PRGI REGD NO : ORORI/25/A1991

Advertisement

୨୭ତମ “କାରଗିଲ ବିଜୟ ଦିବସ” ପାଳନ

ରାଜ୍ୟ କାର୍ଯ୍ୟାଳୟରେ ୨୭ତମ “କାରଗିଲ ବିଜୟ ଦିବସ” ପାଳନ
ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢିବାର ଶିକ୍ଷା ଦେଇଛି କାରଗିଲ୍ ଯୁଦ୍ଧ: ଡ.ଯତୀନ ମହାନ୍ତି
 ଅବସରପ୍ରାପ୍ତ ସେନାଧିକାରୀଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର, ତା.୨୬/୦୭: କାରଗିଲ ବିଜୟ ଦିବସ କେବଳ ଏକ ସାମରିକ ବିଜୟର ଦିନ ନୁହେଁ, ଏହା ଭାରତୀୟ ସେନାର ଅଟଳ ଶପଥ, ଦେଶପ୍ରେମ ଓ ସାର୍ବଭୌମତ୍ୱର ପ୍ରତୀକ । ଆମର ଶାନ୍ତିପୂର୍ଣ୍ଣ ଆଜି ପାଇଁ ଯେଉଁ ଯବାନମାନେ ସେମାନଙ୍କର କାଲିକୁ ବଳିଦାନ ଦେଇଛନ୍ତି, ସେମାନଙ୍କ ନିକଟରେ ସମଗ୍ର ଦେଶ ସଦା ସର୍ବଦା ଋଣୀ । କାରଗିଲ ଯୁଦ୍ଧ ବିଜୟ ଭାରତୀୟ ଇତିହାସର ଏକ ଅବିସ୍ମରଣୀୟ ଦିନ । ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢିବାର ଶିକ୍ଷା ଦେଇଛି କାରଗିଲ୍ ଯୁଦ୍ଧ । କାର୍ଗିଲ ବିଜୟ ଦିବସ ହେଉଛି ଭାରତୀୟ ସାମରିକ ଇତିହାସର ଏକ ଅତି ଗୌରବମୟ ଅଧ୍ୟାୟ । ୧୯୯୯ ମସିହା ଜୁଲାଇ ୨୬ ତାରିଖରେ ଭାରତୀୟ ସେନା କାର୍ଗିଲ ଯୁଦ୍ଧରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ପରାସ୍ତ କରି ଦେଶର ସୀମାକୁ ସୁରକ୍ଷିତ କରିଥିଲା । ପ୍ରତିକୂଳ ପରିସ୍ଥିତିରେ ପ୍ରାୟ ୧୮,୦୦୦ ଫୁଟ ଉଚ୍ଚତା ଓ ମାଇନସ୍ ଡିଗ୍ରୀ ତାପମାତ୍ରାରେ ଅତ୍ୟନ୍ତ ଦୁର୍ଗମ ପାହାଡ଼ ଉପରେ ଯୁଦ୍ଧ କରି ଭାରତୀୟ ଯବାନମାନେ ଶତ୍ରୁଙ୍କୁ ଛତ୍ରଭଙ୍ଗ ଦେଇଥିଲେ । କାର୍ଗଲ ଦ୍ରାସ୍ ଓ ବତାଲିକ୍ କ୍ଷେତ୍ରରେ ପାକିସ୍ଥାନୀ ସୈାନ୍ୟଙ୍କ ଦଖଲରୁ ଭାରତୀୟ ଭୁଖଣ୍ଡକୁ ମୁକ୍ତ କରିବା ପାଇଁ ଭାରତୀୟ ସେନା ଅପରେସନ ବିଜୟ ଆରମ୍ଭ କରିଥିଲା । ୬୦ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ଭାରତୀୟ ସୈନ୍ୟମାନେ ନିଜର ପରାକାଷ୍ଠା ପ୍ରଦର୍ଶନ କରି ଶତୃପକ୍ଷକୁ ଧରାଶାୟୀ କରିଥିଲେ । ବିରାଟ ଷଡଯନ୍ତ୍ର ରଚିଥିବା ପଡୋଶୀ ପାକିସ୍ଥାନକୁ ଏହି ଯୁଦ୍ଧରେ ପରାଜିତ କରି ଦେଶମାତୃକାର ସେବା ପାଇଁ ଭାରତର ବୀର ସୈନିକମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ୧୯୯୯ ମସିହା ଜୁଲାଇ ୨୬ ତାରିଖରେ ଦେଶର ବୀର ସୈନିକମାନେ ଏହି ଯୁଦ୍ଧରେ ବିଜୟ ଆଣି ସମସ୍ତ ଭାରତୀୟଙ୍କୁ ଗର୍ବିତ କରିଥିଲେ । ସେହି ଦିନଠାରୁ ପ୍ରତ୍ୟେକ ବର୍ଷ ଜୁଲାଇ ୨୬ ତାରିଖକୁ ‘କାରଗିଲ ବିଜୟ ଦିବସ’ ଭାବେ ପାଳନ କରାଯାଉଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ କାରଗିଲ ବିଜୟ ଦିବସ ପାଳନ ଅବସରରେ ଯୋଗ ଦେଇ ରାଜ୍ୟ ଉପସଭାପତି ଡ.ଯତୀନ ମହାନ୍ତି କହିଛନ୍ତି ।
ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ସମେତ ସାରା ଦେଶବାସୀ ଭାରତୀୟ ସେନାଙ୍କ ମନୋବଳ ବଢାଇଥିଲେ । କାରଗିଲ ଯୁଦ୍ଧରେ ଶହୀଦ୍ ହୋଇଥିବା ବୀର ସେନାନୀଙ୍କୁ ତାଙ୍କ ନିଜ ଗାଁକୁ ଆଣି ସମ୍ମାନ ଜଣାଇ ଶେଷକୃତ୍ୟ କରିବାର ନୂତନ ପରଂପରା ଆରମ୍ଭ ହୋଇଥିଲା । ଯାହାକି ଦେଶବାସୀଙ୍କ ଭିତରେ ଦେଶଭକ୍ତର ଭାବ ସୃଷ୍ଟି କରିଥିଲା ।ତତ୍କାଳୀନ ଶକ୍ତିଶାଳୀ ଓ ସାହସୀ ଭାରତୀୟ ସେନା ପାକିସ୍ଥାନର ଚକ୍ରାନ୍ତକୁ ପଣ୍ଡ କରି କାରଗିଲ୍ ଯୁଦ୍ଧରେ ପରାସ୍ତ କରିଥିଲା । କାରଗିଲ ଯୁଦ୍ଧ ବିଜୟରେ ଦେଶମାତୃକାର ସେବା କରିବା ପାଇଁ ଆମ ବୀର ଯବାନ ଦେଇଥିବା ଶୈାର୍ଯ୍ୟ ଓ ବଳିଦାନକୁ କୋଟି କୋଟି ପ୍ରଣାମ ଜଣାଇ ଏହି ବିଜୟ ପାଳନ କରାଯାଉଛି । କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ଶହୀଦ ହୋଇଥିବା ୫୬୨ରୁ ଉର୍ଦ୍ଧ୍ୱ ଯବାନଙ୍କ ମଧ୍ୟରେ ୧୩ ଜଣ ଓଡ଼ିଆ ସୁପୁତ୍ର ସାମିଲ ଥିଲେ । ଗଞ୍ଜାମ, ପୁରୀ, କଟକ, କେନ୍ଦ୍ରାପଡ଼ା ଆଦି ଜିଲ୍ଲାର ବୀର ଯବାନମାନଙ୍କ ଅଦମ୍ୟ ସାହସ ଓ ପ୍ରାଣବଳିଦାନକୁ ଓଡ଼ିଶାବାସୀ ଚିରଦିନ ମନେରଖିବେ । ଭାରତୀୟ ସେନାର ତ୍ୟାଗ, ତପସ୍ୟା ଏବଂ ବଳିଦାନକୁ ଆମ ଦେଶ ସବୁବେଳେ ମନେ ରଖିବ । ବର୍ତମାନ ଓ ଭବିଷ୍ୟତ ପୀଢିକୁ ରାଷ୍ଟ୍ରଭକ୍ତି, ଦେଶ ସେବା ଓ ସମର୍ପଣ ଭାବନା ନେଇ ନିରନ୍ତର କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ । ସୈନିକମାନଙ୍କ ପରାକାଷ୍ଠା ପାଇଁ ଆମେ କାରଗିଲ୍ ଯୁଦ୍ଧରେ ପାକିସ୍ଥାନକୁ ପରାସ୍ତ କରି ବିଜୟ ଲାଭ କରିଛୁ । ଆଜିର ଯୁବପିଢୀ ଦେଶମାତୃକା ପାଇଁ ନିସ୍ୱାର୍ଥପର ଭାବେ କାମ କରିବା ଦରକାର । ରାଷ୍ଟ୍ର ହେଉଛି ସର୍ବୋପରୀ । କାରଗିଲ୍ ଯୁଦ୍ଧ ସମୟରେ ଦେଶବାସୀଙ୍କ ଉତ୍ସାହ ଓ ସମର୍ଥନ ଭାରତୀୟ ସେନାର ଆତ୍ମବଳ ଦୃଢ କରିଥିଲା । ଶହୀଦ ହୋଇଥିବା ସମସ୍ତ ସୈନିକଙ୍କ ପାଇଁ ସାରା ଦେଶ ଆଜି ଗର୍ବିତ । ଭାରତୀୟ ସେନା ଯେଉଁ ଭଳି ଭାବେ କାରଗିଲ୍ ଯୁଦ୍ଧରେ ପାକିସ୍ଥାନକୁ ମୁହଁ ତୋଡ୍ ଜବାଜ ଦେବା ସହ ପାକିସ୍ଥାନକୁ ପଛକୁ ଯିବାକୁ ବାଧ୍ୟ କରିଥିଲା, ଏହା କେବଳ ଭାରତୀୟ ସୈନିକଙ୍କ ଦ୍ୱାରା ସମ୍ଭବ । ଭାରତୀୟ ସେନାର ତ୍ୟାଗ, ତପସ୍ୟା ଏବଂ ବଳିଦାନକୁ ଆମ ଦେଶ ସବୁବେଳେ ମନେ ରଖିବ ବୋଲି ଡ.ମହାନ୍ତି କହିଛନ୍ତି ।
“କାରଗିଲ ବିଜୟ ଦିବସ” ପାଳନ ଅବସରରେ ଅବସରପ୍ରାପ୍ତ ସେନାଧିକାରୀ କର୍ଣ୍ଣେଲ ସବ୍ୟସାଚୀ ଦାସ, ଓ୍‌ôିଙ୍ଗ କମାଣ୍ଡର ଡ.ବିଜୟ କୁମାର ଜେନା, ସୁବେଦାର ରାହାସ ବିହାରୀ ନାୟକ, ନାଏବ ସୁବେଦାର ଅଶୋକ କୁମାର ବିଶ୍ୱାଳ, ଅରୁଣ କୁମାର ପତି, ସର୍ଜେଂଟ ଧ୍ରୁବାନନ୍ଦ ବାରିକ, ରୁଦ୍ରପ୍ରସାଦ ମହାପାତ୍ର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ସେମାନେ କାରଗିଲ ଯୁଦ୍ଧ ସଂପର୍କରେ ନିଜ ନିଜ ଅନୁଭବ ବ୍ୟକ୍ତ କରିଥିଲେ ।
ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ, ବୁଦ୍ଧିଜୀବି ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଶ୍ରୀ ସୁଦର୍ଶନ ନାୟକ, ବିଜେପି ବାର୍ତା ସଂପାଦକ ଅଧ୍ୟାପକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା, ଭୂବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Happy Living Odisha

Leave a Reply

Your email address will not be published. Required fields are marked *