STATE NEWS ଭଞ୍ଜକଳା ମଣ୍ଡପରେ ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବ ଆରମ୍ଭ happylivingodisha@gmail.com Nov 28, 2025 0 ଭଞ୍ଜକଳା ମଣ୍ଡପରେ ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବ ଆରମ୍ଭ ଭୁବନେଶ୍ୱର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବ ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପ ଠାରେ ଆରମ୍ଭ ହୋଇଯାଇଛି। ଆଜିର ଉଦ୍ଘାଟନୀ ସନ୍ଧ୍ୟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକ ଶ୍ରୀମତୀ ଦେବଯାନୀ ଭୂୟାଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଶ୍ରୀମତୀ ଭୂୟାଁ ପାଲା ଓ ଦାସକାଠିଆର ସମୃଦ୍ଧ ଇତିହାସ ଓ ସାମ୍ପ୍ରତିକ ସମୟରେ ଏହାର ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ ପାଲା ଓ ଦାସକାଠିଆ ଓଡ଼ିଆ ସଂସ୍କୃତି ଓ ଓଡ଼ିଆ ଅସ୍ମିତାର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ମତପ୍ରକାଶ କରିଥିଲେ। ଆଜିର ଉଦ୍ଘାଟନୀ ସମାରୋହରେ ପୁରୀ ଜିଲ୍ଲାର ଡ଼ ଲମ୍ବୋଦର ବେହେରା ଓ ସାଥୀ, ଖୋର୍ଦ୍ଧା ଜିଲ୍ଲାର ଶ୍ରୀଯୁକ୍ତ ଦଣ୍ଡପାଣି ବାରିକ ଓ ସାଥୀ, କଟକ ଜିଲ୍ଲାର ଶ୍ରୀଯୁକ୍ତ ସନ୍ତୋଷ କୁମାର ପଟ୍ଟନାୟକ ଓ ସାଥୀ, ଜଗତସିଂହପୁର ଜିଲ୍ଲାର ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପଟ୍ଟନାୟକ ଓ ସାଥୀ ଏବଂ ଶ୍ରୀମତୀ ଗୌରୀବାଳା ସ୍ୱାଇଁ ଓ ସାଥୀ ପାଲା ଏବଂ ଗଞ୍ଜାମ ଜିଲ୍ଲାର ଗାୟକ ସୁଧାକର ବାଳକୃଷ୍ଣ ମିଶ୍ର ଓ ସାଥୀ ଦାସକାଠିଆ ପରିବେଷଣ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଶ୍ରୀ ମଦନ ମୋହନ ଜେନା, ସଭାପତି, ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦ, ଓଡିଶା, ଶ୍ରୀ ବସନ୍ତ କୁମାର ରାଉତ, ସାଧାରଣ ସମ୍ପାଦକ, ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦ ଏବଂ ଶ୍ରୀ ଯୁଧିଷ୍ଠିର ପରିଜା, ରାଜ୍ୟ ପାଲାଗାୟକ ପରିଷଦ ଟ୍ରଷ୍ଟବୋର୍ଡ (କଲ୍ୟାଣ ପାଣ୍ଠି)ର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ। Happy Living Odisha
STATE NEWS ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଭିତ୍ତିଭୂମି, ଅଗ୍ନି ନିରାପତ୍ତା ଓ ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ happylivingodisha@gmail.com Jul 22, 2026
STATE NEWS ମା’ ରମାଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ happylivingodisha@gmail.com Jul 22, 2026
STATE NEWS ବିଭିନ୍ନ ରାସ୍ତା ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ happylivingodisha@gmail.com Jul 22, 2026
STATE NEWS ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ସାଜିଛି ‘ମନ୍ କି ବାତ’ : ମନମୋହନ ସାମଲ happylivingodisha@gmail.com Jul 20, 2026
STATE NEWS ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା 300 ଟିପିଡି ସିବିଜି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ happylivingodisha@gmail.com Jun 21, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.

Leave a Reply