STATE NEWS ଇଣ୍ଡିଆ ଏଗେନ୍ଷ୍ଟ ନେଗେଟିଭିଟିର ଏକାଦଶ ସଂସ୍କରଣ ଅନୁଷ୍ଠିତ happylivingodisha@gmail.com Sep 5, 2025 0 ଇଣ୍ଡିଆ ଏଗେନ୍ଷ୍ଟ ନେଗେଟିଭିଟିର ଏକାଦଶ ସଂସ୍କରଣ ଅନୁଷ୍ଠିତ ଇଣ୍ଡିଆ ଏଗେନ୍ଷ୍ଟ ନେଗେଟିଭିଟି (ଆଇଏଏନ୍)ର ଏକାଦଶ ସଂସ୍କରଣ ରବିବାର ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ ସଂସଦୀୟ କମିଟି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ଭାରତରେ ଅବସ୍ଥାପିତ ରୁଆଣ୍ଡା ଉଚ୍ଚାୟୁକ୍ତ ଜାକଲିନ୍ ମୁକାଙ୍ଗିରା, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏମ୍ ଏମ୍ ଦାସ, ଜଷ୍ଟିସ୍ ବି ପି ଦାସ, ଓଡ଼ିଶା ମାନବାଧିକାର କମିଶନ ଅଧ୍ୟକ୍ଷ ଜଷ୍ଟିସ୍ ଶତ୍ରୁଘ୍ନ ପୂଜାରୀ, ଉଚ୍ଚତମ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର, ଓଡ଼ିଶାର ପୂର୍ବତନ ମହାଅଧିବକ୍ତା ଅଶୋକ ପରିଜା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିବା ବେଳେ ଉଚ୍ଚତମ ନ୍ୟାୟାଳୟର ପୂର୍ବତନ ବିଚାରପତି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ଓ ଜଷ୍ଟିସ୍ ଏନ୍ ସନ୍ତୋଷ ହେଗଡ଼େ ଭର୍ଚୁଆଲ୍ରେ ଯୋଗଦେଇଥିଲେ । ଡ. ବି. ଆର୍ ଆମ୍ବେଦକର ମୁକ୍ତ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଘଣ୍ଟ ଚକ୍ରପାଣି, ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ପି ଶେଷାଦ୍ରି, ଦିଲ୍ଲୀ ଦୂରଦର୍ଶନର ବରିଷ୍ଠ ସମ୍ପାଦକ ଅଶୋକ ଶ୍ରୀବାସ୍ତବ, ଦକ୍ଷିଣ ଭାରତର ପ୍ରକାଶକ ଦେବେନ୍ଦ୍ର ଶର୍ମା ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ କୁଲସ୍ତେ କହିଲେ, ନାନା ବାଧାବିଘ୍ନ ସତ୍ତ୍ୱେ ଅଚ୍ୟୁତ ସାମନ୍ତ ସମାଜର ଅବହେଳିତ ବର୍ଗ ବିଶେଷ କରି ଜନଜାତିଙ୍କ ବିକାଶ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି । ଏହା ତାଙ୍କର ସକରାତ୍ମକ ମନୋଭାବର ପରିଚାୟକ ବୋଲି ସେ କହିଥିଲେ । ସାପ୍ତାହିକ ଦି ଅର୍ଗାନାଇଜରର ସମ୍ପାଦକ ପ୍ରଫୁଲ୍ଲ କେଟ୍କର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ବିଶ୍ୱକୁ ସକରାତ୍ମକତାର ଦାନ ହେଉଛି ଭାରତ । ଭିନ୍ନତା ମଧ୍ୟରେ ଐକ୍ୟତା ହେଉଛି ଭାରତର ସକାରତ୍ମକତାର ବୈଶିଷ୍ଟ୍ୟ । ସକରାତ୍ମତାର ମୂଳ ଆଧାର ହେଉଛି ଭାରତ । ଏହାକୁ ବଜାୟ ରଖିବା ପାଇଁ ସମସ୍ତ ଭାରତୀୟ ପ୍ରୟାସ ଜାରି ରହିବା ଉଚିତ ବୋଲି ସେ କହିଥିଲେ । ଶ୍ରୀମତୀ ମୁକାଙ୍ଗିରା କହିଲେ, ବ୍ୟକ୍ତି ସମ୍ମାନ, ସୁରକ୍ଷା ଦିଗରେ ଅହିଂସା ହେଉଛି ସର୍ବୋତ୍ତମ ମାର୍ଗ । ଆମେ ମହାତ୍ମା ଗାନ୍ଧୀଙ୍କଠାରୁ ଏହି ଅହିଂସା ନୀତି ଶିକ୍ଷା କରିଛୁ । ନକରାତ୍ମକତା କିଛି ନୂଆ କଥା ନୁହେଁ ବୋଲି ଜଷ୍ଟିସ୍ ପୂଜାରୀ କହିଥିଲେ । ମହାଭାରତ ସମୟରୁ ନକରାତ୍ମକତା ରହିଆସିଛି । ତେବେ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ଏହି ଚ୍ୟାଲେଞ୍ଜକୁ ଆମେ ସାହସିକତାର ସହ ସାମନା କରିବା ଉଚିତ ବୋଲି ସେ କହିଥିଲେ । ଜଷ୍ଟିସ୍ ଏମ୍ ଏମ୍ ଦାସ ନିଜ ବକ୍ତବ୍ୟରେ ସାମାଜିକ ଗଣମାଧ୍ୟମ ନକରାତ୍ମତା ଧାରାକୁ ବଢ଼ାଉଛି ବୋଲି କହିଥିଲେ । ଏ କ୍ଷେତ୍ରରେ ସାମାଜିକ ଗଣମାଧ୍ୟମର ଅପବ୍ୟବହାର ନେଇ ସେ ଉଦ୍ବେଗ ପ୍ରକାଶ କରିଥିଲେ । ନକରାତ୍ମକ ଶକ୍ତି ବିରୋଧରେ ସମସ୍ତେ ଦୃଢ଼ତାର ସହ ଏକଜୁଟ ହେବାକୁ ସେ ଆହ୍ୱାନ ଦେଇଥିଲେ । ଜଷ୍ଟିସ୍ ବି ପି ଦାସ କହିଲେ, ଆମେ ନକରାତ୍ମକତା ଭଳି ଛୋଟ ଚିନ୍ତାଧାରାକୁ ଗୁରୁତ୍ୱ ଦେବା ଉଚିତ ନୁହେଁ ଏବଂ ସମସ୍ତେ ଏକାଠି ହୋଇ ରାଷ୍ଟ୍ରଗଠନ ଦିଗରେ କାର୍ଯ୍ୟ କରିବା ଉଚିତ । ଜଷ୍ଟିସ୍ ହେଗଡ଼େ ଡ. ସାମନ୍ତଙ୍କ ଏହି ପ୍ରୟାସକୁ ପ୍ରଶଂସା କରି କହିଲେ, ଜନଜାତିଙ୍କ ଉତ୍ଥାନ ଦିଗରେ ଶ୍ରୀ ସାମନ୍ତ ଅବିରତ କାର୍ଯ୍ୟ କରିବା ହେଉଛି ସକରାତ୍ମକତାକୁ ପ୍ରୋତ୍ସାହିତ କରିବା । ବର୍ତ୍ତମାନ ସମୟରେ ଇଣ୍ଡିଆ ଏଗେନ୍ଷ୍ଟ ନେଗେଟିଭିଟିକୁ ସମଗ୍ର ଦେଶରେ ଏକ ଆନ୍ଦୋଳନ ଭାବେ ଗଢି ତୋଳିବାର ଆବଶ୍ୟକତା ଅଛି ବୋଲି ଜଷ୍ଟିସ୍ ପଟ୍ଟନାୟକ ମତ ପ୍ରକାଶ କରିଥିଲେ । ନକରାତ୍ମକତା ଦୂର ପାଇଁ ସମସ୍ତଙ୍କ ମଧ୍ୟରେ ସୁସମ୍ପର୍କ ବଜାୟ ରଖିବାକୁ ସେ କହିଥିଲେ । ନକରାତ୍ମକତା ଯୋଗୁଁ ସମାଜରେ ସମନ୍ୱୟ ବାଧାପ୍ରାପ୍ତ ହେଉଛି । ତେଣୁ ଭାରତ ସାମାଜିକ ଗଣମାଧ୍ୟମ ଏବଂ ବାହାରେ ନକରାତ୍ମକତା ବିରୋଧରେ ଏକ ଅଭିଯାନ ଚଳାଇବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଶ୍ରୀ ଶ୍ରୀବାସ୍ତବ କହିଲେ, ନକରାତ୍ମକତା ବିଶେଷ କରି ପାଇଁ ଗଣମାଧ୍ୟମ ଦ୍ୱାରା ପ୍ରସାର ଲାଭ କରୁଛି । ଏଥିପାଇଁ ଆମେ ସମସ୍ତେ ଦାୟୀ । ସାଧାରଣ ଜନତା ଚାହିଁଲେ ଏହାକୁ ପରିବର୍ତ୍ତନ କରିପାରିବେ ବୋଲି ସେ କହିଥିଲେ । ଶ୍ରୀ ଶେଷାଦ୍ରି ସମସ୍ତଙ୍କୁ ନକରାତ୍ମକ ଚିନ୍ତାଧାରାରୁ ଦୂରେଇ ରହି ସକରାତ୍ମକ ଭାବନା ନେଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ପ୍ରଫେସର ଚକ୍ରପାଣି ତାଙ୍କ ବକ୍ତବ୍ୟରେ ସାମାଜିକ ଗଣମାଧ୍ୟମ ଓ ପାରମ୍ପରିକ ଗଣମାଧ୍ୟମ ସମାଜରେ ନକରାତ୍ମ ଭୂମିକା ଗ୍ରହଣ କରୁଛି ବୋଲି କହିଥିଲେ । ସେ କହିଲେ, ଆମ ସମସ୍ତଙ୍କୁ ମନେ ରଖିବାକୁ ହେବ ଯେ, ଆମର ସମ୍ବିଧାନ ହେଉଛି ଆମ ରାଷ୍ଟ୍ର ପାଇଁ ଏକ ସକରାତ୍ମକ ଦଲିଲ । ଶ୍ରୀ ଶର୍ମା କହିଲେ, ଆମେ ଭଲ କହିବା, ଭଲ ଚିନ୍ତା କରିବା ଏବଂ ସକରାତ୍ମକ ଲୋକଙ୍କ ସହ ମିଶିବା ଉଚିତ । ଏହା ହେଲେ ସକରାତ୍ମକତା ବୃଦ୍ଧି ପାଇଥାଏ । କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ, ଆଇଏଏନ୍ ହେଉଛି ରାଷ୍ଟ୍ର ନିର୍ମାଣ ଦିଗରେ ଉଦ୍ଦେଶ୍ୟମୂଳକ, ପ୍ରଗତିଶୀଳ ଏବଂ ସକ୍ରିୟ କାର୍ଯ୍ୟ ମାଧ୍ୟମରେ ସକାରାତ୍ମକତାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପରିବର୍ତ୍ତନକାରୀ ନାଗରିକ-ସମାଜ ଆନ୍ଦୋଳନ । ସୂଚନାଯୋଗ୍ୟ, ଓଡ଼ିଶାରେ ପ୍ରଥମ ଥର ପାଇଁ, କୃତ୍ରିମ ଏଆଇ ସହାୟତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଆଇ ଆଙ୍କର ‘କିରଣ’ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଆଇଏଏନ୍ ମୁଖପତ୍ର ପୁସ୍ତକ ଉନ୍ମୋଚିତ ହୋଇଥିବା ବେଳେ ଏକ ଉତ୍ସର୍ଗୀକୃତ ୱେବସାଇଟ୍ ଉନ୍ମୋଚନ କରାଯାଇଥିଲା । Happy Living Odisha
STATE NEWS ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ସାଜିଛି ‘ମନ୍ କି ବାତ’ : ମନମୋହନ ସାମଲ happylivingodisha@gmail.com Jul 20, 2026
STATE NEWS ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା 300 ଟିପିଡି ସିବିଜି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ happylivingodisha@gmail.com Jun 21, 2026
STATE NEWS ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ happylivingodisha@gmail.com Jun 21, 2026
STATE NEWS ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଯୋଗାଭ୍ୟାସ happylivingodisha@gmail.com Jun 21, 2026
STATE NEWS ଯୁବପିଢ଼ି କୃଷିକୁ ନବସୃଜନ, ଉଦ୍ୟୋଗ ଓ ରାଷ୍ଟ୍ର ଗଠନର କ୍ଷେତ୍ର ଭାବେ ଗ୍ରହଣ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ happylivingodisha@gmail.com Jun 11, 2026
STATE NEWS ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରି ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ସମୂହ ଦୀପଦାନ happylivingodisha@gmail.com Jun 11, 2026
STATE NEWS ଓଡ଼ିଆ ଜାତିକୁ ଆଉ କେହି ଅଟକାଇ ପାରିବେ ନାହିଁ, ସବୁ କ୍ଷେତ୍ରରେ ଆମେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବୁ – ମୁଖ୍ୟମନ୍ତ୍ରୀ happylivingodisha@gmail.com Apr 1, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ସାଜିଛି ‘ମନ୍ କି ବାତ’ : ମନମୋହନ ସାମଲ happylivingodisha@gmail.com Jul 20, 2026
Leave a Reply