ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
‘ଯୁବପୀଢି ଦେଶର ସୁବର୍ଣ୍ଣ ଭବିଷ୍ୟତକୁ ମଜବୁତ କରୁଛନ୍ତି’
ନୂଆଦିଲ୍ଲୀ, ୨୫।୦୧: ୭୭ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶକୁ ସମ୍ବୋଧିତ କରିଛନ୍ତି। ନିଜ ଅଭିଭାଷଣରେ ରାଷ୍ଟ୍ରପତି କହିଥିଲେ, “ଆମେ ଭାରତୀୟ ଦେଶ ଏବଂ ବିଦେଶରେ ଉତ୍ସାହର ସହିତ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛୁ। ଗଣତନ୍ତ୍ର ଦିବସର ଏହି ପବିତ୍ର ଅବସର ଆମକୁ ଆମ ଦେଶର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତର ଅବସ୍ଥା ଏବଂ ଦିଗ ଉପରେ ପ୍ରତିଫଳିତ କରିବାର ସୁଯୋଗ ପ୍ରଦାନ କରେ।” ରାଷ୍ଟ୍ରପତି କହିଥିଲେ ଯେ, ଜାନୁଆରୀ ୨୬, ୧୯୫୦ ଠାରୁ, ଆମେ ଆମର ଗଣତନ୍ତ୍ରକୁ ସାମ୍ବିଧାନିକ ଆଦର୍ଶ ଦିଗରେ ଆଗେଇ ନେଇପାରିଛନ୍ତି। ଗତବର୍ଷ, ନଭେମ୍ବର ୭ ତାରିଖରୁ, ଆମେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ ରଚନାର ୧୫୦ତମ ବାର୍ଷିକୀ ପାଳନ କରୁଛି। ଭାରତ ମାତାର ଦିବ୍ୟ ସ୍ୱରୂର ଏହି ଗୀତ, ଲୋକଙ୍କ ହୃଦୟରେ ଭଗବାନ ରାମଙ୍କ ପ୍ରତି ପ୍ରେମ ସଞ୍ଚାର କରେ। ଏହି ଗୀତର ରଚନା ଅନ୍ୟ ଭାରତୀୟ ଭାଷାରେ ମଧ୍ୟ ଲୋକପ୍ରିୟ ହୋଇଛି। ଦୁଇ ଦିନ ପୂର୍ବରୁ ଅର୍ଥାତ୍ ଜାନୁଆରୀ ୨୩ ତାରିଖରେ, ଦେଶବାସୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଯାହା ଦ୍ୱାରା ଦେଶବାସୀ, ବିଶେଷକରି ଯୁବପିଢ଼ି, ତାଙ୍କ ଅଦମ୍ୟ ଦେଶପ୍ରେମରୁ ଅନୁପ୍ର।ଣିତ ହୋଇପାରିବେ। ଆମର ତିନି ସେନାର ପରାକ୍ରମ ଯବାନ ମାତୃଭୂମିର ରକ୍ଷା ପାଇଁ ସଦାସର୍ବଦା ସର୍ତକ ରହିଛନ୍ତି। ଆମର କର୍ତ୍ତବ୍ୟନିଷ୍ଠ ପୋଲିସ କର୍ମୀ ତଥା କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳର ଯବାନ ଦେଶବାସୀଙ୍କ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ତତ୍ପର ପାଇଁ ସଜାଗ ଅଛନ୍ତି। ଆମର ଅନ୍ନଦାତା ଚାଷୀମାନେ, ଆମର ଉତ୍ସର୍ଗୀକୃତ ଡାକ୍ତର, ନର୍ସ ଏବଂ ସମସ୍ତ ସ୍ୱାସ୍ଥ୍ୟ କର୍ମୀ, ଆମର ନିଷ୍ଠାପର ସଫେଇ ମିତ୍ରମାନେ ଦେଶସେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଆମର ବୁଦ୍ଧିମାନ ଶିକ୍ଷକମାନେ ଭବିଷ୍ୟତ ପିଢ଼ିର ନିର୍ମାଣ କରୁଛନ୍ତି। ବିଶେଷ କରି ଆମର ଉଜ୍ଜ୍ୱଳ ଯୁବପିଢ଼ି ଏବଂ ପିଲାମାନେ, ସେମାନଙ୍କର ପ୍ରତିଭା ଏବଂ ଯୋଗ଼ଦାନ ସହ ଦେଶର ସୁବର୍ଣ୍ଣ ଭବିଷ୍ୟତ ପ୍ରତି ଆମର ବିଶ୍ୱାସକୁ ମଜବୁତ କରୁଛନ୍ତି। ମହିଳାମାନଙ୍କର ସକ୍ରିୟ ଏବଂ ସଶକ୍ତିକରଣ ହେବା ଦେଶର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱୂର୍ଣ୍ଣ। ସେମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ସୁରକ୍ଷା ଏବଂ ଆର୍ଥିକ ସଶକ୍ତିକରଣକୁ ଉନ୍ନତ କରିବା ପାଇଁ କରାଯାଉଥିବା ରାଷ୍ଟ୍ରୀୟ ପ୍ରୟାସ ଅନେକ କ୍ଷେତ୍ରରେ ମହିଳାମାନଙ୍କର ଭାଗୀଦାରୀକୁ ବୃଦ୍ଧି କରିଛି। ଆମର ଭଉଣୀ ଏବଂ ଝିଅମାନେ ପାରମ୍ପରିକ ପ୍ରତିବନ୍ଧକ ଭାଙ୍ଗି ଆଗକୁ ବଢ଼ୁଛନ୍ତି। ମହିଳାମାନେ ଦେଶର ସାମଗ୍ରିକ ବିକାଶରେ ସକ୍ରିୟ ଯୋଗଦାନ ଦେଉଛନ୍ତି। ଗତ ନଭେମ୍ବରରେ, ଭାରତର ଝିଅମାନେ ମହିଳା କ୍ରିକେଟ ବିଶ୍ୱକପ୍ ଏବଂ ତା’ପରେ ଦୃଷ୍ଟିହୀନ ମହିଳା ଟି-୨୦ ବିଶ୍ୱକପ୍ ଜିତି ସ୍ୱର୍ଣ୍ଣିମ ଇତିହାସ ସୃଷ୍ଟି କରିଥିଲେ।














Leave a Reply