PRGI REGD NO : ORORI/25/A1991

Advertisement

ଅବହେଳିତ କୋରୁଆର ଭାଗ୍ୟ ବଦଳିବ କେବେ ?

ଅବହେଳିତ କୋରୁଆର ଭାଗ୍ୟ ବଦଳିବ କେବେ ?

୨୦ ଦଫା ଦାବିଧରି ଅଣ୍ଟା ଭିଡିଲେ ଜନତା 

ଭୁବନେଶ୍ୱର ; ଶିଳ୍ପ ବିହିନ କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ନିକଟ କୋରୁଆ ଅଂଚଳ ରାଜନୈତିକ ଇଛା ଶକ୍ତିର ଅଭାବରୁ ଆଜିବି ଅବହେଳିତ । ୨୦୨୦ ମସିହା ତଥ୍ୟକୁ ଦେଖିଲେ ଗରଦପୁର ଅଂଚଳଟି ୧୫୬.୯୪ ବର୍ଗ କିଲୋମିଟର ବ୍ୟାପ୍ତ ହୋଇଥିବା ବେଳେ ଜନସଂଖ୍ୟା ୧୦୭୯୨୬ । ସେହିପରି କୋରୁଆ ଅଂଚଳ ୨୦୨୦ ତଥ୍ୟ ଅନୁସାରେ ୨.୭୩ ବର୍ଗ କିଲୋମିଟର ବ୍ୟାପ୍ତ ଥିବା ବେଳେ ଜନସଂଖ୍ୟା ୨୦୧୭ ରହିଥିଲା । ଏହି ୫ ବର୍ଷ ମଧ୍ୟରେ ଜନସଂଖ୍ୟା ମଧ୍ୟ ବଢିଛି । ସେହି ଅନୁସାରେ ସମସ୍ୟା ମଧ୍ୟ ବଢିଛି ।

 ଚିତ୍ରୋତ୍ପଳା ଉତ୍ତର ପାଶ୍ୱର୍ରେ ରହିଥିବା କୋରୁଆର ବିକାଶ ପ୍ରତି ରାଜନେତା କି ପ୍ରଶାସନର ଦୃଷ୍ଟି ପଡୁନାହିଁ । କୃଷିକୁ ଜୀବିକା କରି ଜୀବନ ଯାପନ କରୁଥିବା ଅଂଚଳବାସୀ ଶୀତଳ ଭଣ୍ଡାର ଅଭାବ ଯୋଗୁଁ ନାହିଁ ନ ଥିବା ଅସୁବିଧାର ଶୀକାର ହେବା ସହ ଅଭାବି ବିକ୍ରିର ଶିକାର ହୋଇଥାନ୍ତି । ତେଣୁ କୋରୁଆ ଅଂଚଳ କିମ୍ବା ଗରଦପୁରରେ ଏକ ଶୀତଳ ଭଣ୍ଡାର କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି । କୋରୁଆ ଓ ଗରଦପୁର ଅଂଚଳର ବିକାଶ ପାଇଁ ସ୍ଥାନୀୟ ଜନସାଧାରଣ ୨୦ଦଫା ଦାବିନେଇ ଆନ୍ଦୋଳନ ପାଇଁ ଅଣ୍ଟା ଭିଡିଲେଣି ।

ଦାବିଗୁଡିକ ମଧ୍ୟରେ ଚିତ୍ରୋତ୍ପଳା ଉତ୍ତର ପାଶ୍ୱର୍ର କୋରୁଆ ଅଂଚଳର ବିକାଶ ସହ  ଏନ୍‌ ଏ ସି କାର୍ଯ୍ୟାଳୟ ପ୍ରତିଷ୍ଠା । ଏଥି ସହିତ ଉକ୍ତ ଅଂଚଳର ଟ୍ରେଜେରୀ, ଶୀତଳ ଭଣ୍ଡାର ଓ କୋର୍ଟ ପ୍ରତିଷ୍ଠା କରାଯାଉ । ଗରଦପୁର, କୋରୁଆ ଅଂଚଳରେ ଥିବା ସମସ୍ତ ବସଷ୍ଟପରେ ବିଶ୍ରାମ ସ୍ଥଳ ନିର୍ମାଣ କରିବା, ଆହାରକେନ୍ଦ୍ର କୋରୁଆରେ ଖୋଲିବା, କୋରୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା, ଲୋକନାଥ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା, ଉଠା ଜଳସେଚନର ସୁବିଧା, ଗରଦପୁର ବ୍ଲକର ସମସ୍ତ ମୁଖ୍ୟ ରାସ୍ତାକୁ ଦୋହରିକରଣ କରିବା , ମେଗା ପାନୀୟ ଜଳ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବା। ପ୍ରତ୍ୟେକ ଗ୍ରାମରେ ଅସହାୟ, ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ ଚିହ୍ନଟ କରାଯାଇ ସରକାରୀ ସହାୟତା ପ୍ରଦାନ, ବେକାର ଯୁବକ ଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା, ଜମିଜମା ବନ୍ଦୋବସ୍ତ, ସଦର ମହକୁମାକୁ ବସ୍‌ ଯୋଗାଯୋଗର ବ୍ୟବସ୍ଥା,  ଚ।ଷୀଙ୍କୁ ସରକାରୀ ବିହନ, ପ୍ରତିଶୋଧକ ଔଷଧ ଯୋଗାଣ, ପାଟନାଳୀ କେନାଲରେ କଲଭର୍ଟ ନିର୍ମାଣ, ମାଛ ଚ।ଷ ପାଇଁ ପର୍ଯ୍ୟାପ୍ତ ସୁବିଧା ଥିଲେ ମଧ୍ୟ ଚ।ଷୀଙ୍କୁ ପ୍ରୋତ୍ସାହନ ଯୋଗାଇବା ଏବଂ ବ୍ଲକ୍‌ର ସମସ୍ତ ପର୍ଯ୍ୟଟନସ୍ଥଳୀର ଉନ୍ନତିକରଣ ପ୍ରଭୁତି ଦାବୀନେଇ ସ୍ଥାନୀୟ ଜନସାଧାରଣ ଏକାଠୀ    ହେଲେଣି । ଏଥିପ୍ରତି ଉକ୍ତ ଅଂଚଳର ଜନପ୍ରତିନିଧି ଓ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।

Happy Living Odisha

Leave a Reply

Your email address will not be published. Required fields are marked *