STATE NEWS ଖୋର୍ଦ୍ଧା ଜିଲ୍ଲାର ଯକ୍ଷ୍ମା ରୋଗୀଙ୍କୁ ରାଜ୍ୟପାଳ ଖାଦ୍ୟ ବାସ୍କେଟ ପ୍ରଦାନ କଲେ happylivingodisha@gmail.com Sep 20, 2025 0 ଖୋର୍ଦ୍ଧା ଜିଲ୍ଲାର ଯକ୍ଷ୍ମା ରୋଗୀଙ୍କୁ ରାଜ୍ୟପାଳ ଖାଦ୍ୟ ବାସ୍କେଟ ପ୍ରଦାନ କଲେ ଭୁବନେଶ୍ୱର, ତା ୨୦/୦୯/୨୦୨୫ – ଖୋର୍ଦ୍ଧା ଜିଲ୍ଲାର ଯକ୍ଷ୍ମା ରୋଗୀଙ୍କ ପାଇଁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍।ଟି ଖାଦ୍ୟ ବାସ୍କେଟ ପ୍ରଦାନ କରିଛନ୍ତି। ଯକ୍ଷ୍ମା ବିରୁଦ୍ଧରେ ଓଡ଼ିଶାର ଲଢେଇକୁ ସୁଦୃଢ଼ କରିବା ଏବଂ ରୋଗୀମାନଙ୍କୁ ଚିକିତ୍ସା ସମୟରେ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ତା ୨୦/୦୯/୨୦୨୫ ଦିନ ରାଜଭବନର ମିନି କନଫରେନ୍ସ ହଲଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ଖୋର୍ଦ୍ଧା ଜିଲ୍ଲାର ୧୦୦ ଜଣ ଯକ୍ଷ୍ମା ରୋଗୀଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ବାସ୍କେଟ୍ ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜଙ୍କୁ ପ୍ରଦାନ କରଛି ନ୍ତି। ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର ଏକ ଅଂଶ ବିଶେଷ ଯାହା ଅଧୀନରେ ଚିକିତ୍ସା ସମୟରେ ସ୍ଥାୟୀ ସ୍ଥାୟୀ ପୁଷ୍ଟିକର ସହାୟତା ପ୍ରଦାନ କରବା ପାଇଁ ରାଜ୍ୟପାଳ ଖୋର୍ଦ୍ଧା ଜିଲ୍ଲାର ଯକ୍ଷ୍ମା ରୋଗୀମାନଙ୍କୁ ନିକ୍ଷୟ ମିତ୍ର ଭାବେ ପୋଷ୍ୟ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ଦ୍ୱାରା ପାୱାରପଏଂଟ ପ୍ରେଜେଂଟେସନ ମାଧ୍ୟମରେ ରାଜ୍ୟରେ ଯକ୍ଷ୍ମା ରୋଗର ବର୍ତ୍ତମାନର ସ୍ଥିତି ଏବଂ ରୋଗ ନିରାକରଣ କରିବା ପାଇଁ ରାଜ୍ୟ ସରକାରଙ୍କ ବହୁମୁଖୀ ପ୍ରୟାସ ସଂପର୍କରେ ତଥ୍ୟ ଓ ବିବରଣୀ ଉପସ୍ଥାପନ କରାଯାଇଥିଲା। ଏହି ଅବସରରେ ମାନ୍ୟବର ରାଜ୍ୟପାଳ ଯକ୍ଷ୍ମା ନିରାକରଣ ପ୍ରୟାସକୁ ତ୍ୱରାନ୍ୱିତ କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ଘୋଷଣା କରି ସମାଜର ଦୁର୍ବଳ ବର୍ଗର ଆଉ ୫୦ ଜଣ ଔଷଧ-ପ୍ରତିରୋଧି ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବେ ବୋଲି ସୂଚନା ଦେଇଥିଲେ। ଆହୁରି ମଧ୍ୟ ରାଜ୍ୟପାଳ କହିଥିଲେ ଯେ, ବିଶ୍ୱବିଦ୍ୟାଳୟ, କର୍ପୋରେଟ ସେକର୍ଟର ଏବଂ ଜନ ହିତୈଷୀମାନେ ନି-କ୍ଷୟ ମିତ୍ର ଭାବେ ଆଗେଇ ଆସି ଯକ୍ଷ୍ମା ମୁକ୍ତ ଓଡ଼ିଶା ପାଇଁ ସାମୁହିକ ଯୋଗଦାନ ନିମନ୍ତେ ଅନୁରୋଧ କରାଯିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ୱଥି ଏସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ରାଜ୍ୟପାଳଙ୍କ ମହନୀୟ ନେତୃତ୍ୱ ତଥା ରାଜ୍ୟକୁ ଯକ୍ଷ୍ମା ମୁକ୍ତ କରିବା ଦିଗରେ ପ୍ରତିବଦ୍ଧତା ପାଇଁ କୃତଜ୍ଞତା ଜଣାଇଥିଲେ। ରାଜ୍ୟପାଳଙ୍କ ଏତାଦୃଶ ପଦକ୍ଷେପ କେବଳ ରୋଗୀଙ୍କ ସ୍ୱାସ୍ଥ୍ୟକୁ ସୁଦୃଢ଼ କରିବ ନାହିଁ, ବରଂ ନୂତନ ସଂକଳ୍ପ ସହ ଯକ୍ଷ୍ମା ମୁକାବିଲା କରିବା ପାଇଁ ସମାଜରେ ସାମୁହିକ ଦାୟିତ୍ୱକୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ। ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ରୂପ। ରୋଶନ ସାହୁ, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଡ. ବୃନ୍ଧା ଡି ଙ୍କ ସମେତ ଅନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। Happy Living Odisha
STATE NEWS ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା happylivingodisha@gmail.com Feb 22, 2026
STATE NEWS ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କିସ୍ର୨୧୦୦ ଛାତ୍ରଛାତ୍ରୀ ସର୍ବଭାରତୀୟ ସ୍ତରରେ ସର୍ବାଧିକ happylivingodisha@gmail.com Feb 15, 2026
STATE NEWS ମହାଶିବରାତ୍ରି ଅବସରରେ ରାଜ୍ୟପାଳଙ୍କ ଲିଙ୍ଗରାଜ ମନ୍ଦିର ଦର୍ଶନ happylivingodisha@gmail.com Feb 15, 2026
STATE NEWS ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଜାଗର ଯାତ୍ରାରେ ଭକ୍ତଙ୍କ ଭିଡ । happylivingodisha@gmail.com Feb 15, 2026
STATE NEWS ସମସ୍ତ ଆଧୁନିକ ସୁବିଧା ସହିତ ଗୁଣାତ୍ମକ ଶିକ୍ଷାର ଏକ ମଡେଲ ଭାବରେ ଏହି ସ୍କୁଲ ବିକଶିତ ହେବ – ମୁଖ୍ୟମନ୍ତ୍ରୀ happylivingodisha@gmail.com Feb 15, 2026
STATE NEWS ପିଏମଏୱାଇ ଜରିଆରେ ଓଡ଼ିଶାର ଜଣେ ଗରିମା ଶ୍ରମିକଙ୍କ ଜୀବନରେ ପରିବର୍ତ୍ତନ happylivingodisha@gmail.com Feb 15, 2026
STATE NEWS ନବରଙ୍ଗପୁର ଠାରେ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ happylivingodisha@gmail.com Feb 14, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା happylivingodisha@gmail.com Feb 22, 2026
SPORTS ୱିପ୍ରୋ ଆର୍ଥିୟାନ୍ ପ୍ରତିଯୋଗିତାରେ ଓଡ଼ିଶାର ଲୁଇସ୍ ବ୍ରେଲି ଦୃଷ୍ଟି ବାଧିତ ବିଦ୍ୟାଳୟ ବିଜୟୀ happylivingodisha@gmail.com Feb 16, 2026
STATE NEWS ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କିସ୍ର୨୧୦୦ ଛାତ୍ରଛାତ୍ରୀ ସର୍ବଭାରତୀୟ ସ୍ତରରେ ସର୍ବାଧିକ happylivingodisha@gmail.com Feb 15, 2026
Leave a Reply