STATE NEWS ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ happylivingodisha@gmail.com Dec 26, 2025 0 ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଭୁବନେଶ୍ୱର, ଡିସେମ୍ବର ୨୬: ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୁକ୍ରବାର ଲୋକ ଭବନରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଓଡ଼ିଶାରେ ଉଚ୍ଚ ଶିକ୍ଷାର ବର୍ତ୍ତମାନର ସ୍ଥିତି ଏବଂ ତଦ ସମ୍ପର୍କିତ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ରାଜ୍ୟପାଳଙ୍କୁ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟମାନଙ୍କରେ କୁଳପତି ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇଥିଲେ। ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା, ଯୋଗ୍ୟତା ଏବଂ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଏହାକୁ ସମ୍ପୂର୍ଣ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ରାଜ୍ୟପାଳଙ୍କୁ ମନ୍ତ୍ରୀ ଅବଗତ କରାଇଥିଲେ I ରାଜ୍ୟର ଉଚ୍ଚ ଶିକ୍ଷା ଅନୁଷ୍ଠାନମାନଙ୍କରେ ଶୈକ୍ଷିକ ବାତାବରଣ ଓ ଶାସନକୁ ସୁଦୃଢ଼ କରିବା, ଶୈକ୍ଷିକ ମାନ ଉନ୍ନତ କରିବା, ଆନୁଷ୍ଠାନିକ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଏବଂ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଶିକ୍ଷଣ ଓ ଅଧ୍ୟୟନର ଗୁଣାତ୍ମକତା ବୃଦ୍ଧି ନିମନ୍ତେ ଗ୍ରହଣ କରାଯାଇଥିବା ସଂସ୍କାରଗୁଡ଼ିକ ସମ୍ପର୍କରେ ମଧ୍ୟ ମାନ୍ୟବର ମନ୍ତ୍ରୀ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ। ଏତତବ୍ୟତୀତ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ଦିଗରେ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏବଂ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ନିମନ୍ତେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ଆଲୋଚନା କରାଯାଇଥିଲା। ଉଚ୍ଚଶିକ୍ଷା ବିଭାଗର ପଦକ୍ଷେପକୁ ପ୍ରଶଂସା କରିବା ସହ ଓଡ଼ିଶାରେ ଉଚ୍ଚଶିକ୍ଷାର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଶୈକ୍ଷିକ ଉତ୍କର୍ଷ, ପ୍ରଭାବୀ ଶାସନ ଏବଂ ଛାତ୍ର କୈନ୍ଦ୍ରିକ ଆଭିମୁଖ୍ୟ ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ। Happy Living Odisha
STATE NEWS ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା happylivingodisha@gmail.com Feb 22, 2026
STATE NEWS ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କିସ୍ର୨୧୦୦ ଛାତ୍ରଛାତ୍ରୀ ସର୍ବଭାରତୀୟ ସ୍ତରରେ ସର୍ବାଧିକ happylivingodisha@gmail.com Feb 15, 2026
STATE NEWS ମହାଶିବରାତ୍ରି ଅବସରରେ ରାଜ୍ୟପାଳଙ୍କ ଲିଙ୍ଗରାଜ ମନ୍ଦିର ଦର୍ଶନ happylivingodisha@gmail.com Feb 15, 2026
STATE NEWS ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଜାଗର ଯାତ୍ରାରେ ଭକ୍ତଙ୍କ ଭିଡ । happylivingodisha@gmail.com Feb 15, 2026
STATE NEWS ସମସ୍ତ ଆଧୁନିକ ସୁବିଧା ସହିତ ଗୁଣାତ୍ମକ ଶିକ୍ଷାର ଏକ ମଡେଲ ଭାବରେ ଏହି ସ୍କୁଲ ବିକଶିତ ହେବ – ମୁଖ୍ୟମନ୍ତ୍ରୀ happylivingodisha@gmail.com Feb 15, 2026
STATE NEWS ପିଏମଏୱାଇ ଜରିଆରେ ଓଡ଼ିଶାର ଜଣେ ଗରିମା ଶ୍ରମିକଙ୍କ ଜୀବନରେ ପରିବର୍ତ୍ତନ happylivingodisha@gmail.com Feb 15, 2026
STATE NEWS ନବରଙ୍ଗପୁର ଠାରେ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ happylivingodisha@gmail.com Feb 14, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା happylivingodisha@gmail.com Feb 22, 2026
SPORTS ୱିପ୍ରୋ ଆର୍ଥିୟାନ୍ ପ୍ରତିଯୋଗିତାରେ ଓଡ଼ିଶାର ଲୁଇସ୍ ବ୍ରେଲି ଦୃଷ୍ଟି ବାଧିତ ବିଦ୍ୟାଳୟ ବିଜୟୀ happylivingodisha@gmail.com Feb 16, 2026
STATE NEWS ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କିସ୍ର୨୧୦୦ ଛାତ୍ରଛାତ୍ରୀ ସର୍ବଭାରତୀୟ ସ୍ତରରେ ସର୍ବାଧିକ happylivingodisha@gmail.com Feb 15, 2026
Leave a Reply