STATE NEWS ବିଶ୍ଵବ୍ୟାଙ୍କ ପ୍ରତିନିଧିଙ୍କ ମା କାଳିଜାଇ ଏପିସି କ୍ଲଷ୍ଟରକୁ ପ୍ରଶଂସା happylivingodisha@gmail.com Sep 19, 2025 0 ଚାଷୀଙ୍କୁ ଆର୍ଥିକ ରୂପେ ସ୍ୱାବଲମ୍ବୀ କରୁଛି କୃଷକ ଉତ୍ପାଦକ କ୍ଲଷ୍ଟର – ବିଶ୍ଵବ୍ୟାଙ୍କ ପ୍ରତିନିଧିଙ୍କ ମା କାଳିଜାଇ ଏପିସି କ୍ଲଷ୍ଟରକୁ ପ୍ରଶଂସା ଭୁବନେଶ୍ୱର-୧୯/୦୯/୨୦୨୫ ଆଜି, ବିଶ୍ୱ ବ୍ୟାଙ୍କ ଦଳ ଓଆଇଆଇପିସିଏର ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ ସହିତ ହରିଚନ୍ଦନପୁର ବ୍ଲକର ମା କାଳିଜାଈ ପିଜିରେ ଥିବା ଏଗ୍ରିକଲଚରାଲ ପ୍ରଡକ୍ସନ କ୍ଲଷ୍ଟର(ଏପିସି) ପରିଦର୍ଶନ କରିଥିଲେ। ବିଶ୍ୱ ବ୍ୟାଙ୍କ ଦଳ ଏପିସି ପ୍ରକଳ୍ପ ପୂର୍ବରୁ ମହିଳା ଚାଷୀଙ୍କ ଚାଷ ପଦ୍ଧତି, ମାର୍କେଟିଂ ଓ ଆର୍ଥିକ ସ୍ଥିତି ଏବଂ ବର୍ତ୍ତମାନର ସ୍ଥିତି ବିଷୟରେ ପଚାରି ବୁଝିଥିଲେ। ଉତ୍ପାଦକ ଗୋଷ୍ଠୀର ସଦସ୍ୟମାନେ ବ୍ୟାଖ୍ୟା କରିଥିଲେ ଯେ ଏପିସି କ୍ଲଷ୍ଟର ପଦ୍ଧତିରେ ୭୦ ଏକରରୁ ଅଧିକ ଜମିରେ କଲରା ଚାଷ କରାଯାଇଛି। ୧୧୦ ଜଣ ମହିଳା ଚାଷୀଙ୍କ ଦ୍ୱାରା କମ ମୂଲ୍ୟର ସିଙ୍ଗଲ-ଲାଇନ୍ ଟ୍ରେଲିସ୍, ମାଟିହୀନ ନର୍ସରୀ ଉଦ୍ୟୋଗୀଙ୍କ ଠାରୁ ଚାରା, ମଲ୍ଚିଂ ଏବଂ ଡ୍ରିପ୍ ଜଳସେଚନ ସହିତ ସୌର ବୋରୱେଲ୍ ଭଳି ଉନ୍ନତ ପ୍ରଯୁକ୍ତିବିଦ୍ୟାର ଉପଯୋଗରେ ଏହି କଲରା ଚାଷ ହୋଇଛି। ଏବଂ ଚାଷୀଙ୍କୁ ସଫଳତା ପ୍ରଦାନ କରିଛି । ଇନପୁଟ୍ ଏବଂ ଆଉଟପୁଟ୍ ବଜାର ସଂଯୋଗ ପାଇଁ, ଚାଷୀମାନେ ଏପିସି ପ୍ରକଳ୍ପ ଅଧୀନରେ ପ୍ରୋତ୍ସାହିତ ଚାଷୀ ଉତ୍ପାଦକ କମ୍ପାନୀଠାରୁ ସହାୟତା ପାଆନ୍ତି। ଏଫପିସି ମାଧ୍ୟମରେ ଫାର୍ମରୁ ସିଧାସଳଖ କଟକ, ଯାଜପୁର ଏବଂ ଭଦ୍ରକକୁ ଉତ୍ପାଦିତ ସାମଗ୍ରୀ ବିପଣନ କରାଯାଏ। ପୂର୍ବରୁ ପନିପରିବା ଚାଷରୁ ସେମାନଙ୍କର ଆୟ ବାର୍ଷିକ ୬୦୦୦ ରୁ ୧୦୦୦୦ ଟଙ୍କା ଥିଲା, କିନ୍ତୁ ବର୍ତ୍ତମାନ ସେମାନଙ୍କ ପିଜିର ସର୍ବାଧିକ ସଦସ୍ୟ ପନିପରିବା ଚାଷରୁ ୧ ଲକ୍ଷରୁ ଅଧିକ ରୋଜଗାର କରୁଛନ୍ତି। ଚାଷୀଙ୍କ ଏହି ସଫଳତା ଦେଖି ବିଶ୍ଵବ୍ୟାଙ୍କ ପ୍ରତିନିଧିବୃନ୍ଦ ଖୁସିବ୍ୟକ୍ତ କରିଥିଲେ । ହରିଚନ୍ଦନପୁରର ମା କାଳିଜାଇ ପିଜି ଭଳି ଅନ୍ୟ ଏପିସି କ୍ଲଷ୍ଟର ଗୁଡ଼ିକୁ ମଧ୍ୟ ଉପରୋକ୍ତ ପଦ୍ଧତି ଆପଣାଇ କମ୍ ଖର୍ଚ୍ଚରେ ଅଧିକ ଲାଭବାନ ହେବାକୁ ପରାମର୍ଶ ଦେଇଛନ୍ତି । Happy Living Odisha
STATE NEWS *ଶ୍ରୀ ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ* happylivingodisha@gmail.com Oct 19, 2026
STATE NEWS ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ happylivingodisha@gmail.com Oct 19, 2026
STATE NEWS ସଫେଇ କର୍ମଚାରୀ ଜାତୀୟ କମିଶନ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ happylivingodisha@gmail.com Oct 16, 2026
STATE NEWS *ବଜ୍ରପାତ ମୃତ୍ୟୁ ଓ କ୍ଷୟକ୍ଷତି ରୋକିବାକୁ ଓଡ଼ିଶାରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି* happylivingodisha@gmail.com Oct 16, 2026
STATE NEWS *ଐତିହାସିକ ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭୁବନେଶ୍ୱରରେ ଭବ୍ୟ ସମ୍ବର୍ଦ୍ଧନା* happylivingodisha@gmail.com Oct 16, 2026
STATE NEWS ବିଶ୍ଵ ଓଡ଼ିଆ ପରିବାରର ମାସିକ ଆଲୋଚନା ଚକ୍ର ଓ କାବ୍ୟ ସଂଧ୍ୟା happylivingodisha@gmail.com Oct 16, 2026
STATE NEWS ‘ରାଜନୈତିକ ପ୍ରତିରୋଧ’ ନାମରେ ଅରାଜକତା ସୃଷ୍ଟି ପ୍ରଚେଷ୍ଟା: happylivingodisha@gmail.com Oct 16, 2026
STATE NEWS ଜୟ ଶ୍ରୀରାମ କ୍ଲବ ବଲଡିହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ happylivingodisha@gmail.com Oct 16, 2026
STATE NEWS *ଚଳିତ ବର୍ଷର ବନ୍ୟା କ୍ଷୟକ୍ଷତିର ଚୂଡାନ୍ତ ଆକଳନ ଏବଂ କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ବିସ୍ତୃତ ସମୀକ୍ଷା* happylivingodisha@gmail.com Oct 15, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS *ଶ୍ରୀ ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ* happylivingodisha@gmail.com Oct 19, 2026
STATE NEWS ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ happylivingodisha@gmail.com Oct 19, 2026
STATE NEWS ସଫେଇ କର୍ମଚାରୀ ଜାତୀୟ କମିଶନ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ happylivingodisha@gmail.com Oct 16, 2026
Leave a Reply