PRGI REGD NO : ORORI/25/A1991

Advertisement

ମୁଖ୍ୟଶାସନ ସଚିବ ଅନୁ ଗର୍ଗଙ୍କ ଦୁଇଦିନି ଆକନ୍ଧମାଳ ଜିଲ୍ଲା ଗସ୍ତ

ମୁଖ୍ୟଶାସନ ସଚିବ ଅନୁ ଗର୍ଗଙ୍କ ଦୁଇଦିନି ଆକନ୍ଧମାଳ ଜିଲ୍ଲା ଗସ୍ତ କ୍ଷେତ୍ର ପରିଦର୍ଶନ ସହ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା

ଜିଲ୍ଲାର ବିଭିନ୍ନ  ପର୍ଯ୍ୟଟନ ଭିତ୍ତିଭୂମିର ଉନ୍ନତିକରଣକୁ ଗୁରୁତ୍ୱ

ଭୁବନେଶ୍ୱର/ଫୁଲବାଣୀ ତା୧୪.୦୧.୨୦୨୬  ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଦୁଇ ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତ କରି ବିଭିନ୍ନ ଦର୍ଶନୀୟ ସ୍ଥାନ, କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେl ଏହି ଅବସରରେ ସେ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦେବା ସହ, ଜୀବିକା ନିର୍ବାହ କାର୍ଯ୍ୟକ୍ରମ, ଶିକ୍ଷା ଓ ପାନୀୟ ଜଳ ଯୋଗାଣ ସମ୍ପର୍କିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି

ମୁଖ୍ୟ ଶାସନ ସଚିବ ଗତକାଲି ଜାନୁଆରୀ ୧୩ତାରିଖ ମଙ୍ଗଳବାର ସନ୍ଧ୍ୟାରେ ଫୁଲବାଣୀ ସର୍କିଟହାଉସଠାରେ ପହଞ୍ଚିବାପରେ କନ୍ଧମାଳ ଜିଲ୍ଲାପ୍ରଶାସନପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା ।  ମୁଖ୍ୟ ଶାସନ ସଚିବ ହେବା ପରେଏହା ଅନୁଗର୍ଗଙ୍କ ପ୍ରଥମ କନ୍ଧମାଳ ଜିଲ୍ଲା ଗସ୍ତ ଥିଲା ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ସିଭିଲ ସର୍ଭିସପାଇଁ କୋଚିଂ ନେଉଥିବା ଜିଲ୍ଲାର ଆଶାୟୀ ଆଦିବାସୀ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ସେମାନଙ୍କୁ ନିଷ୍ଠାର ସହ ପ୍ରସ୍ତୁତି କରିବାକୁ ଉତ୍ସାହିତ କରିଥିଲେ ।  ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶା ଖଣି ନିଗମ ସହାୟତାରେ ଏହି ପ୍ରଶିକ୍ଷଣଦିଆ ଯାଉଛିl   ସେ ମଧ୍ୟ ଇ-ଲାଇବ୍ରେରୀ ଓ ପରେ ମେଡିକାଲ କଲେଜ୍ ପରିଦର୍ଶନ କରି ସ୍ୱାସ୍ଥ୍ୟସେବା ଓ ଡାକ୍ତରୀ ଶିକ୍ଷା ବ୍ୟବସ୍ଥାରେ କିପରି  ଅଧିକ ଉନ୍ନତି ହୋଇପାରିବ, ସେ ସଂପର୍କରେ ପରାମର୍ଶ ଦେଇଥିଲେ । 

            ମୁଖ୍ୟ ଶାସନ ସଚିବ ଆଜି ଦ୍ୱିତୀୟ ଦିବସରେ ଦାରିଙ୍ଗି ବାଡ଼ିସ୍ଥିତ ଇକୋରିଟ୍ରିଟ୍ପରି ଦର୍ଶନ କରିଥିଲେ। ପରେପରେ ସେ ଦାରିଙ୍ଗବାଡ଼ି କଫି ଗାର୍ଡେନ୍ଯାଇ, ସେଠାରେବେଥିନିଆ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଦ୍ୱାରାପରିଚାଳିତକ୍ୟାଫେ”ରକାର୍ଯ୍ୟକଳାପକୁ ପ୍ରଶଂସା କରିଥିଲେ ମୁଖ୍ୟ ଶାସନ ସଚିବ ମଧ୍ୟ “ସଞ୍ଜାସାରୁଟ୍ରଷ୍ଟ”ଦ୍ୱାରା ପରିଚାଳିତ ଓ ରକ୍ଷଣା ବେକ୍ଷଣ କରାଯାଉଥିବା ହିଲ୍ଭ୍ୟୁ” ପାର୍କ ପରିଦର୍ଶନ କରିଥିଲେ ।  ସ୍ଥାନୀୟ ଗୋଷ୍ଠୀ ସମୁଦାୟଙ୍କ ସହଯୋଗରେ ଗଢ଼ି ଉଠିଥିବା  ଏହି ପାର୍କ  ପର୍ଯ୍ୟଟନ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ।  ମୁଖ୍ୟ ଶାସନ ସଚିବ ମଧ୍ୟ ସିର୍ତ୍ତିଗୁଡ଼ାରେ ଓପିଟିସିଏଲ ପ୍ରକଳ୍ପ ପରିଦର୍ଶ ନ କରି କାର୍ଯ୍ୟକାରୀ ସଂସ୍ଥାକୁ ଜୁନ୍୨୦୨୬ସୁଦ୍ଧା ଅତି ଅନ୍ତତଃ ଦୁଇ ଫେଜ୍ ବିଶିଷ୍ଟ  ବିଦ୍ୟୁତ୍ ପରିବହନ ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

            ମୁଖ୍ୟ ସଚିବ ଦାରିଙ୍ଗବାଡି ହିଲ୍ ଭ୍ୟୁ ଦର୍ଶନ କରି ନୂଆଗାଁ ଓ ଫିରିଙ୍ଗିଆ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ। ଫିରିଙ୍ଗିଆ ବ୍ଲକର କସମ ବନ୍ଧଗଡ଼ ଅଞ୍ଚଳରେ ଥିବା ହଳଦୀ ପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ କରିବା ସହ ମଣିପଦର ଅଞ୍ଚଳର ମହିଳାମାନଙ୍କ ଦ୍ୱାରା ଚାଷ ହୋଇଥିବା ମାଣ୍ଡିଆ ଚାଷ ଓ ରତଙ୍ଗ ଟ୍ୟାଙ୍କ ପରିଦର୍ଶନ କରିଥିଲେ । ମଣିପଦର ଗ୍ରାମରେ ସମନ୍ୱିତ କୃଷି ପ୍ରଣାଳୀ ଅନ୍ତର୍ଗତ ଉଦ୍ୟାନ କୃଷି ବିଭାଗ, ଓଡ଼ିଶା ଜୀବିକା ମିଶନ ଏବଂ ଆଇଟିଡିଏ ସମନ୍ୱୟରେଷ୍ଟ୍ରବେରି, ଗେଣ୍ଡୁଫୁଲ ଓ ମଟର ଚାଷ ପାଇଁ ସହଯୋଗ ଦିଆଯାଉଛି

            ଏହି ଅବସରରେ ସେ ମଧ୍ୟ  ଫିରିଙ୍ଗିଆ ପଞ୍ଚାୟତର ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରୀମାନଙ୍କୁ ପାଠ ପଢ଼ାଇବା ସହ ସେମାନଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ। ବିଦ୍ୟାଳୟ ହଷ୍ଟେଲରେ ଛାତ୍ରୀମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିବା ସହ ବିଦ୍ୟାଳୟର ଭିତ୍ତିଭୂମି ଓ ପରିବେଶ ଦେଖି ସେ  ସନ୍ତୋଷ ବ୍ୟକ୍ତ କରିଥିଲେ। ଛାତ୍ରୀମାନଙ୍କ ସହ ଆଲୋଚନା ପରେ ରହୁଥିବା ବିଭିନ୍ନ  ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ।

          ମୁଖ୍ୟ ସଚିବ ଫିରିଙ୍ଗିଆ ବ୍ଲକର କସମ ପରିଦର୍ଶନ କରି ଧାନ କଳ ଓ ପ୍ରକ୍ରିୟା କରଣ ୟୁନିଟ୍ ପରିଦର୍ଶନ କରିଥିଲେ । ଏଠାରେ କଳାଚାଉଳ, ହାତକୁଟା ଚାଉଳ ଓ ପଣସ ଚିପ୍ସପରି ଉତ୍ପାଦ ବିବିଧି କରଣ କାର୍ଯ୍ୟଗ୍ରହଣ କରାଯାଉଥିବାନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ । ଏହାସହିତ କସମ ଆଉଟଲେଟ୍ମଧ୍ୟ ଉଦ୍ଘାଟନ କରାଯାଇଥିଲା

          ମୁଖ୍ୟ ଶାସନ ସଚିବ ମଧ୍ୟ ହରଭଙ୍ଗାରେ ଠାରେ ଜଳ ବିଶୋଧନ କେନ୍ଦ୍ର ପରିଦର୍ଶ ନ କରି କାର୍ଯ୍ୟକାରୀ ସଂସ୍ଥାଙ୍କୁ ଶୀଘ୍ର ପ୍ରକଳ୍ପ ମାଧ୍ୟମରେ ଜଳ ଯୋଗାଣ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

          ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବଙ୍କ ସହ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଶମ୍ଭୁନାଥ ନନ୍ଦୀ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶ୍ରୀ ଗଦାଧର ପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ବାଲିଗୁଡା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସଙ୍କ ସମେତ ଜିଲ୍ଲା, ଉପଖଣ୍ଡ ଏବଂ ବ୍ଲକ  ପ୍ରଶାସନର ଅନ୍ୟ ସଂପୃକ୍ତ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ ।

          ଏହା ପରେ ମୁଖ୍ୟ ଶାସନ ସଚିବ ବୌଦ୍ଧ ଜିଲ୍ଲାର ହରଭଙ୍ଗା ଅଞ୍ଚଳ ଗସ୍ତ କରି ମହାନଦୀ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ କରି ଫୁଲବାଣୀକୁ ଫେରିଥିଲେ। ଫୁଲବାଣୀରେ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକ ପରେ ସେ ସାମ୍ବାଦିକମାନଙ୍କୁ ଜିଲ୍ଲାର ସମସ୍ୟା, ସେଗୁଡିକର ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପ ଓ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।

          ଏହି ଅବସରରେ ମୁଖ୍ୟ ସଚିବ ମଧ୍ୟ କହିଛନ୍ତି ଯେ, ତୃଣମୂଳସ୍ତରରେ କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନା ଓ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିବା, ପାନୀୟ ଜଳ ସହିତ ଅନ୍ୟ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରିତାରେ ଜିଲ୍ଲା ସ୍ତରରୁ ବାସ୍ତବ ସମସ୍ୟ ଜାଣି ଆବଶ୍ୟକ ସ୍ଥଳେ  ରାଜ୍ୟସ୍ତରୀୟ ସମନ୍ୱୟରେ  ରହୁଥିବା ସମସ୍ୟାର ସମାଧାନ କରିବା ଏହି ଗସ୍ତର ମୂଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ପ୍ରକାଶ କରିଛନ୍ତି ।

Happy Living Odisha

Leave a Reply

Your email address will not be published. Required fields are marked *