STATE NEWS ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ୪୦ତମ ପ୍ରତିଷ୍ଠା ଦିବସ happylivingodisha@gmail.com Jan 8, 2026 0 ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ୪୦ତମ ପ୍ରତିଷ୍ଠା ଦିବସ ୮୬ ଜଣ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ ଭୁବନେଶ୍ୱର ୭ ଜାନୁଆରୀ, ୨୦୨୬ ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ୪୦ତମ ପ୍ରତିଷ୍ଠା ଦିବସ ଆଜି ସଂସ୍କୃତି ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ, ଉପ ନିର୍ଦ୍ଦେଶକ ଡ଼. ଦେବଯାନୀ ଭୂୟାଁ, ଉପ ନିର୍ଦ୍ଦେଶକ ଡ଼. ସ୍ମିତା ମହାନ୍ତି, ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ଶ୍ରୀମତୀ ଅନନ୍ୟା ତ୍ରିପାଠୀ, ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ସଭାପତି ଜନାବ୍ ଖାଲିଦ୍ ରହିମ୍, ଉପ ସଭାପତି ଜନାବ୍ ସୟଦ୍ ନଫିସ୍ ମଞ୍ଜର ହସନ୍, ସଚିବ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ, ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଡ଼. ଚନ୍ଦ୍ର ଶେଖର ହୋତା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ ଅତିଥିମାନେ ଓଡ଼ିଶାରେ ଉର୍ଦ୍ଦୁ ଭାଷା ଓ ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହିତ ଏକାଡେମୀ ପକ୍ଷରୁ ଉର୍ଦ୍ଦୁ ଭାଷାରେ ଆୟୋଜନ କରାଯାଉଥିବା ବିଭିନ୍ନ ସାହିତ୍ୟ ଆଲୋଚନା ଚକ୍ର, କବି ସମ୍ମିଳନୀ, ମୁଶାଏରା, ପୁସ୍ତକ ଏବଂ ପତ୍ରିକା ପ୍ରକାଶନ, ଓଡ଼ିଆ ସାହିତ୍ୟ କୃତିକୁ ଉର୍ଦ୍ଦୁ ଭାଷାରେ ଅନୁବାଦ କରାଯିବା ଆଦି କାର୍ଯ୍ୟ ସମ୍ବନ୍ଧରେ ଅତିଥିମାନେ ଆଲୋଚନା କରିଥିଲେ। ଆଜିର କାର୍ଯ୍ୟକ୍ରମରେ +୨, +୩ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମର ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଯେଉଁମାନେ ମାତୃଭାଷା ଉର୍ଦ୍ଦୁ ସାହିତ୍ୟ ରଖି ପାଠ ପଢୁଛନ୍ତି, ସେମାନଙ୍କୁ ଯଥାକ୍ରମେ ୫ ହଜାର, ୬ ହଜାର ଏବଂ ୮ ହଜାର ଟଙ୍କାର ଛାତ୍ରବୃତ୍ତି ମଧ୍ୟ ପ୍ରଦାନ କରାଯାଇଥିଲା। ୪୦ ଜଣ +୨, ୩୦ ଜଣ +୩ ଏବଂ ୧୬ ଜଣ ସ୍ନାତକୋତ୍ତର ସର୍ବମୋଟ ୮୬ ଜଣ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ଏଥିସହ ଉର୍ଦ୍ଦୁ, ହିନ୍ଦୀ ଏବଂ ଓଡ଼ିଆ ଭାଷାର କବି ମାନଙ୍କୁ ନେଇ ଏକ ତ୍ରିଭାଷୀ କବି ସମ୍ମିଳନୀର ଆୟୋଜନ ମଧ୍ୟ କରାଯାଇଥିଲା। ଉର୍ଦ୍ଦୁ ଭାଷା, ସାହିତ୍ୟକୁ ଆଦୃତ କରିବା ସହ ଏହାର ବହୁଳ ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶା ଉର୍ଦ୍ଦୁ ଏକାଡ଼େମୀର ନିରନ୍ତର ପ୍ରୟାସକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ। ପ୍ରକାଶଯୋଗ୍ୟ ଯେ, ଓଡ଼ିଶାରେ ଉର୍ଦ୍ଦୁ ସାହିତ୍ୟର ପ୍ରଚାର ଓ ପ୍ରସାର, ପୁସ୍ତକ ପ୍ରକାଶନ, ଅନୁବାଦ ସାହିତ୍ୟ ପ୍ରକାଶନ, ଆଲୋଚନା ଚକ୍ର ଆଦିର ଆୟୋଜନ କରିବା ସହିତ ଉର୍ଦ୍ଦୁ ସାହିତ୍ୟର ପ୍ରତିଷ୍ଠିତ ସାହିତ୍ୟିକ, କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିବା, ଉର୍ଦ୍ଦୁ ସାହିତ୍ୟରେ କରାଯାଉଥିବା ବିଭିନ୍ନ କାର୍ଯ୍ୟକୁ ଜନସାଧାରଣଙ୍କୁ ଅବଗତ କରାଇବା ଆଦି କାର୍ଯ୍ୟ ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପକ୍ଷରୁ କରାଯାଉଛି। Happy Living Odisha #odisha-urdu-academy
STATE NEWS ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ସାଜିଛି ‘ମନ୍ କି ବାତ’ : ମନମୋହନ ସାମଲ happylivingodisha@gmail.com Jul 20, 2026
STATE NEWS ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା 300 ଟିପିଡି ସିବିଜି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ happylivingodisha@gmail.com Jun 21, 2026
STATE NEWS ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ happylivingodisha@gmail.com Jun 21, 2026
STATE NEWS ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଯୋଗାଭ୍ୟାସ happylivingodisha@gmail.com Jun 21, 2026
STATE NEWS ଯୁବପିଢ଼ି କୃଷିକୁ ନବସୃଜନ, ଉଦ୍ୟୋଗ ଓ ରାଷ୍ଟ୍ର ଗଠନର କ୍ଷେତ୍ର ଭାବେ ଗ୍ରହଣ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ happylivingodisha@gmail.com Jun 11, 2026
STATE NEWS ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରି ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ସମୂହ ଦୀପଦାନ happylivingodisha@gmail.com Jun 11, 2026
STATE NEWS ଓଡ଼ିଆ ଜାତିକୁ ଆଉ କେହି ଅଟକାଇ ପାରିବେ ନାହିଁ, ସବୁ କ୍ଷେତ୍ରରେ ଆମେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବୁ – ମୁଖ୍ୟମନ୍ତ୍ରୀ happylivingodisha@gmail.com Apr 1, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
STATE NEWS ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ସାଜିଛି ‘ମନ୍ କି ବାତ’ : ମନମୋହନ ସାମଲ happylivingodisha@gmail.com Jul 20, 2026
Leave a Reply