STATE NEWS ସମୃଦ୍ଧ ଓଡ଼ିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ ୨୦୩୬ ସୁଦ୍ଧା ଶ୍ରେଷ୍ଠ ୫ ରାଜ୍ୟରେ ଓଡିଶା happylivingodisha@gmail.com Dec 9, 2025 0 ସମୃଦ୍ଧ ଓଡ଼ିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ ୨୦୩୬ ସୁଦ୍ଧା ଶ୍ରେଷ୍ଠ ୫ ରାଜ୍ୟରେ ଓଡିଶା ଭୁବନେଶ୍ୱର, : ଆଗାମୀ ଦଶ ବର୍ଷ ଓଡିଶା ପାଇଁ ଡ୍ରିମ୍ ଡିକେଡ୍ । ଗତ ୮୦ ବର୍ଷ ଓଡ଼ିଶା ପାଇଁ ଥିଲା ଲସ୍ ଡିକେଡ୍। ବର୍ତ୍ତମାନ ଓଡ଼ିଶା ହେବ ହ୍ୟୁମାନ କ୍ୟାପିଟାଲ। ରାଜ୍ୟରେ ଶିଳ୍ପ ବିପ୍ଳବ ଆରମ୍ଭ ହୋଇଛି। ଏହା ଓଡ଼ିଶାର ଦିଶା ଆଉ ଦଶା ପରିବର୍ତ୍ତନ କରିବ। ସମୃଦ୍ଧ ଓଡ଼ିଶା ୨୦୩୬ କନକ୍ଳେଭରେ ଯୋଗ ଦେଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ଏବେ ୧୨୦ ବିଲିୟନ ଅର୍ଥନୀତିରେ ଅଛି। ୨୦୩୬ ସୁଦ୍ଧା ୫୦୦ ବିଲିୟନ ଅର୍ଥନୀତିରେ ଓଡ଼ିଶାକୁ ପହଞ୍ଚାଇବାକୁ ହେବ । ଆମ ସରକାର ଏବେ ସୁଦ୍ଧା ୫ ଲକ୍ଷ ୬୦ ହଜାର କୋଟିର ୨୬୦ଟି ପ୍ରକଳ୍ପ ଅନୁମୋଦନ କରିଛନ୍ତି । ଯାହାଦ୍ୱାରା ୩ ଲକ୍ଷ ୬୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେଥିରୁ ଗ୍ରାଉଣ୍ଡିଂ ହୋଇ ସରିଛି ୨ ଲକ୍ଷ କୋଟିର ପ୍ରକଳ୍ପ । ସେମିକଣ୍ଡକ୍ଟରରେ ସମସ୍ତ ରାଜ୍ୟ ୧ କଲା ବେଳେ ଆମେ ୫ରେ ଅଛୁ। ଓଡ଼ିଶା ସେମିକଣ୍ଡକ୍ଟରରେ ଏକ ନମ୍ବରରେ ରହିଛି । ଖୁବ୍ ଶୀଘ୍ର ଓଡ଼ିଶା ହେବ ହ୍ୟୁମାନ କ୍ୟାପିଟାଲ । ଦକ୍ଷତା ବୃଦ୍ଧି ପାଇଁ ସିଙ୍ଗାପୁର ସହ ଚୁକ୍ତି ହୋଇଛି। ଆଗାମୀ ଦଶନ୍ଧି ପରିବର୍ତ୍ତନର ପରବର୍ତ୍ତୀ ଦଶନ୍ଧି । ୨୦୩୬ ସୁଦ୍ଧା ଅର୍ଥନୀତିରେ ଶ୍ରେଷ୍ଠ ୫ ରାଜ୍ୟରେ ଓଡିଶା ରହିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ସମୃଦ୍ଧ ଓଡ଼ିଶା ୨୦୩୬ କାର୍ଯ୍ୟକ୍ରମରେ ପୂର୍ବ ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ କହିଛନ୍ତି । ସେ କହିଲେ ସ୍ଥିର ସରକାର ଥାଇ ଓଡ଼ିଶାକୁ ଶିଳ୍ପରେ ଆଗକୁ ନନେବା ଓଡିଶାକୁ ଧୋକ୍କା ଦେବା ସହ ସମାନୟ। ଶିଳ୍ପରେ ଆଶାନୁରୂପ ଆଗକୁ ବଢ଼ି ପାରିନାହାନ୍ତି। ରାଜ୍ୟରେ ପୂର୍ବ ୨୪ ବର୍ଷ ସ୍ଥିର ସରକାର ଥିଲା । ଶିଳ୍ପରେ ବିପ୍ଳବ କରି ପାରିଥାନ୍ତେ କିନ୍ତୁ କରିପାରିଲେ ନାହିଁ । ଏହା ତାଙ୍କର ଦୂର ଦୃଷ୍ଟିରୁ ଅଭାବ ଏବଂ ରାଜନୈତିକ ଇଛାଶକ୍ତିର ଅଭାବ। ଶାସନ ପ୍ରଶାସନକୁ କେବଳ ଇଭେଣ୍ଟ ଭାବି କାର୍ଯ୍ୟକ୍ରମ କରିଥିଲେ । ଗତ ସରକାରରେ ‘ମେକ୍ ଇନ ଓଡ଼ିଶା’ର ୩ଟି ସଂସ୍କରଣ ହୋଇଥିଲା । ନାମିଦାମି କମ୍ପାନିମାନଙ୍କ ସହିତ ଅନେକ ବୁଝାମଣା ହୋଇଥିଲା । କିନ୍ତୁ ବାସ୍ତବରେ କେତେ ଗ୍ରାଉଣ୍ଡିଙ୍ଗ ହେଲା ତାହା ସମସ୍ତେ ଜଣାଇଛନ୍ତି। ସ୍ଥିର ସରକାରରେ ନିଜେ ନେତୃତ୍ୱ ନେଇ ନକରିବା ଓଡିଶା ପଛକୁ ନେବା ସହ ସମାନ। ଏହା ଓଡିଶାକୁ ଧୋକ୍କା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ଆହୁରି ମଧ୍ୟ କହିଛନ୍ତି, ଆମ ସରକାର ଆସିବାର ୧୭ ମାସ ଭିତରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛୁ । ୧୭ ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ବୁଝାମଣା ପତ୍ର ରାଜ୍ୟ ସରକାରଙ୍କ ସବୁଠୁ ବଡ଼ ଉପଲବ୍ଧି । ଆମ ସରକାର ଇଭେଣ୍ଟ ମ୍ୟାନେଜ ମେଣ୍ଟରେ ସୀମିତ ନାହିଁ । ଏବେ ସୁଦ୍ଧା ୫ ଲକ୍ଷ ୬୦ ହଜାର କୋଟିର ୨୬୦ଟି ପ୍ରକଳ୍ପ ଅନୁମୋଦନ ହୋଇଛି । ଯାହାଦ୍ୱାରା ୩ ଲକ୍ଷ ୬୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେଥିରୁ ଗ୍ରାଉଣ୍ଡିଂ ହୋଇ ସରିଛି ୨ ଲକ୍ଷ କୋଟିର ପ୍ରକଳ୍ପ । ରିୟଲ ଟାଇମ ଭିତରେ ପ୍ରକଳ୍ପ କରିବାକୁ ଆମ ସରକାର ପ୍ରତିବଦ୍ଧ । ୩୦ଟି ଜିଲ୍ଲାରେ ୬୪ ସ୍ଥାନରେ ଶିଳ୍ପ ହେବ। ଏବେ ୧୪ ଜିଲ୍ଲାରେ ଗ୍ରାଉଣ୍ଡ ବ୍ରେକିଙ୍ଗ କାମ ସରିଲାଣି । Happy Living Odisha #chiefminister#statenews
STATE NEWS *ଶ୍ରୀ ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ* happylivingodisha@gmail.com Oct 19, 2026
STATE NEWS ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ happylivingodisha@gmail.com Oct 19, 2026
STATE NEWS ସଫେଇ କର୍ମଚାରୀ ଜାତୀୟ କମିଶନ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ happylivingodisha@gmail.com Oct 16, 2026
STATE NEWS *ବଜ୍ରପାତ ମୃତ୍ୟୁ ଓ କ୍ଷୟକ୍ଷତି ରୋକିବାକୁ ଓଡ଼ିଶାରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି* happylivingodisha@gmail.com Oct 16, 2026
STATE NEWS *ଐତିହାସିକ ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭୁବନେଶ୍ୱରରେ ଭବ୍ୟ ସମ୍ବର୍ଦ୍ଧନା* happylivingodisha@gmail.com Oct 16, 2026
STATE NEWS ବିଶ୍ଵ ଓଡ଼ିଆ ପରିବାରର ମାସିକ ଆଲୋଚନା ଚକ୍ର ଓ କାବ୍ୟ ସଂଧ୍ୟା happylivingodisha@gmail.com Oct 16, 2026
STATE NEWS ‘ରାଜନୈତିକ ପ୍ରତିରୋଧ’ ନାମରେ ଅରାଜକତା ସୃଷ୍ଟି ପ୍ରଚେଷ୍ଟା: happylivingodisha@gmail.com Oct 16, 2026
STATE NEWS ଜୟ ଶ୍ରୀରାମ କ୍ଲବ ବଲଡିହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ happylivingodisha@gmail.com Oct 16, 2026
STATE NEWS *ଚଳିତ ବର୍ଷର ବନ୍ୟା କ୍ଷୟକ୍ଷତିର ଚୂଡାନ୍ତ ଆକଳନ ଏବଂ କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ବିସ୍ତୃତ ସମୀକ୍ଷା* happylivingodisha@gmail.com Oct 15, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS *ଶ୍ରୀ ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ* happylivingodisha@gmail.com Oct 19, 2026
STATE NEWS ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ happylivingodisha@gmail.com Oct 19, 2026
STATE NEWS ସଫେଇ କର୍ମଚାରୀ ଜାତୀୟ କମିଶନ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ happylivingodisha@gmail.com Oct 16, 2026
Leave a Reply