STATE NEWS ଦୟା ୱେଷ୍ଟ କେନାଲରେ ୧୪ ନାଳର ଆବର୍ଜନା ପାଣି happylivingodisha@gmail.com Sep 19, 2025 0 ଭୁବନେଶ୍ୱର: ଦୟା ୱେଷ୍ଟ କେନାଲ ପ୍ରାୟ ୧୪ଶହ ହେକ୍ଟର ଚାଷ ଜମିକୁ ଜଳସେଚିତ କରୁଛି। ବାରଙ୍ଗ କଳାରାହାଙ୍ଗ, ପଟିଆ, ଇଞ୍ଜଣା, ଗାଢ଼କଣ ଆଦି ଅଂଚଳରେ ୫୩୫.୧୨ ହେକ୍ଟର ଏବଂ ସୁନ୍ଦରପଦା, ବାହାଦଲପୁର, ରେତଙ୍ଗ, ରଥପୁର ଆଦି ଅଞ୍ଚଳରେ ୮୪୨.୩୧୪ ହେକ୍ଟର ଜମି ଜଳସେଚିତ ହେଉଛି। ଦୟା ୱେଷ୍ଟ କେନାଲର ଉଭୟ ପାର୍ଶ୍ୱ ବନ୍ଧର ଲମ୍ବ ୩୪.୮୭୯ କିମି ହୋଇଥିବା ବେଳେ ଏଥିରେ ରାଜଧାନୀ ଭୁବନେଶ୍ୱରର ୧୪ଟି ନାଳର ଆବର୍ଜନା ପାଣି ପଶୁଛି। ଆଜି ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଧାୟକ ଅନନ୍ତ ନାରାୟଣ ଜେନା ଏକ ଅଣତାରକା ପ୍ରଶ୍ନ ଜରିଆରେ ମୁଖମନ୍ତ୍ରୀଙ୍କଠାରୁ ଦୟା ୱେଷ୍ଟ କେନାଲର ସ୍ଥିତାବସ୍ଥା ଜାଣିବାକୁ ଚାହିଁଥିଲେ। ଦୟା ୱେଷ୍ଟ କେନାଲ ଜରିଆରେ କେତେ ଚାଷ ଜମି ଜଳସେଚିତ ହେଉଛି, କେତେ ନାଳ ମିଶିଛି, ବଡ଼ଗଡ଼ ନିକଟସ୍ଥ ସାଇଫନ ନିୟମିତ ଭାବେ ସଫା କରାନଯିବାର କାରଣ କ’ଣ, ସଫେଇ କାର୍ଯ୍ୟ କେଉଁ ବିଭାଗ କରିବ, ବଡ଼ଗଡ଼ଠାରେ ବାରମ୍ବାର ସାଇଫନ୍ ଦବି ଯିବାର କାରଣ ଆଦି ପ୍ରଶ୍ନ କରିଥିଲେ। ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଭୁବନେଶ୍ୱର ମହାନଗର ନିଗମ ତଥା ସହରର ଆବର୍ଜନା ପାଣି କଳାରାହାଙ୍ଗ ୱାର୍ଡ ନଂ-୨, ମଞ୍ଚେଶ୍ୱର ସେକ୍ଟର–ଏ, ପଳାଶୁଣୀ ଜାତୀୟ ରାଜପଥ ଉଭୟ ପାର୍ଶ୍ୱ ଜିଜିପି କଲୋନି, ବିଜୁ ପଟ୍ଟନାୟକ କମ୍ପ୍ୟୁଟର ଏକାଡେମୀ, ଲକ୍ଷ୍ମୀସାଗର ୧୦ ନଂ ନାଳ, କଂସେଇଖାନା ପୋଲ, ବଡ଼ଗଡ଼ ପୋଲ ଉଭୟ ପାର୍ଶ୍ୱ, ମହିଷାଖାଲ, ବିଜେବି ନଗର, ଟଙ୍କପାଣି ପୋଲ ଉଭୟ ପାର୍ଶ୍ୱ, କପିଳେଶ୍ୱର ପୋଲ ଉଭୟ ପାର୍ଶ୍ୱ, କୁମାର ସାହି ଉଭୟ ପାର୍ଶ୍ୱ, ରାଧାରମଣ କଲୋନି, ସୁନ୍ଦରପଦା କଲେଜ ଛକରେ ଆବର୍ଜନା ପାଣି ଦୟା ୱେଷ୍ଟ କେନାଲରେ ମିଶୁଛି। ବଡ଼ଗଡ଼ ନିକଟରେ ଦୟାୱେଷ୍ଟ କେନାଲ ଡାହାଣ ପାର୍ଶ୍ୱ ଅଞ୍ଚଳରୁ ବର୍ଷା ଜଳ ନିଷ୍କାସନ ପାଇଁ ୧୯୬୩ ମସିହାରେ ଏଠାରେ ଏକ ସାଇଫନ୍ ନିର୍ମାଣ କରାଯାଇଥିଲା। ଭୁବନେଶ୍ୱର ସହରର କାୟାବୃଦ୍ଧି ଓ ଜନସଂଖ୍ୟାର ଦ୍ରୁତ ବୃଦ୍ଧି ଯୋଗୁଁ ଏହି ସାଇଫନ୍ ମାଧ୍ୟମରେ ମହାନଗର ନିଗମର ନଂ-୬ ଡ୍ରେନର ବର୍ଜ୍ୟଜଳ ବର୍ଷସାରା ପ୍ରବାହିତ ହେଉଛି। ଏହି ସାଇଫନ ନିର୍ମାଣ ସମୟରେ ଏହି ଅଞ୍ଚଳଟି ଗ୍ରାମ୍ୟ ଅଞ୍ଚଳ ଥିଲା ଓ ଏହି କେନାଲ ବନ୍ଧରେ ବିଭିନ୍ନ ପ୍ରକାର ଯାନବାହାନ ପ୍ରଚଳନ ପାଇଁ ରାସ୍ତାର ଆବଶ୍ୟକତା ନ ଥିଲା। ଏଣୁ କମ୍ ଓଜନର ଭାର ସହ୍ୟ କଲା ଭଳି ଡିଜାଇନ୍ କରାଯାଇ ସାଇଫନ୍ ନିର୍ମାଣ କରଯାଇଥିଲା। ସହରର ଅଭିବୃଦ୍ଧି ପରେ ଓ ବହୁଳ ଭାବେ ଯାନବାହାନ ଚଳପ୍ରଚଳ ପାଇଁ ୨୦୧୦ ମସିହାରେ କେନାଲର ଦୁଇ ପାର୍ଶ୍ୱ ବନ୍ଧ ରାସ୍ତା ନିର୍ମାଣ କରାଯାଇଥିଲା। ରାସ୍ତା ନିର୍ମାଣ ପରେ କ୍ରମାଗତ ଭାବରେ ଏହି ସାଇଫନ ଉପରେ ଭାରି ଯାନ ପ୍ରଚଳନ ଯୋଗୁ ଏହା ଦବି ଯାଇଛି। ସାଇଫନ୍ ଦବିଯିବା ପରବର୍ତ୍ତୀ ଅବସ୍ଥାରେ ସ୍ଥାନୀୟ ବିଧାୟକ ଏହି ସ୍ଥାନ ପରିଦର୍ଶନ କରିଥିଲେ। ବିଭିନ୍ନ ବିଭାଗ ସହ ବିଚାର ବିମର୍ଷ ପରେ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଏହି ସାଇଫନ୍କୁ ନୂତନ ଭାବେ ନିର୍ମାଣ କରାଯିବା ପାଇଁ ସ୍ଥିର କରାଯାଇଛି । ଏହି ନୂତନ ସାଇଫନ୍ ନିର୍ମାଣର ଡିଜାଇନ୍ ଓ ନକ୍ସା ଜଳସମ୍ପଦ ବିଭାଗ ତରଫରୁ ପ୍ରସ୍ତୁତ କରାଯାଇ ବିଏମ୍ସିକୁ ହସ୍ତାନ୍ତର କରାଯାଇଛି। Happy Living Odisha
STATE NEWS *ଶ୍ରୀ ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ* happylivingodisha@gmail.com Oct 19, 2026
STATE NEWS ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ happylivingodisha@gmail.com Oct 19, 2026
STATE NEWS ସଫେଇ କର୍ମଚାରୀ ଜାତୀୟ କମିଶନ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ happylivingodisha@gmail.com Oct 16, 2026
STATE NEWS *ବଜ୍ରପାତ ମୃତ୍ୟୁ ଓ କ୍ଷୟକ୍ଷତି ରୋକିବାକୁ ଓଡ଼ିଶାରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି* happylivingodisha@gmail.com Oct 16, 2026
STATE NEWS *ଐତିହାସିକ ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭୁବନେଶ୍ୱରରେ ଭବ୍ୟ ସମ୍ବର୍ଦ୍ଧନା* happylivingodisha@gmail.com Oct 16, 2026
STATE NEWS ବିଶ୍ଵ ଓଡ଼ିଆ ପରିବାରର ମାସିକ ଆଲୋଚନା ଚକ୍ର ଓ କାବ୍ୟ ସଂଧ୍ୟା happylivingodisha@gmail.com Oct 16, 2026
STATE NEWS ‘ରାଜନୈତିକ ପ୍ରତିରୋଧ’ ନାମରେ ଅରାଜକତା ସୃଷ୍ଟି ପ୍ରଚେଷ୍ଟା: happylivingodisha@gmail.com Oct 16, 2026
STATE NEWS ଜୟ ଶ୍ରୀରାମ କ୍ଲବ ବଲଡିହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ happylivingodisha@gmail.com Oct 16, 2026
STATE NEWS *ଚଳିତ ବର୍ଷର ବନ୍ୟା କ୍ଷୟକ୍ଷତିର ଚୂଡାନ୍ତ ଆକଳନ ଏବଂ କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ବିସ୍ତୃତ ସମୀକ୍ଷା* happylivingodisha@gmail.com Oct 15, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS *ଶ୍ରୀ ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ* happylivingodisha@gmail.com Oct 19, 2026
STATE NEWS ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ happylivingodisha@gmail.com Oct 19, 2026
STATE NEWS ସଫେଇ କର୍ମଚାରୀ ଜାତୀୟ କମିଶନ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ happylivingodisha@gmail.com Oct 16, 2026
Leave a Reply