ଚିଲିକା କୁ କରାଯିବ ବିଶ୍ୱସ୍ତରୀୟ:ଅପରାଜିତା
ଚିଲିକା ବିକାଶ ପାଇଁ ୧୩୦୦କୋଟି ର ପ୍ରକଳ୍ପ ଯୋଜନା
ପ୍ରାଥମିକ ସ୍ତରରେ କୋଟିଏ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କଲେ ସାଂସଦ ଓ ବିଧାୟକ
ଭୁବନେଶ୍ୱର ତା ୨୦.୦୬:- ପ୍ରକୃତି ର ଏକ ବିରଳ ସୌନ୍ଦର୍ଯ୍ୟ ର ପ୍ରତୀକ ଚିଲିକା। ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଚିଲିକା କୁ ଦେଶ ବିଦେଶ ର ପକ୍ଷୀ ଙ୍କ ଆଗମନ, କାଳିଜାଇ ମନ୍ଦିର ଆଦି ଏହାକୁ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ରୂପେ ପରିଚିତ କରାଇଛି। ଏଥି ସହିତ ଏହି ଚିଲିକା ରୁ ବାହାରୁ ଥିବା ଚିଙ୍ଗୁଡ଼ି, କଙ୍କଡ଼ା ଆଦି ସାମୁଦ୍ରିକ ଖାଦ୍ୟ ଦେଶ ବିଦେଶ ରେ ଅର୍ଜନ କରିଛି ବେଶ୍ ଖ୍ୟାତି। ତେବେ ଏହି ଚିଲିକା ଅଞ୍ଚଳକୁ ଅତ୍ୟାଧୁନିକ କ୍ଷେତ୍ର ରୂପେ ରୂପାନ୍ତରିତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର। ଯାହାର ମଙ୍ଗ ଧରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ।
ଚିଲିକା ଓ ଏହା ଆଖପାଖ ଅଞ୍ଚଳର ବିକାଶ, ସୌନ୍ଦର୍ଜିକରଣ ସମେତ, ନିକଟସ୍ଥ ଅଞ୍ଚଳରେ ବସବାସ କରୁଥିବା ପାଖାପାଖି ୨ଲକ୍ଷ ରୁ ଉର୍ଦ୍ଧ୍ବ ବାସିନ୍ଦା ମାନଙ୍କ ଜୀବନ ଧାରଣ ର ମାନ ଉନ୍ନତି କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି କାର୍ଯ୍ୟ। ଚିଲିକା ଡେଭେଲପମେଣ୍ଟ ଅଥରିଟି ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ଙ୍କ ସହିତ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଙ୍କ ଆଲୋଚନା ପରେ ,ପାଖାପାଖି ୧୩୦୦କୋଟି ଟଙ୍କା ବ୍ୟୟ ଅଟକଳରେ ଦୀର୍ଘ ମିଆଦି ଯୋଜନାରେ ବିଭିନ୍ନ ପ୍ରକଳ୍ପ ପାଇଁ ଡି.ପି.ଆର୍ ପ୍ରସ୍ତୁତି ସହିତ ଡିଟେଲ ପ୍ରୋଜେକ୍ଟ ର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ସୂଚନା ଦେଇଛନ୍ତି ସାଂସଦ।ଯାହା ସମ୍ପୃକ୍ତ ଅଞ୍ଚଳ ବାସୀଙ୍କ ଜୀବନ ଧାରଣ ର ମାନ ରେ ଉନ୍ନତି ଆଣିବାରେ ବେଶ୍ ସହାୟକ ହେବ। ଚିଲିକା ଉପରେ, ଗଞ୍ଜାମ,ପୁରୀ,ଖୋର୍ଦ୍ଧା ସମେତ ଭୁବନେଶ୍ୱର ର ଅନେକ ଲୋକ ନିର୍ଭରଶୀଳ ରହିଥିବା ବେଳେ,ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଖୋର୍ଦ୍ଧା ଭୂଷଣ୍ଡପୁର ପଞ୍ଚାୟତ ଅଞ୍ଚଳରୁ ଆରମ୍ଭ ହୋଇଛି ବିକାଶ ର କାର୍ଯ୍ୟ। ସ୍ଥାନୀୟ ଲୋକଙ୍କ ଦୀର୍ଘ ଦିନର ଦାବୀ କୁ ଆଖି ଆଗରେ ରଖି ,ଶନିବାର ଦିନ ପାଖାପାଖି କୋଟିଏ ଟଙ୍କାର ପ୍ରକଳ୍ପ ଆରମ୍ଭ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।ଜଗନ୍ନାଥପୁର ଓ ବେହେରାସାହି ଅଞ୍ଚଳରେ ସର୍ବସାଧାରଣ ଶୌଚାଳୟ,କମ୍ୟୁନିଟୀ ହଲ୍,ପାନୀୟ ଜଳ ପ୍ରକଳ୍ପ ସମେତ ଜଗନ୍ନାଥପୁର ଜେଟି ଅଞ୍ଚଳରେ ୧୦ଟି ସୋଲାର ଲାଇଟ୍ ପାଇଁ ଆରମ୍ଭ ହୋଇଛି କାର୍ଯ୍ୟ।ଏଥିସହିତ ସ୍ଥାନୀୟ ଅଞ୍ଚଳ ବାସୀ ଙ୍କ ଦୀର୍ଘ ଦିନର ଦାବିମୂତାବକ ଜେଟ୍ଟି ଅଞ୍ଚଳ ଓ ବଙ୍ଗାଳୀ ନାଳା ଅଞ୍ଚଳରୁ ଦଳ ଉଦ୍ଧାର ପାଇଁ ମଧ୍ୟ ଆରମ୍ଭ ହୋଇଛି କାର୍ଯ୍ୟ। ଏ ସମସ୍ତ କାର୍ଯ୍ୟ ଆଗାମୀ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବ ବୋଲି ସାଂସଦ ଓ ବିଧାୟକ ସୂଚନା ଦେଇଥିବା ବେଳେ ଏହା ଅଞ୍ଚଳ ବାସୀଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରାଇବାରେ ବେଶ୍ ସହାୟକ ହେବ ବୋଲି କହିଛନ୍ତି ଉଭୟ ସାଂସଦ ଓ ବିଧାୟକ।
ଏହି ପ୍ରକଳ୍ପ ଉଦ୍ଘାଟନୀ କାର୍ଯ୍ୟକ୍ରମ ଅବସରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଡଙ୍ଗାରେ ବୁଲି ଅଞ୍ଚଳ ପରିଦର୍ଶନ କରି ଲୋକ ମାନଙ୍କ ଭଲ ମନ୍ଦ ବୁଝି ଥିଲେ।
ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ,ଜିଲ୍ଲାପରିଷଦ ଅଧ୍ୟକ୍ଷ ବିଜୟ କୁମାର ପାଲଟାସିଂହ,ଭୂଷଣ୍ଡପୁର ସରପଞ୍ଚ ସୌରଭ କୁମାର ଦାସମହାପାତ୍ର,ସମିତି ସଭ୍ୟା ସୁଦିପ୍ତା ବେହେରା,ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟର୍ନିର୍ବାହି ଅଧିକାରୀ ଏମ୍. ଯୋଗଜୟାନନ୍ଦ, ଅତିରିକ୍ତ ମୁଖ୍ୟ କାର୍ଯ୍ୟର୍ନିର୍ବାହି ଅଧିକାରୀ ଅମ୍ଳାନ ନାୟକ,ମଣ୍ଡଳ ସଭାପତି ଅଜୟ ପାଇକରା,ବରିଷ୍ଠ ନେତା ଶିବ ପ୍ରସାଦ ପରିଡା, ଭାଗିରଥୀ ସାମନ୍ତରାୟ,ନାକା ରାଉତ୍ ପ୍ରମୁଖ ଉପସ୍ଥିତ ଥିଲେ।
















Leave a Reply