PRGI REGD NO : ORORI/25/A1991

Advertisement

ମାନ୍ୟବର ରାଜ୍ୟପାଳଙ୍କ କରକମଳରେ ବହୁପ୍ରତିକ୍ଷିତ ଗୋପାଳପୁର ବେଳାଭୂମି ମହୋତ୍ସବର ଶୁଭାରମ୍ଭ

ମାନ୍ୟବର ରାଜ୍ୟପାଳଙ୍କ କରକମଳରେ ବହୁପ୍ରତିକ୍ଷିତ ଗୋପାଳପୁର ବେଳାଭୂମି ମହୋତ୍ସବ ର ଶୁଭାରମ୍ଭ

ଗୋପାଳପୁରରେ ଇତିହାସ ବର୍ତ୍ତମାନ ସହିତ ଏବଂ ପରମ୍ପରା ପ୍ରଗତି ସହିତ ହାତ ମିଳାଇଛି :ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

ଓଡ଼ିଶା ସର୍ବଦା ବିଶ୍ୱଦୃଷ୍ଟି, ଆତ୍ମବିଶ୍ୱାସ ଏବଂ ଉନ୍ନତ ଚିନ୍ତାଧାରା ସହିତ ଗଭୀର ଭାବରେ ଜଡିତ: ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

ବେଳାଭୂମି ମହୋତ୍ସବ ଓଡ଼ିଶାର ଶ୍ରେଷ୍ଠ ମହୋତ୍ସବ ମଧ୍ୟରୁ ଅନ୍ୟତମ: ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ

ଗୋପାଳପୁର ବେଳାଭୂମି ମହୋତ୍ସବ ଆଜି ସୌନ୍ଦର୍ଯ୍ୟ ର ସୁନାମିରେ ପରିଣତ ହୋଇଛି: ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା

ପ୍ରଥମ ଥର ପାଇଁ ବନାରସ ସାଧୁ ସନ୍ଥ ଦ୍ୱାରା ଅନନ୍ୟ ସମୁଦ୍ର ଆଳତି

ବଲିଉଡ ଗାୟକ ବି ପ୍ରାକ, ଓଲିଉଡ଼ ଗାୟକ କୁଲଦୀପ ପଟ୍ଟନାୟକ, ଓଡିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ସଂଗୀତ ଓ ନୃତ୍ୟରେ ଦର୍ଶକ ବିଭୋର

ପଲ୍ଲିଶ୍ରୀ ମେଳାରେ 250 ଷ୍ଟଲ, ଖାଦ୍ୟ ମେଳାରେ 50 ଷ୍ଟଲ

ବ୍ରହ୍ମପୁର / ଗୋପାଳପୁର ତା 27.01.2026 – ଗୋପାଳପୁର କେବଳ ଏକ ଆକର୍ଷଣୀୟ ବେଳାଭୂମି ଗନ୍ତବ୍ୟସ୍ଥଳ ନୁହେଁ, ଏହା ଏପରି ଏକ ସ୍ଥାନ ଯେଉଁଠାରେ ଇତିହାସ ବର୍ତ୍ତମାନ ସହିତ ମିଶିଛି ଏବଂ ପରମ୍ପରା ପ୍ରଗତି ସହିତ ହାତରେ ହାତ ମିଳାଇ ଚାଲିଛି । ଆମର ଉପକୂଳ କେବଳ ଏକ ଭୌତିକ ସୀମା ନୁହେଁ, ବରଂ ଜୀବିକା ଏବଂ ଆକାଂକ୍ଷାର ପ୍ରତୀକ । ପ୍ରାଚୀନ କଳିଙ୍ଗର ବୀର ସାଧବମାନେ ବିଶାଳ ସମୁଦ୍ର ପାର ହୋଇ ବାଣିଜ୍ୟ ସହ ଆମ ସଂସ୍କୃତି ଏବଂ ମୂଲ୍ୟବୋଧର ପ୍ରଚାରପ୍ରସାରରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଓଡ଼ିଶା ସର୍ବଦା ବିଶ୍ୱଦୃଷ୍ଟି, ଆତ୍ମବିଶ୍ୱାସ ଏବଂ ଉନ୍ନତ ଚିନ୍ତାଧାରା ସହିତ ଗଭୀର ଭାବରେ ଜଡିତ ବୋଲି ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି ।

ଭାରତ ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଆଡକୁ ଅଗ୍ରସର ହେଉଥିବାବେଳେ ଗୋପାଳପୁର ଭଳି ଉପକୂଳବର୍ତ୍ତୀ ଅଞ୍ଚଳ ଏକ ସ୍ଥିର ଏବଂ ସମୃଦ୍ଧ ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ଉତ୍ସବ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରି ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ଆଜିର ସାନ୍ଧ୍ୟ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ମୁଖ୍ୟଅତିଥି ପ୍ରକାଶ କରିଛନ୍ତି।

ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଥିଲେ ଯେ ବେଳାଭୂମି ମହୋତ୍ସବ ଓଡ଼ିଶାର ଶ୍ରେଷ୍ଠ ମହୋତ୍ସବ ମଧ୍ୟରୁ ଅନ୍ୟତମ। କଳା, ସାହିତ୍ୟ, ସଂସ୍କୃତି, ସଂଗୀତ ସମସ୍ତ କ୍ଷତ୍ରରେ ଗଞ୍ଜାମର ସ୍ଥାନ ଓଡ଼ିଶାର ସର୍ବାଗ୍ରେ ।

ବେଳାଭୂମି ମହୋତ୍ସବର ମାର୍ଗଦର୍ଶକ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା କହିଲେ ଯେ ବହୁପ୍ରତିକ୍ଷୀତ ଗୋପାଳପୁର ବେଳାଭୂମି ମହୋତ୍ସବକୁ କେବଳ ଓଡିଶା ନୁହଁ ଦେଶ ତଥା ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏ ବର୍ଷ ଭାରତବର୍ଷର ସର୍ବୋତ୍ତମ କଳା, ସଂସ୍କୃତି, ଅନନ୍ୟ ସମୁଦ୍ର ଆଳତି, ବେଳାଭୂମି କ୍ରୀଡା, ପଲ୍ଲିଶ୍ରୀ ମେଳା, ଖାଦ୍ୟ ମେଳାର ଆୟୋଜନ କରାଯାଇଛି ।ଏହା ଗୋପାଳପୁରକୁ ବିଶ୍ଵସ୍ତରରେ ଏକ ଆକର୍ଷଣୀୟ ସମୁଦ୍ରତଟୀୟ ପର୍ଯ୍ୟଟନ ଗନ୍ତବ୍ୟ ଭାବେ ପରିଚିତ କରିବ। ସେ ମଧ୍ୟ ଗୋପାଳପୁର ବେଳାଭୂମି ଆଜି ସୌନ୍ଦର୍ଯ୍ୟର ସୁନାମିର ପରିଣତ ହୋଇଛି ବୋଲି କହିଥିଲେ।

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗଞ୍ଜାମ ଓ ଗୋପାଳପୁରର ସାମାଜିକ ଓ ଐତିହାସିକ ପୃଷ୍ଠଭୂମି ସମ୍ପର୍କରେ ଆଲୋକପାତ କରିଥିଲେ।

ଖଲ୍ଲିକୋଟ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ, କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ, ଗୋପାଳପୁର ଏନ ଏ ସି ଅଧକ୍ଷ ଏ ଜାନକୀ ରାଓ, ଶ୍ରୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆଇ ଜି ଶ୍ରୀ ନିତିନ କେଶର, ଜିଲ୍ଲାପାଳ ଶ୍ରୀ ଭି କୀର୍ତ୍ତି ୱାସନ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର, ବ୍ରହ୍ମପୁର ମହାନଗର ନିଗମ କମିଶନର ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜସିର୍କେ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

Happy Living Odisha

Leave a Reply

Your email address will not be published. Required fields are marked *