PRGI REGD NO : ORORI/25/A1991

Advertisement

ବେଗୁନିଆରୁ ଆରମ୍ଭ ହେଲା ‘ସାଂସଦ ଚିକିତ୍ସା ଶିବିର’

ନୂଆବର୍ଷରୁ ଭୁବନେଶ୍ବର ସାଂସଦଙ୍କ ଅଭିନବ ପ୍ରୟାସ
ବେଗୁନିଆରୁ ଆରମ୍ଭ ହେଲା ‘ସାଂସଦ ଚିକିତ୍ସା ଶିବିର’

ନୂଆବର୍ଷରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନୂଆ ପଦକ୍ଷେପ, ସାଂସଦୀୟ କ୍ଷେତ୍ର ଅଧିନରେ ଥିବା ସମସ୍ତ ନାଗରିକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଏବଂ ସୁସ୍ବାସ୍ଥ୍ୟ ପାଇଁ ସାଂସଦ ଚିକିତ୍ସା ଶିବିର ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଏହି ଶିବିରକୁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ-ବୋଲଗଡ ନିର୍ବାଚନମଣ୍ଡଳୀର ବେଗୁନିଆଠାରେ ଶୁଭ ଉଦଘାଟନ କରାଯାଇଛି । ପ୍ରତ୍ଯକ ମାସର ତୃତୀୟ ରବିବାରରେ ଏଣିକି ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ବ୍ଲକ ସ୍ତରରେ ଆୟୋଜନ ହେବ ସାଂସଦ ଚିକିତ୍ସା ଶିବିର । ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଅଧିନରେ ରହିଥିବା ମୋଟ୍ ୮ଟି ବ୍ଲକରେ ସାଂସଦ ଚିକିତ୍ସା ଶିବିର ଆଗାମୀ ଦିନରେ ଆୟୋଜନ ହେବା ନେଇ ଉଦଘାଟନ ଅବସରରେ ମତ ରଖିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ରବିବାର ସକାଳ ୮ଟାରୁ ବେଗୁନିଆର ଗୋପବନ୍ଧୁ ପିଏମ ଶ୍ରୀ ହାଇସ୍କୁଲ ପରିସରରେ ପ୍ରଥମ ସାଂସଦ ଚିକିତ୍ସା ଶିବିର ଆରମ୍ଭ ହୋଇଥିଲା ।
ସାଂସଦ ଅପରାଜିତା ଷଡ଼ଙ୍ଗୀ ଫିତା କାଟି ଏହାର ଶୁଭ ଉଦଘାଟନ କରିଥିଲେ । ଏହି ସାଂସଦ ଚିକିତ୍ସା ଶିବିରରେ ପ୍ରାୟ ୧୦ଟି ଗାଁର ୫୫୦ରୁ ଅଧିକ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣା ଔଷଧ ବିତରଣ କରାଯାଇଥିବା କୁହାଯାଇଛି । ସାଂସଦ ଚିକିତ୍ସା ଶିବିରରେ ବିଭିନ୍ନ ବିଭାଗ ଯେପରିକି ମେଡିସିନ, ପେଡିଆଟ୍ରିକ୍, ସ୍ତ୍ରୀ ଓ ପ୍ରସୂତୀ ବିଭାଗ, ଅର୍ଥୋପେଡିକ, ଆଖି, ଦାନ୍ତ , ସର୍ଜରୀ ବିଭାଗର ବରିଷ୍ଠ ଚିକିତ୍ସକ ସାମିଲ ହୋଇଥିଲେ । ରକ୍ତ ପରୀକ୍ଷାରୁ ଆରମ୍ଭ କରି ମଧୁମେହ, ବିପି, ଓଜନ ମାପଠାରୁ ସମସ୍ତ ପ୍ରାରମ୍ଭିକ ଚିକିତ୍ସା ସୁବିଧା ଏହି ଶିବିରରେ ଉପଲବ୍ଧ ହୋଇଥିଲା । ଏହି ଅବସରରେ ଶିବିରକୁ ଆସିଥିବା ଲୋକଙ୍କ ସହିତ ସାଂସଦ ଅପରାଜିତା ବ୍ୟକ୍ତିଗତ ଭାବେ କଥା ହୋଇ ସୁବିଧା ଅସୁବିଧା ସମ୍ପର୍କରେ ପଚାରିବୁଝିଥିଲେ । ଏହି ଚିକିତ୍ସା ଶିବିର ବାଂକୋଇ ସିଏଚସି, ଖୋର୍ଦ୍ଧା ହସ୍ପିଟାଲ, କ୍ୟାପିଟାଲ ହସ୍ପିଟାଲର ବରିଷ୍ଠ ଡାକ୍ତର ଏବଂ ମେଡିକାଲ୍ ଟିମ୍ ସାମିଲ ହୋଇ, ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲେ ।

ଏହି ସାଂସଦ ଚିକିତ୍ସା ଶିବିର ଉଦଘାଟନ ଅବସରରେ ଭୁବନେଶ୍ବର ସାଂସଦ ମହୋଦୟା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ନିର୍ଦେଶ କ୍ରମେ ସମସ୍ତଙ୍କ (ବିଶେତଃ ମହିଳା ମାନଙ୍କ ) ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଏହି କାର୍ଯ୍ୟକ୍ରମର ଏକମାତ୍ର ଉଦେଶ୍ୟ l କାର୍ଯ୍ୟକ୍ରମର ଲକ୍ଷ୍ୟ ‘ମୋ ସଂସଦୀୟ କ୍ଷେତ୍ର ଅଂଚଳରେ ବସବାସ କରୁଥିବା ସମସ୍ତେ ନାଗରିକ ସୁସ୍ଥ ରହିବେ, ଶିବିରର ନିଶୁଳ୍କ ସେବାର ସୁବିଧା ନେବେ’ । ଏଥିପାଇଁ ସଂସଦୀୟ କ୍ଷେତ୍ର ଅଧିନରେ ଥିବା ସମସ୍ତ ନାଗରିକଙ୍କୁ ଅନୁରୋଧ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତ ଷଡ଼ଙ୍ଗୀ । ସମସ୍ତେ ଆସନ୍ତୁ, ସାଂସଦ ଚିକିତ୍ସା ଶିବିରରେ ନିଶୁଳ୍କ ସ୍ବାସ୍ଥ୍ୟ ପରୀକ୍ଷା କରାନ୍ତୁ, ସୁସ୍ଥ ରୁହନ୍ତୁ, ଏପରି ଭିଜନ ନେଇ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ଭୁବନେଶ୍ବର ସାଂସଦ । ଏଣିକି ପ୍ରତ୍ୟକ ମାସର ତୃତୀୟ ରବିବାରରେ ସଂସଦୀୟ କ୍ଷେତ୍ରରେ ବିଭିନ୍ନ ବ୍ଲକରେ ନିୟମିତ ଭାବେ ଅନୁଷ୍ଠିତ ହେବ, ସାଂସଦ ଚିକିତ୍ସା ଶିବିର l ପ୍ରଥମ ସାଂସଦ ଚିକିତ୍ସା ଶିବିର ଆୟୋଜନରେ ସହଯୋଗ କରିଥିବା ସମସ୍ତ ଡାକ୍ତର, ମେଡିକାଲ ଟିମ୍ ଏବଂ କର୍ତ୍ତୃପକ୍ଷ ଓ ଜନସାଧାରଣଙ୍କୁ ଧନ୍ୟବାଦ ଏବଂ ଶୁଭେଚ୍ଛା ଜଣାଇଛନ୍ତି ଭୁବନେଶ୍ବର ସାଂସଦ ।

ସାଂସଦ ଚିକିତ୍ସା ଶିବିର ଆୟୋଜନ ନେଇ ଏକ ୪ ଜଣିଆ ସଦସ୍ୟ ବିଶିଷ୍ଟ ଟିମ୍ ଗଠନ କରିଛନ୍ତି ଭୁବନେଶ୍ବର ସାଂସଦ। ଟିମରେ ଥିବା ସଦସ୍ୟମାନେ ହେଉଛନ୍ତି ସୁଧୀର କୁମାର ପଣ୍ଡା,ଗିସଲୟ ଘୋଷ, ଜୀବନ କୁମାର ସାହୁ ଏବଂ ବିଦ୍ୟୁତ କୁମାର କାଣ୍ଡି,ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ । ଏହି କାର୍ଯ୍ୟକ୍ରମରେ ଗୋପବନ୍ଧୁ ପିଏମଶ୍ରୀ ହାଇସ୍କୁଲ ହେଡମାଷ୍ଟର ପ୍ରମୋଦ କୁମାର ସ୍ବାଇଁ, ମଣ୍ଡଳ ସଭାପତି ଜୀତେନ୍ଦ୍ର କୁମାର ସାହୁ, ସମିତିସଭ୍ୟ ପ୍ରକାଶ ଚନ୍ଦ୍ର ବଳିୟାରସିଂ, ଲୋତକବିନ୍ଦୁ ପଟ୍ଟନାୟକ, ଶିବ କୁମାର ମୁନୀ, ବିଭୂତି ମହାନ୍ତି, ବୀରନାଥ ରାୟଙ୍କ ସମେତ ଅନେକ ବରିଷ୍ଠ ନାଗରିକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାଲେ ସହଯୋଗ କରିଥିଲେ ।

Happy Living Odisha

Leave a Reply

Your email address will not be published. Required fields are marked *