STATE NEWS ଓଡିଶାରେ ବଢିଚାଲିଛି ନକଲି ଚର୍ମରୋଗ ବିଶେଷଜ୍ଞଙ୍କ ଉତ୍ପାତ happylivingodisha@gmail.com Mar 10, 2026 0 ଓଡିଶାରେ ବଢିଚାଲିଛି ନକଲି ଚର୍ମରୋଗ ବିଶେଷଜ୍ଞଙ୍କ ଉତ୍ପାତ ସରକାର ଏବଂ ଜନସାଧାରଣ ସଚେତନ ହେଲେ ନକଲି ଡାକ୍ତରଙ୍କୁ ରୋକାଯାଇପାରିବ: ଡ.କୁମାର ଅଭିଶେକ ଭୁବନେଶ୍ୱର: ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଡର୍ମାଟୋଲୋଜିଷ୍ଟସ୍,ଭେନେରିଓଲୋଜିଷ୍ଟିସ୍ ଆଣ୍ଡ୍ ଲେପ୍ରୋଲୋଜିଷ୍ଟିସ୍ (ଆଇଏଡିଭିଏଲ୍)ଓଡିଶା ଶାଖା ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ଅଯୋଗ୍ୟ ବ୍ୟକ୍ତିମାନେ ଡର୍ମାଟୋଲୋଜି ଓ କସ୍ମେଟିକ୍ ପ୍ରକ୍ରିୟା କରୁଥିବା ଖବର ପ୍ରତି ଗଭିର ଚିନ୍ତା ପ୍ରକାଶ କରିଛନ୍ତି। ସଂଘର ସେକ୍ରେଟାରୀ ଡ କୁମାର ଅଭିଶେକ କହିଛନ୍ତି ଯେ, ଓଡିଶାରେ ଶହ ଶହ ସଂଖ୍ୟାରେ ନକଲି ଡାକ୍ତର ଲୋକଙ୍କର ଚିକିତ୍ସା କରୁଛନ୍ତି। ସେମାନେ ଲେଜର ଚିକିତ୍ସା, କେମିକାଲ ପିଲ୍, କେଶ ପ୍ରତିରୋପଣ ଏବଂ ଇଞ୍ଜେକ୍ଟେବୁଲ୍ ଟ୍ରିଟ୍ମେଣ୍ଟ ପରି ଚିକିତ୍ସା ମଧ୍ୟ କରିବାକୁ ପଛାଉନାହାଁନ୍ତି। ଡାକ୍ତରଙ୍କ ସଂଖ୍ୟା କମ୍ ଥିବାରୁ ଏହାର ଫାଇଦା ବିଭିନ୍ନ ରାଜ୍ୟରୁ ଆସୁଥିବା ନକଲି ଡାକ୍ତରମାନେ ଉଠାଉଛନ୍ତି କିନ୍ତୁ ଏମାନଙ୍କୁ ଧରିବା ପାଇଁ କିମ୍ବା ଯାଞ୍ଚ୍ କରିବା ପାଇଁ ସରକାରଙ୍କ ତରଫରୁ ଦୃଢ ପଦକ୍ଷେପ ନିଆଯାଉନାହିଁ। ଫଳରେ ଭୁଲ୍ ଚିକିତ୍ସା ଯୋଗୁଁ ଲୋକେ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇ ଶେଷ ମୁହୂର୍ତ୍ତରେ ଡାକ୍ତରଖାନା ଯାଉଛନ୍ତି। ଏହି ଡାକ୍ତରମାନେ ବିଭିନ୍ନ ପ୍ରକାର ବିଜ୍ଞାପନ ଦେଇ ଗ୍ରାମୀଣ ଲୋକଙ୍କୁ ଆକର୍ଷିତ କରୁଛନ୍ତି। ଅଥଚ ସ୍ୱାସ୍ଥ୍ୟ ବିଭାଗ ଏମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରି କାହିଁକି ପଦକ୍ଷେପ ନେଉନାହାଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ବିଭିନ୍ନ ରାଜ୍ୟର ଅଦାଲତମାନଙ୍କରେ ମଧ୍ୟ ମକଦ୍ଦମା ଚାଲିଛି। ତଥାପି କାହିଁକି ଏମାନଙ୍କ ସଂଖ୍ୟା ବଢି ବଢି ଚାଲିଛି ସେ ଦିଗରେ ଜନସାଧାରଣ ଏବଂ ସରକାର ସଚେତନ ହେଲେ ଏପରି ନକଲି ଡାକ୍ତରମାନଙ୍କ ଉପରେ ଅଙ୍କୁଶ ଲଗାଯାଇପାରିବ ବୋଲି ଡାକ୍ତର ଅଭିଶେକ କହିଛନ୍ତି। Happy Living Odisha #hlo
STATE NEWS *ଏସ୍ଓଏସ୍ ଚିଲ୍ଡ୍ରେନ୍ସ ଭିଲେଜ୍ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ* happylivingodisha@gmail.com Oct 21, 2026
STATE NEWS ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ happylivingodisha@gmail.com Oct 21, 2026
STATE NEWS *ଶ୍ରୀ ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ* happylivingodisha@gmail.com Oct 19, 2026
STATE NEWS ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ happylivingodisha@gmail.com Oct 19, 2026
STATE NEWS ସଫେଇ କର୍ମଚାରୀ ଜାତୀୟ କମିଶନ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ happylivingodisha@gmail.com Oct 16, 2026
STATE NEWS *ବଜ୍ରପାତ ମୃତ୍ୟୁ ଓ କ୍ଷୟକ୍ଷତି ରୋକିବାକୁ ଓଡ଼ିଶାରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି* happylivingodisha@gmail.com Oct 16, 2026
STATE NEWS *ଐତିହାସିକ ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭୁବନେଶ୍ୱରରେ ଭବ୍ୟ ସମ୍ବର୍ଦ୍ଧନା* happylivingodisha@gmail.com Oct 16, 2026
STATE NEWS ବିଶ୍ଵ ଓଡ଼ିଆ ପରିବାରର ମାସିକ ଆଲୋଚନା ଚକ୍ର ଓ କାବ୍ୟ ସଂଧ୍ୟା happylivingodisha@gmail.com Oct 16, 2026
STATE NEWS ‘ରାଜନୈତିକ ପ୍ରତିରୋଧ’ ନାମରେ ଅରାଜକତା ସୃଷ୍ଟି ପ୍ରଚେଷ୍ଟା: happylivingodisha@gmail.com Oct 16, 2026
STATE NEWS ଜୟ ଶ୍ରୀରାମ କ୍ଲବ ବଲଡିହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ happylivingodisha@gmail.com Oct 16, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS *ଏସ୍ଓଏସ୍ ଚିଲ୍ଡ୍ରେନ୍ସ ଭିଲେଜ୍ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ* happylivingodisha@gmail.com Oct 21, 2026
STATE NEWS ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ happylivingodisha@gmail.com Oct 21, 2026
STATE NEWS *ଶ୍ରୀ ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ* happylivingodisha@gmail.com Oct 19, 2026
STATE NEWS ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ happylivingodisha@gmail.com Oct 19, 2026
Leave a Reply