STATE NEWS ବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ happylivingodisha@gmail.com Dec 9, 2025 0 ବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ ଭୁବନେଶ୍ୱର, ୦୭/୧୨/୨୦୨୫ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଥିଲେ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସାରସ୍ୱତ ସାଧକ ଓ ସମ୍ପାଦକ । ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ୧୯୩୦ର ଲବଣ ସତ୍ୟାଗ୍ରହ କାନ୍ତକବିଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥିଲା । ସେହି ସମୟରେ ସାଧାରଣ ଜନତାଙ୍କୁ ଏହି ସବୁ ଆନ୍ଦୋଳନରେ ଯୋଗଦାନ ପାଇଁ ପ୍ରବର୍ତ୍ତାଇବା ଉଦ୍ଦେଶ୍ୟରେ ଏବଂ ସେମାନଙ୍କୁ ଜାତୀୟତା ପ୍ରତି ଆକର୍ଷିତ କରିବା ପାଇଁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର କଲମର ସାହାଯ୍ୟ ନେଇଥିଲେ । ଗଳ୍ପ, ଉପନ୍ୟାସ, ନାଟକ ଓ କବିତାମାନ ରଚନା କରି ଲୋକମାନଙ୍କ ମଧ୍ୟରେ ଦେଶପ୍ରେମ ବଢ଼ାଇବାରେ ସେ ଲାଗି ପଡ଼ିଲେ । କାନ୍ତକବିଙ୍କ ରଚିତ ଦେଶାତ୍ମବୋଧକ କବିତାମାନ ଲୋକମାନଙ୍କୁ ଏକଜୁଟ କରିବାରେ ସାହାଯ୍ୟ କଲା । ସାଧାରଣ ଜନତାଙ୍କୁ ଇଂରେଜମାନଙ୍କ ବିରୋଧରେ ଲଢ଼ିବାକୁ ଏବଂ ସ୍ୱାଧୀନତା ପ୍ରାପ୍ତ କରିବାକୁ ସେ କବିତାକୁ ନିଜର ଅସ୍ତ୍ର ଭାବରେ ବ୍ୟବହାର କରିଥିଲେ । ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚନାରେ ଦେଶ ଓ ଜାତିପ୍ରେମର ଝଲକ ଦେଖିବାକୁ ମିଳିଥାଏ । କବିତା ସାଙ୍ଗକୁ ସେ ଅନେକ ଉପନ୍ୟାସ, ବ୍ୟଙ୍ଗ ସାହିତ୍ୟ, ଗଳ୍ପ ରଚନା କରିଯାଇଛନ୍ତି । ସେ ମାସିକ ସାହିତ୍ୟ ପତି୍ରକା ‘ଡଗର’ର ମଧ୍ୟ ପ୍ରତିଷ୍ଠାତା ସମ୍ପାଦକ ଥିଲେ । ଓଡ଼ିଆ ଭାଷା, ସାହିତ୍ୟର ଉତ୍କର୍ଷ ସହ ଓଡ଼ିଆଙ୍କ ହୃଦୟରେ ଜାତିପ୍ରୀତି ଜାଗ୍ରତ କରିବାରେ କାନ୍ତକବି ଯେଉଁ ଅବଦାନ ରଖିଯାଇଛନ୍ତି ସେଥି ପାଇଁ ସେ ପ୍ରତି ଓଡ଼ିଆଙ୍କ ହୃଦୟରେ ଚିରଅମର ରହିବେ । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ, ଉପମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ବିଧାୟକ ଶ୍ରୀ ବାବୁ ସିଂ, ଶ୍ରୀ ଫକୀର ନାୟକ ଓ ଶ୍ରୀ ରଘୁନାଥ ମାଛ ଏବଂ ବିଧାନସଭା ସଚିବ ଶ୍ରୀ ସତ୍ୟବ୍ରତ ରାଉତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ବିଧାନସଭା ପାଶ୍ୱର୍ବର୍ତ୍ତୀ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । Happy Living Odisha #kantakabi
STATE NEWS *ଶ୍ରୀ ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ* happylivingodisha@gmail.com Oct 19, 2026
STATE NEWS ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ happylivingodisha@gmail.com Oct 19, 2026
STATE NEWS ସଫେଇ କର୍ମଚାରୀ ଜାତୀୟ କମିଶନ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ happylivingodisha@gmail.com Oct 16, 2026
STATE NEWS *ବଜ୍ରପାତ ମୃତ୍ୟୁ ଓ କ୍ଷୟକ୍ଷତି ରୋକିବାକୁ ଓଡ଼ିଶାରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି* happylivingodisha@gmail.com Oct 16, 2026
STATE NEWS *ଐତିହାସିକ ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭୁବନେଶ୍ୱରରେ ଭବ୍ୟ ସମ୍ବର୍ଦ୍ଧନା* happylivingodisha@gmail.com Oct 16, 2026
STATE NEWS ବିଶ୍ଵ ଓଡ଼ିଆ ପରିବାରର ମାସିକ ଆଲୋଚନା ଚକ୍ର ଓ କାବ୍ୟ ସଂଧ୍ୟା happylivingodisha@gmail.com Oct 16, 2026
STATE NEWS ‘ରାଜନୈତିକ ପ୍ରତିରୋଧ’ ନାମରେ ଅରାଜକତା ସୃଷ୍ଟି ପ୍ରଚେଷ୍ଟା: happylivingodisha@gmail.com Oct 16, 2026
STATE NEWS ଜୟ ଶ୍ରୀରାମ କ୍ଲବ ବଲଡିହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ happylivingodisha@gmail.com Oct 16, 2026
STATE NEWS *ଚଳିତ ବର୍ଷର ବନ୍ୟା କ୍ଷୟକ୍ଷତିର ଚୂଡାନ୍ତ ଆକଳନ ଏବଂ କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ବିସ୍ତୃତ ସମୀକ୍ଷା* happylivingodisha@gmail.com Oct 15, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS *ଶ୍ରୀ ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ* happylivingodisha@gmail.com Oct 19, 2026
STATE NEWS ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ happylivingodisha@gmail.com Oct 19, 2026
STATE NEWS ସଫେଇ କର୍ମଚାରୀ ଜାତୀୟ କମିଶନ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ happylivingodisha@gmail.com Oct 16, 2026
Leave a Reply