ବନ ବିଭାଗର ନାକ ତଳେ କାଟି ଦେଲେ ସହ ସହ ଗଛ। କିପରି ଜାଣି ପାରିଲାନି ବନ ବିଭାଗ।
ବଣାଇ,୧0/୧୦/୨୬(ଡମ୍ବରୁ ପ୍ରଧାନ)
ବଣାଇ ବନଖଣ୍ଡରେ ବନ ବିଭାଗର ନଜରଦାରିକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ତାମଡ଼ା ରେଞ୍ଜ ଅଧୀନ କୋଇଲିଝର ଗ୍ରାମରେ ଶହ ଶହ ଗଛ କଟାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ନିର୍ମାଣ କିମ୍ବା ଖେଳ ପଡ଼ିଆ ନିର୍ମାଣ ନାମରେ ଗଛ କଟାଯାଇଥିବା ଚର୍ଚ୍ଚା ହେଉଥିବା ବେଳେ ଏଥିପାଇଁ ଅନୁମତି ରହିଛି କି ନାହିଁ, ତାହା ଏବେ ବଡ଼ ପ୍ରଶ୍ନ। ଏ ଦୃଶ୍ୟ କୋଇଲିଝର ଗ୍ରାମର।
ରାସ୍ତା ପାର୍ଶ୍ୱରେ ଗୋଚର ଜମିରେ କଟାଯାଇଥିବା ଗଛର ଗଣ୍ଡି ଓ ଅବଶେଷ ପଡ଼ି ରହିଛି। ସ୍ଥାନୀୟଙ୍କ ଅଭିଯୋଗ, ବହୁ ସଂଖ୍ୟକ ଗଛ କାଟି ଜମି ସଫା କରାଯାଇଛି। କଟା ଗଛର ଗଣ୍ଡି ଗଛ କଟାଯାଇଥିବା ସ୍ଥାନ ଜମିର ୱାଇଡ୍ ଶଟ୍ ଗଛର ଅବଶେଷର କ୍ଲୋଜ୍ ଶଟ୍ ଗଛ କଟା ପଛରେ ନିର୍ମାଣ କାର୍ଯ୍ୟ କିମ୍ବା ଖେଳ ପଡ଼ିଆ ନିର୍ମାଣର କାରଣ ଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେବେ ଗଛ କାଟିବା ପାଇଁ ବିଧିବଦ୍ଧ ଅନୁମତି ନିଆଯାଇଛି କି ନାହିଁ, ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ।
ଜଙ୍ଗଲ ଓ ବୃକ୍ଷ ସୁରକ୍ଷା ପାଇଁ ବନରକ୍ଷୀଙ୍କଠାରୁ ବନଖଣ୍ଡ ଅଧିକାରୀଙ୍କ ପର୍ଯ୍ୟନ୍ତ ବିଭାଗୀୟ ବ୍ୟବସ୍ଥା ରହିଛି। ନିୟମିତ ପାଟ୍ରୋଲିଂ ମଧ୍ୟ କରାଯାଉଛି। ତେବେ ଗ୍ରାମ ନିକଟରେ ଏତେ ସଂଖ୍ୟକ ଗଛ କଟାଯିବା ପରେ ମଧ୍ୟ ବିଭାଗର ନଜରକୁ ଏହା ଆସିଲା ନାହିଁ କିପରି ଏହା ସବୁଠାରୁ ବଡ ପ୍ରଶ୍ନ ?ଏହି ପ୍ରଶ୍ନ ଏବେ ବିଭାଗର ନଜରଦାରି ଓ କାର୍ଯ୍ୟଦକ୍ଷତା ଉପରେ ଉଠିଛି।
“ଗୋଟିଏ ପଟେ ‘ଏକ ପେଡ୍ ମା’ କେ ନାମ’ ଭଳି ଅଭିଯାନ ଜରିଆରେ ଗଛ ଲଗାଇବାକୁ ଆହ୍ୱାନ, ଅନ୍ୟପଟେ କୋଇଲିଝରରେ ଶହ ଶହ ଗଛ କଟାଯାଇଥିବା ଅଭିଯୋଗ। ଏତେ ସଂଖ୍ୟକ ଗଛ କଟାଯାଇଥିଲେ ମଧ୍ୟ ବନ ବିଭାଗ ଏହା ଜାଣିପାରିଲା ନାହିଁ କିପରି—ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ। ଆଗକୁ ଦେଖିବାକୁ ବାକି ରହିଲା ବନ ବିଭାଗ କଣ ପଦକ୍ଷେପ ନେବ।













Leave a Reply