PRGI REGD NO : ORORI/25/A1991

Advertisement

୫ମ ଆନ୍ତର୍ଜାତୀୟ ତ୍ରୀନେତ୍ର ସମ୍ମାନ ଉତ୍ସବ

କିମ୍ବଦନ୍ତୀ ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ତ୍ରୀନେତ୍ର କଳା କୁଞ୍ଜ ଦ୍ୱାରା ଆୟୋଜିତ ୫ମ ଆନ୍ତର୍ଜାତୀୟ ତ୍ରୀନେତ୍ର ସମ୍ମାନ ଉତ୍ସବ ୨୦୨୫ରେ ଦେଖିବାକୁ ମିଳିଥିଲା ପୁରସ୍ମାର ବିତରଣ ସହିତ ଓଡ଼ିଶୀ, କଥକ ଓ ପାରମ୍ପାରିକ ନୃତ୍ୟର ସମ୍ଭାର 

ଭୁବନେଶ୍ୱର (HAPPY LIVING ODISHA): ଭୁବନେଶ୍ୱରର ଭଞ୍ଜ କଳା ମଣ୍ଡପରେ କିମ୍ବଦନ୍ତି ଗୁରୁ ଦେବପ୍ରସାଦ ଦାସଙ୍କ ଅନନ୍ୟ ଶୈଳୀକୁ ବଜାୟ ରଖୁଥିବା ଏକ ଅଗ୍ରଣୀ ଅନୁଷ୍ଠାନ ତ୍ରୀନେତ୍ର କଳା କୁଞ୍ଜ ଓ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ସହଯୋଗରେ ୫ମ ଆନ୍ତର୍ଜାତିୟ ତ୍ରୀନେତ୍ର ସମ୍ମାନ ଉତ୍ସବ ୨୦୨୫ ଆୟୋଜନ କରିଥିଲା । ସ୍ୱର୍ଗତ ଗୁରୁ ଦେବପ୍ରସାଦ ଦାସଙ୍କ ଅନନ୍ୟ ଶୈଳୀ (ଘରାନା)କୁ ଓଡ଼ିଶୀ ନୃତ୍ୟ ରୂପରେ ପ୍ରଦର୍ଶନ କରି ତାର ପ୍ରଚାର ଓ ପ୍ରସାର କରିବା ଏହି ଉତ୍ସବ ଆୟୋଜନର ଉଦ୍ଦେଶ୍ୟ । ଉଦ୍‌ଘାଟନୀ ଅଧିବେଶନ ଆରମ୍ଭ ହୋଇଥିଲା ପୂର୍ବାହ୍ନ ୧୦ ଟାରୁ ଯେଉଁଥିରେ ତ୍ରୀନେତ୍ର କଳା କୁଞ୍ଜ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ଏକକ ଓ ଦଳଗତ ନୃତ୍ୟ ପରିବେଷିତ ହୋଇଥିଲା । ମଧ୍ୟାହ୍ନ ଅଧିବେଶନରେ ତ୍ରୀନେତ୍ର କଳା କୁଞ୍ଜ ଅନୁଷ୍ଠାନର ଶିଳ୍ପୀମାନେ ଏକକ ଓଡ଼ିଶୀ ନୃତ୍ୟ, ମୋକ୍ଷ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ ହୋଇଥିଲା ଦଳଗତ ଓଡ଼ିଶୀ ନୃତ୍ୟ ଏବଂ ଶେଷରେ ସୌରଶ୍ରୀ ଦେବନାଥ କଥକ ନୃତ୍ୟ ପରିବେଷଣ କରିଥିଲେ । ସନ୍ଧ୍ୟା ଅଧିବେଶନର ପ୍ରାରମ୍ଭରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀର ସଚିବ ଶ୍ରୀ ଚନ୍ଦ୍ରଶେଖର ହୋତା, ଉକ୍ରଳ ଅନ୍ତର୍ଜାତୀୟ ବିଦ୍ୟାଳୟର ପ୍ରତିଷ୍ଠାତା ଡ଼କ୍ଟର ଗଣେଶ ପ୍ରସାଦ ବେହେରା, ସମାଜସେବୀ ଶ୍ରୀ ସୁବ୍ରତ କୁମାର ସାମଲ, ସମାଜସେବୀ ଶ୍ରୀ ହରିହର ବେଉରା, ତ୍ରିଧାରାର ନିର୍ଦ୍ଦେଶକ ଗୁରୁ ଡ଼କ୍ଟର ଗଜେନ୍ଦ୍ର କୁମାର ପଣ୍ଡା, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ମୁକ୍ତିଲତା ପାଲ ଏବଂ ତ୍ରୀନେତ୍ର କଳା କୁଞ୍ଜର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଗୁରୁ ରମାକାନ୍ତ ସାହୁ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱୋଳନ କରିଥିଲେ । ଚଳିତ ବର୍ଷ ଓଡ଼ିଶାର ସମୃଦ୍ଧ ଏବଂ ବିବିଧ ସାଂସ୍କୃତିକ ପରିବେଶର ଦୁଇ ଜଣ ପ୍ରତିଷ୍ଠିତ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱଙ୍କୁ ଆନ୍ତର୍ଜାତୀୟ ତ୍ରୀନେତ୍ର ଜୀବନବ୍ୟାପୀ ଉପଲବ୍ଧୀ ସମ୍ମାନ ୨୦୨୫ ରେ ସମ୍ମାନିତ କରାଯାଇଥିଲା । ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀ ହରିହର ମହାନ୍ତି ଏବଂ ବିଶିଷ୍ଠ ସଙ୍ଗୀତ ଆଚାର୍ଯ୍ୟ ସୀମାଞ୍ଚଳ ଦାସଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ଆନ୍ତର୍ଜାତୀୟ ତ୍ରୀନେତ୍ର ସମ୍ମାନ ୨୦୨୫ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ଡ଼କ୍ଟର ସୁଜାତା ମିଶ୍ର, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ବିଦୁଶୀ ଅତଶୀ ମିଶ୍ର, ବିଶିଷ୍ଟ ଓଡ଼ିଶୀ ଗାୟୀକା ତଥା ସଙ୍ଗୀତକାର ବିଦୁଶୀ ସଙ୍ଗୀତା ପଣ୍ଡା ଏବଂ ପ୍ରଖ୍ୟାତ ସମାଜସେବୀ ଶ୍ରୀ ଶଙ୍କରସଣ ମହାପାତ୍ରଙ୍କୁ ପ୍ରଦାନ କରାଯାଇଥିଲା । ଆନ୍ତର୍ଜାତୀୟ ତ୍ରୀନେତ୍ର ଯୁବ ପ୍ରତିଭା ସମ୍ମାନ ୨୦୨୫ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ପାଇଁ ଗୁରୁ କିଶୋର ଦଳେଇ, ଶ୍ରୀ ଜଜ୍ଞାଦତ୍ତ ପ୍ରଦାନ, ବିଜୟଲକ୍ଷ୍ମୀ ଓଝା ଓ ପ୍ରତ୍ୟାଶା ପାଣିଗ୍ରାହୀଙ୍କୁ ପ୍ରଦାନ କରାଯାଇଥିଲା । ଏହା ପରେ ଆନ୍ତର୍ଜାତୀୟ ତ୍ରୀନେତ୍ର ଶିଶୁ ପ୍ରତିଭା ସମ୍ମାନ ୨୦୨୫ କଥକ ନୃତ୍ୟ ପାଇଁ ସୌରଶ୍ରୀ ଦେବନାଥ, ଓଡ଼ିଶୀ ନୃତ୍ୟ ପାଇଁ ସାଇ ଦୁର୍ଗା ନାୟକ, ପ୍ରୀୟଙ୍କା ପ୍ରୀୟଦର୍ଶନୀ ଓ ବିଜୟଲକ୍ଷ୍ମୀ ଶ୍ରୀଚନ୍ଦନଙ୍କୁ ପ୍ରଦାନ କରାଯାଇଥିଲା ।

ସମ୍ମାନଜନକ ପୁରସ୍କାର ବିତରଣ ସାମରୋହ ପରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ଅନୁଷ୍ଠାନ ଓ ନୃତ୍ୟଶିଳ୍ପୀମାନେ ଥିଲେ ତ୍ରୀନେତ୍ର କଳା କୁଞ୍ଜ, ବିଦୁଶୀ ଆତଶୀ ମିଶ୍ର,
ଜାଜ୍ଞଦତ୍ତ ପ୍ରଧାନ, ପ୍ରତ୍ୟାଶା ପାଣିଗ୍ରାହୀ, ତ୍ରୀଧାରା, ଗୁରୁ କିଶୋର ଦଳାଇ, ମହେଶ୍ୱରୀ ପ୍ରଧାନ ଓ ବିଜୟଲକ୍ଷୀ ଓଝା ଏବଂ କାର୍ଯ୍ୟକ୍ରମର ଶେଷରେ ପାରମ୍ପାରିକ ନୃତ୍ୟ
ପରିବେଷଣ କରିଥିଲେ ତ୍ରୀନେତ୍ର କଳା କୁଞ୍ଜର ଶିଳ୍ପୀମାନେ । ଏହି କାର୍ଯ୍ୟକ୍ରମଟିକୁ ଶ୍ରୀ ଶିବାନନ୍ଦ ବାରିକ୍‍ ପରିଚାଳନା କରିଥିଲେ ।

Happy Living Odisha

Leave a Reply

Your email address will not be published. Required fields are marked *