନାର ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ” happylivingodisha@gmail.com Sep 26, 2025
STATE NEWS ୭୫ଜଣ ବରପୁତ୍ରଙ୍କ ନୂତନ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ ନିମନ୍ତେ ନିଷ୍ପତ୍ତି happylivingodisha@gmail.com Sep 25, 2025
STATE NEWS ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି happylivingodisha@gmail.com Sep 25, 2025
EDUCATION & HEALTH STATE NEWS ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ପାଠକ ଓ ପାଠିକାମାନଙ୍କ ନିମନ୍ତେ ବକ୍ତୃତା ପ୍ରତିଯୋଗିତାର ଆୟୋଜନ happylivingodisha@gmail.com Sep 25, 2025
STATE NEWS ଅକ୍ଟୋବର ୨ ରୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ନିଶା ନିବାରଣ ଅଭିଯାନ happylivingodisha@gmail.com Sep 23, 2025
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
EDUCATION & HEALTH ପ୍ରଭାତ ଫେରି ମାଧ୍ୟମରେ ଯୋଗ ପ୍ରତି ସଚେତନତାର ବାର୍ତ୍ତା happylivingodisha@gmail.com Sep 27, 2025
POLITICAL NEWS ଝାରସୁଗୁଡ଼ାରେ ଆୟୋଜିତ ହୋଇଥିବା ଯୁବ ସମାବେଶ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ happylivingodisha@gmail.com Sep 27, 2025
SPORTS ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଏସୀୟ ଟେବୁଲ ଟେନିସ୍ ଟିମ୍ ଚାମ୍ପିୟନସିପ୍ happylivingodisha@gmail.com Sep 26, 2025
STATE NEWS “ମୁଖ୍ୟମନ୍ତ୍ରୀ ମକା ମିଶନ ଯୋଜନାର ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ” happylivingodisha@gmail.com Sep 26, 2025
Leave a Reply