STATE NEWS ରାଜ୍ୟସ୍ତରୀୟ ନିରନ୍ତର ପୁନର୍ବାସ ଶିକ୍ଷା (ସି.ଆର୍.ଇ) କାର୍ଯ୍ୟକ୍ରମ ଉଦ୍ଘାଟିତ happylivingodisha@gmail.com Nov 28, 2025 0 ରାଜ୍ୟସ୍ତରୀୟ ନିରନ୍ତର ପୁନର୍ବାସ ଶିକ୍ଷା (ସି.ଆର୍.ଇ) କାର୍ଯ୍ୟକ୍ରମ ଉଦ୍ଘାଟିତ “ରାଜ୍ୟ ସରକାର ଭିନ୍ନକ୍ଷମମାନଙ୍କୁ ଗୁଣାତ୍ମକ ସେବା ଯୋଗାଇଦେବା ପାଇଁ ପ୍ରତିବଦ୍ଧ”-ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଭୁବନେଶ୍ୱର ୨୭/୧୧/୨୦୨୫ ଆଜି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ରାଜ୍ୟ ସ୍ୱତନ୍ତ୍ର ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଏସ୍.ଆଇ.ଏସ୍.ଇ.ଆର୍)ର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ନିରନ୍ତର ପୁନର୍ବାସ ଶିକ୍ଷା (ସିଆର୍ଇ) କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଲେ ଯେ ଶିଶୁମାନଙ୍କୁ ପ୍ରଥମରୁ ଉପଯୁକ୍ତ ଯତ୍ନ ଓ ଚିକିତ୍ସା ଦିଆଯାଇପାରିଲେ ସେମାନଙ୍କର ଭିନ୍ନକ୍ଷମତାକୁ ନିୟନ୍ତ୍ରଣ କରାଯାଇପାରିବ । ଚଳିତ ବର୍ଷର ଶୀର୍ଷକ ‘ବହୁବିଧ ଭିନ୍ନକ୍ଷମତା ପାଇଁ ପ୍ରାରମ୍ଭିକ ହସ୍ତକ୍ଷେପର ଗୁରୁତ୍ୱ’ ରହିଥିବାବେଳେ ଏହା ଆଜିର ସମୟର ପ୍ରାସଙ୍ଗିକତା ବୋଲି ମତ ରଖି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଲେ ଯେ ଭିନ୍ନକ୍ଷମମାନଙ୍କ ମଧ୍ୟରେ ଅନେକ ଅନ୍ତର୍ନିହିତ ପ୍ରତିଭା ରହିଛି । ରାଜ୍ୟ ସରକାର ସେମାନଙ୍କୁ ଗୁଣାତ୍ମକ ସେବା ଯୋଗାଇଦେବା ପାଇଁ ପ୍ରତିବଦ୍ଧ । ରାଜ୍ୟ ସରକାରଙ୍କ ଦ୍ଵାରା ଜିଲ୍ଲା ଓ ବ୍ଲକ୍ସ୍ତରରେ ଭିନ୍ନକ୍ଷମ ପିଲାମାନଙ୍କ ଉପଚାର ପାଇଁ ଡି.ଡି.ଆର୍.ସି , ଆଇ.ଆଇ.ସି ଏବଂ ଅନ୍ୟାନ୍ୟ ସଂସ୍ଥା ମାଧ୍ୟମରେ ପୁନର୍ବାସ କେନ୍ଦ୍ର ଖୋଲାଯାଇଛି । ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ଉପଚାର, ସ୍ୱତନ୍ତ୍ର ଶିକ୍ଷା ଏବଂ ଶାରୀରିକ ଓ ମାନସିକ ଯତ୍ନକୁ ଗୋଟିଏ ସମନ୍ୱିତ ବ୍ୟବସ୍ଥା କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବ୍ଲକ୍ମାନଙ୍କରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ଦ୍ୱାରା ସାଧାରଣ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଭିନ୍ନକ୍ଷମ ପିଲାମାନେ ଉପଯୁକ୍ତ ଶିକ୍ଷା ପାଇପାରିବେ । ଏଥି ପାଇଁ ୧୫୦୦ ଶିକ୍ଷକ ନିୟୋଜନ ପାଇଁ ବ୍ୟବସ୍ଥା କରାଯାଇଛି । ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସହାୟତା ଉପକରଣ ଯୋଗାଣ, ଜୀବିକା ନିର୍ବାହ ପାଇଁ ସହାୟତା, ସଚେତନତା କାର୍ଯ୍ୟକ୍ରମ ଆଦି ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇ ସେମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି । ଏସବୁର ସଫଳ ରୂପାୟନ ପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ନାଗରିକମାନେ ସମାଜପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ଗଣ୍ଡ ଅନୁରୋଧ କରିଥିଲେ । ବିଭାଗୀୟ ନିର୍ଦ୍ଦେଶକ ଆଇ.ଏ.ଏସ ସୁଶ୍ରୀ ପାରୁଲ ପଟାୱରୀ କହିଲେ ଯେ ବିଭିନ୍ନ ପ୍ରକାର ଶାରୀରିକ ଭିନ୍ନକ୍ଷମତା ଥିବା ପିଲାମାନଙ୍କ ସହ ଅଟିଜିମ୍ରେ ପୀଡ଼ିତ ଶିଶୁମାନଙ୍କୁ ସ୍ପିଚ୍ ଥେରାପି, ଅକୁପେସନାଲ ଥେରାପି ଦିଆଯାଇ ସେମାନଙ୍କ ସାମର୍ଥ୍ୟରେ ଉନ୍ନତି ଆଣିହେବ । ଉପଯୁକ୍ତ ଶାରୀରିକ ଓ ମାନସିକ ମାର୍ଗଦର୍ଶନ ସହ ସ୍ୱତନ୍ତ୍ର ଶିକ୍ଷା ସେମାନଙ୍କୁ ଭବିଷ୍ୟତରେ ଅତ୍ମନିର୍ଭର ହୋଇ ଜୀବନଯାପନ କରିବାରେ ସମର୍ଥ କରିପାରିବ । ଏଥି ପାଇଁ ବାଲ୍ୟକାଳରୁ ଶିଶୁଟିର ଭିନ୍ନକ୍ଷମତାର ମୂଲ୍ୟାୟନ, ନିରନ୍ତର ଯୋଜନା, ଡାକ୍ତର ଏବଂ ବିଶେଷଜ୍ଞମାନଙ୍କ ମଧ୍ୟରେ ସମନ୍ୱୟ, ପରିବାରର ଯତ୍ନର ଆବଶ୍ୟକତା ରହିଛି । ଏଥି ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିରନ୍ତର ପ୍ରୟାସ ଜାରି ରହିଛି । ଶିଶୁମାନଙ୍କ ଶାରୀରିକ ଓ ମାନସିକ ଭିନ୍ନକ୍ଷମତାକୁ ଜାଣିବା ସହ ସେମାନଙ୍କୁ ପୁନର୍ବାସ କେନ୍ଦ୍ରରେ ଉପଯୁକ୍ତ ସହାୟତା ଦେବା ଉଦ୍ଦେଶ୍ୟରେ ଜିଲ୍ଲା ଓ ବ୍ଲକ୍ ସ୍ତରରେ ବ୍ୟବସ୍ଥା କରାଯାଇଛି । ସେଠାରେ ସେମାନଙ୍କୁ ଆବଶ୍ୟକତା ଅନୁଯାୟୀ ଉପଚାର ଦିଆଯିବା ସହ ବିଭିନ୍ନ ଜାତୀୟ ସ୍ତରର ପ୍ରତିଷ୍ଠାନର ସହଯୋଗରେ ଦକ୍ଷ ମାନବସମ୍ବଳଙ୍କୁ ନିୟୋଜିତ କରାଯାଉଛି । ଅଭିଭାବକମାନଙ୍କୁ ଏ ବାବଦରେ ଶିକ୍ଷିତ କରାଯିବା ସହ ଗୋଷ୍ଠୀଭିତ୍ତିକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆଜି ଦିନର ସି ଆର୍ ଇ ଅଧିବେଶନରେ ୧୫୦ ଜଣ ଅଂଶ ଗ୍ରହଣ କରିଥିଲେ ସ୍ୱତନ୍ତ୍ର ଶାସନ ସଚିବ ସୁଶ୍ରୀ ରଜନୀ ଜାନି, ଡ. ସ୍ମୃତି ମହାପାତ୍ର ଓ ଶ୍ରୀ ଜିତେନ୍ଦ୍ର ବିଶ୍ୱାଳ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିବାବେଳେ ଅତିରିକ୍ତ ଶାସନ ସଚିବ ଶ୍ରୀ ଭାସ୍କର ରଇତ, ଉପଶାସନ ସଚିବ ଦୀପକ ରାଉତରାୟ ଓ ସୋନିଆ ବେହେରାଙ୍କ ସମେତ ବିଭାଗୀୟ ଅଧିକାରୀ , ଏସ୍ଆଇଏସ୍ଇଆର୍ ଏବଂ ଆର ସି ଜାଆଁଳା ର କର୍ମକର୍ତ୍ତା ଓ ପ୍ରଶିକ୍ଷାର୍ଥୀ ମାନେ ଉପସ୍ଥିତ ଥିଲେ । Happy Living Odisha
STATE NEWS ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା happylivingodisha@gmail.com Feb 22, 2026
STATE NEWS ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କିସ୍ର୨୧୦୦ ଛାତ୍ରଛାତ୍ରୀ ସର୍ବଭାରତୀୟ ସ୍ତରରେ ସର୍ବାଧିକ happylivingodisha@gmail.com Feb 15, 2026
STATE NEWS ମହାଶିବରାତ୍ରି ଅବସରରେ ରାଜ୍ୟପାଳଙ୍କ ଲିଙ୍ଗରାଜ ମନ୍ଦିର ଦର୍ଶନ happylivingodisha@gmail.com Feb 15, 2026
STATE NEWS ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଜାଗର ଯାତ୍ରାରେ ଭକ୍ତଙ୍କ ଭିଡ । happylivingodisha@gmail.com Feb 15, 2026
STATE NEWS ସମସ୍ତ ଆଧୁନିକ ସୁବିଧା ସହିତ ଗୁଣାତ୍ମକ ଶିକ୍ଷାର ଏକ ମଡେଲ ଭାବରେ ଏହି ସ୍କୁଲ ବିକଶିତ ହେବ – ମୁଖ୍ୟମନ୍ତ୍ରୀ happylivingodisha@gmail.com Feb 15, 2026
STATE NEWS ପିଏମଏୱାଇ ଜରିଆରେ ଓଡ଼ିଶାର ଜଣେ ଗରିମା ଶ୍ରମିକଙ୍କ ଜୀବନରେ ପରିବର୍ତ୍ତନ happylivingodisha@gmail.com Feb 15, 2026
STATE NEWS ନବରଙ୍ଗପୁର ଠାରେ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ happylivingodisha@gmail.com Feb 14, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା happylivingodisha@gmail.com Feb 22, 2026
SPORTS ୱିପ୍ରୋ ଆର୍ଥିୟାନ୍ ପ୍ରତିଯୋଗିତାରେ ଓଡ଼ିଶାର ଲୁଇସ୍ ବ୍ରେଲି ଦୃଷ୍ଟି ବାଧିତ ବିଦ୍ୟାଳୟ ବିଜୟୀ happylivingodisha@gmail.com Feb 16, 2026
STATE NEWS ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କିସ୍ର୨୧୦୦ ଛାତ୍ରଛାତ୍ରୀ ସର୍ବଭାରତୀୟ ସ୍ତରରେ ସର୍ବାଧିକ happylivingodisha@gmail.com Feb 15, 2026
Leave a Reply