STATE NEWS ନୋଟାରୀ ଅଟୋମେସନ୍ ପୋର୍ଟାଲ ଉଦ୍ଘାଟିତ happylivingodisha@gmail.com Dec 9, 2025 0 ନୋଟାରୀ ଅଟୋମେସନ୍ ପୋର୍ଟାଲ ଉଦ୍ଘାଟିତ ଭୁବନେଶ୍ୱର ; ବିଭିନ୍ନ ନ୍ୟାୟିକ ଦସ୍ତାବିଜକୁ ପ୍ରମାଣିକୃତ ଓ ବୈଧ କରିବା କ୍ଷେତ୍ରରେ ନୋଟାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି । ତେଣୁ ନୋଟାରୀ ମ୍ୟାନେଜ୍ମେଣ୍ଟ ସିଷ୍ଟମକୁ ସହଜ ଓ ସରଳ କରିବା କ୍ଷେତ୍ରରେ ନୋଟାରୀ ଅଟୋମେସନ୍ ପୋର୍ଟାଲ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି । ଆଜି ଆଇନ ବିଭାଗ ପକ୍ଷରୁ ଲୋକସେବା ଭବନସ୍ଥିତ କନ୍ଭେନ୍ସନ୍ ହଲ ପରିସରରେ ନୋଟାରୀ ଅଟୋମେସନ୍ ପୋର୍ଟାଲକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ଏହି ପୋର୍ଟାଲରେ ନୋଟାରୀମାନଙ୍କର ନୂତନ ନିଯୁକ୍ତି, ପଞ୍ଜିକରଣ, ଦୈନିକ ଡକୁମେଣ୍ଟ ଅପ୍ଲୋଡ୍, କାର୍ଯ୍ୟ ବିବରଣୀ ଭଳି କାର୍ଯ୍ୟ ଅନ୍ଲାଇନ୍ରେ ସମ୍ଭବ ହୋଇପାରିବ । ଫଳରେ ସମୟ ବଞ୍ଚିବା ସହିତ ଆଇନ ପ୍ରକ୍ରିୟାରେ ସ୍ୱଚ୍ଚତା ଆସିପାରିବ । ଏହି ଅବସରରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ସହକାରୀ ନିର୍ଦ୍ଦେଶକ, ଆଇନଙ୍କ ବିଭାଗୱାରୀ କାର୍ଯ୍ୟର ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ରାଜ୍ୟ ସରକାରଙ୍କୁ ଆଇନଗତ ପରାମର୍ଶ ଦେବା ଏବଂ ଚାଲିଥିବା ମାମଲା ପରିଚାଳନା କ୍ଷେତ୍ରରେ ସହକାରୀ ନିର୍ଦ୍ଦେଶକମାନେ ନିଜର ଦାୟିତ୍ୱ ନିର୍ବାହ କରିଆସୁଛନ୍ତି । ଏହି ଅଧିକାରୀମାନେ ହେଲେ ରାଜ୍ୟ ସରକାରଙ୍କ ପ୍ରମୁଖ ଅଙ୍ଗ ସଦୃଶ । ତେଣୁ ଏହି ଅଙ୍ଗଗୁଡିକର ସକ୍ରିୟତା ସରକାର ଓ ଶାସନ ବ୍ୟବସ୍ଥାକୁ ସୁଦୃଶ କରିବ । ତେଣୁ, କାର୍ଯ୍ୟରତ ସହକାରୀ ନିର୍ଦ୍ଦେଶକ, ଆଇନ ମାନେ ବିଭିନ୍ନ ମାମଲା, ବିଶେଷ କରି ପୁରୁଣା ମାମଲାଗୁଡିକର ଭଲ ଭାବେ ତର୍ଜମା କରି ବିଭାଗକୁ ସଠିକ୍ ପରାମର୍ଶ ଦେବା ଉପରେ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏଥି ସହିତ ଅଧିକାରୀମାନଙ୍କ ନିୟମିତ ତାଲିମ ଓ କାର୍ଯ୍ୟଦକ୍ଷତା ବୃଦ୍ଧି ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱ ଦେଇଥିଲେ । ସେହିପରି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ପବିତ୍ର ମୋହନ ସାମଲ ସବୁ ବିଭାଗରେ ପଡିଥିବା ମାମଲା ଏବଂ ଏହାର ସ୍ଥିତି ବାବଦରେ ସହକାରୀ ନିର୍ଦ୍ଦେଶକ ମାନଙ୍କ ଠାରୁ ତଥ୍ୟ ମାଗିବା ସହ ମଧ୍ୟସ୍ଥତା ଆଇନର ବ୍ୟବହାର ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପ୍ରଣବ କୁମାର ପାତ୍ର ଓ ଶ୍ରୀ ଭଗବାନ ପ୍ରସାଦ ସାହୁ, ଅତିରିକ୍ତ ଶାସନ ସଚିବ ଶ୍ରୀ ଶିବପ୍ରସାଦ ମହାପାତ୍ର ଓ ଶ୍ରୀ ଅରୁଣ କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗରେ କାର୍ଯ୍ୟରତ ସହକାରୀ ନିର୍ଦ୍ଦେଶକ, ଆଇନ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ନୋଟାରୀ ରୁଲ୍ ୧୯୫୬ରେ ସଂପ୍ରତି ହୋଇଥିବା ସଂଶୋଧନକୁ ଆଧାର କରି ନୋଟାରୀ ସେବାକୁ ସହଜ ଓ ସରଳ କରିବା ଲକ୍ଷ୍ୟରେ ବିଭାଗ ପକ୍ଷରୁ ଓକାକ୍ ସହାୟତାରେ ଏହି ପୋର୍ଟାଲ ବିକଶିତ କରାଯାଇଛି । ଏହି ନୋଟାରୀ ଅଟୋମେସନ୍ ପୋର୍ଟାଲ କାର୍ଯ୍ୟକ୍ଷମ ହେବା ପରେ ଓକିଲ ଓ ସାଧାରଣ ଜନତାଙ୍କ ପାଇଁ ସେବାଗୁଡିକ ଆହୁରି ସୁବିଧାଜନକ ହୋଇପାରିବ । ଏହା ଦ୍ୱାରା ଆଇନଜୀବୀମାନେ ଅନ୍ଲାଇନ୍ ଜରିଆରେ ନୋଟାରୀ ନିଯୁକ୍ତି ପାଇଁ ଅନ୍ଲାଇନ୍ରେ ଆବେଦନ କରିପାରିବେ । ଏଥି ସହିତ ନୋଟାରୀମାନେ ନିଜ ସାର୍ଟିଫିକେଟ୍ର ନବୀକରଣ, ବିବରଣୀ ସଂଶୋଧନ ଓ ଅନ୍ୟାନ୍ୟ ସେବାଗୁଡିକୁ ଡିଜିଟାଲ୍ ଫର୍ମାଟ୍ରେ ପାଇପାରିବେ । ଏହା ସୁବିଧାଜନକ ହେବା ସହ ସ୍ୱଚ୍ଛ ଓ ତ୍ୱରିତ ସେବା ପ୍ରଦାନ ସୁନିଶ୍ଚିତ ହୋଇପାରିବ । ଏହି ପୋର୍ଟାଲ ନୋଟାରୀ ଆବେଦନ ପ୍ରକ୍ରିୟା, ରେକର୍ଡ ରକ୍ଷଣାବେକ୍ଷଣରେ କାର୍ଯ୍ୟ କୁଶଳତା ବଢାଇବ । ଏହି ପୋର୍ଟାଲରେ ନୋଟାରୀମାନେ ନିୟମିତ ଭାବେ ନିଜ କାର୍ଯ୍ୟ ସମ୍ପର୍କିତ ତଥ୍ୟ ଅପ୍ଲୋଡ୍ କରିବେ ଏବଂ ଏହା ପ୍ରକ୍ରିୟାଗତ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ସହ ଦୁର୍ନୀତି ଓ ଠକାମିର ସମ୍ଭାବନା ହ୍ରାସ କରିବ । Happy Living Odisha #notary
STATE NEWS ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ସାଜିଛି ‘ମନ୍ କି ବାତ’ : ମନମୋହନ ସାମଲ happylivingodisha@gmail.com Jul 20, 2026
STATE NEWS ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା 300 ଟିପିଡି ସିବିଜି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ happylivingodisha@gmail.com Jun 21, 2026
STATE NEWS ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ happylivingodisha@gmail.com Jun 21, 2026
STATE NEWS ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଯୋଗାଭ୍ୟାସ happylivingodisha@gmail.com Jun 21, 2026
STATE NEWS ଯୁବପିଢ଼ି କୃଷିକୁ ନବସୃଜନ, ଉଦ୍ୟୋଗ ଓ ରାଷ୍ଟ୍ର ଗଠନର କ୍ଷେତ୍ର ଭାବେ ଗ୍ରହଣ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ happylivingodisha@gmail.com Jun 11, 2026
STATE NEWS ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରି ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ସମୂହ ଦୀପଦାନ happylivingodisha@gmail.com Jun 11, 2026
STATE NEWS ଓଡ଼ିଆ ଜାତିକୁ ଆଉ କେହି ଅଟକାଇ ପାରିବେ ନାହିଁ, ସବୁ କ୍ଷେତ୍ରରେ ଆମେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବୁ – ମୁଖ୍ୟମନ୍ତ୍ରୀ happylivingodisha@gmail.com Apr 1, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ସାଜିଛି ‘ମନ୍ କି ବାତ’ : ମନମୋହନ ସାମଲ happylivingodisha@gmail.com Jul 20, 2026
Leave a Reply