STATE NEWS ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଦେଶ ଶିକ୍ଷାବୃତ୍ତି ଯୋଜନାର ଶୁଭାରମ୍ଭ happylivingodisha@gmail.com Dec 9, 2025 0 ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଦେଶ ଶିକ୍ଷାବୃତ୍ତି ଯୋଜନାର ଶୁଭାରମ୍ଭ ୩୪ଜଣଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ଏବଂ ଆକାଡେମିକ ଅଡ଼ିଟ ପାଇଁ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦକୁ କପି ରାଇଟ୍ ପ୍ରଦାନ ବିଦେଶରେ ଶିକ୍ଷା ଲାଭ କରିବା ପାଇଁ ଅର୍ଥ ବାଧକ ସାଜିବ ନାହିଁ, ଗୁଣାତ୍ମକ ଶିକ୍ଷା ପ୍ରଦାନ ଆମର ଲକ୍ଷ୍ୟ: ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଭୁବନେଶ୍ୱର; ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ବିଦେଶ ଶିକ୍ଷାବୃତ୍ତି ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ବିଦେଶ ଶିକ୍ଷାବୃତ୍ତି ଚଳିତ ଶିକ୍ଷାବର୍ଷ ୨୦୨୫-୨୬ରୁ ଲାଗୁ କରାଯିବ। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀମାନେ (SC &ST Students) ବିଦେଶରେ ଉଚ୍ଚ଼ଶିକ୍ଷା ଲାଭ କରିବା ପାଇଁ ଏହି ଛାତ୍ରବୃତ୍ତି ନିମନ୍ତେ ଆବେଦନ କରିପାରିବେ। ଯେଉଁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପରିବାରର ବାର୍ଷିକ ଆୟ ୧୨ଲକ୍ଷ କିମ୍ବା ୧୨ଲକ୍ଷ ଟଙ୍କାରୁ କମ୍ ହୋଇଥିବା ସେହିମାନେ ଏହି ଛାତ୍ରବୃତ୍ତି ନିମନ୍ତେ ଆବେଦନ କରିପାରିବେ। ଛାତ୍ରବୃତ୍ତି ପାଇବା ନିମନ୍ତେ ଛାତ୍ର ବା ଛାତ୍ରୀଜଣକ ବିଶ୍ୱର ଶ୍ରେଷ୍ଠ ୨୦୦ କ୍ୟୁଏସ ରାଙ୍କିଙ୍ଗ ଶିକ୍ଷାନୁଷ୍ଠାନରେ ((Top 200 QS Ranking Foreign Institution/ University) ) ପିଜି ଓ ପିଏଚଡ଼ି ପାଠ୍ୟକ୍ରମ ପାଇଁ ନାମଲେଖା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିବା ଆବଶ୍ୟକ। ଛାତ୍ରଛାତ୍ରୀମାନେ ଏହି ବୃତ୍ତି ନିମନ୍ତେ ପ୍ରତିବର୍ଷ ୨ ଥର (ଜୁଲାଇ- ଅଗଷ୍ଟ ମାସ ଅବଧି ଏବଂ ଡିସେମ୍ବର-ଜାନୁଆରୀ ମାସ ଅବଧି) ଆବେଦନ କରିପାରିବେ। ପ୍ରତିବର୍ଷ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୫୦ଜଣ ଛାତ୍ରଛାତ୍ରୀମାନଙ୍କୁ ଏହି ଶିକ୍ଷାବୃତ୍ତି ପ୍ରଦାନ କରାଯିବ। ୫୦ଜଣଙ୍କ ମଧ୍ୟରୁ ଇନଞ୍ଜିନିୟରିଙ୍ଗ ଓ ବୈଷୟିକ ଶିକ୍ଷା ନିମନ୍ତେ ୧୦ ଜଣ (ଇନଞ୍ଜିନିୟରିଙ୍ଗ ଓ ବୈଷୟିକ ଶିକ୍ଷାରେ ପିଜି ପାଠ୍ୟକ୍ରମ ପାଇଁ ୪ଜଣ ଏବଂ ପିଏଚଡ଼ି ପାଠ୍ୟକ୍ରମ ପାଇଁ ୬ଜଣ) ମେଡ଼ିକାଲ, କୃଷି, ଆରକିଟେକଚର ଓ ଅନ୍ୟାନ୍ୟ ଟେକନିକାଲ କୋର୍ସ ନିମନ୍ତେ ୧୦ଜଣ (ପିଜି ପାଠ୍ୟକ୍ରମ ପାଇଁ ୪ଜଣ ଏବଂ ପିଏଚଡ଼ି ପାଠ୍ୟକ୍ରମ ପାଇଁ ୬ଜଣ), ଉଚ୍ଚ଼ଶିକ୍ଷା ବିଭାଗ ଅଧୀନରେ ଆସୁଥିବା ପାଠ୍ୟକ୍ରମ ପାଇଁ ୩୦ଜଣ (ପିଜି ପାଇଁ ୧୦ଜଣ ଓ ପିଏଚଡ଼ି ପାଇଁ ୨୦ଜଣ) ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯିବ। ପ୍ରତ୍ୟେକ ଛାତ୍ର ବା ଛାତ୍ରୀଙ୍କୁ ସର୍ବାଧିକ ବାର୍ଷିକ ୨୫ଲକ୍ଷ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯିବ। ବିଦେଶ ଶିକ୍ଷା ବୃତ୍ତି ଯୋଜନାର ଶୁଭାରମ୍ଭ ସହିତ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ୩୪ଜଣଙ୍କୁ ଗ୍ରୁପ ସି ଓ ଗ୍ରୁପ ଡ଼ି ବର୍ଗରେ ଅନୁକମ୍ପାମୂଳକ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ସମସ୍ତ ନବ ନିଯୁକ୍ତମାନେ ଉଚ୍ଚ଼ଶିକ୍ଷା ମନ୍ତ୍ରୀଙ୍କ ଠାରୁ ନିଜର ନିଯୁକ୍ତି ପତ୍ର ଗ୍ରହଣ କରିବା ସହ ଅନୁକମ୍ପାମୂଳକ ନିଯୁକ୍ତ ିପାଇଁ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏଥିସହ ରାଜ୍ୟରେ ରହିଥିବା ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କର ଆକାଡେମିକ ପରଫରମାନ୍ସ ଅଡ଼ିଟ (Academic Performance Audit) ନିମନ୍ତେ ଓଡ଼ିଶା ରାଜ୍ୟ ଉଚ୍ଚ଼ଶିକ୍ଷା ପରିଷଦକୁ କପି ରାଇଟ୍ (Copy right)) ମଧ୍ୟ ପ୍ରଦାନ କରାଯାଇଛି, ଯାହାଦ୍ୱାରା ଓଡ଼ିଶା ରାଜ୍ୟ ଉଚ୍ଚ଼ଶିକ୍ଷା ପରିଷଦ ଦ୍ୱାରା ରାଜ୍ୟରେ ରହିଥିବା ବିଭିନ୍ନ ଉଚ୍ଚ଼ଶିକ୍ଷାନୁଷ୍ଠାନର ଶୈକ୍ଷିକ ମାନଦଣ୍ଡକୁ ସଠିକ ରୂପେ ଯାଞ୍ଚ କରାଯାଇପାରିବ। ସର୍ବଭାରତୀୟ ସ୍ତରରେ ଓଡ଼ିଶାର ଉଚ୍ଚ଼ଶିକ୍ଷା ବିଭାଗ ପ୍ରଥମ ଯେକି ଏହିପରି ବ୍ୟବସ୍ଥାକୁ ଲାଗୁ କରିଛି। ଏହ କାର୍ଯ୍ୟକ୍ରମରେ ଉଚ୍ଚ଼ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ରାଜ୍ୟରେ ଉଚ୍ଚ଼ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଆମେ ପ୍ରତିଶ୍ରୁତିବଦ୍ଧ। ବିଦେଶ ଶିକ୍ଷା ବୃତ୍ତି ଯୋଜନା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କର ବିଦେଶରେ ଉଚ୍ଚଶିକ୍ଷା ଲାଭ କରିବାର ସ୍ୱପ୍ନକୁ ସାକାର କରିବ। ବିଦେଶରେ ଉଚ୍ଚଶିକ୍ଷା ପାଇଁ ଅର୍ଥ ଆଉ ବାଧକ ସାଜିବ ନାହିଁ। ଏଥିସହ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ତରଫରୁ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କର ଆକା ଡେମିକ ପରଫରମାନ୍ସ ଅଡ଼ିଟ କରାଯିବ। ଏହା ନିଶ୍ଚିତ ରୂପେ ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ସୁନିଶ୍ଚିତ କରିବ। ଏଥିସହ ଉଚ୍ଚ଼ଶିକ୍ଷା ବିଭାଗ ପକ୍ଷରୁ ଅନୁକମ୍ପାମୂଳକ ନିଯୁକ୍ତି ପାଇଥିବା ସମସ୍ତ ନବ ନିଯୁକ୍ତମାନଙ୍କୁ ମନ୍ତ୍ରୀ ଶ୍ରୀ ସୂରଜ ଅଭିନନ୍ଦନ ଜଣାଇଥିଲେ। ଉଚ୍ଚ଼ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ସମସ୍ତ ନବ ନିଯୁକ୍ତମାନଙ୍କୁ ନିଷ୍ଠାପରତାର ସହ କାର୍ଯ୍ୟ କରିବା ପାଇଁ ପ୍ରେରିତ କରିଥିଲେ। ଏଥିସହ ରାଜ୍ୟରେ ଉଚ୍ଚଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରିବା ନିମନ୍ତେ ସରକାରଙ୍କ ତରଫରୁ ନିଆଯାଇଥିବା ବିଭିନ୍ନ ପଦେକ୍ଷପ ସମ୍ବନ୍ଧରେ ଶ୍ରୀ ଅଗ୍ରୱାଲ ଆଲୋକପାତ କରିଥିଲେ। ଉଚ୍ଚ଼ଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ କାଳୀ ପ୍ରସନ୍ନ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। Happy Living Odisha
STATE NEWS *ଏସ୍ଓଏସ୍ ଚିଲ୍ଡ୍ରେନ୍ସ ଭିଲେଜ୍ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ* happylivingodisha@gmail.com Oct 21, 2026
STATE NEWS ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ happylivingodisha@gmail.com Oct 21, 2026
STATE NEWS *ଶ୍ରୀ ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ* happylivingodisha@gmail.com Oct 19, 2026
STATE NEWS ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ happylivingodisha@gmail.com Oct 19, 2026
STATE NEWS ସଫେଇ କର୍ମଚାରୀ ଜାତୀୟ କମିଶନ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ happylivingodisha@gmail.com Oct 16, 2026
STATE NEWS *ବଜ୍ରପାତ ମୃତ୍ୟୁ ଓ କ୍ଷୟକ୍ଷତି ରୋକିବାକୁ ଓଡ଼ିଶାରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି* happylivingodisha@gmail.com Oct 16, 2026
STATE NEWS *ଐତିହାସିକ ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭୁବନେଶ୍ୱରରେ ଭବ୍ୟ ସମ୍ବର୍ଦ୍ଧନା* happylivingodisha@gmail.com Oct 16, 2026
STATE NEWS ବିଶ୍ଵ ଓଡ଼ିଆ ପରିବାରର ମାସିକ ଆଲୋଚନା ଚକ୍ର ଓ କାବ୍ୟ ସଂଧ୍ୟା happylivingodisha@gmail.com Oct 16, 2026
STATE NEWS ‘ରାଜନୈତିକ ପ୍ରତିରୋଧ’ ନାମରେ ଅରାଜକତା ସୃଷ୍ଟି ପ୍ରଚେଷ୍ଟା: happylivingodisha@gmail.com Oct 16, 2026
STATE NEWS ଜୟ ଶ୍ରୀରାମ କ୍ଲବ ବଲଡିହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ happylivingodisha@gmail.com Oct 16, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS *ଏସ୍ଓଏସ୍ ଚିଲ୍ଡ୍ରେନ୍ସ ଭିଲେଜ୍ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ* happylivingodisha@gmail.com Oct 21, 2026
STATE NEWS ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ happylivingodisha@gmail.com Oct 21, 2026
STATE NEWS *ଶ୍ରୀ ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ* happylivingodisha@gmail.com Oct 19, 2026
STATE NEWS ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ happylivingodisha@gmail.com Oct 19, 2026
Leave a Reply