PRGI REGD NO : ORORI/25/A1991

Advertisement

ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ସାଜିଛି ‘ମନ୍ କି ବାତ’ : ମନମୋହନ ସାମଲ

ରାଜ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ରାଜ୍ୟସ୍ତରୀୟ କର୍ମଶାଳା
ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ସାଜିଛି ‘ମନ୍ କି ବାତ’ : ମନମୋହନ ସାମଲ

 ଚଳିତ ମାସ ଜୁଲାଇ ୨୬ ତାରିଖରେ ୧୩୬ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମରେ ମୋଦିଜୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ
 ଦେଶବାସୀଙ୍କ ଠାରୁ ଆରମ୍ଭ କରି ପ୍ରବାସୀ ଭାରତୀୟ ତଥା ସମଗ୍ର ବିଶ୍ୱବାସୀଙ୍କ ଦ୍ୱାରା ଆଦୃତ ହେବା ସହ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ସର୍ବସମାବେଶୀ ହୋଇପାରିଛି ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ
 ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମକୁ ଘରେ ଘରେ ପଂହଚାଇବାକୁ ରାଜ୍ୟ ସଭାପତିଙ୍କ ଆହ୍ୱାନ
ଭୂବନେଶ୍ୱର, ତା.୧୯/୦୭: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଦେଶବାସୀଙ୍କ ହୃଦୟକୁ ଛୁଇଁ ପାରିଛି । ଦେଶବାସୀଙ୍କ ସହ ସିଧାସଳଖ ଯୋଡ଼ି ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଜରିଆରେ ୨୦୧୪ ଅକ୍ଟୋବର ୩ରେ ଏକ ଐତିହାସିକ ପ୍ରୟାସ ଆରମ୍ଭ କରିଥିଲେ । ବିଶ୍ୱର ଏକମାତ୍ର ରାଷ୍ଟ୍ର ମୁଖ୍ୟଭାବେ ନିରବଚ୍ଚିନ୍ନ ଭାବେ ଗତ ୧୨ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମର ସେ ୧୩୫ଟି ସଂସ୍କରଣ ଶେଷ କରିଛନ୍ତି । ପ୍ରତି ମାସର ଶେଷ ରବିବାର ପୂର୍ବାହ୍ନ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ରେଡିଓ, ଦୂରଦର୍ଶନ ଜରିଆରେ କଥା ହୋଇଥାନ୍ତି । ଚଳିତ ମାସ ଜୁଲାଇ ୨୬ ତାରିଖରେ ୧୩୬ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମୋଦିଜୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ହୋଇଥିବା ଏହି ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଆଜି ଆନ୍ଦୋଳନରେ ପରିଣତ ହୋଇଛି । ‘ମନ୍ କି ବାତ୍‌’ ଦେଶବାସୀଙ୍କ ଠାରୁ ଆରମ୍ଭ କରି ପ୍ରବାସୀ ଭାରତୀୟ ତଥା ସମଗ୍ର ବିଶ୍ୱବାସୀଙ୍କ ଦ୍ୱାରା ଆଦୃତ ହେବା ସହ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ସର୍ବସମାବେଶୀ ହୋଇପାରିଛି । ଏହି କାର୍ଯ୍ୟକ୍ରମ ସବୁ ବିଷୟ ଉପରେ ପର୍ଯ୍ୟବେଶିତ ଯାହା ମାଧ୍ୟମରେ ମୋଦିଜୀ ତଳସ୍ତରରେ ଅସାଧାରଣ କାମ କରୁଥିବା ବ୍ୟକ୍ତି ବିଶେଷ ତଥା ଲୁକ୍କାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିଥାନ୍ତି । କେବଳ ସେତିକି ନୁହେଁ, ମୋଦିଜୀ ସାମାଜିକ ସମସ୍ୟା ସମ୍ପର୍କରେ ବି ଚର୍ଚ୍ଚା ଆଲୋଚନା କରିବା ସହ ସାରା ଦେଶକୁ ସାଙ୍ଗରେ ନେଇ ଚାଲିବାକୁ ପ୍ରୋତ୍ସାହିତ କରିଥାନ୍ତି । ଏହି ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ସାଧାରଣ ଲୋକଙ୍କ କୃତୀତ୍ୱକୁ ମୋଦିଜୀ ବହୁବାର ଦେଶର ୧୪୦ କୋଟି ଜନତାଙ୍କ ସମ୍ମୁଖକୁ ଆଣି ଓଡ଼ିଶାବାସୀଙ୍କୁ ଗୌରବାନ୍ୱିତ କରିଛନ୍ତି । ଏହି ଲୋକପ୍ରିୟ କାର୍ଯ୍ୟକ୍ରମ ରାଜ୍ୟର ଘରେ ଘରେ ପଂହଚାଇବାକୁ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ ଆହ୍ୱାନ ଦେଇଥିଲେ ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ‘ମନ୍ କି ବାତ୍ ରାଜ୍ୟସ୍ତରୀୟ କର୍ମଶାଳା’ରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି.ସିଂହଦେଓ, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ ମହାନ୍ତି, କନ୍ଧମାଳ ସାଂସଦ ତଥା ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ଶ୍ରୀ ସୁକାନ୍ତ ପାଣିଗ୍ରାହୀ, ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଂଟିଆ, କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ, ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ, ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସୀମାଂଚଳ ଖଟେଇ, ରାଜ୍ୟ ସମ୍ପାଦିକା ଶ୍ରୀମତୀ ମମତା ସିଂ, ରାଜ୍ୟ ମୁଖପାତ୍ର ଶ୍ରୀ ତେଜେଶ୍ୱର ପରିଡା, ବରିଷ୍ଠ ନେତା ଶ୍ରୀ ଠାକୁର ରଞ୍ଜିତ ଦାସଙ୍କ ସମେତ ସମସ୍ତ ଜିଲ୍ଲା ଏବଂ ନିର୍ବାଚନମଣ୍ଡଳୀର ‘ମନ୍ କି ବାତ୍‌’ ସଂଯୋଜକମାନେ ଯୋଗଦେଇଥିଲେ ।

Happy Living Odisha

Leave a Reply

Your email address will not be published. Required fields are marked *