‘ନ୍ୟାୟ, ସ୍ୱତନ୍ତ୍ରତା, ସମାନତାରେ ବାନ୍ଧି ରଖିଛି ସମ୍ବିଧାନ’
କଟକ,୨୬।୦୧ : ସମ୍ବିଧାନ ଜୀବନର ମାନଦଣ୍ଡ। ଆମ ସମ୍ବିଧାନ ଆମକୁ ଭାତୃଭାବରେ ବାନ୍ଧି ରଖିଛି। ନ୍ୟାୟ, ସ୍ୱତନ୍ତ୍ରତା, ସମାନତାରେ ସମ୍ବିଧାନ ବାନ୍ଧି ରଖିଛି ବୋଲି ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି। ସାଧାରଣ ଦିବସରେ ସମ୍ବୋଧନରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଆମେ ଆଜି ଇତିହାସକୁ ଗର୍ବର ସହ କାନ୍ଧରେ ବୋହି ଚାଲି ଆସିଥିବା ରୁପେଲୀ ନଗର କଟକର ବିଶାଳ ହୃଦୟ ଉପରେ ଛିଡା ହୋଇଛୁ। କଟକ କେବଳ ଏକ ପୁରୁଣା ସହରର ନାମ ନୁହେଁ ଏହା ଆମ ଉତ୍କଳୀୟ ସଂସ୍କୃତିୟ ସାମାଜିକ ପ୍ରତିବନ୍ଧତାର ପ୍ରତୀକ। କଟର ଏହି ଗୌରବମୟ ମାଟି ବାରବାଟୀ ଷ୍ଟାଡିୟମରେ ଗଣତନ୍ତ୍ର ଦିବସକୁ ଆବେଗର ସହ ପାଳନ କରୁଛୁ। ଆମ ସମ୍ବିଧାନ ଆମକୁ ନ୍ୟାୟ, ସ୍ୱତନ୍ତ୍ରତା, ସମାନତା ଓ ଆମକୁ ଭାତୃଭାବର ମହାନ ଭାବରେ ବାନ୍ଧି ରଖିଛି। ଏହା ହିଁ ଭାରତବାସୀଙ୍କ ପାଇଁ ବିଶ୍ୱରେ ନିଆରା ପରିଚୟ ସୃଷ୍ଟି କରିଛି। ବ୍ରିଟିଶ ଶାସନରୁ ମୁକ୍ତ କରି ଏକ ସ୍ୱାଧୀନ ଦେଶରେ ଭାରତୀୟଙ୍କୁ ନିଜ ଇଚ୍ଚାରେ ନିଶ୍ୱାସ ନେବାକୁ ସୁଯୋଗ ଦେଇଥିବା ଜାତିର ଜନକ ମହାତ୍ମା ଗାନ୍ଧୀ,ପଣ୍ଡିତ ନେହେରୁ, ନେତାଜୀ ସୁଭାସ ଚନ୍ଦ୍ର ବୋଷଙ୍କ ପରି ମହାପୁରୁଷଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି।
ବୀର ସଂଗ୍ରାମୀମାନଙ୍କୁ ମୋର ପ୍ରଣାମ। ଦେଶ ସ୍ୱାଧୀନ ପରେ ୨ଟି ଚ୍ୟାଲେଞ୍ଜର ସାମ୍ନା କରିଥିଲା । ବିଭାଜନର ବିଭୀଷିକା ଓ ବିଧି ବ୍ୟବସ୍ଥାରେ ଦେଶକୁ କି ରି ଚଲାଇବା । ଦେଶକୁ ବିଧି ବ୍ୟବସ୍ଥାରେ ଚଲାଇବା ପାଇଁ ସମ୍ବିଧାନ ଲେଖାଗଲା। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମ୍ବିଧାନ ପ୍ରତ୍ୟେକ ଭାରତୀୟଙ୍କ ଜୀବନର ମାନଦଣ୍ଡ । ବିଶ୍ୱର ସବୁଠାରୁ ଦୀର୍ଘ ଲିଖିତ ସମ୍ବିଧାନ ଆମର ବର୍ତ୍ତମାନ ଓ ଭବିଷ୍ୟତର ମାର୍ଗଦର୍ଶକ। ଏହା ଆମ ପାଇଁ ଧର୍ମ, କର୍ମ ଓ ଜୀବନ ଯାପନର ଦର୍ପଣ।’ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ଓଡିଶା ହେଉଛି ନିବେଶକଙ୍କ ପ୍ରଥମ ପସନ୍ଦ। ଏଥିାଇଁ ଆମ ସରକାର ମାତ୍ର ୧୯ ମାସରେ ଏକ ନିବେଶକ- ଅନୁକୂଳ ପରିବେଶ ସୃଷ୍ଟି କରିାରିଛି। ଶିଳ୍ପାୟନ ସହିତ ରାଜ୍ୟର ବିକାଶ ପାଇଁ ଓଡିଶା ନିଜ ରାଜ୍ୟ ଜିଡିିର ୬.୧ ପ୍ରତିଶତ କେବଳ ପୁଞ୍ଜି ଖର୍ଚ୍ଚ ପାଇଁ ପ୍ରାବଧାନ କରିଛନ୍ତି। ଏହା ଦ୍ୱାରା ରାଜ୍ୟରେ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ନିର୍ମାଣ ହେବ। ଭିତ୍ତିଭୂମି ସହିତ ରାଜ୍ୟରେ ରୋଜଗାର ସୃଷ୍ଟି କରିବା ପାଇଁ ଏହା ଏକ ଇଞ୍ଜିନ ପରି କାର୍ଯ୍ୟ କରିବ। ସ୍ୱାଧୀନତାର ପ୍ରାୟ ୭୭ ବର୍ଷ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ଅଞ୍ଚଳ ଯେପରିକି ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଓଡିଶାର କିଛି ଜିଲ୍ଲା ଆଞ୍ଚଳିକ ବୈଷମ୍ୟତାର ଶିକାର ହୋଇଥିଲେ, ଏହା କାହାକୁ ଅଛପା ନାହିଁ। କିନ୍ତୁ, ଆମ ସରକାର ପୂର୍ବ ସରକାରମାନଙ୍କ ତ୍ରୁଟି ସୁଧାରିବା ପାଇଁ ଦକ୍ଷିଣ ତଥା ଉତ୍ତର ଓଡିଶା ବିକାଶ ପରିଷଦ ଟାସ୍କ ଫୋର୍ସ ଗଠନ କରିବା ସହିତ ପଶ୍ଚିମ ଓଡିଶା ବିକାଶ ପରିଷଦକୁ ସୁଦୃଢ କରିଛନ୍ତି। ରାଜ୍ୟବାସୀଙ୍କୁ ଘର ପାଖରେ ସେବା ପହଞ୍ଚାଇବା ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଇଛି। ସେ କହିଛନ୍ତି, ଗୁଣାତ୍ମକ ଶିକ୍ଷା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ରଙ୍ଗମରା ସ୍କୁଲ ନୁହେଁ, ଭିତ୍ତିଭୂମି ସମ୍ପନ୍ନ ବିଦ୍ୟାଳୟ ନିର୍ମାଣ ହେଉଛି। ଆୟୁଷ୍ମାନ ଭାରତ ଯୋଜନା ରାଜନୀତିର ଶିକାର ହୋଇଥିଲା । ଆମ ସରକାର ଆସିବା ପରେ ଏହାକୁ ଲାଗୁ କଲୁ । ଏହା ଦ୍ୱାରା ସାଢେ ୩ କୋଟି ଲୋକ ଉପକୃତ ହେଉଛନ୍ତି ।
ଆମ ଜନସଂଖ୍ୟାର ଅଧା ମହିଳା, ନାରୀ ସୁରକ୍ଷା ସବୁଠୁ ଗୁରୁତ୍ୱ। ପ୍ରଥମ କ୍ୟାବିନେଟରେ ଆମେ ସୁଭଦ୍ରା ଲାଗୁ କଲୁ। ନାରୀ ସୁରକ୍ଷାକୁ ନେଇ ଆମର ଶୂନ୍ୟ ସହନଶୀଳତା ନୀତି। ବିଶ୍ୱସ୍ତରୀୟ ଭିତ୍ତିଭୂମି ସହିତ ପ୍ରଶିକ୍ଷିତ ଶିକ୍ଷକ ଓ ବିଦ୍ୟାର୍ଥୀଙ୍କ ମୂଳଦୁଆକୁ ଶକ୍ତିଶାଳୀ ଭାବେ ଗଢିବେ, ଯାହାଦ୍ୱାରା ଗାଁ ସ୍କୁଲରେ ପଢିଥିବା ପିଲାଟି, ସହରର ପିଲା ସହିତ ସମାନ ଭାବେ ପ୍ରତିଯୋଗିତା କରି ପାରିବ।’ ବିଶେଷ କରି ଆମ ସରକାର ନାରୀ ସୁରକ୍ଷା ଓ ନାରୀ ସମ୍ମାନ ଆମ ପାଇଁ ସର୍ବାଗ୍ରେ। ନାରୀ ସୁରକ୍ଷା ସବୁଠୁ ଗୁରୁତ୍ୱ। ମହିଳାଙ୍କ ସୁରକ୍ଷା ପ୍ରତି ଆମେ ପ୍ରତିଶ୍ରୁତିବଦ୍ଧ। ନାରୀ ସୁରକ୍ଷାକୁ ନେଇ ଆମର ଶୂନ୍ୟ ସହନଶୀଳତା ନୀତି। ମହିଳା ହିଂସାରେ ଆମର ଦଣ୍ଡବିଧାନ ହାର କମ୍ ଥିଲା ଆମେ କ୍ଷମତାକୁ ଆସିବା ପରେ ଦଣ୍ଡବିଧାନ ହାର ବଢ଼ିଛି। ମହିଳା ବିରୋଧୀ ହିଂସାକୁ କଦାପି ବରଦାସ୍ତ କରାଯିବ ନାହିଁ ସେମାନଙ୍କୁ ନିସ୍ତାର ମିଳିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।














Leave a Reply