STATE NEWS ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରଦାନ happylivingodisha@gmail.com Nov 28, 2025 0 ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରଦାନ ୨୦୨୩,୨୦୨୪ ଏବଂ ୨୦୨୫ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ଏକାଡ଼େମୀ ପୁରସ୍କାର, ଉପାୟନ ଓ କବିଚନ୍ଦ୍ର କାଳିଚରଣ ଯୁବ ପ୍ରତିଭା ସମ୍ମାନ ପ୍ରଦାନ ୩ ବର୍ଷ ପାଇଁ ୬ଜଣଙ୍କୁ ପ୍ରଦାନ କରାଗଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ସର୍ବମୋଟ ୧୩୪ଜଣ କଳାକାର ପୁରସ୍କୃତ କଳା ଜଗତର ସାରସ୍ୱତ ପ୍ରତିଭାମାନେ ହେଉଛନ୍ତି ଚିର ନମସ୍ୟ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଭୁବନେଶ୍ୱର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆଜି ୨୦୨୩,୨୦୨୪ ଏବଂ ୨୦୨୫ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର, ଉପାୟନ ଓ କବିଚନ୍ଦ୍ର କାଳିଚରଣ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି।୩ ବର୍ଷ ପାଇଁ ସର୍ବମୋଟ ୧୩୪ଜଣ କଳାକାରଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ (ସର୍ବୋଚ୍ଚ ସମ୍ମାନ) ୬ଜଣଙ୍କୁ ପ୍ରଦାନ କରାଯାଇଛି। ୨୦୨୩ ବର୍ଷ ପାଇଁ ଡ଼. ପ୍ରଣବ କିଶୋର ପଟ୍ଟନାୟକ, ଶ୍ରୀ ବାଦଲ ଶିକଦାର, ୨୦୨୪ ବର୍ଷ ପାଇଁ ଶ୍ରୀ ମୋହିନୀ ମୋହନ ପଟ୍ଟନାୟକ, ଶ୍ରୀ ସୁଧାକର ସାହୁ ଏବଂ ୨୦୨୫ ବର୍ଷ ପାଇଁ ଶ୍ରୀ ଘନଶ୍ୟାମ ପଣ୍ଡା ଓ ଶ୍ରୀ ଭାଗବତ ପ୍ରଧାନଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ କରାଯାଇଛି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫ଲକ୍ଷ ଟଙ୍କା, ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ସମ୍ମାନରେ ସମ୍ମାନିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୨.୫ଲକ୍ଷ ଟଙ୍କା, ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୨ଲକ୍ଷ ଟଙ୍କା, ଉପାୟନରେ ସମ୍ମାନିତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୧ଲକ୍ଷ ଟଙ୍କା ଏବଂ କବିଚନ୍ଦ୍ର କାଳୀଚରଣ ଯୁବ ପ୍ରତିଭା ସମ୍ମାନ ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି। ୧୩୪ଜଣ ପ୍ରତିଭାଙ୍କୁ ସର୍ବମୋଟ ୨.୫କୋଟିରୁ ଉର୍ଦ୍ଧ୍ୱ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ସେ କହିଥିଲେ ଯେ, “ଆମ କଳାଜଗତର ସାରସ୍ୱତ ପ୍ରତିଭାମାନେ ଜୀବନବ୍ୟାପୀ ସାଧନା କରି ଉତ୍କର୍ଷ କଳାର ରାଜ୍ୟ ଓଡ଼ିଶାର କଳା ଓ ସଂସ୍କୃତିକୁ ସମୃଦ୍ଧ କରିବା ଦିଗରେ ନିଜର ଯୋଗଦାନ ଦେଇଛନ୍ତି। ଆପଣମାନେ ଆମ ପାଇଁ ଚିର ନମସ୍ୟ। ଓଡ଼ିଶାର କଳାକୁ ବିଶ୍ୱବିଦିତ କରିବା ଦିଗରେ ଆପଣମାନେ ସର୍ବଦା ନିଜର ନିରନ୍ତର ପ୍ରୟାସ ଜାରି ରଖିବେ ବୋଲି ମୋର ବିଶ୍ୱାସ।” ବିଶିଷ୍ଟ କଳାକାର ତଥା ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର, କୋରେଇ ବିଧାୟକ ଶ୍ରୀ ଆକାଶ ଦାସ ନାୟକ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଓଡ଼ିଶାର ସମୃଦ୍ଧ କଳା ଓ ସଂସ୍କୃତିକୁ ଉଜ୍ଜୀବିତ କରି ରଖିବା ଦିଗରେ କଳାକାରମାନଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ ସମସ୍ତ ପୁରସ୍କାର ବିଜେତାମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଶ୍ରୀ ବିଜୟ କେତନ ଉପାଧ୍ୟାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପ୍ରଦାନ କରିଥିଲେ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। Happy Living Odisha
STATE NEWS *ଶ୍ରୀ ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ* happylivingodisha@gmail.com Oct 19, 2026
STATE NEWS ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ happylivingodisha@gmail.com Oct 19, 2026
STATE NEWS ସଫେଇ କର୍ମଚାରୀ ଜାତୀୟ କମିଶନ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ happylivingodisha@gmail.com Oct 16, 2026
STATE NEWS *ବଜ୍ରପାତ ମୃତ୍ୟୁ ଓ କ୍ଷୟକ୍ଷତି ରୋକିବାକୁ ଓଡ଼ିଶାରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି* happylivingodisha@gmail.com Oct 16, 2026
STATE NEWS *ଐତିହାସିକ ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭୁବନେଶ୍ୱରରେ ଭବ୍ୟ ସମ୍ବର୍ଦ୍ଧନା* happylivingodisha@gmail.com Oct 16, 2026
STATE NEWS ବିଶ୍ଵ ଓଡ଼ିଆ ପରିବାରର ମାସିକ ଆଲୋଚନା ଚକ୍ର ଓ କାବ୍ୟ ସଂଧ୍ୟା happylivingodisha@gmail.com Oct 16, 2026
STATE NEWS ‘ରାଜନୈତିକ ପ୍ରତିରୋଧ’ ନାମରେ ଅରାଜକତା ସୃଷ୍ଟି ପ୍ରଚେଷ୍ଟା: happylivingodisha@gmail.com Oct 16, 2026
STATE NEWS ଜୟ ଶ୍ରୀରାମ କ୍ଲବ ବଲଡିହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ happylivingodisha@gmail.com Oct 16, 2026
STATE NEWS *ଚଳିତ ବର୍ଷର ବନ୍ୟା କ୍ଷୟକ୍ଷତିର ଚୂଡାନ୍ତ ଆକଳନ ଏବଂ କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ବିସ୍ତୃତ ସମୀକ୍ଷା* happylivingodisha@gmail.com Oct 15, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS *ଶ୍ରୀ ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ* happylivingodisha@gmail.com Oct 19, 2026
STATE NEWS ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ happylivingodisha@gmail.com Oct 19, 2026
STATE NEWS ସଫେଇ କର୍ମଚାରୀ ଜାତୀୟ କମିଶନ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ happylivingodisha@gmail.com Oct 16, 2026
Leave a Reply