PRGI REGD NO : ORORI/25/A1991

Advertisement

ଜୟ ଶ୍ରୀରାମ କ୍ଲବ ବଲଡିହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଜୟ ଶ୍ରୀରାମ କ୍ଲବ ବଲଡିହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବଣାଇ:୧୬/୧୦/୨୬(ଡମ୍ବରୁପ୍ରଧନ) ଜୟ ଶ୍ରୀରାମ କ୍ଲବ ବଲଡିହି ପକ୍ଷରୁ ଆୟୋଜିତ ଦୁଇଦିନିଆ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉତ୍ସାହ, ଉଦ୍ଦୀପନା ଓ କ୍ରୀଡ଼ାପ୍ରେମୀଙ୍କ ଉପସ୍ଥିତି ମଧ୍ୟରେ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ରାଜାମୁଣ୍ଡା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ମାଳତି କିଷାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନପ୍ରତିନିଧି ଉପସ୍ଥିତ ଥିଲେ।
ଏହି ଅବସରରେ ରାଜାମୁଣ୍ଡା ଗ୍ରାମପଞ୍ଚାୟତର ସମିତି ସଭ୍ୟ ଶ୍ରୀ ଅଶୋକ କୁମାର ବେହେରା, ନାଏବ ସରପଞ୍ଚ ଶ୍ରୀ କୁଳେଶ୍ୱର କିଷାନ, ବଡ଼ପୁରୁଣାପାଣିର ସମିତି ସଭ୍ୟ ଶ୍ରୀ ଶୁଶାନ୍ତ ମୁଣ୍ଡାରୀ, କାନ୍ଦ୍ରୁ କିଷାନ, ପଙ୍କଜ ଦାସ, ଦଶରଥ କିଷାନ, ରଘୁନାଥ କାଲ, ଦୁଃଖୀୟା କିଷାନ ଓ ପୂର୍ବତନ ୱାର୍ଡମେମ୍ବର ଶ୍ରୀମତୀ ମଞ୍ଜୁରୀ କିଷାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ କ୍ଲବର ସଭାପତି ଶ୍ରୀ କିଶୋର କିଷାନ, ସମ୍ପାଦକ ଶ୍ରୀ ଅଜିତ କିଷାନ ଏବଂ ପ୍ରକୃତିପ୍ରେମୀ ଭୁବନା ନନ୍ଦ କିଷାନ ଉପସ୍ଥିତ ରହିଥିଲେ। ଉପସ୍ଥାପକ ଶ୍ରୀ ଭୋଜନ ଚନ୍ଦ୍ର କିଷାନ ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ଶ୍ରୀ ଦେବାନନ୍ଦ କିଷାନ ସମସ୍ତ ଅତିଥି, ଖେଳାଳି, ଆୟୋଜକ ଓ ଉପସ୍ଥିତ ଦର୍ଶକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Happy Living Odisha

Leave a Reply

Your email address will not be published. Required fields are marked *