STATE NEWS ଏକାମ୍ର ମା’ ଦୁର୍ଗା ମହୋତ୍ସବ-୨୦୨୫ happylivingodisha@gmail.com Sep 25, 2025 0 ଏକାମ୍ର ମା’ ଦୁର୍ଗା ମହୋତ୍ସବ-୨୦୨୫ • ସ୍ମରଣିକା “ମହାଦେବୀ” ଉନ୍ମୋଚିତ • ବରିଷ୍ଠ ମୂର୍ତ୍ତୀ କାରିଗର ଶ୍ରୀଯୁକ୍ତ ବଟକୃଷ୍ଣ ମହାପାତ୍ରଙ୍କୁ “ମହାଦେବୀ ସମ୍ମାନ-୨୦୨୫” • ଏକାମ୍ର ଭୁବନେଶ୍ୱର ର୍ନିବାଚନ ମଣ୍ଡଳୀର ସମସ୍ତ ଦୁର୍ଗା ପୂଜା ମଣ୍ଡପ/ ହରପାର୍ବତୀ କମିଟିର ମୂରବୀ ଓ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ମାନିତ। ଭୁବନେଶ୍ୱର ତା୨୫/୦୯/୨୦୨୫ ରିଖର ଦିନ ୧୦ ଘଟିକାରେ ଲୁଇସରୋଡସ୍ଥିତ “କେଦାରଗୌରୀ ରିସୋର୍ଟ”ରେ ‘ଏକାମ୍ର ଦୁର୍ଗା ମହୋତ୍ସବ-୨୦୨୫’ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଉତ୍ସବରେ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ସୁରେଶ କୁମାର ରାଉତରାୟ, ପୂର୍ବତନ ସାଂସଦ ଭୁବନେଶ୍ୱର ଶ୍ରୀ ପ୍ରସନ୍ନ ପାଟଶାହାଣୀ, ଏକାମ୍ର-ଭୁବନେଶ୍ୱରର ମାନ୍ୟବାର ବିଧାୟକ ଶ୍ରୀ ବାବୁ ସିଂ, ମଧ୍ୟମ ଭୁବନେଶ୍ୱରର ମାନ୍ୟବର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଉତ୍ତର ଭୁବନେଶ୍ୱରର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମହାନଗର ନିଗମର ମାନ୍ୟବର ମେୟର ଶ୍ରୀମତୀ ସୁଲୋଚନା ଦାସ, ଓଡିଶା ରାଜ୍ୟ ବାର କାଉଁସିଲର ଅଧ୍ୟକ୍ଷ ଶ୍ରୀ ଶିତାଂସୁ ମୋହନ ଦ୍ୱିବେଦୀ, ପୂର୍ବତନ ଓଡିଶା ପର୍ଯ୍ୟାଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଶ୍ରୀ ସନ୍ତୋଷ ମହାନ୍ତି, ଭୁବନେଶ୍ୱର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ନିରୂପମା ସାହୁ, ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଲିଃ ପୂର୍ବତନ ଅଧ୍ୟକ୍ଷ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଚିନ୍ମୟ ସାହୁ, ବକ୍ସି ଜଗବନ୍ଧୁ ବିଦ୍ୟାଳୟର ସଂପାଦକ ଶ୍ରୀ ପ୍ରତାପ ଜେନା, ଦେବୟୁଗ ପରିବାର ଅଧ୍ୟକ୍ଷ ଶ୍ରୀ ଦେବବ୍ରତ ନାୟକ, ବରିଷ୍ଠ ନେତା ଅଞ୍ଚଳ ବଟୁ, ସମାଜସେବୀ ରବିନ୍ଦ୍ର ପାତ୍ର, କର୍ପୋରେଟର ଶ୍ରୀ ସନ୍ତୋଷ ସିଂ, ଶ୍ରୀ ରାମ ଚନ୍ଦ୍ର ରଣସିଂ, ଶ୍ରୀ ଅଜିତ ବେହେରା, ଶ୍ରୀ ରୂପେଶ ନାୟକ, ଶ୍ରୀ ଶିବନାରାୟଣ ରାୟ, ପୂର୍ବତନ କର୍ପୋରେଟର ବନ୍ଦନା ସାହୁ, ଶ୍ରୀ ପ୍ରସନ୍ନ ଦଳେଇ, ଶ୍ରୀ କୃଷ୍ଣ ଚନ୍ଦ୍ର ସେଠି ପ୍ରମୁଖ ଯୋଗଦେଇ ଆବାହନ କାଳରୁ ଦେବୀପୂଜାର ପରମ୍ପରା, ମହାତ୍ମ୍ୟ, ମହତ୍ତ୍ୱ ସଂପର୍କରେ ଆଲୋକପାତ କରିଥିଲେ। ଏହି ମହୋତ୍ସବ ଏକାମ୍ର ଭୁବନେଶ୍ୱରର ସମସ୍ତ ପୂଜା କମିଟି ମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବ ଏବଂ ଏହାଦ୍ୱାରା ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ ରଖିଥିଲେ।ଅନୁଷ୍ଠାନର ଉପଦେଷ୍ଟା ଶ୍ରୀଯୁକ୍ତ ଧୀରେନ ପଟ୍ଟନାୟକଙ୍କ ସଂପାଦନାରେ ପ୍ରକାଶିତ ସ୍ମରଣିକା “ମହାଦେବୀ” ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ଏହି ସ୍ମରଣିକାରେ ପ୍ରତ୍ୟେକ ପୂଜା ମଣ୍ଡପର ସମ୍ୟକ୍ ଇତିହାସ ଓ ଫଟୋଚିତ୍ର ପର୍ଦଶନ କରାଯିବା ସହିତ ବିଶିଷ୍ଟ ଲେଖକ ମାନଙ୍କର ପ୍ରବନ୍ଧ ପ୍ରକାଶ ପାଇଅଛି। ଏହି ଅବସରରେ ପଞ୍ଚାବନ ବର୍ଷଧରି ନିଷ୍ଠାପର ଭାବରେ ନିଖୁଣ ଭାବରେ ବିଭିନ୍ନ ମଣ୍ଡପରେ ମୂର୍ତ୍ତୀ ନିର୍ମାଣ କରିଥିବା ବରିଷ୍ଠ ମୂର୍ତ୍ତୀ କାରିଗର ତଥା ଲିଙ୍ଗରାଜଙ୍କର ସେବାୟତ ଶ୍ରୀଯୁକ୍ତ ବଟକୃଷ୍ଣ ମହାପାତ୍ରଙ୍କୁ ‘ମହାଦେବୀ ସମ୍ମାନ-୨୦୨୫’ ରେ ସମ୍ମାନିତ କରାଯାଇଥିଲା । ଏକାମ୍ର-ଭୁବନେଶ୍ୱରର ୫୦ଗୋଟି ଦୁର୍ଗା ପୂଜା/ହରପାର୍ବତୀ କମିଟିର କାର୍ଯ୍ୟକର୍ତ୍ତା ଓ ସାହି ମୁରବୀ ମାନଙ୍କୁ ଫଳକ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଆରାଧନା ଭଜନ ସଂଧ୍ୟା ଟିମର ଓଡିଆ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଭଜନ ପରିବେଷଣ ଉପସ୍ଥିତ ଅତିଥି ଓ ଶ୍ରୋତାମାନଙ୍କୁ ମନମୁଗ୍ଧ କରିଥିଲା। ଅନୁଷ୍ଠାନର ସଭାପତି ତଥା ଏକାମ୍ର ବରିଷ୍ଠ ନାଗରିକ ମଞ୍ଚର ଉପଦେଷ୍ଟା ଶ୍ରୀଯୁକ୍ତ ରାଜେନ୍ଦ୍ର ସମର୍ଥା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସଂପାଦକ ତଥା ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପାଇକରାୟ ସଂପାଦକୀୟ ଅଭିଭାଷଣ ରଖିଥିଲେ। ଉପସଭାପତି ଶ୍ରୀ ମଳୟ ମହାପାତ୍ର, ଶ୍ରୀ ପ୍ରମୋଦ ମହାପାତ୍ର, ଶ୍ରୀ ବିରଞ୍ôଚ ନାରୟଣ ମହାସୁପକାର, ଶ୍ରୀ ଦେବୀ ପ୍ରସାଦ ନନ୍ଦ, ଶ୍ରୀ ପ୍ରତାପ ସାହୁ, ଶ୍ରୀ କବିରାଜ ସ୍ୱାଇଁ ପ୍ରମୁଖ ଏକାମ୍ରରେ ଶକ୍ତି ଆରାଧନା ଏବଂ ଅନୁଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଅଭିଭାଷଣ ରଖିଥିଲେ। ଅନୁଷ୍ଠାନର ଯୁଗ୍ମ ସଂପାଦକ ଶ୍ରୀ ବାମଦେବ ଗଜେନ୍ଦ୍ର, ଶ୍ରୀ ନିହାର ରଂଜନ ସେଠୀ. ଶ୍ରୀ ବିକ୍ରମ ସୁନ୍ଦରାୟ, ଶ୍ରୀ ସରୋଜ ପ୍ରଧାନ ପ୍ରମୁଖ ସଂପୁର୍ଣ୍ଣ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ। ଏଥିସହିତ ଇଂ ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଅନୁଷ୍ଠାନର ସଭ୍ୟ ଶ୍ରୀ ଲଲାଟ ସାହୁ, ଶ୍ରୀ ଦିନେଶ ନାୟକ, ଶ୍ରୀ ସାର୍ଥକ ପରିଡା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସର୍ବଶେଷରେ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିବାରୁ ସମସ୍ତ ଅତିଥି, ଦର୍ଶକ ମାନଙ୍କୁ ଅନୁଷ୍ଠାନର କୋଷାଧ୍ୟକ୍ଷ ଶ୍ରୀ ବଳରାମ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। Happy Living Odisha durgapujadusharaekarmadurgapujamahadevi2025
STATE NEWS ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା happylivingodisha@gmail.com Feb 22, 2026
STATE NEWS ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କିସ୍ର୨୧୦୦ ଛାତ୍ରଛାତ୍ରୀ ସର୍ବଭାରତୀୟ ସ୍ତରରେ ସର୍ବାଧିକ happylivingodisha@gmail.com Feb 15, 2026
STATE NEWS ମହାଶିବରାତ୍ରି ଅବସରରେ ରାଜ୍ୟପାଳଙ୍କ ଲିଙ୍ଗରାଜ ମନ୍ଦିର ଦର୍ଶନ happylivingodisha@gmail.com Feb 15, 2026
STATE NEWS ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଜାଗର ଯାତ୍ରାରେ ଭକ୍ତଙ୍କ ଭିଡ । happylivingodisha@gmail.com Feb 15, 2026
STATE NEWS ସମସ୍ତ ଆଧୁନିକ ସୁବିଧା ସହିତ ଗୁଣାତ୍ମକ ଶିକ୍ଷାର ଏକ ମଡେଲ ଭାବରେ ଏହି ସ୍କୁଲ ବିକଶିତ ହେବ – ମୁଖ୍ୟମନ୍ତ୍ରୀ happylivingodisha@gmail.com Feb 15, 2026
STATE NEWS ପିଏମଏୱାଇ ଜରିଆରେ ଓଡ଼ିଶାର ଜଣେ ଗରିମା ଶ୍ରମିକଙ୍କ ଜୀବନରେ ପରିବର୍ତ୍ତନ happylivingodisha@gmail.com Feb 15, 2026
STATE NEWS ନବରଙ୍ଗପୁର ଠାରେ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ happylivingodisha@gmail.com Feb 14, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା happylivingodisha@gmail.com Feb 22, 2026
SPORTS ୱିପ୍ରୋ ଆର୍ଥିୟାନ୍ ପ୍ରତିଯୋଗିତାରେ ଓଡ଼ିଶାର ଲୁଇସ୍ ବ୍ରେଲି ଦୃଷ୍ଟି ବାଧିତ ବିଦ୍ୟାଳୟ ବିଜୟୀ happylivingodisha@gmail.com Feb 16, 2026
STATE NEWS ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କିସ୍ର୨୧୦୦ ଛାତ୍ରଛାତ୍ରୀ ସର୍ବଭାରତୀୟ ସ୍ତରରେ ସର୍ବାଧିକ happylivingodisha@gmail.com Feb 15, 2026
Leave a Reply