PRGI REGD NO : ORORI/25/A1991

Advertisement

‘କାଞ୍ଚି ଅଭିଯାନ’

ଜଳସମ୍ପଦ ବିଭାଗ ସାଂସ୍କୃତିକ ପରିଷଦର ୨୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

*ସ୍ମରଣିକା ‘ଜଳ ତରଙ୍ଗ’ ଉନ୍ମୋଚିତ
*ପ୍ରଥମ ଦିବସରେ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କଲା ନୃତ୍ୟ–ନାଟିକା ‘କାଞ୍ଚି ଅଭିଯାନ’

ଭୁବନେଶ୍ୱର, ଆଜି ସନ୍ଧ୍ୟାରେ ଜଳସମ୍ପଦ ବିଭାଗ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ୨୨ତମ ବାର୍ଷିକ ଉତ୍ସବ ୨୦୨୫–୨୬ , ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପରେ ଭବ୍ୟ ସମାରୋହ ମଧ୍ୟରେ ଉଦଘାଟିତ ହୋଇଛି । ଏହି ଦୁଇ ଦିନିଆ ବାର୍ଷିକ ଉତ୍ସବର ପ୍ରଥମ ସନ୍ଧ୍ୟାରେ ସଂସ୍କୃତି, ସୃଜନଶୀଳତା ଓ ପରମ୍ପରାର ସୁନ୍ଦର ସମନ୍ୱୟ ପରିଲକ୍ଷିତ ହୋଇଥିଲା । କାର୍ଯ୍ୟକ୍ରମରେ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରିଥିଲେ । ଏଥିରେ ଜଳ ସଂପଦ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ନରହରି ସେଠୀ ସମ୍ମାନିତ ଅତିଥି ଏବଂ ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ଅଶୋକ କୁମାର ବେହେରା ମୁଖ୍ୟ ବକ୍ତାଭାବେ ଯୋଗଦେଇଥିଲେ ।

ସାଂସ୍କୃତିକ ପରିଷଦର ସଭାପତି ଶ୍ରୀଯୁକ୍ତ ଜୟକିଶୋର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାଂସ୍କୃତିକ ସଭାରେ ଜଳସମ୍ପଦ ବିଭାଗର ପରିଷଦର ସାଧାରଣ ସଂପାଦକ ଶ୍ରୀଯୁକ୍ତ ପ୍ରେମନାଥ ବେହେରା ବାର୍ଷିକ ବିବରଣୀ ପାଠ କରି ପରିଷଦ ତରଫରୁ କରାଯାଉଥିବା ସାହିତିକ ଓ ସାଂସ୍କୃତିକ କାର୍ଯ୍ୟକଳାପ ସଂପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ବିଭାଗର ସାଂସ୍କୃତିକ ପତ୍ରିକା ‘ଜଳତରଙ୍ଗ’ ଉନ୍ମୋଚିତ ହୋଇଥିଲା ଏଵଂ ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ବେହେରାଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ ସଙ୍ଗୀତ “ଆମେ ଜଳସମ୍ପଦର ବଳ”ର ଅଡିଓ ରିଲିଜ ହୋଇଥିଲା।

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ଶର୍ମା କହିଲେ ଯେ ଜଳ ସମ୍ପଦ ବିଭାଗର ଅଧିକାରୀ ଏଵଂ କର୍ମଚାରୀମାନେ ବିଭାଗର ବ୍ୟସ୍ତବହୁଳ କାର୍ଯ୍ୟ ମଧ୍ୟରେ ବାର୍ଷିକ ସାଂସ୍କୃତିକ ଉତ୍ସବ ଆୟୋଜନ କରୁଥିବା ଅତ୍ୟନ୍ତ ଆନନ୍ଦର କଥା। ସେମାନଙ୍କ ମଧ୍ୟରେ ସାହିତ୍ୟ, ସଙ୍ଗୀତ, ନୃତ୍ୟ ଆଦି ସୃଜନଶୀଳତା ଓ ପ୍ରତିଭା ଭରିରହିଛି। ଜଳ ସମ୍ପଦ ବିଭାଗ ସାଂସ୍କୃତିକ ପରିଷଦର ଏଭଳି ପ୍ରୟସକୁ ସେ ପ୍ରଶଂସା କରିଥିଲେ।

ପ୍ରଥମ ଦିନର କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଭାବେ ଐତିହାସିକ ପୃଷ୍ଠଭୂମିକୁ ଆଧାର କରି ପ୍ରସ୍ତୁତ ‘କାଞ୍ଚି ଅଭିଯାନ’ ନୃତ୍ୟ–ନାଟିକା ପରିବେଷଣ ଦର୍ଶକମାନଙ୍କୁ ଆମୋଦିତ କରିଥିଲା । ଏଥି ସହିତ ଅଧିକାରୀ ଏବଂ କର୍ମଚରୀମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ, ଦେଶତ୍ମକବୋଧ ସଙ୍ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟ ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ସେମାନଙ୍କ ପରିବାରର ସଦସ୍ୟମାନେ ଉପସ୍ଥିତ ରହି ପ୍ରଥମ ଦିନର କାର୍ଯ୍ୟକ୍ରମକୁ ସଫଳ ଓ ସ୍ମରଣୀୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ଆସନ୍ତା କାଲି ୧୩ ତାରିଖ ଉତ୍ସବର ଦ୍ୱିତୀୟ ଦିବସରେ ନାଟକ “ମତେ ଘୁଙ୍ଗୁର ପିନ୍ଧିବା ମନା” ପରିବେଷଣ ହେବ ବୋଲି ସାଂସ୍କୃତିକ ପରିଷଦ ତରଫରୁ ଜଣାଯାଇଛି ।

Happy Living Odisha

Leave a Reply

Your email address will not be published. Required fields are marked *