ପ୍ରଭାତ ଫେରି ମାଧ୍ୟମରେ ଯୋଗ ପ୍ରତି ସଚେତନତାର ବାର୍ତ୍ତା
——————————————–
ଚଳିତ ମାସ ୨୭ ତାରିଖ ଶନିବାର ଦିନ ଭାରତୀୟ ଯୋଗ ସଂସ୍ଥାନ , ନୟାପଲ୍କୀ ଯୋଗଜିଲ୍ଲା ତରଫରୁ ଆଇ.ଆର୍.ସି ଏବଂ ଇନ୍ଦ୍ରଧନୁ କ୍ଷେତ୍ର ର ମିଳିତ ସହଯୋଗରେ ଏକ ପ୍ରଭାତ ଫେରି ର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ମହାନ୍ତି , ଶ୍ରୀ ରାମ କିଶୋର ଶର୍ମା , ଶ୍ରୀ ଜ୍ୟୋତିର୍ମୟ ରଥଙ୍କ ସମେତ , ଦୁଇଟି କ୍ଷେତ୍ର ର କ୍ଷେତ୍ର ଅଧିକାରୀ ଏବଂ ୭ ଟି କେନ୍ଦ୍ରର ସାଧକ , ସାଧିକା ମାନେ ଯୋଗ ଦେଇଥିଲେ । ପ୍ରବଳ ବର୍ଷାର ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଏକ ପଦଯାତ୍ରା ମାଧ୍ୟମରେ ଏହା ଏନ୍୫ କେନ୍ଦ୍ର ରୁ ପ୍ରାତଃ ପ୍ରାୟ ୫:୪୫ ରେ ବାହାରି , ବିଭିନ୍ନ ଜନ ବସତି ରାସ୍ତା ମଧ୍ୟ ଦେଇ ପ୍ରାୟ ସକାଳ ୭:୦୦ ଟା ରେ ଏନ୍୬ ପାର୍କ ପରିସରରେ ପହଞ୍ଚିଥିଲା । ଏହି ପଦଯାତ୍ରା ଅର୍ଥାତ୍ ” ପ୍ରଭାତ ଫେରି ” ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଲୋକ ମାନଙ୍କୁ ସକାଳୁ ଶେଯରୁ ଉଠାଇ ନିଜ ଶରୀର ପ୍ରତି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପ୍ରତି ସଜାଗ କରିବା । ଯୋଗ ହିଁ ଏହି ଅନୁଶାସନ ଦେଇପାରିବ ଏବଂ ଆଜିର ଏହି ପଥ ଭ୍ରଷ୍ଟ ସମାଜକୁ ଶୁଖଳିତ ଜୀବନର ମାର୍ଗ ଦର୍ଶକ ହେବ ବୋଲି ଦୃଢ ଆଶା ।
Leave a Reply