STATE NEWS ଖୋର୍ଦ୍ଧା ଜିଲ୍ଲାର ଯକ୍ଷ୍ମା ରୋଗୀଙ୍କୁ ରାଜ୍ୟପାଳ ଖାଦ୍ୟ ବାସ୍କେଟ ପ୍ରଦାନ କଲେ happylivingodisha@gmail.com Sep 20, 2025 0 ଖୋର୍ଦ୍ଧା ଜିଲ୍ଲାର ଯକ୍ଷ୍ମା ରୋଗୀଙ୍କୁ ରାଜ୍ୟପାଳ ଖାଦ୍ୟ ବାସ୍କେଟ ପ୍ରଦାନ କଲେ ଭୁବନେଶ୍ୱର, ତା ୨୦/୦୯/୨୦୨୫ – ଖୋର୍ଦ୍ଧା ଜିଲ୍ଲାର ଯକ୍ଷ୍ମା ରୋଗୀଙ୍କ ପାଇଁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍।ଟି ଖାଦ୍ୟ ବାସ୍କେଟ ପ୍ରଦାନ କରିଛନ୍ତି। ଯକ୍ଷ୍ମା ବିରୁଦ୍ଧରେ ଓଡ଼ିଶାର ଲଢେଇକୁ ସୁଦୃଢ଼ କରିବା ଏବଂ ରୋଗୀମାନଙ୍କୁ ଚିକିତ୍ସା ସମୟରେ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ତା ୨୦/୦୯/୨୦୨୫ ଦିନ ରାଜଭବନର ମିନି କନଫରେନ୍ସ ହଲଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ଖୋର୍ଦ୍ଧା ଜିଲ୍ଲାର ୧୦୦ ଜଣ ଯକ୍ଷ୍ମା ରୋଗୀଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ବାସ୍କେଟ୍ ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜଙ୍କୁ ପ୍ରଦାନ କରଛି ନ୍ତି। ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର ଏକ ଅଂଶ ବିଶେଷ ଯାହା ଅଧୀନରେ ଚିକିତ୍ସା ସମୟରେ ସ୍ଥାୟୀ ସ୍ଥାୟୀ ପୁଷ୍ଟିକର ସହାୟତା ପ୍ରଦାନ କରବା ପାଇଁ ରାଜ୍ୟପାଳ ଖୋର୍ଦ୍ଧା ଜିଲ୍ଲାର ଯକ୍ଷ୍ମା ରୋଗୀମାନଙ୍କୁ ନିକ୍ଷୟ ମିତ୍ର ଭାବେ ପୋଷ୍ୟ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ଦ୍ୱାରା ପାୱାରପଏଂଟ ପ୍ରେଜେଂଟେସନ ମାଧ୍ୟମରେ ରାଜ୍ୟରେ ଯକ୍ଷ୍ମା ରୋଗର ବର୍ତ୍ତମାନର ସ୍ଥିତି ଏବଂ ରୋଗ ନିରାକରଣ କରିବା ପାଇଁ ରାଜ୍ୟ ସରକାରଙ୍କ ବହୁମୁଖୀ ପ୍ରୟାସ ସଂପର୍କରେ ତଥ୍ୟ ଓ ବିବରଣୀ ଉପସ୍ଥାପନ କରାଯାଇଥିଲା। ଏହି ଅବସରରେ ମାନ୍ୟବର ରାଜ୍ୟପାଳ ଯକ୍ଷ୍ମା ନିରାକରଣ ପ୍ରୟାସକୁ ତ୍ୱରାନ୍ୱିତ କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ଘୋଷଣା କରି ସମାଜର ଦୁର୍ବଳ ବର୍ଗର ଆଉ ୫୦ ଜଣ ଔଷଧ-ପ୍ରତିରୋଧି ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବେ ବୋଲି ସୂଚନା ଦେଇଥିଲେ। ଆହୁରି ମଧ୍ୟ ରାଜ୍ୟପାଳ କହିଥିଲେ ଯେ, ବିଶ୍ୱବିଦ୍ୟାଳୟ, କର୍ପୋରେଟ ସେକର୍ଟର ଏବଂ ଜନ ହିତୈଷୀମାନେ ନି-କ୍ଷୟ ମିତ୍ର ଭାବେ ଆଗେଇ ଆସି ଯକ୍ଷ୍ମା ମୁକ୍ତ ଓଡ଼ିଶା ପାଇଁ ସାମୁହିକ ଯୋଗଦାନ ନିମନ୍ତେ ଅନୁରୋଧ କରାଯିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ୱଥି ଏସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ରାଜ୍ୟପାଳଙ୍କ ମହନୀୟ ନେତୃତ୍ୱ ତଥା ରାଜ୍ୟକୁ ଯକ୍ଷ୍ମା ମୁକ୍ତ କରିବା ଦିଗରେ ପ୍ରତିବଦ୍ଧତା ପାଇଁ କୃତଜ୍ଞତା ଜଣାଇଥିଲେ। ରାଜ୍ୟପାଳଙ୍କ ଏତାଦୃଶ ପଦକ୍ଷେପ କେବଳ ରୋଗୀଙ୍କ ସ୍ୱାସ୍ଥ୍ୟକୁ ସୁଦୃଢ଼ କରିବ ନାହିଁ, ବରଂ ନୂତନ ସଂକଳ୍ପ ସହ ଯକ୍ଷ୍ମା ମୁକାବିଲା କରିବା ପାଇଁ ସମାଜରେ ସାମୁହିକ ଦାୟିତ୍ୱକୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ। ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ରୂପ। ରୋଶନ ସାହୁ, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଡ. ବୃନ୍ଧା ଡି ଙ୍କ ସମେତ ଅନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। Happy Living Odisha
STATE NEWS “ମୁଖ୍ୟମନ୍ତ୍ରୀ ମକା ମିଶନ ଯୋଜନାର ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ” happylivingodisha@gmail.com Sep 26, 2025
STATE NEWS ୭୫ଜଣ ବରପୁତ୍ରଙ୍କ ନୂତନ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ ନିମନ୍ତେ ନିଷ୍ପତ୍ତି happylivingodisha@gmail.com Sep 25, 2025
STATE NEWS ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି happylivingodisha@gmail.com Sep 25, 2025
EDUCATION & HEALTH STATE NEWS ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ପାଠକ ଓ ପାଠିକାମାନଙ୍କ ନିମନ୍ତେ ବକ୍ତୃତା ପ୍ରତିଯୋଗିତାର ଆୟୋଜନ happylivingodisha@gmail.com Sep 25, 2025
STATE NEWS ଅକ୍ଟୋବର ୨ ରୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ନିଶା ନିବାରଣ ଅଭିଯାନ happylivingodisha@gmail.com Sep 23, 2025
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
EDUCATION & HEALTH ପ୍ରଭାତ ଫେରି ମାଧ୍ୟମରେ ଯୋଗ ପ୍ରତି ସଚେତନତାର ବାର୍ତ୍ତା happylivingodisha@gmail.com Sep 27, 2025
POLITICAL NEWS ଝାରସୁଗୁଡ଼ାରେ ଆୟୋଜିତ ହୋଇଥିବା ଯୁବ ସମାବେଶ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ happylivingodisha@gmail.com Sep 27, 2025
SPORTS ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଏସୀୟ ଟେବୁଲ ଟେନିସ୍ ଟିମ୍ ଚାମ୍ପିୟନସିପ୍ happylivingodisha@gmail.com Sep 26, 2025
STATE NEWS “ମୁଖ୍ୟମନ୍ତ୍ରୀ ମକା ମିଶନ ଯୋଜନାର ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ” happylivingodisha@gmail.com Sep 26, 2025
Leave a Reply