PRGI REGD NO : ORORI/25/A1991

Advertisement

ନିରୋଗ ଏବଂ ଶୃଙ୍ଖଳିତ ସମାଜ ଗଠନ ପାଇଁ ଯୋଗାଭ୍ୟାସ

ଭାରତୀୟ ଯୋଗ ସଂସ୍ଥାନ , ନୟାପଲ୍କୀ ଯୋଗ ଜିଲ୍ଲା ତରଫରୁ ଇନ୍ଦ୍ରଧନୁ କ୍ଷେତ୍ର ଏବଂ ଆଇ.ଆର୍.ସି  କ୍ଷେତ୍ରର ମିଳିତ ଆନୁକୁଲ୍ୟରେ ‘ଯୋଗ ଉତ୍ସବ’ ଅନୁଷ୍ଠିତ ।  ନିରୋଗ ଏବଂ ଶୃଙ୍ଖଳିତ ସମାଜ ଗଠନ ପାଇଁ  ନିୟମିତ ଯୋଗାଭ୍ୟାସ ପାଇଁ ଆହ୍ୱାନ 

ଭୁବନେଶ୍ୱର , ୨୪.୦୯.୨୦୨୫ ଭାରତୀୟ ଯୋଗ ସଂସ୍ଥାନ, ନୟାପଲ୍କୀ ଯୋଗ ଜିଲ୍ଲା, ଓଡ଼ିଶା ତରଫରୁ ଇନ୍ଦ୍ରଧନୁ କ୍ଷେତ୍ର ଏବଂ ଆଇ.ଆର୍.ସି  କ୍ଷେତ୍ରର ମିଳିତ ଆନୁକୁଲ୍ୟରେ  ଆଜି ” ଯୋଗ ଉତ୍ସବ ” ଅନୁଷ୍ଠିତ ହୋଇଥିଲା । ଏକ ଶୃଙ୍ଖଳିତ, ସୁସ୍ଥ ଏବଂ ଶାନ୍ତ ପରିବେଶରେ  ଅନୁଷ୍ଠିତ ହୋଇଯାଇଥିବା  ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ  ଯୋଗ ପ୍ରତି ସଚେତନତା ସୃଷ୍ଟି କରିବା ଓ ସମସ୍ତଙ୍କ  ମନରେ ନିୟମିତ ଯୋଗାଭ୍ୟାସ ପାଇଁ  ଏକ ସୁନ୍ଦର ଏବଂ ସ୍ୱତନ୍ତ୍ର  ଛାପ ଛାଡ଼ିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା । କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥି ଓ ଭାରତୀୟ ଯୋଗ ସଂସ୍ଥାନର କାର୍ଯ୍ୟକର୍ତ୍ତାମାନେ ଜନସାଧାରଣଙ୍କୁ ଯୋଗ ପ୍ରତି ଆକୃଷ୍ଟ କରିବା, ଏକ ନିରୋଗ ଏବଂ ଶୃଙ୍ଖଳିତ ସମାଜ ଗଠନରେ ନିଜର ଭୂମିକାକୁ  ପ୍ରଭାବୀ  କରିବା ସଂପର୍କରେ ଆଲୋକପାତ କରି ଉତ୍ସାହିତ କରିଥିଲେ ।
  ଏହି କାର୍ଯ୍ୟକ୍ରମରେ ପ୍ରାନ୍ତ ପ୍ରଧାନ ଶ୍ରୀ ସୁରେଶ ମହାପାତ୍ର , ପ୍ରାନ୍ତ ସଦସ୍ୟା ଶ୍ରୀମତୀ ମଞ୍ଜୁଳା ମିଶ୍ର , ଜିଲ୍ଲା ଅଧିକାରୀ   ଶ୍ରୀ ପ୍ରଦୀପ୍ତ ମହାନ୍ତି , ଶ୍ରୀ ଜ୍ୟୋତିର୍ମୟ ରଥ, ଜୟଶ୍ରୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଯୋଗ ଉତ୍ସବ କାର୍ଯ୍ୟକ୍ରମର  ଶୁଭାରମ୍ଭ   କରିଥିଲେ । ଏହି ଅବସରରେ  ବିଭିନ୍ନ ସାଧକ ସାଧିକା ମାନଙ୍କ ଦ୍ୱାରା ଯୋଗର ବିଭିନ୍ନ  ଆସନ ,ପ୍ରାଣାୟାମ , ଧ୍ୟାନର ଅଭ୍ୟାସ କରାଯିବା ସହ ଭଜନ, ଯୋଗ ସଂଗୀତ , ଯୋଗର ମହତ୍ତ୍ଵକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା ।  ତତ୍ ସହିତ କେତେକ ସାଧକ ସାଧିକା  ଯୋଗ କରିବା ଦ୍ୱାରା ସେମାନେ କିପରି ବହୁଧା ଉପକୃତ ହୋଇଛନ୍ତି , ସେ ସଂପର୍କରେ ନିଜ ନିଜର ଅନୁଭୂତି  ବଖାଣି ଥିଲେ । ଏହି  କାର୍ଯ୍ୟକ୍ରମକୁ ଶ୍ରୀମତୀ   ମମତା ଦାଶ ସଞ୍ଚାଳନ କରିଥିଲେ ।
Happy Living Odisha

Leave a Reply

Your email address will not be published. Required fields are marked *