STATE NEWS ଭଞ୍ଜକଳା ମଣ୍ଡପରେ ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବ ଆରମ୍ଭ happylivingodisha@gmail.com Nov 28, 2025 0 ଭଞ୍ଜକଳା ମଣ୍ଡପରେ ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବ ଆରମ୍ଭ ଭୁବନେଶ୍ୱର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବ ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପ ଠାରେ ଆରମ୍ଭ ହୋଇଯାଇଛି। ଆଜିର ଉଦ୍ଘାଟନୀ ସନ୍ଧ୍ୟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକ ଶ୍ରୀମତୀ ଦେବଯାନୀ ଭୂୟାଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଶ୍ରୀମତୀ ଭୂୟାଁ ପାଲା ଓ ଦାସକାଠିଆର ସମୃଦ୍ଧ ଇତିହାସ ଓ ସାମ୍ପ୍ରତିକ ସମୟରେ ଏହାର ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ ପାଲା ଓ ଦାସକାଠିଆ ଓଡ଼ିଆ ସଂସ୍କୃତି ଓ ଓଡ଼ିଆ ଅସ୍ମିତାର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ମତପ୍ରକାଶ କରିଥିଲେ। ଆଜିର ଉଦ୍ଘାଟନୀ ସମାରୋହରେ ପୁରୀ ଜିଲ୍ଲାର ଡ଼ ଲମ୍ବୋଦର ବେହେରା ଓ ସାଥୀ, ଖୋର୍ଦ୍ଧା ଜିଲ୍ଲାର ଶ୍ରୀଯୁକ୍ତ ଦଣ୍ଡପାଣି ବାରିକ ଓ ସାଥୀ, କଟକ ଜିଲ୍ଲାର ଶ୍ରୀଯୁକ୍ତ ସନ୍ତୋଷ କୁମାର ପଟ୍ଟନାୟକ ଓ ସାଥୀ, ଜଗତସିଂହପୁର ଜିଲ୍ଲାର ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପଟ୍ଟନାୟକ ଓ ସାଥୀ ଏବଂ ଶ୍ରୀମତୀ ଗୌରୀବାଳା ସ୍ୱାଇଁ ଓ ସାଥୀ ପାଲା ଏବଂ ଗଞ୍ଜାମ ଜିଲ୍ଲାର ଗାୟକ ସୁଧାକର ବାଳକୃଷ୍ଣ ମିଶ୍ର ଓ ସାଥୀ ଦାସକାଠିଆ ପରିବେଷଣ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଶ୍ରୀ ମଦନ ମୋହନ ଜେନା, ସଭାପତି, ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦ, ଓଡିଶା, ଶ୍ରୀ ବସନ୍ତ କୁମାର ରାଉତ, ସାଧାରଣ ସମ୍ପାଦକ, ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦ ଏବଂ ଶ୍ରୀ ଯୁଧିଷ୍ଠିର ପରିଜା, ରାଜ୍ୟ ପାଲାଗାୟକ ପରିଷଦ ଟ୍ରଷ୍ଟବୋର୍ଡ (କଲ୍ୟାଣ ପାଣ୍ଠି)ର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ। Happy Living Odisha
STATE NEWS *ଶ୍ରୀ ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ* happylivingodisha@gmail.com Oct 19, 2026
STATE NEWS ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ happylivingodisha@gmail.com Oct 19, 2026
STATE NEWS ସଫେଇ କର୍ମଚାରୀ ଜାତୀୟ କମିଶନ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ happylivingodisha@gmail.com Oct 16, 2026
STATE NEWS *ବଜ୍ରପାତ ମୃତ୍ୟୁ ଓ କ୍ଷୟକ୍ଷତି ରୋକିବାକୁ ଓଡ଼ିଶାରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି* happylivingodisha@gmail.com Oct 16, 2026
STATE NEWS *ଐତିହାସିକ ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭୁବନେଶ୍ୱରରେ ଭବ୍ୟ ସମ୍ବର୍ଦ୍ଧନା* happylivingodisha@gmail.com Oct 16, 2026
STATE NEWS ବିଶ୍ଵ ଓଡ଼ିଆ ପରିବାରର ମାସିକ ଆଲୋଚନା ଚକ୍ର ଓ କାବ୍ୟ ସଂଧ୍ୟା happylivingodisha@gmail.com Oct 16, 2026
STATE NEWS ‘ରାଜନୈତିକ ପ୍ରତିରୋଧ’ ନାମରେ ଅରାଜକତା ସୃଷ୍ଟି ପ୍ରଚେଷ୍ଟା: happylivingodisha@gmail.com Oct 16, 2026
STATE NEWS ଜୟ ଶ୍ରୀରାମ କ୍ଲବ ବଲଡିହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ happylivingodisha@gmail.com Oct 16, 2026
STATE NEWS *ଚଳିତ ବର୍ଷର ବନ୍ୟା କ୍ଷୟକ୍ଷତିର ଚୂଡାନ୍ତ ଆକଳନ ଏବଂ କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ବିସ୍ତୃତ ସମୀକ୍ଷା* happylivingodisha@gmail.com Oct 15, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS *ଶ୍ରୀ ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ* happylivingodisha@gmail.com Oct 19, 2026
STATE NEWS ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ happylivingodisha@gmail.com Oct 19, 2026
STATE NEWS ସଫେଇ କର୍ମଚାରୀ ଜାତୀୟ କମିଶନ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ happylivingodisha@gmail.com Oct 16, 2026
Leave a Reply