STATE NEWS ମୋହନ ଜେନାଙ୍କ ଅବର୍ତ୍ତମାନରେ ସାମାଜିକ ନ୍ୟାୟ ଆନ୍ଦୋଳନ ଦିଗହରା ୩ୟ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିଙ୍କ ମତ happylivingodisha@gmail.com Dec 9, 2025 0 ମୋହନ ଜେନାଙ୍କ ଅବର୍ତ୍ତମାନରେ ସାମାଜିକ ନ୍ୟାୟ ଆନ୍ଦୋଳନ ଦିଗହରା ୩ୟ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିଙ୍କ ମତ ଭୁବନେଶ୍ୱର, ୯.୧୨ : ଉକ୍ରଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି, ଓଡ଼ିଶାରେ ଯୁବଛାତ୍ର ଆନ୍ଦୋଳନର କ୍ରାନ୍ତିକାରୀ ନେତୃତ୍ୱ ତଥା ପୂର୍ବତନ ସାଂସଦ ମୋହନ ଜେନା ସାମାଜିକ ନ୍ୟାୟ ପାଇଁ ଥିଲେ ଜଣେ ଲଢୁଆ ସାରଥୀ। ତାଙ୍କ ଅବର୍ତ୍ତମାନରେ ସାମାଜିକ ନ୍ୟାୟ ଆନ୍ଦୋଳନ ଆଜି ଦିଗହରା ବୋଲି ମୋହନ ଜେନା ସ୍ମୃତି କମିଟି ତରଫରୁ ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିର ପରିସରରେ ଅନୁଷ୍ଠିତ ମୋହନ ଜେନାଙ୍କ ତୃତୀୟ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ପ୍ରାକ୍ତନ ସାଂସଦ ମୋହନ ଜେନାଙ୍କ ସ୍ମୃତିରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପ୍ରଫେସର ବସନ୍ତ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭୁବନେଶ୍ୱର ଏକାମ୍ର ମାନ୍ୟବର ବିଧାୟକ ବାବୁ ସିଂ, ବଡ଼ଚଣା ମାନ୍ୟବର ବିଧାୟକ ଅମର ନାୟକ ପ୍ରମୁଖ ମୋହନ ଜେନାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବରେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ରବି ଦାସ କହିଥିଲେ ଯେ, ଛାତ୍ର ଅବସ୍ଥାରୁ ମୋହନ ଜେନାଙ୍କ ଭିତରେ ଥିବା କ୍ରାନ୍ତିକାରୀ ନେତୃତ୍ୱ ବେଶ୍ ବାରି ହୋଇ ପଡୁଥିଲା। ରାଜ୍ୟରେ ଦଳିତ, ନିଷ୍ପେସିତମାନଙ୍କୁ ନ୍ୟାୟ ଦେବା ପାଇଁ ସେ ଏକ ସମର୍ପିତ ବ୍ୟକ୍ତିତ୍ୱ ଥିଲେ। ଦୃଷ୍ଟିହୀନମାନଙ୍କ ଅଧିକାର, କିନ୍ନରମାନଙ୍କ ପାଇଁ ସଂରକ୍ଷଣ, ଦେହଜୀବୀମାନଙ୍କୁ ଥଇଥାନ କରିବାରେ ତାଙ୍କର ଭୂମିକାକୁ ଅସ୍ୱୀକାର କରିହେବ ନାହିଁ। ରାଜ୍ୟରେ ଦଳିତମାନଙ୍କ ଉପରେ ଅତ୍ୟାଚ।ର, ଛୁଆଁ ଅଛୁଆଁ ଭେଦଭାବ, ମନ୍ଦିର ପ୍ରବେଶ ଅଧିକାର ଓ ଗିରି ଗୋବର୍ଦ୍ଧନ ପୂଜା ଜରିଆରେ ପ୍ରକୃତିର ଉପାସନା ତାଙ୍କ ନେତୃତ୍ୱକୁ ପ୍ରମାଣିତ କରିଥିଲା। ଆଜି ସେ ନାହାଁନ୍ତି, କିନ୍ତୁ ଏହିବର୍ଗର ଲୋକମାନେ ତାଙ୍କର ଅନୁପସ୍ଥିତି ଅନୁଭବ କରୁଛନ୍ତି। ସମ୍ମାନିତ ବକ୍ତା ଭାବରେ ଇଂ ଅଲେଖ ଚନ୍ଦ୍ର ମଲ୍ଲିକ ଯୋଗଦେଇ ମୋହନ ଜେନାଙ୍କୁ ସାମାଜିକ ନ୍ୟାୟର ଯୁବ କ୍ରାନ୍ତିକାରୀ ଭାବରେ ବର୍ଣ୍ଣନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାରୀ ନେତ୍ରୀ ରଶ୍ମି ମହାପାତ୍ର, ପୂର୍ବତନ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ମିହିର ପ୍ରସାଦ ସେଠୀ, ସୁଧାଂଶୁ ଡାଙ୍ଗ, ଇଂ ଭୋଜରାଜ ଲୁହା, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ସମାଜସେବୀ ପ୍ରତାପ ସାହୁ, କାମିନୀ ନାୟକ, ପ୍ରଫେସର ଅଭିରାମ ବିଶ୍ୱାଳ, ଅଭିମନ୍ୟୁ ସେଠୀ, ଦେବପ୍ରସାଦ ବେହେରା, ମାନଗୋବିନ୍ଦ ସେଠୀ, ଆମ୍ବେଦକର ଲୋହିଆ ବିଚ।ରମଞ୍ଚର ସଭାପତି ସଂଗ୍ରାମ ମଲ୍ଲିକ ପ୍ରମୁଖ ଯୋଗଦେଇ ମୋହନ ଜେନାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ସ୍ୱପ୍ନର ସାମାଜିକ ନ୍ୟାୟ ଆନ୍ଦୋଳନକୁ ଆଗେଇ ନେବାକୁ ଆଜି ସବୁଠାରୁ ବଡ଼ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ସ୍ମୃତି କମିଟିର ସଂଯୋଜକ ରବି ବେହେରା ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଶେଷରେ ସ୍ମୃତି କମିଟିର ସମ୍ପାଦିକା ଡ. ହରପ୍ରିୟା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଡ. ଆଦ୍ୟା ଅନିନ୍ଦିତା ଓ ସମ୍ବିତ କୁମାର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। Happy Living Odisha #mohanjena
STATE NEWS ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ସାଜିଛି ‘ମନ୍ କି ବାତ’ : ମନମୋହନ ସାମଲ happylivingodisha@gmail.com Jul 20, 2026
STATE NEWS ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା 300 ଟିପିଡି ସିବିଜି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ happylivingodisha@gmail.com Jun 21, 2026
STATE NEWS ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ happylivingodisha@gmail.com Jun 21, 2026
STATE NEWS ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଯୋଗାଭ୍ୟାସ happylivingodisha@gmail.com Jun 21, 2026
STATE NEWS ଯୁବପିଢ଼ି କୃଷିକୁ ନବସୃଜନ, ଉଦ୍ୟୋଗ ଓ ରାଷ୍ଟ୍ର ଗଠନର କ୍ଷେତ୍ର ଭାବେ ଗ୍ରହଣ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ happylivingodisha@gmail.com Jun 11, 2026
STATE NEWS ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରି ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ସମୂହ ଦୀପଦାନ happylivingodisha@gmail.com Jun 11, 2026
STATE NEWS ଓଡ଼ିଆ ଜାତିକୁ ଆଉ କେହି ଅଟକାଇ ପାରିବେ ନାହିଁ, ସବୁ କ୍ଷେତ୍ରରେ ଆମେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବୁ – ମୁଖ୍ୟମନ୍ତ୍ରୀ happylivingodisha@gmail.com Apr 1, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ସାଜିଛି ‘ମନ୍ କି ବାତ’ : ମନମୋହନ ସାମଲ happylivingodisha@gmail.com Jul 20, 2026
Leave a Reply