STATE NEWS ସୁନାର କେନ୍ଦୁଝର ଗଢିବାର ପ୍ରକ୍ରିୟା ଆରମ୍ଭ ହୋଇଛି – ମୁଖ୍ୟମନ୍ତ୍ରୀ happylivingodisha@gmail.com Dec 9, 2025 0 ସୁନାର କେନ୍ଦୁଝର ଗଢିବାର ପ୍ରକ୍ରିୟା ଆରମ୍ଭ ହୋଇଛି – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର; ମା ଙ୍କ ଡୋରି ଲାଗିଲା, ମା ଙ୍କ ସେବା ପାଇଁ ସୁଯୋଗ ମିଳିଲା। କେନ୍ଦୁଝର ଘଟ ଗାଁ ମା ତାରିଣୀଙ୍କ ପୀଠର ସମନ୍ୱିତ ବିକାଶ ପାଇଁ ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। କେନ୍ଦୁଝର ଜିଲ୍ଲା ତଥା ଓଡ଼ିଶା ପାଇଁ ଅନେକ ବର୍ଷର ବହୁ ଆକାଂକ୍ଷିତ ପ୍ରକଳ୍ପ ସଫଳତାର ସହ ଆରମ୍ଭ ହୋଇଛି। ଘଟଗାଁ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ମା’ ତାରିଣୀଙ୍କ ପୀଠର ସମନ୍ୱିତ ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ସୂଚନା ଯୋଗ୍ୟଯେ ସମୁଦାୟ ୩୧୩ କୋଟି ଟଙ୍କା ବ୍ୟୟ ବରାଦରେ ମା’ ତାରିଣୀଙ୍କ ପୀଠର ସମନ୍ୱିତ ଉନ୍ନତିକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ଏବଂ ଆଗାମୀ ଏକ ବର୍ଷ ମଧ୍ୟରେ ଏହି ଉନ୍ନତିକରଣ କାର୍ଯ୍ୟ ସମାପ୍ତ ହେବ ବୋଲି ସମୟସୀମା ଧାର୍ଯ୍ୟ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି ତାଙ୍କ ଅଠରମାସ ତଳର ପରିକଳ୍ପନା ସାକାର ରୂପ ନେଇଥିବାରୁ ସେ ଭାବବିହ୍ୱଳ ହୋଇ ପଡ଼ିଥିଲେ ଏବଂ କହିଥିଲେ ଯେ, ମା’ ତାରିଣୀଙ୍କ ପୀଠକୁ ଏକ ବିଶ୍ୱସ୍ତରୀୟ ଧର୍ମୀୟ ଓ ପର୍ଯ୍ୟଟନସ୍ଥଳୀ ଭାବେ ଗଢି ତୋଳିବାକୁ ସରକାର ସମସ୍ତ କାର୍ଯ୍ୟ କରିବେ । ମା’ଙ୍କ ପୀଠର ଉନ୍ନତିକରଣ ପାଇଁ କୌଣସି ବାଧା ବାଧକ ସାଜିବ ନାହିଁ । ଅର୍ଥର ଅଭାବ ନାହିଁ କାରଣ, ଏହି ଉନ୍ନତିକରଣ କାର୍ଯ୍ୟ ମା’ଙ୍କ ଆଶୀର୍ବାଦରେ ହେଉଛି । ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶ୍ୱିକ ବିକାଶ ପାଇଁ ମଂଜୁର ହୋଇଥିବା ୩୧୩ କୋଟି ଟଙ୍କା ଏକ ବର୍ଷ ମଧ୍ୟରେ ଖର୍ଚ୍ଚ ହେବ ଆଉ ଆଗାମୀ ଏକ ବର୍ଷ ମଧ୍ୟରେ ଏହି ଅଂଚଳରେ ସମସ୍ତ ତୀର୍ଥଯାତ୍ରୀ ସୁବିଧା ଉପଲବ୍ଧ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ଆଉ ଅଧିକ ବ୍ୟୟ ଏହି ପ୍ରକଳ୍ପ ସହିତ ଯୋଡ଼ା ଯାଇ ମନ୍ଦିରର ଦେହୁରୀ ମାନଙ୍କ ସୁବିଧା ନିମନ୍ତେ ରହିବା ଗୃହ ମଧ୍ୟ ନିର୍ମାଣ ହେବ । ପୂର୍ତ୍ତ ବିଭାଗ ଏଥି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଏବଂ ଜିଲ୍ଲାପାଳଙ୍କୁ ଡିପିଆର ମଧ୍ୟ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସୂଚନା ଥାଉକି, ପ୍ରାୟ ୬୦ ଏକର ଜମିରେ ପରିବ୍ୟାପ୍ତ ହେବାକୁ ଥିବା ଏହି ଉନ୍ନତିକରଣ କାର୍ଯ୍ୟରେ ୨୧୬ ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ, ତୀର୍ଥଯାତ୍ରୀ କେନ୍ଦ୍ର, ବ୍ୟାଖ୍ୟାନ କେନ୍ଦ୍ର, ଖାଦ୍ୟ ପ୍ଲାଜା, ୱାଚ ଟାୱାର, ମାର୍କେଟ୍ କମ୍ପ୍ଲେକ୍ସ, ନଡ଼ିଆ ଗୋଦାମ ଏବଂ ୫୦୦ ଜଣଙ୍କ ପାଇଁ ବିଶାଳ ପ୍ରସାଦ ସେବନ ହଲ୍, ଶୌଚାଳୟ ବ୍ଲକ, ପୋଷାକ କୋଠରୀ, ଜୋତା ଷ୍ଟାଣ୍ଡ, ଟିକେଟ କାଉଣ୍ଟର, ହାତ-ପାଦ ଧୋଇବା ସ୍ଥାନ ଏବଂ ଡ୍ରାଇଭରମାନଙ୍କ ପାଇଁ ରେଷ୍ଟରୁମ ନିର୍ମାଣ ହେବ। ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ, ପାର୍କିଂ, ଚାରିଟି ପୁଷ୍କରିଣୀର ସୋନ୍ଦର୍ଯ୍ୟକରଣ ଆଦି ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ପୀଠ ପାଇଁ ପୂର୍ବ ସରକାର ମଂଜୁର କରିଥିବା ୫୦ କୋଟି ଟଙ୍କାର କାର୍ଯ୍ୟ ସମୁଦ୍ରକୁ ଶଙ୍ଖେ ବୋଲି କହିବା ସହିତ କେନ୍ଦୁଝର, ଯାହା ପ୍ରାକୃତିକ ସମ୍ପଦର ଗନ୍ତାଘର ଓ ଓଡିଶାର ହୃଦୟ ବିଷୟରେ ବର୍ଣ୍ଣନା କରି କହିଥିଲେ ଯେ, କେନ୍ଦୁଝରରେ ମେଗାଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରକ୍ରିୟା ଆଗେଇ ଚାଲିଛି । ଖୁବ୍? ଶୀଘ୍ର ଏହାର ଶିଳାନ୍ୟାସ ହେବ । ରାଉରକେଲା ଓ ଯାଜପୁର ଭଳି କେନ୍ଦୁଝର ଏକ ଇସ୍ପାତ ନଗରୀ ଭାବେ ଓଡିଶାର ଅର୍ଥନୀତିରେ ଆହୁରି ଅବଦାନ ରଖିବ । ସବୁ ଶିଳ୍ପ ଓ ଖଣି ଅଞ୍ଚଳକୁ ୬ ଥାକିଆ ରାସ୍ତା କରିବା ପାଇଁ ଆମ ସରକାର ନିଷ୍ପତ୍ତି ନେଇଛି । କେନ୍ଦୁଝରକୁ ପ୍ରାୟ ଅଧିକାଂଶ ରାସ୍ତା ୬ ଥାକିଆ ବିଶିଷ୍ଟ କରାଯିବ ବଡବିଲରେ ଏକ ରିଙ୍ଗ ରୋଡ କରାଯିବ। ରାଜ୍ୟରେ କେତେଗୁଡିଏ ଇକୋନୋମିକ ଜୋନର ବିକାଶ କରାଯାଉଛି । ଏଥିରେ କେନ୍ଦୁଝର-ବଡବିଲ-ଯୋଡ଼ା ଅଞ୍ଚଳକୁ ରାଜ୍ୟର ଏକ ସୁଦୃଢ ଅର୍ଥନୈତିକ ଜୋନରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଉଛି । କେନ୍ଦୁଝର ଜିଲ୍ଲାରେ ଅନେକ ବିକାଶ ପ୍ରକଳ୍ପ ଜାରି ରହିଛି । ସେ ଗୁଡିକର ଆପଣଙ୍କ ପାଇଁ ଖୁବ୍ ଶୀଘ୍ର ଲୋକାର୍ପଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସୁନାର କେନ୍ଦୁଝର କେବଳ ଏକ କଥା ହୋଇ ରହିବ ନାହିଁ, ଏହା ସାରା ଓଡିଶା ପାଇଁ ହେବ ଏକ ବାସ୍ତବତା । କେନ୍ଦୁଝର ପାଇଁ ବିକାଶର ଚିତ୍ର ଆଙ୍କି ମୁଖ୍ୟମନ୍ତ୍ରୀ କହିଲେ ଯେ କେନ୍ଦ୍ର ସରକାର ପାରାଦୀପରୁ ବଡ଼ବିଲ ପର୍ଯ୍ୟନ୍ତ ୮ ଲେନ ରାସ୍ତା କରୁଛନ୍ତି। ପାରାଦୀପରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଚାଲିଛି। ଚଣ୍ଡିଖୋଲ ରୁ ବଡ଼ବିଲ ପର୍ଯ୍ୟନ୍ତ ସର୍ଭ କାର୍ଯ୍ୟ ଚାଲିଛି। ଏ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ। କେନ୍ଦୁଝରର ବିକାଶ ପାଇଁ ବଡ଼ବିଲ ରେ ଏକ ଚାରି ଲେନ ବିଶିଷ୍ଟ ରିଙ୍ଗ ରୋଡ ହେବ। ଏଥିପାଇଁ ୨୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିପରି କେନ୍ଦୁଝରରେ ମଧ୍ୟ ୪୨୮ କୋଟି ଟଙ୍କାରେ ଏକ ବାଇପାସ୍ ରାସ୍ତା କରାଯିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏକ ଚାରି ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ। ଏହା ସହିତ ୧୬୮ କୋଟି ଟଙ୍କାରେ ଏକ ଟେକ୍ ପାର୍କ, ଓକାକ୍ ପକ୍ଷରୁ ୧୫୦ କୋଟି ଟଙ୍କାରେ ଏକ ଡାଟା ସେଣ୍ଟର, ବଲଭଦ୍ରପୁର ରେ ୧୫୦ କୋଟି ଟଙ୍କାରେ ଏକ ଟେକ୍ସଟାଇଲ ପାର୍କ, ଧରଣୀଧର ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସ ରେ ୧୮୭ କୋଟି ଟଙ୍କାରେ ଏକ ୟବଗ୍ଧବ କ୍ସରମକ୍ଟଙ୍ଖରକ୍ସଚ୍ଚ ମରଦ୍ଭଗ୍ଧକ୍ସର, ୧୦୩ କୋଟି ଟଙ୍କାରେ ରାଇସୁଆଁ ଏୟାର ଷ୍ଟ୍ରିପ, ୧୮୦ କୋଟି ଟଙ୍କାରେ କେନ୍ଦୁଝର ଷ୍ଟାଡିୟମ୍, ୫୦ କୋଟି ଟଙ୍କାରେ ସାନଘାଗରା ଠାରେ ଜଚଜଉ ଆଦି ଅନେକ ପ୍ରକଳ୍ପ ସଂପର୍କରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦୁଝର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସହିତ ଊଗୠ ଓ OMBADC ଏବଂ ଅନ୍ୟାନ୍ୟ ପାଣ୍ଠି ମିଶାଇଲେ କେବଳ କେନ୍ଦୁଝର ରେ ୩୫ ହଜାର କୋଟି ଟଙ୍କା ରହିଛି। ଏହି ସବୁ ଅର୍ଥ କେନ୍ଦୁଝରର ବିକାଶ ପାଇଁ ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଲେ ଯେ ବିକଶିତ ଓଡ଼ିଶାର ଅର୍ଥ ହେଲା ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ସମାବେଶୀ ବିକାଶ। ଆମେ ପ୍ରତିବଦ୍ଧତାର ସହିତ ପ୍ରୟାସ ଆରମ୍ଭ କରିଛୁ। ଲକ୍ଷ୍ୟରେ ପହଞ୍ଚିବା ପାଇଁ ଆପଣମାନଙ୍କ ସହ ଯୋଗ ଓ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଆମର ଏକାନ୍ତ କାମ୍ୟ। ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ରୂପେ ବିଶ୍ୱ ଦରବାରରେ ଠିଆ କରିବାର ଲକ୍ଷ୍ୟ ରଖାଯାଇଛି । ସେଥିରେ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ଓଡିଶା ହେବ ଦେଶର ଗ୍ରୋଥ ଇଞ୍ଜିନ । ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡିଶା ଗଠନ ପାଇଁ ଆମର ଜୋର?ଦାର ଉଦ୍ୟମ ଆରମ୍ଭ ହୋଇଛି। ଦେଶ ଓ ରାଜ୍ୟର ଏହି ମହାନ୍ ଲକ୍ଷ୍ୟ ପୂରଣରେ କେନ୍ଦୁଝରର ବିଶେଷ ଭୂମିକା ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଜି ଘଟଗାଁ ଠାରେ ପହଞ୍ଚିବା ପରେ ଆର୍ ସି ପ୍ରାଥମିକ ବିଦ୍ୟାଳୟ ଠାରୁ ମା ତାରିଣୀ ଙ୍କ ମନ୍ଦିର ପର୍ଯ୍ୟନ୍ତ ଏକ ବିଶାଳ ରୋଡ ସୋ ଜରିଆ ରେ ଘଟଗାଁ ବାସୀ ମୁଖ୍ୟମନ୍ତ୍ରୀ ଙ୍କୁ ପାଛୋଟି ନେଇଥିଲେ । ଘଟଗାଁ ଠାରେ ମା ତାରିଣୀ ଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହିତ ମୁଖ୍ୟମନ୍ତ୍ରୀ ସେହିଠାରେ ହିଁ ଘଟଗାଁ ମା ତାରିଣୀ ପୀଠର ସମନ୍ୱିତ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ, ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଜଙ୍ଗଲ ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର, କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ, ଭଦ୍ରକ ସାଂସଦ ଶ୍ରୀ ଅଭିମନ୍ୟୁ ସେଠୀ, ଯାଜପୁର ସାସଂଦ, ଶ୍ରୀ ରବି ନାରାୟଣ ବେହେରା, ଘଷିପୁରା ବିଧାୟକ ଶ୍ରୀ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଶ୍ରୀ ଅଭିମନ୍ୟୁ ସେଠୀ, ଚମ୍ପୁଆ ବିଧାୟକ ଶ୍ରୀ ସନାତନ ମହାକୁଡ,ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ଭଦ୍ରକ ବିଧାୟକ ଶ୍ରୀ ସୀତାଂଶୁ ଶେଖର ମହାପାତ୍ର, କୋରେଇ ବିଧାୟକ ଶ୍ରୀ ଆକାଶ ଦାସ ନାୟକ, ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ, ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଦାସ, ନୀଳଗିରି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ, ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ, ଜିଲ୍ଲାପାଳ ବିଶାଳ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। Happy Living Odisha #chiefminister#ghatagaonmaatarinee
STATE NEWS ଓଡ଼ିଆ ଜାତିକୁ ଆଉ କେହି ଅଟକାଇ ପାରିବେ ନାହିଁ, ସବୁ କ୍ଷେତ୍ରରେ ଆମେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବୁ – ମୁଖ୍ୟମନ୍ତ୍ରୀ happylivingodisha@gmail.com Apr 1, 2026
STATE NEWS ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ happylivingodisha@gmail.com Apr 1, 2026
STATE NEWS ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆଗାମୀ ୧୦ ବର୍ଷ ହେବ ସଂକଳ୍ପର ଦଶକ- ମୁଖ୍ୟମନ୍ତ୍ରୀ happylivingodisha@gmail.com Apr 1, 2026
STATE NEWS ମୂଲ୍ୟବୋଧ ଆଧାରିତ ‘ ବିକଶିତ ଓଡ଼ିଶା’ ଗଠନ ପାଇଁ ସାମୁହିକ ପ୍ରୟାସ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ happylivingodisha@gmail.com Apr 1, 2026
STATE NEWS ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣ ଶୃଙ୍ଖଳା ସଂପର୍କରେ ଜିଲ୍ଲାପାଳ ମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରୁଛନ୍ତି happylivingodisha@gmail.com Mar 30, 2026
STATE NEWS ଭୁବନେଶ୍ୱର ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି ଅନୁଷ୍ଠିତ happylivingodisha@gmail.com Mar 30, 2026
STATE NEWS ଜଟଣୀ ବାସୀଙ୍କ ପାଇଁ 18 କୋଟିର ପାନୀୟ ଜଳ ପ୍ରକଳ୍ପ ଉପହାର happylivingodisha@gmail.com Mar 20, 2026
STATE NEWS ମଜବୁତ ହେଉଛି ବିଜେପି, ପଦ୍ମ ଧରିଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା happylivingodisha@gmail.com Mar 11, 2026
STATE NEWS ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଓ ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ ଙ୍କ ସହ ବିଧାନସଭାସଭା ପରିଭ୍ରମଣରେ ଆସିଥିବା ୟୁନିଭରସିଟି ଲ କଲେଜ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଅଛନ୍ତି l happylivingodisha@gmail.com Mar 10, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS ଓଡ଼ିଆ ଜାତିକୁ ଆଉ କେହି ଅଟକାଇ ପାରିବେ ନାହିଁ, ସବୁ କ୍ଷେତ୍ରରେ ଆମେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବୁ – ମୁଖ୍ୟମନ୍ତ୍ରୀ happylivingodisha@gmail.com Apr 1, 2026
STATE NEWS ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ happylivingodisha@gmail.com Apr 1, 2026
STATE NEWS ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆଗାମୀ ୧୦ ବର୍ଷ ହେବ ସଂକଳ୍ପର ଦଶକ- ମୁଖ୍ୟମନ୍ତ୍ରୀ happylivingodisha@gmail.com Apr 1, 2026
STATE NEWS ମୂଲ୍ୟବୋଧ ଆଧାରିତ ‘ ବିକଶିତ ଓଡ଼ିଶା’ ଗଠନ ପାଇଁ ସାମୁହିକ ପ୍ରୟାସ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ happylivingodisha@gmail.com Apr 1, 2026
Leave a Reply