STATE NEWS ନିମାପଡ଼ା-ବଳଙ୍ଗା ମୁଖ୍ୟ ରାସ୍ତାର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଭାତୀ ପରିଡ଼ା happylivingodisha@gmail.com Sep 9, 2025 0 ନିମାପଡ଼ା ଗସ୍ତରେ ଉପମୁଖ୍ୟମନ୍ତ୍ରୀ ନିମାପଡ଼ା-ବଳଙ୍ଗା ମୁଖ୍ୟ ରାସ୍ତାର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଭାତୀ ପରିଡ଼ା -୩୬ କୋଟି ଟଙ୍କା ବ୍ୟୟରେ ୧୪ କିମି ରାସ୍ତା ପାଇଁ ଭିତ୍ତିପ୍ରସ୍ତର ସ୍ଥାପିତ -ଉଚ୍ଚ ବିଦ୍ୟାଳୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସମୀକ୍ଷା -ପୂଜ୍ୟପୂଜା ସମାରୋହରେ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା ନିମାପଡ଼ା : ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିମାପଡ଼ା ଗସ୍ତରେ ବ୍ଲକ୍ ଛକଠାରେ ନିମାପଡ଼ାଠାରୁ ବଳଙ୍ଗା ରାସ୍ତାର ଉନ୍ନତିକରଣ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଉନ୍ନତିକରଣ ପ୍ରକଳ୍ପ ୩୬ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେବ। ଏହି ପ୍ରକଳ୍ପ ଦ୍ଵାରା ନିମାପଡ଼ାରୁ ବଳଙ୍ଗା ପ୍ରାୟ ୧୪ କିଲୋମିଟର ରାସ୍ତାରେ ଜନସାଧାରଣଙ୍କ ଗମନାଗମନ ସୁଗମ ହେବ ବୋଲି ସେ ଏହି ଅବସରରେ କହିଛନ୍ତି। ଏହାପରେ ସେ ନିମାପଡ଼ା ବ୍ଲକ୍ର ସମ୍ମିଳନୀ କକ୍ଷରେ ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ୬୫ଟି ଉଚ୍ଚ ବିଦ୍ୟାଳୟ ଏବଂ ୨ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ବୈଠକରେ ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରଧାନଶିକ୍ଷକମାନଙ୍କ ଉପସ୍ଥିତିରେ ଉଚ୍ଚ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି, ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏବଂ ସହପାଠ୍ୟ କାର୍ଯ୍ୟକ୍ରମ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏହି ଅବସରରେ ଶିକ୍ଷାନୁଷ୍ଠାନଗୁଡ଼ିକର ସାମଗ୍ରିକ ବିକାଶ ଏବଂ ଶିକ୍ଷାର ମାନ ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ଅତିରିକ୍ତ ଶିକ୍ଷା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଶେଷରେ ପୂଜ୍ୟପୂଜା ପରମ୍ପରାରେ ଗୁରୁମାନଙ୍କର ଭୂମିକାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆୟୋଜିତ ପୂଜ୍ୟପୂଜା ସମାରୋହରେ ଶ୍ରୀମତୀ ପରିଡ଼ା ଯୋଗଦେଇଥିଲେ । ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ନିମାପଡ଼ା ଶିକ୍ଷା ମଣ୍ଡଳ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକମାନଙ୍କ ଅବଦାନ ପ୍ରତି କୃତଜ୍ଞତା ଜଣାଇବା ସହ ସେ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। Happy Living Odisha
STATE NEWS *ଶ୍ରୀ ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ* happylivingodisha@gmail.com Oct 19, 2026
STATE NEWS ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ happylivingodisha@gmail.com Oct 19, 2026
STATE NEWS ସଫେଇ କର୍ମଚାରୀ ଜାତୀୟ କମିଶନ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ happylivingodisha@gmail.com Oct 16, 2026
STATE NEWS *ବଜ୍ରପାତ ମୃତ୍ୟୁ ଓ କ୍ଷୟକ୍ଷତି ରୋକିବାକୁ ଓଡ଼ିଶାରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି* happylivingodisha@gmail.com Oct 16, 2026
STATE NEWS *ଐତିହାସିକ ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭୁବନେଶ୍ୱରରେ ଭବ୍ୟ ସମ୍ବର୍ଦ୍ଧନା* happylivingodisha@gmail.com Oct 16, 2026
STATE NEWS ବିଶ୍ଵ ଓଡ଼ିଆ ପରିବାରର ମାସିକ ଆଲୋଚନା ଚକ୍ର ଓ କାବ୍ୟ ସଂଧ୍ୟା happylivingodisha@gmail.com Oct 16, 2026
STATE NEWS ‘ରାଜନୈତିକ ପ୍ରତିରୋଧ’ ନାମରେ ଅରାଜକତା ସୃଷ୍ଟି ପ୍ରଚେଷ୍ଟା: happylivingodisha@gmail.com Oct 16, 2026
STATE NEWS ଜୟ ଶ୍ରୀରାମ କ୍ଲବ ବଲଡିହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ happylivingodisha@gmail.com Oct 16, 2026
STATE NEWS *ଚଳିତ ବର୍ଷର ବନ୍ୟା କ୍ଷୟକ୍ଷତିର ଚୂଡାନ୍ତ ଆକଳନ ଏବଂ କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ବିସ୍ତୃତ ସମୀକ୍ଷା* happylivingodisha@gmail.com Oct 15, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS *ଶ୍ରୀ ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ* happylivingodisha@gmail.com Oct 19, 2026
STATE NEWS ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ happylivingodisha@gmail.com Oct 19, 2026
STATE NEWS ସଫେଇ କର୍ମଚାରୀ ଜାତୀୟ କମିଶନ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ happylivingodisha@gmail.com Oct 16, 2026
Leave a Reply