PRGI REGD NO : ORORI/25/A1991

Advertisement

ପୁଣ୍ୟାତ୍ମା ଆଚାର୍ଯ୍ୟ ହରିହର ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଓ ମାଲ୍ୟାର୍ପଣ

ପୁଣ୍ୟାତ୍ମା ଆଚାର୍ଯ୍ୟ ହରିହର ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଓ ମାଲ୍ୟାର୍ପଣ

ଭୁବନେଶ୍ୱର, ୨୭.୦୨.୨୬ : ଗାନ୍ଧୀବାଦୀ ଆଦର୍ଶର ପ୍ରମୁଖ ପ୍ରବକ୍ତା, ସମାଜସଂସ୍କାରକ ଓ ଶିକ୍ଷାବିତ୍ ପୁଣ୍ୟାତ୍ମା ଆଚାର୍ଯ୍ୟ ହରିହର ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଗରିମାମୟ ପରିବେଶରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ସ୍ୱାଧୀନତା ସଂଗ୍ରାମ ଓ ଗାନ୍ଧୀବାଦୀ ଆନ୍ଦୋଳନରେ ସକ୍ରିୟ ଭୂମିକା ନେଇଥିବା ଆଚାର୍ଯ୍ୟ ହରିହର ଦାସ ସରଳତା, ନୈତିକତା ଓ ସମାଜସେବାକୁ ଜୀବନର ମୂଳ ମନ୍ତ୍ର ଭାବେ ଅନୁସରଣ କରିଥିଲେ। ଶିକ୍ଷା ପ୍ରସାର ଓ ସମାଜସଂସ୍କାରରେ ତାଙ୍କ ଅବଦାନ ଆଜିମଧ୍ୟ ସମାଜକୁ ପ୍ରେରଣା ଦେଉଛି।

ସକାଳ ଘ. ୮.୩୦ ମିନିଟ୍ ସମୟରେ ଆଚାର୍ଯ୍ୟ ବିହାର, ଭୁବନେଶ୍ୱରସ୍ଥିତ ପୁଣ୍ୟାତ୍ମା ଆଚାର୍ଯ୍ୟ ହରିହର ଦାସଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ଗୁର୍‌ବୀର୍‌ ସିଂ, ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଆଚାର୍ଯ୍ୟ ବିହାର ପରିଷଦର ସଭାପତି ଶ୍ରୀ ଭାଗବତ ଦାଶ, ସମ୍ପାଦକ ଓ ପରିଷଦର ସଦସ୍ୟମାନଙ୍କ ସହିତ ବହୁ ବରିଷ୍ଟ ନାଗରିକ ଏବଂ ଅନେକ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇ ମାଲ୍ୟାର୍ପଣ କରିଥିଲେ।

ଉପସ୍ଥିତ ଅତିଥିମାନେ ଆଚାର୍ଯ୍ୟ ହରିହରଙ୍କ ସରଳ ଜୀବନ, ନିଷ୍ଠାପୂର୍ଣ୍ଣ ସମାଜସେବା ଓ ନୈତିକ ଆଦର୍ଶକୁ ସ୍ମରଣ କରିଥିଲେ। ପୁଣ୍ୟାତ୍ମା ଆଚାର୍ଯ୍ୟ ହରିହରଙ୍କ ଜୀବନଦର୍ଶନ ଆଗାମୀ ପିଢ଼ି ପାଇଁ ସଦା ପ୍ରେରଣାସ୍ତ୍ରୋତ ହୋଇ ରହିବ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ।

Happy Living Odisha

Leave a Reply

Your email address will not be published. Required fields are marked *