STATE NEWS ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଦେଶ ଶିକ୍ଷାବୃତ୍ତି ଯୋଜନାର ଶୁଭାରମ୍ଭ happylivingodisha@gmail.com Dec 9, 2025 0 ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଦେଶ ଶିକ୍ଷାବୃତ୍ତି ଯୋଜନାର ଶୁଭାରମ୍ଭ ୩୪ଜଣଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ଏବଂ ଆକାଡେମିକ ଅଡ଼ିଟ ପାଇଁ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦକୁ କପି ରାଇଟ୍ ପ୍ରଦାନ ବିଦେଶରେ ଶିକ୍ଷା ଲାଭ କରିବା ପାଇଁ ଅର୍ଥ ବାଧକ ସାଜିବ ନାହିଁ, ଗୁଣାତ୍ମକ ଶିକ୍ଷା ପ୍ରଦାନ ଆମର ଲକ୍ଷ୍ୟ: ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଭୁବନେଶ୍ୱର; ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ବିଦେଶ ଶିକ୍ଷାବୃତ୍ତି ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ବିଦେଶ ଶିକ୍ଷାବୃତ୍ତି ଚଳିତ ଶିକ୍ଷାବର୍ଷ ୨୦୨୫-୨୬ରୁ ଲାଗୁ କରାଯିବ। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀମାନେ (SC &ST Students) ବିଦେଶରେ ଉଚ୍ଚ଼ଶିକ୍ଷା ଲାଭ କରିବା ପାଇଁ ଏହି ଛାତ୍ରବୃତ୍ତି ନିମନ୍ତେ ଆବେଦନ କରିପାରିବେ। ଯେଉଁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପରିବାରର ବାର୍ଷିକ ଆୟ ୧୨ଲକ୍ଷ କିମ୍ବା ୧୨ଲକ୍ଷ ଟଙ୍କାରୁ କମ୍ ହୋଇଥିବା ସେହିମାନେ ଏହି ଛାତ୍ରବୃତ୍ତି ନିମନ୍ତେ ଆବେଦନ କରିପାରିବେ। ଛାତ୍ରବୃତ୍ତି ପାଇବା ନିମନ୍ତେ ଛାତ୍ର ବା ଛାତ୍ରୀଜଣକ ବିଶ୍ୱର ଶ୍ରେଷ୍ଠ ୨୦୦ କ୍ୟୁଏସ ରାଙ୍କିଙ୍ଗ ଶିକ୍ଷାନୁଷ୍ଠାନରେ ((Top 200 QS Ranking Foreign Institution/ University) ) ପିଜି ଓ ପିଏଚଡ଼ି ପାଠ୍ୟକ୍ରମ ପାଇଁ ନାମଲେଖା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିବା ଆବଶ୍ୟକ। ଛାତ୍ରଛାତ୍ରୀମାନେ ଏହି ବୃତ୍ତି ନିମନ୍ତେ ପ୍ରତିବର୍ଷ ୨ ଥର (ଜୁଲାଇ- ଅଗଷ୍ଟ ମାସ ଅବଧି ଏବଂ ଡିସେମ୍ବର-ଜାନୁଆରୀ ମାସ ଅବଧି) ଆବେଦନ କରିପାରିବେ। ପ୍ରତିବର୍ଷ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୫୦ଜଣ ଛାତ୍ରଛାତ୍ରୀମାନଙ୍କୁ ଏହି ଶିକ୍ଷାବୃତ୍ତି ପ୍ରଦାନ କରାଯିବ। ୫୦ଜଣଙ୍କ ମଧ୍ୟରୁ ଇନଞ୍ଜିନିୟରିଙ୍ଗ ଓ ବୈଷୟିକ ଶିକ୍ଷା ନିମନ୍ତେ ୧୦ ଜଣ (ଇନଞ୍ଜିନିୟରିଙ୍ଗ ଓ ବୈଷୟିକ ଶିକ୍ଷାରେ ପିଜି ପାଠ୍ୟକ୍ରମ ପାଇଁ ୪ଜଣ ଏବଂ ପିଏଚଡ଼ି ପାଠ୍ୟକ୍ରମ ପାଇଁ ୬ଜଣ) ମେଡ଼ିକାଲ, କୃଷି, ଆରକିଟେକଚର ଓ ଅନ୍ୟାନ୍ୟ ଟେକନିକାଲ କୋର୍ସ ନିମନ୍ତେ ୧୦ଜଣ (ପିଜି ପାଠ୍ୟକ୍ରମ ପାଇଁ ୪ଜଣ ଏବଂ ପିଏଚଡ଼ି ପାଠ୍ୟକ୍ରମ ପାଇଁ ୬ଜଣ), ଉଚ୍ଚ଼ଶିକ୍ଷା ବିଭାଗ ଅଧୀନରେ ଆସୁଥିବା ପାଠ୍ୟକ୍ରମ ପାଇଁ ୩୦ଜଣ (ପିଜି ପାଇଁ ୧୦ଜଣ ଓ ପିଏଚଡ଼ି ପାଇଁ ୨୦ଜଣ) ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯିବ। ପ୍ରତ୍ୟେକ ଛାତ୍ର ବା ଛାତ୍ରୀଙ୍କୁ ସର୍ବାଧିକ ବାର୍ଷିକ ୨୫ଲକ୍ଷ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯିବ। ବିଦେଶ ଶିକ୍ଷା ବୃତ୍ତି ଯୋଜନାର ଶୁଭାରମ୍ଭ ସହିତ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ୩୪ଜଣଙ୍କୁ ଗ୍ରୁପ ସି ଓ ଗ୍ରୁପ ଡ଼ି ବର୍ଗରେ ଅନୁକମ୍ପାମୂଳକ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ସମସ୍ତ ନବ ନିଯୁକ୍ତମାନେ ଉଚ୍ଚ଼ଶିକ୍ଷା ମନ୍ତ୍ରୀଙ୍କ ଠାରୁ ନିଜର ନିଯୁକ୍ତି ପତ୍ର ଗ୍ରହଣ କରିବା ସହ ଅନୁକମ୍ପାମୂଳକ ନିଯୁକ୍ତ ିପାଇଁ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏଥିସହ ରାଜ୍ୟରେ ରହିଥିବା ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କର ଆକାଡେମିକ ପରଫରମାନ୍ସ ଅଡ଼ିଟ (Academic Performance Audit) ନିମନ୍ତେ ଓଡ଼ିଶା ରାଜ୍ୟ ଉଚ୍ଚ଼ଶିକ୍ଷା ପରିଷଦକୁ କପି ରାଇଟ୍ (Copy right)) ମଧ୍ୟ ପ୍ରଦାନ କରାଯାଇଛି, ଯାହାଦ୍ୱାରା ଓଡ଼ିଶା ରାଜ୍ୟ ଉଚ୍ଚ଼ଶିକ୍ଷା ପରିଷଦ ଦ୍ୱାରା ରାଜ୍ୟରେ ରହିଥିବା ବିଭିନ୍ନ ଉଚ୍ଚ଼ଶିକ୍ଷାନୁଷ୍ଠାନର ଶୈକ୍ଷିକ ମାନଦଣ୍ଡକୁ ସଠିକ ରୂପେ ଯାଞ୍ଚ କରାଯାଇପାରିବ। ସର୍ବଭାରତୀୟ ସ୍ତରରେ ଓଡ଼ିଶାର ଉଚ୍ଚ଼ଶିକ୍ଷା ବିଭାଗ ପ୍ରଥମ ଯେକି ଏହିପରି ବ୍ୟବସ୍ଥାକୁ ଲାଗୁ କରିଛି। ଏହ କାର୍ଯ୍ୟକ୍ରମରେ ଉଚ୍ଚ଼ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ରାଜ୍ୟରେ ଉଚ୍ଚ଼ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଆମେ ପ୍ରତିଶ୍ରୁତିବଦ୍ଧ। ବିଦେଶ ଶିକ୍ଷା ବୃତ୍ତି ଯୋଜନା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କର ବିଦେଶରେ ଉଚ୍ଚଶିକ୍ଷା ଲାଭ କରିବାର ସ୍ୱପ୍ନକୁ ସାକାର କରିବ। ବିଦେଶରେ ଉଚ୍ଚଶିକ୍ଷା ପାଇଁ ଅର୍ଥ ଆଉ ବାଧକ ସାଜିବ ନାହିଁ। ଏଥିସହ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ତରଫରୁ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କର ଆକା ଡେମିକ ପରଫରମାନ୍ସ ଅଡ଼ିଟ କରାଯିବ। ଏହା ନିଶ୍ଚିତ ରୂପେ ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ସୁନିଶ୍ଚିତ କରିବ। ଏଥିସହ ଉଚ୍ଚ଼ଶିକ୍ଷା ବିଭାଗ ପକ୍ଷରୁ ଅନୁକମ୍ପାମୂଳକ ନିଯୁକ୍ତି ପାଇଥିବା ସମସ୍ତ ନବ ନିଯୁକ୍ତମାନଙ୍କୁ ମନ୍ତ୍ରୀ ଶ୍ରୀ ସୂରଜ ଅଭିନନ୍ଦନ ଜଣାଇଥିଲେ। ଉଚ୍ଚ଼ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ସମସ୍ତ ନବ ନିଯୁକ୍ତମାନଙ୍କୁ ନିଷ୍ଠାପରତାର ସହ କାର୍ଯ୍ୟ କରିବା ପାଇଁ ପ୍ରେରିତ କରିଥିଲେ। ଏଥିସହ ରାଜ୍ୟରେ ଉଚ୍ଚଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରିବା ନିମନ୍ତେ ସରକାରଙ୍କ ତରଫରୁ ନିଆଯାଇଥିବା ବିଭିନ୍ନ ପଦେକ୍ଷପ ସମ୍ବନ୍ଧରେ ଶ୍ରୀ ଅଗ୍ରୱାଲ ଆଲୋକପାତ କରିଥିଲେ। ଉଚ୍ଚ଼ଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ କାଳୀ ପ୍ରସନ୍ନ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। Happy Living Odisha
STATE NEWS ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ସାଜିଛି ‘ମନ୍ କି ବାତ’ : ମନମୋହନ ସାମଲ happylivingodisha@gmail.com Jul 20, 2026
STATE NEWS ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା 300 ଟିପିଡି ସିବିଜି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ happylivingodisha@gmail.com Jun 21, 2026
STATE NEWS ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ happylivingodisha@gmail.com Jun 21, 2026
STATE NEWS ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଯୋଗାଭ୍ୟାସ happylivingodisha@gmail.com Jun 21, 2026
STATE NEWS ଯୁବପିଢ଼ି କୃଷିକୁ ନବସୃଜନ, ଉଦ୍ୟୋଗ ଓ ରାଷ୍ଟ୍ର ଗଠନର କ୍ଷେତ୍ର ଭାବେ ଗ୍ରହଣ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ happylivingodisha@gmail.com Jun 11, 2026
STATE NEWS ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରି ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ସମୂହ ଦୀପଦାନ happylivingodisha@gmail.com Jun 11, 2026
STATE NEWS ଓଡ଼ିଆ ଜାତିକୁ ଆଉ କେହି ଅଟକାଇ ପାରିବେ ନାହିଁ, ସବୁ କ୍ଷେତ୍ରରେ ଆମେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବୁ – ମୁଖ୍ୟମନ୍ତ୍ରୀ happylivingodisha@gmail.com Apr 1, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ସାଜିଛି ‘ମନ୍ କି ବାତ’ : ମନମୋହନ ସାମଲ happylivingodisha@gmail.com Jul 20, 2026
Leave a Reply