STATE NEWS ଦୟା ୱେଷ୍ଟ କେନାଲରେ ୧୪ ନାଳର ଆବର୍ଜନା ପାଣି happylivingodisha@gmail.com Sep 19, 2025 0 ଭୁବନେଶ୍ୱର: ଦୟା ୱେଷ୍ଟ କେନାଲ ପ୍ରାୟ ୧୪ଶହ ହେକ୍ଟର ଚାଷ ଜମିକୁ ଜଳସେଚିତ କରୁଛି। ବାରଙ୍ଗ କଳାରାହାଙ୍ଗ, ପଟିଆ, ଇଞ୍ଜଣା, ଗାଢ଼କଣ ଆଦି ଅଂଚଳରେ ୫୩୫.୧୨ ହେକ୍ଟର ଏବଂ ସୁନ୍ଦରପଦା, ବାହାଦଲପୁର, ରେତଙ୍ଗ, ରଥପୁର ଆଦି ଅଞ୍ଚଳରେ ୮୪୨.୩୧୪ ହେକ୍ଟର ଜମି ଜଳସେଚିତ ହେଉଛି। ଦୟା ୱେଷ୍ଟ କେନାଲର ଉଭୟ ପାର୍ଶ୍ୱ ବନ୍ଧର ଲମ୍ବ ୩୪.୮୭୯ କିମି ହୋଇଥିବା ବେଳେ ଏଥିରେ ରାଜଧାନୀ ଭୁବନେଶ୍ୱରର ୧୪ଟି ନାଳର ଆବର୍ଜନା ପାଣି ପଶୁଛି। ଆଜି ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଧାୟକ ଅନନ୍ତ ନାରାୟଣ ଜେନା ଏକ ଅଣତାରକା ପ୍ରଶ୍ନ ଜରିଆରେ ମୁଖମନ୍ତ୍ରୀଙ୍କଠାରୁ ଦୟା ୱେଷ୍ଟ କେନାଲର ସ୍ଥିତାବସ୍ଥା ଜାଣିବାକୁ ଚାହିଁଥିଲେ। ଦୟା ୱେଷ୍ଟ କେନାଲ ଜରିଆରେ କେତେ ଚାଷ ଜମି ଜଳସେଚିତ ହେଉଛି, କେତେ ନାଳ ମିଶିଛି, ବଡ଼ଗଡ଼ ନିକଟସ୍ଥ ସାଇଫନ ନିୟମିତ ଭାବେ ସଫା କରାନଯିବାର କାରଣ କ’ଣ, ସଫେଇ କାର୍ଯ୍ୟ କେଉଁ ବିଭାଗ କରିବ, ବଡ଼ଗଡ଼ଠାରେ ବାରମ୍ବାର ସାଇଫନ୍ ଦବି ଯିବାର କାରଣ ଆଦି ପ୍ରଶ୍ନ କରିଥିଲେ। ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଭୁବନେଶ୍ୱର ମହାନଗର ନିଗମ ତଥା ସହରର ଆବର୍ଜନା ପାଣି କଳାରାହାଙ୍ଗ ୱାର୍ଡ ନଂ-୨, ମଞ୍ଚେଶ୍ୱର ସେକ୍ଟର–ଏ, ପଳାଶୁଣୀ ଜାତୀୟ ରାଜପଥ ଉଭୟ ପାର୍ଶ୍ୱ ଜିଜିପି କଲୋନି, ବିଜୁ ପଟ୍ଟନାୟକ କମ୍ପ୍ୟୁଟର ଏକାଡେମୀ, ଲକ୍ଷ୍ମୀସାଗର ୧୦ ନଂ ନାଳ, କଂସେଇଖାନା ପୋଲ, ବଡ଼ଗଡ଼ ପୋଲ ଉଭୟ ପାର୍ଶ୍ୱ, ମହିଷାଖାଲ, ବିଜେବି ନଗର, ଟଙ୍କପାଣି ପୋଲ ଉଭୟ ପାର୍ଶ୍ୱ, କପିଳେଶ୍ୱର ପୋଲ ଉଭୟ ପାର୍ଶ୍ୱ, କୁମାର ସାହି ଉଭୟ ପାର୍ଶ୍ୱ, ରାଧାରମଣ କଲୋନି, ସୁନ୍ଦରପଦା କଲେଜ ଛକରେ ଆବର୍ଜନା ପାଣି ଦୟା ୱେଷ୍ଟ କେନାଲରେ ମିଶୁଛି। ବଡ଼ଗଡ଼ ନିକଟରେ ଦୟାୱେଷ୍ଟ କେନାଲ ଡାହାଣ ପାର୍ଶ୍ୱ ଅଞ୍ଚଳରୁ ବର୍ଷା ଜଳ ନିଷ୍କାସନ ପାଇଁ ୧୯୬୩ ମସିହାରେ ଏଠାରେ ଏକ ସାଇଫନ୍ ନିର୍ମାଣ କରାଯାଇଥିଲା। ଭୁବନେଶ୍ୱର ସହରର କାୟାବୃଦ୍ଧି ଓ ଜନସଂଖ୍ୟାର ଦ୍ରୁତ ବୃଦ୍ଧି ଯୋଗୁଁ ଏହି ସାଇଫନ୍ ମାଧ୍ୟମରେ ମହାନଗର ନିଗମର ନଂ-୬ ଡ୍ରେନର ବର୍ଜ୍ୟଜଳ ବର୍ଷସାରା ପ୍ରବାହିତ ହେଉଛି। ଏହି ସାଇଫନ ନିର୍ମାଣ ସମୟରେ ଏହି ଅଞ୍ଚଳଟି ଗ୍ରାମ୍ୟ ଅଞ୍ଚଳ ଥିଲା ଓ ଏହି କେନାଲ ବନ୍ଧରେ ବିଭିନ୍ନ ପ୍ରକାର ଯାନବାହାନ ପ୍ରଚଳନ ପାଇଁ ରାସ୍ତାର ଆବଶ୍ୟକତା ନ ଥିଲା। ଏଣୁ କମ୍ ଓଜନର ଭାର ସହ୍ୟ କଲା ଭଳି ଡିଜାଇନ୍ କରାଯାଇ ସାଇଫନ୍ ନିର୍ମାଣ କରଯାଇଥିଲା। ସହରର ଅଭିବୃଦ୍ଧି ପରେ ଓ ବହୁଳ ଭାବେ ଯାନବାହାନ ଚଳପ୍ରଚଳ ପାଇଁ ୨୦୧୦ ମସିହାରେ କେନାଲର ଦୁଇ ପାର୍ଶ୍ୱ ବନ୍ଧ ରାସ୍ତା ନିର୍ମାଣ କରାଯାଇଥିଲା। ରାସ୍ତା ନିର୍ମାଣ ପରେ କ୍ରମାଗତ ଭାବରେ ଏହି ସାଇଫନ ଉପରେ ଭାରି ଯାନ ପ୍ରଚଳନ ଯୋଗୁ ଏହା ଦବି ଯାଇଛି। ସାଇଫନ୍ ଦବିଯିବା ପରବର୍ତ୍ତୀ ଅବସ୍ଥାରେ ସ୍ଥାନୀୟ ବିଧାୟକ ଏହି ସ୍ଥାନ ପରିଦର୍ଶନ କରିଥିଲେ। ବିଭିନ୍ନ ବିଭାଗ ସହ ବିଚାର ବିମର୍ଷ ପରେ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଏହି ସାଇଫନ୍କୁ ନୂତନ ଭାବେ ନିର୍ମାଣ କରାଯିବା ପାଇଁ ସ୍ଥିର କରାଯାଇଛି । ଏହି ନୂତନ ସାଇଫନ୍ ନିର୍ମାଣର ଡିଜାଇନ୍ ଓ ନକ୍ସା ଜଳସମ୍ପଦ ବିଭାଗ ତରଫରୁ ପ୍ରସ୍ତୁତ କରାଯାଇ ବିଏମ୍ସିକୁ ହସ୍ତାନ୍ତର କରାଯାଇଛି। Happy Living Odisha
STATE NEWS ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା happylivingodisha@gmail.com Feb 22, 2026
STATE NEWS ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କିସ୍ର୨୧୦୦ ଛାତ୍ରଛାତ୍ରୀ ସର୍ବଭାରତୀୟ ସ୍ତରରେ ସର୍ବାଧିକ happylivingodisha@gmail.com Feb 15, 2026
STATE NEWS ମହାଶିବରାତ୍ରି ଅବସରରେ ରାଜ୍ୟପାଳଙ୍କ ଲିଙ୍ଗରାଜ ମନ୍ଦିର ଦର୍ଶନ happylivingodisha@gmail.com Feb 15, 2026
STATE NEWS ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଜାଗର ଯାତ୍ରାରେ ଭକ୍ତଙ୍କ ଭିଡ । happylivingodisha@gmail.com Feb 15, 2026
STATE NEWS ସମସ୍ତ ଆଧୁନିକ ସୁବିଧା ସହିତ ଗୁଣାତ୍ମକ ଶିକ୍ଷାର ଏକ ମଡେଲ ଭାବରେ ଏହି ସ୍କୁଲ ବିକଶିତ ହେବ – ମୁଖ୍ୟମନ୍ତ୍ରୀ happylivingodisha@gmail.com Feb 15, 2026
STATE NEWS ପିଏମଏୱାଇ ଜରିଆରେ ଓଡ଼ିଶାର ଜଣେ ଗରିମା ଶ୍ରମିକଙ୍କ ଜୀବନରେ ପରିବର୍ତ୍ତନ happylivingodisha@gmail.com Feb 15, 2026
STATE NEWS ନବରଙ୍ଗପୁର ଠାରେ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ happylivingodisha@gmail.com Feb 14, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା happylivingodisha@gmail.com Feb 22, 2026
SPORTS ୱିପ୍ରୋ ଆର୍ଥିୟାନ୍ ପ୍ରତିଯୋଗିତାରେ ଓଡ଼ିଶାର ଲୁଇସ୍ ବ୍ରେଲି ଦୃଷ୍ଟି ବାଧିତ ବିଦ୍ୟାଳୟ ବିଜୟୀ happylivingodisha@gmail.com Feb 16, 2026
STATE NEWS ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କିସ୍ର୨୧୦୦ ଛାତ୍ରଛାତ୍ରୀ ସର୍ବଭାରତୀୟ ସ୍ତରରେ ସର୍ବାଧିକ happylivingodisha@gmail.com Feb 15, 2026
Leave a Reply