STATE NEWS ସ୍ୱାଭିମାନୀ ନେତା ପ୍ରଶାନ୍ତ ମହାପାତ୍ରଙ୍କ ସ୍ମୃତି ସଭା ଲଢୁଆ ନେତା ଥିଲେ ପ୍ରଶାନ୍ତ ମହାପାତ୍ର happylivingodisha@gmail.com Dec 20, 2025 0 ସ୍ୱାଭିମାନୀ ନେତା ପ୍ରଶାନ୍ତ ମହାପାତ୍ରଙ୍କ ସ୍ମୃତି ସଭା ଲଢୁଆ ନେତା ଥିଲେ ପ୍ରଶାନ୍ତ ମହାପାତ୍ର ଭୁବନେଶ୍ୱର; ପ୍ରଶାନ୍ତ ମହାପାତ୍ର ଥିଲେ ଜଣେ ସ୍ୱାଭିମାନୀ ନେତା । ଜଣେ ସଚ୍ଚୋଟ, କର୍ମଠ ଯୁବ ନେତା ଭାବେ ପରିଚିତ । ପୁରୁଣା ଭୁବନେଶ୍ୱରର ଏହି ଯୁୁବ ନେତା ପ୍ରଶାନ୍ତ ମହାପାତ୍ର ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଅତି ନିକଟତରଥିଲେ । ବିଜୁବାବୁ ଯେଉଁ ସମୟରେ ଯେଉଁ ଦାୟିତ୍ୱ ଦେଉଥିଲେ ସେ ତାହାକୁ ସଠିକ୍ ଭାବେ ର୍ନିବାହ କରୁଥିଲେ । ସେ କେବେ ହେଲେ ନିଜ ସ୍ୱାର୍ଥପ୍ରତି ଧ୍ୟାନ ଦେଉ ନ ଥିଲେ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ । ମଙ୍ଗଳବାର ସ୍ଥାନିୟ ଗୀତ ଗୋବିନ୍ଦ ସଦନରେ ପ୍ରଶାନ୍ତ ମହାପାତ୍ର ସ୍ମୃତି କମିଟି ପକ୍ଷରୁ ଆୟୋଜିତ ତୃତୀୟ ଶ୍ରାଦ୍ଧ ବାର୍ଷିକୀରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥିରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଶାନ୍ତ ମହାପାତ୍ରଙ୍କ ନିଷ୍ଠା କର୍ତ୍ତବ୍ୟ ଯୋଗୁ ଆଜି ବି ସମସ୍ତଙ୍କ ମନରେ ରହିଛନ୍ତି । ସେତେବେଳେ ପୁରୁଣା ଭୁବନେଶ୍ୱର କହିଲେ ପ୍ରଶାନ୍ତ ଭାଇନାକୁ ବୁଝାଏ । ବିଶିଷ୍ଟ ଅତିଥିଭାବେ ବିଜେଡି ନେତା ଅରୂପ ପଟ୍ଟନାୟକ ଯୋଗଦେଇ କହିଥିଲେ ସମସ୍ତେ ଫାଇଟର ଯାହାଙ୍କୁ ରଶ୍ମୀ ମହାପାତ୍ର ଏହି ମଞ୍ଚରେ ଏକାଠି କରିପାରିଛି । ପ୍ରଶାନ୍ତ ମହାପାତ୍ର ବିଜୁ ବାବୁଙ୍କ ଭଳି ଲଢିକି ନେବାକୁ ଚାହୁଁଥିଲେ , ଦାନ ଚାହୁଁ ନ ଥିଲେ । ସେଥିପାଇଁ ବିଜୁ ବାବୁଙ୍କର ପ୍ରିୟ ହୋଇଥିଲେ ପ୍ରଶାନ୍ତ । ୧୯୮୦-୯୦ ଦଶକର କାଳ ଖଣ୍ଡନକୁ ଆଲୋଚନା କଲେ ପ୍ରଶାନ୍ତ ମହାପାତ୍ରଙ୍କ କଥା ନ କହିଲେ ଭୁବନେଶ୍ୱର ବିକାଶ ସେତେବେଳେ ଅଧୁରା ରହିଯିବ ବୋଲି ପୂର୍ବତନ ବିଧାୟକ ପ୍ରଭାତ ତ୍ରପାଠି କହିଥିଲେ । ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶ୍ରୀ ତ୍ରିପାଠୀ କହିଥିଲେ । ପ୍ରଶାନ୍ତ ମହାପାତ୍ର ସ୍ରୋତର ଅନୁକୂଳରେ ଯାଇ ନ ଥିଲେ ସେ ପ୍ରତି କୂଳରେ ଯାଇ ନେତା ହୋଇଥିଲେ । ସେତେବେଳେ ତାଙ୍କ ନେତୃତ୍ୱରେ ଭୁବନେଶ୍ୱର ଆଗକୁ ବଢୁଥିଲା । ବିଜୁବାବୁ ପ୍ରଶାନ୍ତକୁ ଧରି ଭୁବନେଶ୍ୱରରେ ପ୍ରଥମେ ନିର୍ବାଚନ ଲଢିଥିଲେ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ ଯୋଗଦେଇ କହିଥିଲେ ଏକାମ୍ର ଭୁବନେଶ୍ୱରର ଶେଷ୍ଠ ନେତୃତ୍ୱ ଥିଲେ । ମୋତେ ଯଦି କିଏ ରାଜନୈତିକ ନେତା ଭାବେ ଗଢିଥାଏ ସେ ହେଲେ ପ୍ରଶାନ୍ତ ଭାଇନା ବୋଲି ସିଂ କହିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଦା ବିଧାୟକ ପ୍ରଶାନ୍ତ ଜଗଦେବ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ସମାଜସେବୀ ହରପ୍ରିୟା ପାଣିଗ୍ରାହୀ ପ୍ରମୁଖ ଅତିଥିମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ଜନତା ଦଳର ପୂର୍ବତନ ଛାତ୍ରନେତା ସମରେନ୍ଦ୍ର ସାହୁ ସଂଯୋଜନା କରିଥିବାବେଳେ ଅଧ୍ୟକ୍ଷତା କରିଥିଲେ କମିଟିର ଆବାହକ ଶ୍ରୀହର୍ଷ ହୋତା । ସ୍ୱର୍ଗତ ପ୍ରଶାନ୍ତ ମହାପାତ୍ରଙ୍କ ଧର୍ମପତ୍ନୀ ତଥା ବିଜେପି ନେତ୍ରୀ ରଶ୍ମୀ ମହାପାତ୍ର କମିଟିର କର୍ମମର୍ତ୍ତା ଉପସ୍ଥିତ ଥିଲେ । ଏହି ଅବସରରେ ସାମାଜସେବା, ସାମ୍ବାଦିକତା, ଶିଳ୍ପି, ଓ ଆଇନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ୫ଜଣଙ୍କୁ ପ୍ରଶାନ୍ତ ମହାପାତ୍ର ସ୍ମୃତି କମିଟି ତରଫରୁ ସାମ୍ମାନିତ କରାଯାଇଥିଲା । ଶେଷରେ ସରୋଜ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । Happy Living Odisha #swavimanineta
STATE NEWS ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ସାଜିଛି ‘ମନ୍ କି ବାତ’ : ମନମୋହନ ସାମଲ happylivingodisha@gmail.com Jul 20, 2026
STATE NEWS ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା 300 ଟିପିଡି ସିବିଜି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ happylivingodisha@gmail.com Jun 21, 2026
STATE NEWS ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ happylivingodisha@gmail.com Jun 21, 2026
STATE NEWS ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଯୋଗାଭ୍ୟାସ happylivingodisha@gmail.com Jun 21, 2026
STATE NEWS ଯୁବପିଢ଼ି କୃଷିକୁ ନବସୃଜନ, ଉଦ୍ୟୋଗ ଓ ରାଷ୍ଟ୍ର ଗଠନର କ୍ଷେତ୍ର ଭାବେ ଗ୍ରହଣ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ happylivingodisha@gmail.com Jun 11, 2026
STATE NEWS ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରି ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ସମୂହ ଦୀପଦାନ happylivingodisha@gmail.com Jun 11, 2026
STATE NEWS ଓଡ଼ିଆ ଜାତିକୁ ଆଉ କେହି ଅଟକାଇ ପାରିବେ ନାହିଁ, ସବୁ କ୍ଷେତ୍ରରେ ଆମେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବୁ – ମୁଖ୍ୟମନ୍ତ୍ରୀ happylivingodisha@gmail.com Apr 1, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ସାଜିଛି ‘ମନ୍ କି ବାତ’ : ମନମୋହନ ସାମଲ happylivingodisha@gmail.com Jul 20, 2026
Leave a Reply