STATE NEWS ସ୍ୱାଭିମାନୀ ନେତା ପ୍ରଶାନ୍ତ ମହାପାତ୍ରଙ୍କ ସ୍ମୃତି ସଭା ଲଢୁଆ ନେତା ଥିଲେ ପ୍ରଶାନ୍ତ ମହାପାତ୍ର happylivingodisha@gmail.com Dec 20, 2025 0 ସ୍ୱାଭିମାନୀ ନେତା ପ୍ରଶାନ୍ତ ମହାପାତ୍ରଙ୍କ ସ୍ମୃତି ସଭା ଲଢୁଆ ନେତା ଥିଲେ ପ୍ରଶାନ୍ତ ମହାପାତ୍ର ଭୁବନେଶ୍ୱର; ପ୍ରଶାନ୍ତ ମହାପାତ୍ର ଥିଲେ ଜଣେ ସ୍ୱାଭିମାନୀ ନେତା । ଜଣେ ସଚ୍ଚୋଟ, କର୍ମଠ ଯୁବ ନେତା ଭାବେ ପରିଚିତ । ପୁରୁଣା ଭୁବନେଶ୍ୱରର ଏହି ଯୁୁବ ନେତା ପ୍ରଶାନ୍ତ ମହାପାତ୍ର ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଅତି ନିକଟତରଥିଲେ । ବିଜୁବାବୁ ଯେଉଁ ସମୟରେ ଯେଉଁ ଦାୟିତ୍ୱ ଦେଉଥିଲେ ସେ ତାହାକୁ ସଠିକ୍ ଭାବେ ର୍ନିବାହ କରୁଥିଲେ । ସେ କେବେ ହେଲେ ନିଜ ସ୍ୱାର୍ଥପ୍ରତି ଧ୍ୟାନ ଦେଉ ନ ଥିଲେ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ । ମଙ୍ଗଳବାର ସ୍ଥାନିୟ ଗୀତ ଗୋବିନ୍ଦ ସଦନରେ ପ୍ରଶାନ୍ତ ମହାପାତ୍ର ସ୍ମୃତି କମିଟି ପକ୍ଷରୁ ଆୟୋଜିତ ତୃତୀୟ ଶ୍ରାଦ୍ଧ ବାର୍ଷିକୀରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥିରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଶାନ୍ତ ମହାପାତ୍ରଙ୍କ ନିଷ୍ଠା କର୍ତ୍ତବ୍ୟ ଯୋଗୁ ଆଜି ବି ସମସ୍ତଙ୍କ ମନରେ ରହିଛନ୍ତି । ସେତେବେଳେ ପୁରୁଣା ଭୁବନେଶ୍ୱର କହିଲେ ପ୍ରଶାନ୍ତ ଭାଇନାକୁ ବୁଝାଏ । ବିଶିଷ୍ଟ ଅତିଥିଭାବେ ବିଜେଡି ନେତା ଅରୂପ ପଟ୍ଟନାୟକ ଯୋଗଦେଇ କହିଥିଲେ ସମସ୍ତେ ଫାଇଟର ଯାହାଙ୍କୁ ରଶ୍ମୀ ମହାପାତ୍ର ଏହି ମଞ୍ଚରେ ଏକାଠି କରିପାରିଛି । ପ୍ରଶାନ୍ତ ମହାପାତ୍ର ବିଜୁ ବାବୁଙ୍କ ଭଳି ଲଢିକି ନେବାକୁ ଚାହୁଁଥିଲେ , ଦାନ ଚାହୁଁ ନ ଥିଲେ । ସେଥିପାଇଁ ବିଜୁ ବାବୁଙ୍କର ପ୍ରିୟ ହୋଇଥିଲେ ପ୍ରଶାନ୍ତ । ୧୯୮୦-୯୦ ଦଶକର କାଳ ଖଣ୍ଡନକୁ ଆଲୋଚନା କଲେ ପ୍ରଶାନ୍ତ ମହାପାତ୍ରଙ୍କ କଥା ନ କହିଲେ ଭୁବନେଶ୍ୱର ବିକାଶ ସେତେବେଳେ ଅଧୁରା ରହିଯିବ ବୋଲି ପୂର୍ବତନ ବିଧାୟକ ପ୍ରଭାତ ତ୍ରପାଠି କହିଥିଲେ । ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶ୍ରୀ ତ୍ରିପାଠୀ କହିଥିଲେ । ପ୍ରଶାନ୍ତ ମହାପାତ୍ର ସ୍ରୋତର ଅନୁକୂଳରେ ଯାଇ ନ ଥିଲେ ସେ ପ୍ରତି କୂଳରେ ଯାଇ ନେତା ହୋଇଥିଲେ । ସେତେବେଳେ ତାଙ୍କ ନେତୃତ୍ୱରେ ଭୁବନେଶ୍ୱର ଆଗକୁ ବଢୁଥିଲା । ବିଜୁବାବୁ ପ୍ରଶାନ୍ତକୁ ଧରି ଭୁବନେଶ୍ୱରରେ ପ୍ରଥମେ ନିର୍ବାଚନ ଲଢିଥିଲେ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ ଯୋଗଦେଇ କହିଥିଲେ ଏକାମ୍ର ଭୁବନେଶ୍ୱରର ଶେଷ୍ଠ ନେତୃତ୍ୱ ଥିଲେ । ମୋତେ ଯଦି କିଏ ରାଜନୈତିକ ନେତା ଭାବେ ଗଢିଥାଏ ସେ ହେଲେ ପ୍ରଶାନ୍ତ ଭାଇନା ବୋଲି ସିଂ କହିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଦା ବିଧାୟକ ପ୍ରଶାନ୍ତ ଜଗଦେବ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ସମାଜସେବୀ ହରପ୍ରିୟା ପାଣିଗ୍ରାହୀ ପ୍ରମୁଖ ଅତିଥିମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ଜନତା ଦଳର ପୂର୍ବତନ ଛାତ୍ରନେତା ସମରେନ୍ଦ୍ର ସାହୁ ସଂଯୋଜନା କରିଥିବାବେଳେ ଅଧ୍ୟକ୍ଷତା କରିଥିଲେ କମିଟିର ଆବାହକ ଶ୍ରୀହର୍ଷ ହୋତା । ସ୍ୱର୍ଗତ ପ୍ରଶାନ୍ତ ମହାପାତ୍ରଙ୍କ ଧର୍ମପତ୍ନୀ ତଥା ବିଜେପି ନେତ୍ରୀ ରଶ୍ମୀ ମହାପାତ୍ର କମିଟିର କର୍ମମର୍ତ୍ତା ଉପସ୍ଥିତ ଥିଲେ । ଏହି ଅବସରରେ ସାମାଜସେବା, ସାମ୍ବାଦିକତା, ଶିଳ୍ପି, ଓ ଆଇନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ୫ଜଣଙ୍କୁ ପ୍ରଶାନ୍ତ ମହାପାତ୍ର ସ୍ମୃତି କମିଟି ତରଫରୁ ସାମ୍ମାନିତ କରାଯାଇଥିଲା । ଶେଷରେ ସରୋଜ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । Happy Living Odisha #swavimanineta
STATE NEWS *ଏସ୍ଓଏସ୍ ଚିଲ୍ଡ୍ରେନ୍ସ ଭିଲେଜ୍ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ* happylivingodisha@gmail.com Oct 21, 2026
STATE NEWS ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ happylivingodisha@gmail.com Oct 21, 2026
STATE NEWS *ଶ୍ରୀ ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ* happylivingodisha@gmail.com Oct 19, 2026
STATE NEWS ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ happylivingodisha@gmail.com Oct 19, 2026
STATE NEWS ସଫେଇ କର୍ମଚାରୀ ଜାତୀୟ କମିଶନ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ happylivingodisha@gmail.com Oct 16, 2026
STATE NEWS *ବଜ୍ରପାତ ମୃତ୍ୟୁ ଓ କ୍ଷୟକ୍ଷତି ରୋକିବାକୁ ଓଡ଼ିଶାରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି* happylivingodisha@gmail.com Oct 16, 2026
STATE NEWS *ଐତିହାସିକ ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭୁବନେଶ୍ୱରରେ ଭବ୍ୟ ସମ୍ବର୍ଦ୍ଧନା* happylivingodisha@gmail.com Oct 16, 2026
STATE NEWS ବିଶ୍ଵ ଓଡ଼ିଆ ପରିବାରର ମାସିକ ଆଲୋଚନା ଚକ୍ର ଓ କାବ୍ୟ ସଂଧ୍ୟା happylivingodisha@gmail.com Oct 16, 2026
STATE NEWS ‘ରାଜନୈତିକ ପ୍ରତିରୋଧ’ ନାମରେ ଅରାଜକତା ସୃଷ୍ଟି ପ୍ରଚେଷ୍ଟା: happylivingodisha@gmail.com Oct 16, 2026
STATE NEWS ଜୟ ଶ୍ରୀରାମ କ୍ଲବ ବଲଡିହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ happylivingodisha@gmail.com Oct 16, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS *ଏସ୍ଓଏସ୍ ଚିଲ୍ଡ୍ରେନ୍ସ ଭିଲେଜ୍ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ* happylivingodisha@gmail.com Oct 21, 2026
STATE NEWS ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ happylivingodisha@gmail.com Oct 21, 2026
STATE NEWS *ଶ୍ରୀ ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ* happylivingodisha@gmail.com Oct 19, 2026
STATE NEWS ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ happylivingodisha@gmail.com Oct 19, 2026
Leave a Reply