PRGI REGD NO : ORORI/25/A1991

Advertisement

ଖୁବ ଶୀଘ୍ର ହେବ ପରୀକ୍ଷା ମୂଳକ ଧାଡି ଦର୍ଶନ ବ୍ୟବସ୍ଥା

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା

– ଶ୍ରୀମନ୍ଦିର ହୁଣ୍ଡି ସ୍ଥାନାନ୍ତରଣକୁ ମିଳିଲା ଅନୁମତି
– ଖୁବ ଶୀଘ୍ର ହେବ ପରୀକ୍ଷା ମୂଳକ ଧାଡି ଦର୍ଶନ ବ୍ୟବସ୍ଥା
– ସେପ୍ଟେମ୍ବର ୨୩ରେ ରତ୍ନଭଣ୍ଡାର ଭିତରକୁ ଯିବ ଅଳଙ୍କାର ଭର୍ତ୍ତି ସିନ୍ଧୁକ

ଭୁବନେଶ୍ୱର, ୧୭. ୦୯. ୨୦୨୫- ଶ୍ରୀମନ୍ଦିର ପରିଚାଳନା ନେଇ ଦୁଇଟି ବଡ଼ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ  ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତିଯେ ଧାଡି ଦର୍ଶନ ନେଇ ଯେଉଁ ସମସ୍ୟା ଥିଲା ତାହା ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି କ୍ରମେ ଦୂର ହୋଇଛି । ଶ୍ରୀମନ୍ଦିର ଭିତରେ ଥିବା ହୁଣ୍ଡି ଯୋଗୁଁ ଧାଡ଼ିଦର୍ଶନ ସମ୍ଭବ ହୋଇପାରୁନଥିଲା । ତେଣୁ ହୁଣ୍ଡି ସ୍ଥାନାନ୍ତରଣ ନେଇ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲାପାଳ ନିଯୋଗମାନଙ୍କ ସହ ଆଲୋଚନା ପରେ ହୁଣ୍ଡି କେଉଁଠିକୁ ସ୍ଥାନାନ୍ତର ହେବ ସେଥିନେଇ ନିଷ୍ପତ୍ତି ନେବେ । ଏହା ପରେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି । ଏଥି ସହିତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସ୍ୱରୂପ ଚଳିତ ସେପ୍ଟେମ୍ବର ୨୩ ତାରିଖରେ ଅଳଙ୍କାର ଭର୍ତ୍ତି ସିନ୍ଧୁକକୁ ରତ୍ନଭଣ୍ଡାର ଭିତରକୁ ନିଆଯିବ । ଶ୍ରୀମନ୍ଦିର ପ୍ରଶାସନ ଓ ଉଚ୍ଚସ୍ତରୀୟ କମିଟିର ଉପସ୍ଥିତିରେ ସିନ୍ଧୁକ ଗୁଡିକୁ ରତ୍ନଭଣ୍ଡାର ଭିତରକୁ ନିଆଯିବ ବୋଲି ଆଜି ରତ୍ନଭଣ୍ଡାର ସବକମିଟିର ଆଲୋଚନା କ୍ରମେ ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Happy Living Odisha

Leave a Reply

Your email address will not be published. Required fields are marked *