STATE NEWS ଗୁରୁ କେଳୁଚରଣଙ୍କ କୀର୍ତ୍ତି ଓ କୃତି ଚିର ସ୍ମରଣୀୟ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ happylivingodisha@gmail.com Jan 8, 2026 0 କେଳୁଚରଣ କୀର୍ତ୍ତି ଶତକମ୍ : ଗୁରୁଜୀଙ୍କ ସ୍ମୃତିରେ ରବୀନ୍ଦ୍ର ମଣ୍ଡପରେ “ଓଡ଼ିଶୀ ସନ୍ଧ୍ୟା” ଆୟୋଜନ ଗୁରୁ କେଳୁଚରଣଙ୍କ କୀର୍ତ୍ତି ଓ କୃତି ଚିର ସ୍ମରଣୀୟ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୁରୁ କେଳୁଚରଣ ଏବଂ ଓଡ଼ିଶୀ ଏକ ଓ ଅଭିନ୍ନ : ପଦ୍ମ ବିଭୂଷଣ ଡ଼. ସୋନଲ ମାନସିଂହ ଭୁବନେଶ୍ୱର ୮ ଜାନୁଆରୀ, ୨୦୨୫ ପଦ୍ମ ବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେଉଛି “କେଳୁଚରଣ କୀର୍ତ୍ତି ଶତକମ୍” କାର୍ଯ୍ୟକ୍ରମ। ଜାନୁଆରୀ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ଗୁରୁ କେଳୁଚରଣଙ୍କ ଓଡ଼ିଶୀ ନୃତ୍ୟ ଶୈଳୀ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ “ଓଡ଼ିଶୀ ସନ୍ଧ୍ୟା” କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଆଜିର “ଓଡ଼ିଶୀ ସନ୍ଧ୍ୟା” କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଶିଷ୍ଟ ନୃତ୍ୟଶିଳ୍ପୀ ପଦ୍ମ ବିଭୂଷଣ ଡ଼. ସୋନଲ ମାନସିଂହ, ପଦ୍ମଶ୍ରୀ ଡ଼. ପ୍ରିୟମ୍ବଦା ମହାନ୍ତି ହେଜ୍ମାଦି, ଗୁରୁ ରତିକାନ୍ତ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ରବୀନ୍ଦ୍ର ମଣ୍ଡପରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ଜୀବନୀକୁ ଆଧାର କରି ପ୍ରସ୍ତୁତ ହୋଇଥିବା ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। “ଗୁରୁ କେଳୁଚରଣଙ୍କ କୀର୍ତ୍ତି ଓ କୃତି ଆମ ପାଇଁ ଚିର ସ୍ମରଣୀୟ। ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଯେବେ ଓଡ଼ିଶୀ ନୃତ୍ୟ ପୁନର୍ଜୀବନ ଲାଭ କରିଥିଲା ସେଥିରେ ଗୁରୁଜୀ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶୀ ନୃତ୍ୟକୁ ପହଞ୍ଚାଇବା ଏବଂ ଏହାର ପ୍ରଚାର ଓ ପ୍ରସାର କରିବାରେ ପଦ୍ମ ବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କ ଅଗ୍ରଗଣ୍ୟ ଭୂମିକା ରହିଥିଲା”, ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜର ଅଭିଭାଷଣରେ କହିଥିଲେ। ବିଶିଷ୍ଟ ନୃତ୍ୟଶିଳ୍ପୀ ପଦ୍ମ ବିଭୂଷଣ ଡ଼. ସୋନଲ ମାନସିଂହ କହିଥିଲେ ଯେ, “ଗୁରୁ କେଳୁଚରଣ ଏବଂ ଓଡ଼ିଶୀ ଏକ ଓ ଅଭିନ୍ନ। ଗୁରୁ କେଳୁଚରଣ ଯେ କେବଳ ଓଡ଼ିଶୀର ପ୍ରଚାର ଓ ପ୍ରସାର ପାଇଁ କାର୍ଯ୍ୟ କରିଛନ୍ତି ତାହାନୁହେଁ, ବରଂ ଅନେକ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କୁ ମଧ୍ୟ ଗଢ଼ିଛନ୍ତି। ଆଜିର ଏହି ସଭାରେ ଗୁରୁଜୀଙ୍କ ସମସ୍ତ ଶିଷ୍ୟ ଓ ଶିଷ୍ୟାମାନେ ଉପସ୍ଥିତ ରହି ଗୁରୁଜୀଙ୍କ ସ୍ମୃତି ଚାରଣ କରିବା ସହ ଓଡ଼ିଶୀ ନୃତ୍ୟ ପରମ୍ପରାକୁ ଚିର ଉଜ୍ଜୀବିତ କରି ରଖିବା ପାଇଁ ନିଜର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।” ଆଜିର ଓଡ଼ିଶୀ ସନ୍ଧ୍ୟାରେ ସୃଜନ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ଦଳଗତ ଓଡ଼ିଶୀ ନୃତ୍ୟ “ବନ୍ଦେ ମାତରମ୍” ପରିବେଷଣ କରିବା ସହ ମା’ ଭାରତୀର ଜୟଗାନ କରିଥିଲେ। ନୃତ୍ୟଶିଳ୍ପୀ କୁମ୍କୁମ୍ ମହାନ୍ତି “ହେ ବନଗିରି ହେ ଲତା ଗିରି”, କୁମ୍କୁମ୍ ଲାଲ “କୁରୁ ଯଦୁ ନନ୍ଦନ”, ମାଧବୀ ମୁଦ୍ଗଲ “ଶଙ୍କରଭରଣ ପଲ୍ଲବୀ”, ଇଲିଆନା ସିତାରିଷ୍ଟ “ଧୀର ସମୀରେ”, ଅରୁଣା ମହାନ୍ତି “ଅଶ୍ୱତ୍ଥମା”, ରୀନା ଜେନା “ବିହଗ ପଲ୍ଲୀବୀ”, ଦକ୍ଷା ମସୁରୱାଲା “କିଶାଲୟ ଶୟନ ତଲେ” ଆଲୋକା କାନୁନଗୋ “ପଥ ଛାଡି ଦେ”, ସ୍ୱପ୍ନୋକଳ୍ପା ଦାସଗୁପ୍ତା “ସଖି ହେ” ସଂଗୀତରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସମସ୍ତ ନୃତ୍ୟଶିଳ୍ପୀମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ପ୍ରକାଶଯୋଗ୍ୟ ଯେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏବଂ ସୃଜନ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ “କେଳୁଚରଣ କୀର୍ତ୍ତି ଶତକମ୍” କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଆଜିର କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗର ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। Happy Living Odisha #DrManojLenka #happylivingfoundation #facebookviral #CMOOdisha #OdishaNews #NewsUpdate
STATE NEWS ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ସାଜିଛି ‘ମନ୍ କି ବାତ’ : ମନମୋହନ ସାମଲ happylivingodisha@gmail.com Jul 20, 2026
STATE NEWS ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା 300 ଟିପିଡି ସିବିଜି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ happylivingodisha@gmail.com Jun 21, 2026
STATE NEWS ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ happylivingodisha@gmail.com Jun 21, 2026
STATE NEWS ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଯୋଗାଭ୍ୟାସ happylivingodisha@gmail.com Jun 21, 2026
STATE NEWS ଯୁବପିଢ଼ି କୃଷିକୁ ନବସୃଜନ, ଉଦ୍ୟୋଗ ଓ ରାଷ୍ଟ୍ର ଗଠନର କ୍ଷେତ୍ର ଭାବେ ଗ୍ରହଣ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ happylivingodisha@gmail.com Jun 11, 2026
STATE NEWS ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରି ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ସମୂହ ଦୀପଦାନ happylivingodisha@gmail.com Jun 11, 2026
STATE NEWS ଓଡ଼ିଆ ଜାତିକୁ ଆଉ କେହି ଅଟକାଇ ପାରିବେ ନାହିଁ, ସବୁ କ୍ଷେତ୍ରରେ ଆମେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବୁ – ମୁଖ୍ୟମନ୍ତ୍ରୀ happylivingodisha@gmail.com Apr 1, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ସାଜିଛି ‘ମନ୍ କି ବାତ’ : ମନମୋହନ ସାମଲ happylivingodisha@gmail.com Jul 20, 2026
Leave a Reply