STATE NEWS “ମା ପାଇଁ ବୃକ୍ଷଟିଏ” ଅଭିଯାନ ଅନ୍ତର୍ଗତ କୃଷି ବିଭାଗ ତରଫରୁ ୨୩ ଲକ୍ଷ ବୃକ୍ଷରୋପଣ କାର୍ଯ୍ୟକ୍ରମ happylivingodisha@gmail.com Sep 17, 2025 0 “ମା ପାଇଁ ବୃକ୍ଷଟିଏ” ଅଭିଯାନ ଅନ୍ତର୍ଗତ କୃଷି ବିଭାଗ ତରଫରୁ ୨୩ ଲକ୍ଷ ବୃକ୍ଷରୋପଣ କାର୍ଯ୍ୟକ୍ରମ – ଡେରାସ ଉଦ୍ୟାନ କୃଷି ଫାର୍ମରେ ବିଭାଗୀୟ ଅଧିକାରୀଙ୍କ ଦ୍ବାରା ୧୫୦୦ ଉନ୍ନତ ମାନର ଫଳ ଚାରା ରୋପଣ ଭୁବନେଶ୍ୱର-୧୭/୦୯/ ୨୦୨୫ (HAPPY LIVING ODISHA) ସମଗ୍ର ରାଜ୍ୟରେ ୧୭ ସେପ୍ଟେମ୍ବର ୨୦୨୫ ତାରିଖରେ “ ମା ପାଇଁ ବୃକ୍ଷଟିଏ (Ek Ped Maa Ke Naam) “ପ୍ରୟାସର ଅଂଶ ସ୍ୱରୂପ ୭୫ ଲକ୍ଷ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଅଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଏହି ମହତ ଉଦେଶ୍ୟରେ ସହଭାଗୀ ହୋଇ ସମସ୍ତ ଜିଲ୍ଲା ରେ ସମୁଦାୟ ୨୩ ଲକ୍ଷରୁ ଅଧିକ ଫଳ ଚାରା ରୋପଣ କରାଯିବା ନିମନ୍ତେ ପ୍ରୟାସରତ । ଏହି ଏକଦିନିଆ ବୃକ୍ଷରୋପଣ ଅଭିଯାନରେ ଏକ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଦ୍ଵାରା ଭୁବନେଶ୍ୱର ଡେରାସ ଉଦ୍ୟାନ କୃଷି ଫାର୍ମରେ ଆୟୋଜିତ ହୋଇଛି , ଯେଉଁଠାରେ ୧୫୦୦ ଗୋଟି ଉତ୍ତମ ମାନର ଜାମୁକୋଳି, ଲିଚୁ, ନଡିଆ ଓ ସପୁରୀ ଫଳ ଚାରା ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମ ପ୍ରାତଃ ୯:୩୦ରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଉଦ୍ୟାନ କୃଷି ଉତ୍କର୍ଷ କେନ୍ଦ୍ର, ଡେରାସ ର ପ୍ରଶିକ୍ଷାର୍ଥୀ ଏବଂ ଫାର୍ମ କର୍ମଚାରୀ ଓ ବିଭାଗୀୟ ଅଧିକାରୀମାନେ ସକ୍ରିୟ ଭାବରେ ଯୋଗଦାନ ପୂର୍ବକ ଚାରା ରୋପଣ କରିଛନ୍ତି । ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ପ୍ରତ୍ୟେକ ଲୋକଙ୍କୁ ମା’ଙ୍କ ସ୍ମୃତି ଓ ସମ୍ମାନରେ ଗଛ ଲଗାଇବାକୁ ପ୍ରୋତ୍ସାହିତ କରିବା। ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଭିନ୍ନ କାର୍ଯ୍ୟାଳୟ ପରିସରରେ ଫଳ ଚାରାରୋପଣ ମାଧ୍ୟମରେ ସବୁଜ ଆବରଣ ବୃଦ୍ଧି କରିବା ଓ ପରିବେଶୀୟ ସୁସ୍ଥିରତାକୁ ବଢ଼ାଇବା ଏହାର ଲକ୍ଷ୍ୟ ବୋଲି ଡ଼ ପାଢ଼ୀ ମତବ୍ୟକ୍ତ କରିଛନ୍ତି ।ଏହି ଅବସରରେ ୨୩ ଲକ୍ଷ ଫଳ ଚାରା ଯଥା ଆମ୍ବ, କାଗେଜି ଲେମ୍ବୁ, ନଡିଆ, କଦଳୀ, ପଣସ ଇତ୍ୟାଦି ରାଜ୍ୟର ବିଭିନ୍ନ ଅଂଶୀଦାର ମାନଙ୍କୁ ବିନା ମୂଲ୍ୟ ରେ ବଣ୍ଟନ କରାଯାଇଛି । ବିଦ୍ୟାଳୟ, ମହାବିଦ୍ୟାଳୟ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ (SHGs), କୃଷକ ଉତ୍ପାଦକ ସଂଗଠନ (FPOs), ବେସରକାରୀ ସଂଗଠନ (NGOs) ସକ୍ରିୟ ଭାବେ ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଚାରାରୋପଣ ପରେ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ ସଚେତନତା ପ୍ରଦାନ କରାଯାଇସାରିଛି। ଏହି ଦିନ , ରୋପିତ ଚାରାର ସଂଖ୍ୟା ଓ ଫଟୋଗ୍ରାଫ୍ଗୁଡିକୁ MeriLiFE Portal ରେ ପ୍ରତ୍ୟେକ ଜିଲ୍ଲାରୁ ଅପଲୋଡ୍ କରାଯାଉଛି । ମା’ଙ୍କ ନାମରେ ହେଉଥିବା ଏହି ଚାରାରୋପଣ କାର୍ଯ୍ୟକ୍ରମ ନିଶ୍ଚୟ ଏକ ପ୍ରଦୂଷଣମୁକ୍ତ, ସବୁଜିମା ରେ ପରିପୂର୍ଣ୍ଣ ସୁନ୍ଦର ଓଡ଼ିଶାର ନିର୍ମାଣ କରିବ। ଆଜିର ଏହି ଫଳ ଚାରା ରୋପଣ କାର୍ଯ୍ୟକ୍ରମରେ ଆବାଳ ବୃଦ୍ଧ ବନିତା ଅଂଶ ଗ୍ରହଣ କରିଛନ୍ତି ଓ ପୃଥିବୀ ମା କୁ ସମ୍ମାନ ଜଣେଇବାର ପ୍ରତିଶୃତି ଦେଇଛନ୍ତି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କୁଲାଙ୍ଗେ ଗୋରେଖ ୱମନ, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ପଣ୍ଡା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଚାରା ରୋପଣ କରିଥିଲେ । Happy Living Odisha
STATE NEWS ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ସାଜିଛି ‘ମନ୍ କି ବାତ’ : ମନମୋହନ ସାମଲ happylivingodisha@gmail.com Jul 20, 2026
STATE NEWS ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା 300 ଟିପିଡି ସିବିଜି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ happylivingodisha@gmail.com Jun 21, 2026
STATE NEWS ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ happylivingodisha@gmail.com Jun 21, 2026
STATE NEWS ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଯୋଗାଭ୍ୟାସ happylivingodisha@gmail.com Jun 21, 2026
STATE NEWS ଯୁବପିଢ଼ି କୃଷିକୁ ନବସୃଜନ, ଉଦ୍ୟୋଗ ଓ ରାଷ୍ଟ୍ର ଗଠନର କ୍ଷେତ୍ର ଭାବେ ଗ୍ରହଣ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ happylivingodisha@gmail.com Jun 11, 2026
STATE NEWS ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରି ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ସମୂହ ଦୀପଦାନ happylivingodisha@gmail.com Jun 11, 2026
STATE NEWS ଓଡ଼ିଆ ଜାତିକୁ ଆଉ କେହି ଅଟକାଇ ପାରିବେ ନାହିଁ, ସବୁ କ୍ଷେତ୍ରରେ ଆମେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବୁ – ମୁଖ୍ୟମନ୍ତ୍ରୀ happylivingodisha@gmail.com Apr 1, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ସାଜିଛି ‘ମନ୍ କି ବାତ’ : ମନମୋହନ ସାମଲ happylivingodisha@gmail.com Jul 20, 2026
Leave a Reply