PRGI REGD NO : ORORI/25/A1991

Advertisement

ବିଶାଳ ଆଧ୍ୟାତ୍ମିକ ଶୋଭାଯାତ୍ରା ସହ ଶ୍ରୀ ବଡ଼ ଗୋପାଳଜୀ ଙ୍କ ମନ୍ଦିର ବିଜେ ଭବ୍ୟ ସ୍ବାଗତ କଲେ ସହର ବାସୀ

ବିଶାଳ ଆଧ୍ୟାତ୍ମିକ ଶୋଭାଯାତ୍ରା ସହ ଶ୍ରୀ ବଡ଼ ଗୋପାଳଜୀ ଙ୍କ ମନ୍ଦିର ବିଜେ ଭବ୍ୟ ସ୍ବାଗତ କଲେ ସହର ବାସୀ

ସୁବର୍ଣ୍ଣପୁର:- ତା ୨୫.୦୧.୨୦୨୬। ଦୀର୍ଘ ୪୨ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରିଥିବା ଶ୍ରୀ ଶ୍ରୀ ବଡ଼ ଗୋପାଳ ଜୀ ମହାପ୍ରଭୁଙ୍କ ଆଜି ରାଜା ଉଆସ ସମ୍ଭୁଖରେ ଥିବା ନିଜସ୍ଵ ମନ୍ଦିର କୁ ବିଜେ କରିଛନ୍ତି l ଜିଲ୍ଲା କୋଷା ଗାର ରେ ପୂଜା ଆଳତୀ ପରେ ନାମ କିର୍ତ୍ୟନ୍ୟ ହଜାର ଭକ୍ତଙ୍କ ଗହଣରେ ଏକ ବିଶାଳ ଶୋଭାଯାତ୍ରା ରେ ସୁବର୍ଣ୍ଣପୁର ସହର ପରିକ୍ରମା କରିଥିଲେ ମହାପ୍ରଭୂ l ଏଇ ମନୋରମ ଦୃଶ୍ୟ ପ୍ରଭୁ ଙ୍କୁ ଦର୍ଶନ ଓ ପ୍ରଭୁ କୃପା ଲାଭ ପାଇଁ ଆଜି ମହାପ୍ରଭୁଙ୍କୁ ସହର ର ପ୍ରତି ଛକ ରେ ଭକ୍ତ ଶ୍ରଦ୍ଧାଳୁଙ୍କ ଦ୍ବାରା ଆଳତି ସହ ପୂଜା ଅର୍ଚ୍ଚନା ଓ ବିଭିନ୍ନ ପ୍ରକାର ଭୋଗ ଅର୍ପଣ କରାଯାଇ ଭବ୍ୟ ସ୍ଵାଗତ କରାଯାଇଛି। ପ୍ରଭୁଙ୍କୁ ଦର୍ଶନ ପାଇଁ ସହରରେ ପ୍ରବଳ ଭିଡ଼ ଲାଗିରହିଥିଲା। ଶ୍ରୀ ଗୋପାଳ ଜି ମନ୍ଦିର କମିଟି ର ମୁଖ୍ୟ ତଥା ପୁରୀ ମହନ୍ତ ଶ୍ରୀ ବଂଶୀ ଧର ଦାସ ମହାରାଜ, ସୋନପୁର ଉପ ଜିଲ୍ଲାପାଳ ଡ଼ ସୌମ୍ୟ ରୂପା ରଥ ଙ୍କ ପ୍ରତ୍ୟକ୍ଷ ତତ୍ୱା ବଧାନ ରେ ଶୋଭା ଯାତ୍ରା ସହର ପରିକ୍ରମା କରା ଯାଇଥିଲା l ଜିଲ୍ଲା ପୋଲିସ୍ ପ୍ରଶାସନ ପକ୍ଷରୁ ଏସଡିପିଓ ରେଣୁକା ସୁନାଙ୍କ ତତ୍ୱାବଧାନ ଓ ଥାନା ଅଧିକାରୀ ଯାଦବ ବାଘ ଓ ବିଭିନ୍ନ ଅଧିକାରୀଙ୍କ ଉପସ୍ଥିତିରେ ଶୋଭାଯାତ୍ରା ଓ ମନ୍ଦିରର ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା l ଜିଲ୍ଲା କୋଷାଗାରରୁ ମହାପ୍ରଭୂ ଶୋଭାଯାତ୍ରାରେ ବାହାରିବା ପରେ ପ୍ରଥମେ ଘୋଡ଼ାଘାଟପଡ଼ା କଇଁଥ ତଳ ଛକ ଠାରେ ଶହ ଶହ ମହିଳା ଭକ୍ତଙ୍କ ଦ୍ବାରା ଆୟୋଜିତ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପୂଜା ଅର୍ଚ୍ଚନା ଓ ଆଳତୀ ଓ ଭୋଗ ଅର୍ପଣ କରାଯାଇଥିଲା l ପରେ ପରେ ମହାରଣା ପଡା ଛକ, ମଝିପଡ଼ା ରାମଜୀ ମନ୍ଦିର ଛକ, ବିଜୁ ପଟ୍ଟନାୟକ ଛକ, ବଡ଼ ବଗିଚା ଛକ, ନୂଆପଡ଼ା ମେହେର ପଡ଼ା ଛକ, ଦୁର୍ଗା ମଣ୍ଡପ, ରାଧାକୃଷ୍ଣ ମନ୍ଦିର ଛକ, ଗୁଣ୍ଡିଚା ମନ୍ଦିର, ତେନ୍ତୁଳି ଘାଟ ଛକ ଓ ଟିକ୍ରିପଡା ଛକ ଠାରେ ଶ୍ରୀ ଗୋପାଳଜୀ ମହାପ୍ରଭୁ ଙ୍କୁ ପୂଜା ଅର୍ଚ୍ଚନା ଓ ଭୋଗ ଅର୍ପଣ କରି ସହରବାସୀ ଦର୍ଶନ ସହ ପ୍ରଭୁ କୃପା ଲାଭ କରିଥିଲେ l ଶ୍ରୀ ଗୋପାଳଜୀଙ୍କ ମନ୍ଦିର ନିକଟସ୍ଥ ଗଡ ଭିତର ଠାରେ ପହଞ୍ଚିବା ପରେ ପ୍ରତି ଘର ଆଗରେ ପ୍ରଭୁ ଙ୍କୁ ପୂଜା କରା ଯାଇ ହରି ବୋଲ ହୁଳା ହୁଳି ସହ ସ୍ବାଗତ କରି ମହାପ୍ରଭୁ ଙ୍କୁ ମନ୍ଦିର ବିଜେ କରାଇଥିଲେ l ଆଜି ମହାପ୍ରଭୂ ଙ୍କ ଏହି ଅପୂର୍ବ ଓ ଦୁର୍ଲଭ ବେଶ ଦୃଶ୍ୟ କୁ ସହର ବାସୀ ଦର୍ଶନ ଲାଭ କରି ସୌଭାଗ୍ୟ ଅର୍ଜନ କରିଛନ୍ତି l ଆଜି ସନ୍ଧ୍ୟା ଠାରୁ ପୁଣି ପ୍ରଭୁ ଙ୍କ ମନ୍ଦିର ରେ ଭକ୍ତ ଙ୍କ ଖୁବ୍ ଭିଡ଼ ଲାଗି ରହିଥିବା ବେଳେ ଦୀର୍ଘ ବର୍ଷ ପରେ ସହର ବାସୀ ଆଜି ପ୍ରଭୁ ଙ୍କୁ ଦର୍ଶନ କରି ପାଖରେ ପାଇ ଉତ୍ ଫୁଲ୍ଲିତ ହୋଇ ଉଠିଛନ୍ତି l ଏହି ଶୋଭାଯାତ୍ରା କାର୍ଯ୍ଯ କ୍ରମ ରେ ଦେବୋତ୍ତର କମିଟି ସଦସ୍ୟ ଶ୍ରୀ ବତ୍ସ ମଲ୍ଲିକ, ବୈକୁଣ୍ଠ ଶତପଥୀ, ମନ୍ଦିର କମିଟି ସଦସ୍ୟ ରାମ ମହାପାତ୍ର, ସୀତାରାମ ମିଶ୍ର, ନୀଳକଣ୍ଠ ସାହୁ, ସୁର୍ଯ୍ୟ ପୁଝାରୀ, ସୂର୍ଯ୍ୟ ନାରାୟଣ ମହାପାତ୍ର, ଦୀପକ ମହାପାତ୍ର, ଗୁରୁ ଦାସ ମିଶ୍ର, (ଲେକୁ) , ଅଜିତ ପୁଝାରୀ, କାମ୍ପାଲ ବାଗ, ଦିବ୍ୟ ଶଙ୍କର ପଟ୍ଟ ନାୟକ, ଶୁଭ୍ରାଂଶୁ ଶେଖର ମିଶ୍ର, ପ୍ରତୀସ ମିଶ୍ର, ତ୍ରିଲୋଚନ ତରିଆ, ରାଜେଶ ପ୍ରମୁଖ ଙ୍କ ସହ କମିଟିର ସମସ୍ତ ସଦସ୍ୟ ଓ ସହରର ବିଭିନ୍ନ ସ୍ବେଛାସେବୀ ସଂଗଠନ ସହଯୋଗ କରିଥିଲେ l

Happy Living Odisha

Leave a Reply

Your email address will not be published. Required fields are marked *